Tag: #Winner

  • ସାଂସଦ ନୁହେଁ ସରପଞ୍ଚ ପରି ଲୋକଙ୍କ ସେବା କରିବି

    ସାଂସଦ ନୁହେଁ ସରପଞ୍ଚ ପରି ଲୋକଙ୍କ ସେବା କରିବି

    ଯାଜପୁର ସାଂସଦ ଭାବେ ରବୀନ୍ଦ୍ର ନାରାୟଣ ବେହେରା ବିଜୟୀ ହେବା ପରେ ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ଦର୍ଶନ କରିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ସେ ପ୍ରଥମ ଥର ବିଜୟୀ ହେବା ପରେ ସେ ଆଜି ଠାରୁ ନିଜ କାମ ଆରମ୍ଭ କରିଛନ୍ତି। ସେ ଜଣେ ସାଧାରଣ କର୍ମୀ ଭାବେ ଯାଜପୁର ବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ଜିଲ୍ଲାବାସୀଙ୍କ ପାଇଁ ସେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

    ଏହି ଅବସରରେ ବହୁ କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ରହି ରବୀନ୍ଦ୍ର ଶୁଭେଛା ଜଣାଇଥିଲେ।

  • କନ୍ଧମାଳ ଜିଲ୍ଲାରେ ତିନି ଦଳର ବିଜୟ ଦିବସ ପାଳନ

    କନ୍ଧମାଳ ଜିଲ୍ଲାରେ ତିନି ଦଳର ବିଜୟ ଦିବସ ପାଳନ

    କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଭାରତୀୟ ଜନତା ପାର୍ଟୀର ବିଜୟ ଦିବସ ପାଳିତ l କଂଧମାଳ ଲୋକସଭା କ୍ଷେତ୍ରରେ ବିଜେପିର ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣଗ୍ରାହୀଙ୍କ ଙ୍କ ବିପୁଳ ବିଜୟ ଭାରତରେ ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ବିଶେଷକରି ପଞ୍ଚସ୍ତରୀ ବର୍ଷ ପରେ ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରୁଥିବାରୁ ବାଲିଗୁଡ଼ାରେ ବିଜେପି କର୍ମୀ ବିଜୟ ଦିବସ ପାଳନ କରିଛି l ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ କର୍ମୀମାନେ ବାଲିଗୁଡ଼ା ସହର ସାରା ଆନନ୍ଦ ଉଲ୍ଲାସ ର ସହିତ ବୁଲି ମିଠା ବାଣ୍ଟିବା ସହିତ ବାଣ ଫୁଟାଇ ଥିଲେ । ସେହିପରି ଜି ଉଦୟଗିରି ଠାରେ ବିଜେପି ଦଳ ପକ୍ଷରୁ ଗାନ୍ଧୀ ଛକ ଠାରେ ବିଜେପି ର କର୍ମୀ,ନେତା,କାଉନସିଲର ଆଦି ସମସ୍ତ ବାଣ ଫୁଟାଇ,ମିଠା ବାଣ୍ଟି ବିଭିନ୍ନ ନାରା ଦେଇଥିଲେ।ଫୁଲବାଣୀ ଠାରେ ବିଜୟୀ ସାଂସଦ ସୁକାନ୍ତ କୁମାର ପାଣଗ୍ରାହୀ,ଫୁଲବାଣୀ ବିଜେପି ବିଧାୟକ ଉମା ଶଙ୍କର ମଲ୍ଲିକ ଆଦି ବିରାଟ ଶୋଭାଯାତ୍ରା ରେ ସାରା ଫୁଲବାଣୀ ସହର ବୁଲିଥିଲେ। ସେହି ପରି ଜି ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜୟୀ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପ୍ରଧାନ ବିଜୟୀ ଉଛବ ପାଳନ କରିଥିଲେ।

    କଂଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ରୁ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ କୁମାର ପାଣଗ୍ରାହୀ ବିଜୟୀ ହୋଇଥିବା ବେଳେ,ଫୁଲବାଣୀ ବିଧାନସଭା ରୁ ବିଜେପି ପ୍ରାର୍ଥୀ ଉମା ଶଙ୍କର ମଲ୍ଲିକ,ଜି ଉଦୟଗିରି ରୁ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପ୍ରଧାନ,ବାଲିଗୁଡ଼ା ରୁ ବିଜେଡି ପାର୍ଥୀ ଚକ୍ରମଣି କହଁର ବିଜୟୀ ହୋଇଛନ୍ତି।

  • ବିଗବସ୍-୧୭ର ବିଜେତା ହୋଇଛନ୍ତି ଷ୍ଟାଣ୍ଡ୍‌-ଅପ୍‌ କମେଡିୟାନ୍‌ ମୁନାୱର୍‌ ଫାରୁକୀ

    ବିଗବସ୍-୧୭ର ବିଜେତା ହୋଇଛନ୍ତି ଷ୍ଟାଣ୍ଡ୍‌-ଅପ୍‌ କମେଡିୟାନ୍‌ ମୁନାୱର୍‌ ଫାରୁକୀ

    ()ଲୋକପ୍ରିୟ ବିବାଦୀୟ ରିଆଲିଟି ସୋ ବିଗବସ୍-୧୭ ର ବିଜେତା ହୋଇଛନ୍ତି ଷ୍ଟାଣ୍ଡ୍‌-ଅପ୍‌ କମେଡିୟାନ୍‌ ମୁନାୱର୍‌ ଫାରୁକୀ । ଗତକାଲି ତାର ଫାଇନାଲ ଥିବାବେଳେ ଏହି ଶୋର ଉପସ୍ଥାପକ ତଥା ବଲିଉଡ୍‌ ଅଭିନେତା ସଲ୍‌ମନ୍‌ ଖାନ୍‌ ୩୨ ବର୍ଷିୟ ଫାରୁକୀଙ୍କୁ ବିଜୟୀ ଘୋଷଣା କରିଛନ୍ତି। ମୁନାୱର୍‌ କୁ ଏକ ଟ୍ରଫି ମିଳିଥିବା ବେଳେ ୫୦ ଲକ୍ଷ ଟଙ୍କା ଓ ଗୋଟାଏ ନୂଆ ହୁଣ୍ଡାଇ କ୍ରେଟା କାର୍‌ ମିଳିଛି। ଫିନାଲେରେ ଲାଇଭ୍‌ ଭୋଟିଙ୍ଗ୍‌ ଦ୍ବାରା ମୁନୱାର୍‌ ଓ ଅଭିନେତା ଅଭିଷେକ କୁମାରକୁ ପଛରେ ପକାଇ ବିଗବସ୍ -୧୭ ର ଟାଇଟେଲ ନିଜ ନାମରେ କରିଛନ୍ତି । ଏହା ପୂର୍ବରୁ ମୁନାୱର କଙ୍ଗନା ରାଣାୱତ ହୋଷ୍ଟ କରୁଥିବା ‘ଲକ୍-ଅପ୍’ ର ପ୍ରଥମ ସିଜିନର ବିଜେତା ହୋଇଥିଲେ।ରିୟାଲିଟି ସୋ’ର ଫିନାଲେରେ ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ ବଲିଉଡ୍‌ର ଅଜୟ ଦେବଗନ ଓ ଆର୍‌. ମାଧବନ। ତେବେ ମୁନୱାର୍‌ ଫାରୁକି ବିଜେତା ହେବା ପରେ ସେ ତାଙ୍କ ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

    ଏବଂ ତାଙ୍କୁ ଚାରିଆଡି ଛୁଟୁଛି ଶୁଭେଛାର ଶୁଅ । ତେବେ ଏହି ଶୋ ରେ ସ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ଥିଲେ ଅଙ୍କିତା ଲୋଖଣ୍ଡେ,ଅଭିଷେକ,ମୁନାଓ୍ବର ଫାରୁକି , ମନାରା ଚୋପ୍ରା ଏବଂ ଅରୁଣ ।ଏମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କଡା ଟକ୍କର ଶେଷରେ ଟପ-୨ରେ ଅଭିଷେକ ଓ ମୁନାଓ୍ବର ରହିଥିବା ବଳେ ବିଗବସ୍-୧୭ ର ବିଜେତା ହୋଇଛନ୍ତି ମୁନାଓ୍ବର ।

  • ବିଜୟୀ ପ୍ରତିଯୋଗୀଙ୍କୁ ମିଳୁନି ପୁରସ୍କାର

    ବିଜୟୀ ପ୍ରତିଯୋଗୀଙ୍କୁ ମିଳୁନି ପୁରସ୍କାର

    ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାକୁ କାରଣ ନଦର୍ଶାଇ ବାତିଲ କରିଥିବାରୁ ବିଜୟୀ ପ୍ରତିଯୋଗୀଙ୍କ ପ୍ରତିବାଦ

    ୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନିର୍ଦ୍ଧାରିତ ତାରିଖ ଅନୁଯାୟୀ, ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ହୋଇଥିଲା । ପ୍ରବନ୍ଧ, ବକ୍ତୃତା, ସଂଗୀତ ପ୍ରତିଯୋଗୀତାରେ ଭାଗ ନେଇ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ୨୦ ଜଣ ଛାତ୍ରୀ ବିଜୟୀ ହୋଇଥିଲେ । ହେଲେ କୌଣସି ବିଶେଷ କାରଣ ନଦର୍ଶାଇ ପୁନଃ ପ୍ରତିଯୋଗୀତା କରିବାକୁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିଠି କରିଛନ୍ତି । କମିଟି ତରଫରୁ କୁହାଯାଉଛି, ଅଧିକାଂଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିନଥିଲେ ।

    ତେଣୁ ଆଉଥରେ ଏହି ପ୍ରତିଯୋଗୀତା କରାଯାଉଛି । କିନ୍ତୁ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନିଷ୍ପତ୍ତି ହୋଇଥିଲା ଅନ୍ୟୁନ ୫ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ ନକଲେ ପ୍ରତିଯୋଗିତା ବାତିଲ କରାଯିବ । ହେଲ ୮ ଜଣ ପ୍ରତିଯୋଗି ଏଥିରେ ଅଂଶଗ୍ରହଣ କରିଥିବା କହିଥିଲେ । ଏହାକୁ ନେଇ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥୀ ମହାନ୍ତିଙ୍କୁ ଜଣାଇଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ । ଏହାପରେ ଛାତ୍ରଛାତ୍ରୀ ମାନେ ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଏହାପରେ ଉପଜିଲ୍ଲାପଳ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିଷ୍ପତ୍ତିକେ ସମ୍ମତି ପ୍ରକାଶ କରିଥିଲେ । ଯାହାକୁ ନେଇ ପ୍ରତିଯୋଗିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

  • ସବୁ ଦଳ କହିଲେ ଜିତିବୁ ଆମେ, ଏବେ ଝାରସୁଗୁଡ଼ା ରେଜଲ୍ଟକୁ ଅପେକ୍ଷା

    ସବୁ ଦଳ କହିଲେ ଜିତିବୁ ଆମେ, ଏବେ ଝାରସୁଗୁଡ଼ା ରେଜଲ୍ଟକୁ ଅପେକ୍ଷା

    ସରିଛି ଝାରସୁଗୁଡ଼ା ଉପନିର୍ବାଚନ ଭୋଟିଂ । ଏବେ କେବଳ କାଉଣ୍ଟିଂକୁ ସମସ୍ତଙ୍କ ଅପେକ୍ଷା । ଇଭିଏମରେ ସିଲ୍ ହୋଇ ରହିଛି ୯ ପ୍ରାର୍ଥୀଙ୍କ ଭାଗ୍ୟ । କିଏ ବାଜି ମାରିବ ସେ ନେଇ ସସପେନ୍ସ ଜାରି ଥିବାବେଳେ ରାଜନୈତିକ ମହଲରେ ଆକଳନ ଆରମ୍ଭ ହେଲାଣି । ୩ ପ୍ରମୁଖ ଦଳଙ୍କ ମଧ୍ୟରେ ଦୃଢ଼ୋକ୍ତି ଦେଖିବାକୁ ମିଳିଛି । ଝାରସୁଗୁଡ଼ା ଉପନିର୍ବାଚନରେ ମୋଟ ୭୯.୨୧ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ଗଣତି ହେବ । ବିଜେଡି ପ୍ରାର୍ଥିନୀ ଦୀପାଳି ଦାସ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଶା ରଖିଛନ୍ତି । ତେବେ ସବୁଥର ଭଳି ଶାସକ ଦଳ ବିଜେଡି ରେକର୍ଡ ସଂଖ୍ୟାକ ଭୋଟ୍ ପାଇବ ବୋଲି କହିଛନ୍ତି ଦଳୀୟ ନେତା ।

    ବିଜେପି ମିଛ କଥା କହୁଛି, ଫାଙ୍କା ଆୱାଜ୍ କରି ଭୁତେଇବାରେ ମାହିର । ଲୋକଙ୍କୁ ମିଛ କଥା କହିଲେ ସେମାନେ ଘୃଣା କରିବେ । ନିର୍ବାଚନ ହାରିଲେ ଲୋକପ୍ରିୟତା କମୁଛି ବୋଲି ପ୍ରମାଣିତ ହେବ । ରାଜ୍ୟରେ ଯେ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଥିବେ ସେ ଯାଏ ବିଜେଡି ହିଁ ଶାସନ କରିବ । ଦୀପାଳି ଦାସ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ ଏବଂ ତାଙ୍କ ବାପାଙ୍କ ସ୍ୱପ୍ନ ପୂରଣ କରିବେ । ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚିଛି । ତେଣୁ ଦୀପାଳିଙ୍କୁ ଲୋକଙ୍କ ଆଶୀର୍ବାଦ ମିଳିଛି । ସେ ହିଁ ବିଜୟୀ ହେବା ଏକପ୍ରକାର ନିଶ୍ଚିତ ବୋଲି କହିଛନ୍ତି ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତେ ଭଲ ପାଉଥିବାରୁ ଅଧିକ ଜନ ସମର୍ଥନ ମିଳିଛି । ନବୀନଙ୍କ ନେତୃତ୍ଵରେ ପୁଣି ଥରେ ବିଜେଡି ସରକାର ଗଢ଼ିବ । ସେହିଭଳି ଝାରସୁଗୁଡ଼ା କେମେଷ୍ଟ୍ରି କହୁଛି ଦୀପାଳିଙ୍କ ବାଜିମାତ୍ ହେବ । ଏଥିସହ ଜେନେରାଲ ଟ୍ରେଣ୍ଡ କହୁଛି ଜନମତ ଦୀପାଳିଙ୍କ ସପକ୍ଷରେ ଯିବ । ଆମେ ଶତ ପ୍ରତିଶତ ଜିତିବୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

    ବିଜେପି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ମଧ୍ୟ ଲୋକଙ୍କ ସମର୍ଥନରେ ବିଜୟୀ ହେବାକୁ ଆଶାବାଦୀ । ବିଜେପି ପ୍ରାର୍ଥୀଙ୍କୁ ଝାରସୁଗୁଡ଼ାବାସୀଙ୍କ ଅଧିକ ସମର୍ଥନ ମିଳିଛି । ତେଣୁ ସେ ବିଜୟୀ ହେବେ ବୋଲି ଦଳ କହିଛି । ତେବେ ବିଜେପି କି ବିଜେଡି ନୁହଁ କଂଗ୍ରେସ ହିଁ ଜିତିବ । କଂଗ୍ରେସ ପାର୍ଥୀ ତରୁଣ ପାଣ୍ଡେ ଝାରସୁଗୁଡ଼ା ମାଟିର ପୁଅ । ତେଣୁ ତାଙ୍କୁ ଯଥେଷ୍ଟ ସମର୍ଥନ ମିଳିବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି ।

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ ସରିଛି । ରେଜଲ୍ଟକୁ ସବୁ ଦଳ ଅପେକ୍ଷା କରିଛନ୍ତି । ଭୋଟ୍ ଗଣତି ପରେ ଝାରସୁଗୁଡ଼ାବାସୀ କାହାର ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ସ୍ପଷ୍ଟ ହେବ ।

  • ବଦଳିଲା ଭାଗ୍ୟ, IPL କୁଇଜରେ ଜିତିଲେ ବୋଲେନୋ

    ବଦଳିଲା ଭାଗ୍ୟ, IPL କୁଇଜରେ ଜିତିଲେ ବୋଲେନୋ

    ଏବେ ସବୁଠି IPL କ୍ରେଜ୍ । ମ୍ୟାଚ୍‌ର ମଜା ନେଉନେଉ ଜଣେ ପୋଲିସ କନଷ୍ଟେବଲ୍‌ ଜିଓ ସିନେମା ମୋବାଇଲ୍‌ ଆପ୍‌ ଅନ୍‌ଲାଇନ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ହେଲେ ସେ ଜାଣି ନଥିଲେ ଯେ ତାଙ୍କୁ ଦିନେ ପୁରସ୍କାର ମିଳିବ । ତାହା ପୁଣି ଗୋଟିଏ ଚିକ୍‌ମିକ୍‌ ବୋଲେନୋ କାର୍‌। ପୁରସ୍କାର ପାଇ ସେ ବେଶ୍‌ ଖୁସି ଅଛନ୍ତି । ସେ ଦେଶର ଏକମାତ୍ର ଭାଗ୍ୟବାନ ବ୍ୟକ୍ତି ଯିଏ ଏଭଳି ପୁରସ୍କାର ଜିତିବାର ସୌଭାଗ୍ୟ ପାଇଛନ୍ତି । ତାଙ୍କ ନାଁ ଭୀମସେନ ମହାନ୍ତି । ସେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ମାହାର୍ଦ୍ଦାପଳସାର ବାସିନ୍ଦା ।

    ଫଟାଫଟ୍ କ୍ରିକେଟ୍ IPL ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇଛି । ମ୍ୟାଚର ସିଧା ପ୍ରସାରଣ ଜିଓ ସିନେମା ଆପ୍‌ ମାଧ୍ୟମରେ ‌ମାଗଣା ଦେଖିପାରୁଛନ୍ତି ଦର୍ଶକ । ତେବେ ମ୍ୟାଚ୍‌ ବେଳେ ଜିଓ କମ୍ପାନି ପକ୍ଷରୁ ଏକ ପ୍ରତିଯୋଗିତା ହେଉଛି । ଦେଶର ଭାଗ୍ୟଶାଳୀ ବିଜେତାଙ୍କ ପାଇଁ ବୋଲେନୋ କାର୍‌ ରହିଛି । ଗତ ୮ ତାରିଖରେ ଦେଶର କୋଟି କୋଟି ଲୋକ ଅଂଶଗ୍ରହଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନାର କନ୍‌ଷ୍ଟେବଲ୍ ମାହାର୍ଦ୍ଦାପଳସାର ଭୀମସେନ ମହାନ୍ତ ମଧ୍ୟ ଖେଳ ଦେଖୁଦେଖୁ ପ୍ରତିଯୋଗିତାର କିଛି ପ୍ରଶ୍ନର ଉତ୍ତର ଦେଇଥିଲେ । ଠିକ୍‌ ଉତ୍ତରଦାତାଙ୍କ ମଧ୍ୟରେ ଲଟେରି ହୋଇ ପରଦିନ ଫଳାଫଳ ଘୋଷଣା କରାଯାଇଥିଲା । ଏଥିରେ ବୋଲେନୋ କାର୍‌ ଜିତିଥିଲେ ଭୀମସେନ । ଜିଓ କମ୍ପାନିରୁ ଫୋନ୍‌ ଆସିବା ପରେ ସେ ବହୁତ ଖୁସି ଅନୁଭବ କରିଥିଲେ । କମ୍ପାନି ପକ୍ଷରୁ ୧୩ ଏପ୍ରିଲ୍ ୨୦୨୩ରେ ଭୀମସେନଙ୍କୁ ବାଲେଶ୍ବର ଡକାଯାଇଥିଲା ଏବଂ ସ୍ଥାନୀୟ ଏକ ‌ସୋ’ରୁମ୍‌ରେ ଚିକ୍‌ମିକ୍‌ କରୁଥିବା ଏକ ବୋଲେନୋ କାର୍‌ ପୁରସ୍କାର ସ୍ବରୂପ ତାଙ୍କୁ ଦିଆଯାଇଥିଲା । କିନ୍ତୁ ସେ ପୁରସ୍କାର ଜିତିବା ଲକ୍ଷ୍ୟ ନେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନଥିଲେ ବୋଲି କହିଛନ୍ତି ଭୀମସେନ ।