
()ଲୋକପ୍ରିୟ ବିବାଦୀୟ ରିଆଲିଟି ସୋ ବିଗବସ୍-୧୭ ର ବିଜେତା ହୋଇଛନ୍ତି ଷ୍ଟାଣ୍ଡ୍-ଅପ୍ କମେଡିୟାନ୍ ମୁନାୱର୍ ଫାରୁକୀ । ଗତକାଲି ତାର ଫାଇନାଲ ଥିବାବେଳେ ଏହି ଶୋର ଉପସ୍ଥାପକ ତଥା ବଲିଉଡ୍ ଅଭିନେତା ସଲ୍ମନ୍ ଖାନ୍ ୩୨ ବର୍ଷିୟ ଫାରୁକୀଙ୍କୁ ବିଜୟୀ ଘୋଷଣା କରିଛନ୍ତି। ମୁନାୱର୍ କୁ ଏକ ଟ୍ରଫି ମିଳିଥିବା ବେଳେ ୫୦ ଲକ୍ଷ ଟଙ୍କା ଓ ଗୋଟାଏ ନୂଆ ହୁଣ୍ଡାଇ କ୍ରେଟା କାର୍ ମିଳିଛି। ଫିନାଲେରେ ଲାଇଭ୍ ଭୋଟିଙ୍ଗ୍ ଦ୍ବାରା ମୁନୱାର୍ ଓ ଅଭିନେତା ଅଭିଷେକ କୁମାରକୁ ପଛରେ ପକାଇ ବିଗବସ୍ -୧୭ ର ଟାଇଟେଲ ନିଜ ନାମରେ କରିଛନ୍ତି । ଏହା ପୂର୍ବରୁ ମୁନାୱର କଙ୍ଗନା ରାଣାୱତ ହୋଷ୍ଟ କରୁଥିବା ‘ଲକ୍-ଅପ୍’ ର ପ୍ରଥମ ସିଜିନର ବିଜେତା ହୋଇଥିଲେ।ରିୟାଲିଟି ସୋ’ର ଫିନାଲେରେ ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ ବଲିଉଡ୍ର ଅଜୟ ଦେବଗନ ଓ ଆର୍. ମାଧବନ। ତେବେ ମୁନୱାର୍ ଫାରୁକି ବିଜେତା ହେବା ପରେ ସେ ତାଙ୍କ ସମର୍ଥକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏବଂ ତାଙ୍କୁ ଚାରିଆଡି ଛୁଟୁଛି ଶୁଭେଛାର ଶୁଅ । ତେବେ ଏହି ଶୋ ରେ ସ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ଥିଲେ ଅଙ୍କିତା ଲୋଖଣ୍ଡେ,ଅଭିଷେକ,ମୁନାଓ୍ବର ଫାରୁକି , ମନାରା ଚୋପ୍ରା ଏବଂ ଅରୁଣ ।ଏମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କଡା ଟକ୍କର ଶେଷରେ ଟପ-୨ରେ ଅଭିଷେକ ଓ ମୁନାଓ୍ବର ରହିଥିବା ବଳେ ବିଗବସ୍-୧୭ ର ବିଜେତା ହୋଇଛନ୍ତି ମୁନାଓ୍ବର ।
Thanks for sharing. I read many of your blog posts, cool, your blog is very good. https://www.binance.bh/futures/ref?code=QCGZMHR6
I don’t think the title of your article matches the content lol. Just kidding, mainly because I had some doubts after reading the article.