Tag: suchanatv24x7

  • ୧୨ ଘଣ୍ଟା ଧାନ ବୋଝେଇ ଟ୍ରାକ୍ଟରକୁ ଅଟକ ରଖିଲା ମହୁମାଛି

    ୧୨ ଘଣ୍ଟା ଧାନ ବୋଝେଇ ଟ୍ରାକ୍ଟରକୁ ଅଟକ ରଖିଲା ମହୁମାଛି

    ଟ୍ରାକ୍ଟର କୁ ଅଟକାଇ ଦେଲା ମହୁମାଛି,ଜଙ୍ଗଲୀ ମହୁମାଛି ଙ୍କ କବଜା ରେ ଦୀର୍ଘ ୧୨ଘଣ୍ଟା ଧରି ରାସ୍ତା ରେ ଅଟକି ରହିଲା ଧାନ ବୋଝେଇ ଟ୍ରାକ୍ଟର,ଏଭଳି ଏକ ଅଭାବ ନିୟ ଦୂର୍ଷ୍ୟ ଦେଖିବା କୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାସୀ ଅଂଚଳ ରେ, ଖରିନାସୀ ର ବାର ଶହ ଏକର ଚାଷ ଜମି ରେ ଚାଷୀ ମାନେ କ୍ଷେତରୁ ଧାନ ହଳା ଟ୍ରାକ୍ଟର ରେ ବୋଝେଇ କରିଥିଲେ, କିଛି ସମୟ ପରେ ଖଳା କୁ ଧାନ ଆସିଥାନ୍ତା, ମାତ୍ର ଟ୍ରାକ୍ଟର ରେ ଧାନ ଲୋଡ଼ ହେଲା ପରେ ପାଖ ଜଙ୍ଗଲ ରୁ ଶହ ଶହ ସଂଖ୍ୟା ରେ ହଠାତ ମହୁ ମାଛି ଉଡ଼ି ଆସି ଟ୍ରାକ୍ଟର ରେ ମହୁ ଫେଣା ଭଳି ଲଟକି ଯାଇଛନ୍ତି, ଫଳରେ ଧାନ ବୋଝେଇ ଟ୍ରାକ୍ଟର ଅଟକି ଯାଇଛି, ମହୁମା ଛି ଆତଙ୍କ ରେ ଚାଷୀ ଭୟ ରେ ଟ୍ରାକ୍ଟର କୁ ଛାଡି ଦୌଡ଼ି ପଳାଇଥିବା ସୂଚନା ମିଳିଛି ,

  • କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଓ ଛୁରାମାଡ଼ ଅଭିଯୋଗ

    କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଓ ଛୁରାମାଡ଼ ଅଭିଯୋଗ

    ଯାଜପୁର ବିଂଝାରପୁରରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗ। ଅଭିଯୁକ୍ତ ଆକ୍ରମଣକାରୀ ଅଭୟ କୁମାର ବେହେରାକୁ ଅଟକ ରଖିଛି ବିଂଝାରପୁର ପୋଲିସ । ବିଂଝାରପୁର ଅଂଚଳର ଯୁବ ସାମ୍ବାଦିକ ଶଙ୍କର୍ଷଣ ସାମଲ ଖବର ସଂଗ୍ରହ କରି ଘରକୁ ଫେରୁଥିବା ସମୟରେ ବିଦ୍ୟୁତ ସବଷ୍ଟେସନ ନିକଟରେ ଜଣେ ମଟର ସାଇକଲ ଓ ଜଣେ ସାଇକଲ ଆରୋହୀଙ୍କ ମଧ୍ୟ୍ୟରେ ଚାଲିଥିବା ବଚସାକୁ ମୋବାଇଲରେ କଏଦ କରିବାକୁ ଚେଷ୍ଟା କରିବାରୁ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିବା ନେଇ ଆକ୍ରମଣର ଶୀକାର ହୋଇଥିବା ସାମ୍ବାଦିକ କହିଛନ୍ତି ।

    ତେବେ ଆକ୍ରମଣରେ ସାମ୍ବାଦିକ ସାମଲଙ୍କ ଡାହାଣ ହାତରେ ଗଭୀର କ୍ଷତ ହୋଇଛି । ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆକ୍ରମଣକାରୀଙ୍କୁ ଥାନାରେ ଅଟକ ରଖି ପଚାଉଚରା ଜାରି ରଖିଛି। ସେପଟେ ଅଭିଯୁକ୍ତଙ୍କ ପକ୍ଷରୁ ମଧ୍ୟ ଏକ ପାଲଟା ଅଭିଯୋଗ କରାଯାଇଛି।

  • ରାଜ୍ୟ କଂଗ୍ରେସକୁ ସମ୍ଭାଳିବାକୁ ଶରତଙ୍କ ସ୍ଥାନ ନେଇପାରନ୍ତି ଭକ୍ତ

    ରାଜ୍ୟ କଂଗ୍ରେସକୁ ସମ୍ଭାଳିବାକୁ ଶରତଙ୍କ ସ୍ଥାନ ନେଇପାରନ୍ତି ଭକ୍ତ

    ନିର୍ବାଚନ ପୂର୍ବରୁ ବଦଳିବେ ରାଜ୍ୟ କଂଗ୍ରେସ ସଭାପତି। ଆଉ ଦଳୀୟ କର୍ମକର୍ତ୍ତା ଶରତ ପଟ୍ଟନାୟକଙ୍କ ନେତୃତ୍ବକୁ କରି ପାରୁନାହାନ୍ତି ହଜମ। ପଟ୍ଟନାୟକ ଆଜ୍ଞାଙ୍କ ନାହିଁ ନେତୃତ୍ବ ଦକ୍ଷତା। ତାଙ୍କ ନେତୃତ୍ବରେ ଦଳ ନିର୍ବାଚନ ମୈଦାନରେ ବିରୋଧୀ ଦଳଙ୍କୁ ଟକ୍କର ଦେଇ ପାରିବେ ନାହିଁ । ଏମିତି କିଛି ଚର୍ଚ୍ଚା ସହ ଦଳୀୟ କର୍ମୀଙ୍କ ମଧ୍ୟରେ ହତୋତ୍ସାହ ବୃଦ୍ଧିପାଇବାରେ ଲାଗିଛି। ଯାହା ଆଧାରରେ ଦଳର ସଭାପତି ବଦଳିବାକୁ ଯାଉଛନ୍ତି। କଂଗ୍ରେସ କେନ୍ଦ୍ରୀୟ ନେତୃମଣ୍ଡଳୀ ଏହା ଉପରେ ନିଷ୍ପତ୍ତି ନେଇଥିବା ଦଳୀୟ ଶିବିରରେ ଟୁପୁରଟାପର ଚାଲିଛି। କଂଗ୍ରେସ ଭିତିରି ମହଲ ସୂଚନା ମୁତାବକ, ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ରାଜ୍ୟର ସାଧାରଣ ନିର୍ବାଚନ ସହ ସବୁ ଉପନିର୍ବାଚନରେ ପରାଜୟ ବରଣ କରିଥିଲା। ଏହାକୁ ନେଇ କଂଗ୍ରେସ ଶିବିରରେ ନେତୃତ୍ବ ପ୍ରତି ଦେଖାଦେଇଥିଲା ଅନାସ୍ଥା ଭାବ। ନିରଞ୍ଜନ ତାଙ୍କ ଭାଇ ସୌମ୍ୟଙ୍କ ପାଇଁ ବିଜେଡିକୁ ଟକ୍କର ଦେବାକୁ ପଛଘୁଞ୍ଚା ଦେବା ସହ ଟିକେଟ ବଣ୍ଟନରେ ଟାଳଟୁଳ ନୀତି ଆପଣାଉଥିବା ହୋଇଥିଲା ଅଭିଯୋଗ। ଏନେଇ କେନ୍ଦ୍ରୀୟ ନେତୃତ୍ବଙ୍କ ନିକଟରେ ହୋଇଥିଲା ଅଭିଯୋଗ। କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ଦେଖି ମେ ୨୦୨୨ରେ ଶରତ ପଟ୍ଟନାୟକଙ୍କୁ ଦିଆଯାଇଥିଲା ରାଜ୍ୟ କଂଗ୍ରେସ କମାଣ । ଏହା ମଧ୍ୟରେ ଦେଢ ବର୍ଷ ବିତିଗଲାଣି। କିନ୍ତୁ କଂଗ୍ରେସ ସେମିତି କିଛି ଆଖି ଦୃଶିଆ ପଦକ୍ଷେପ ନେଇ ପାରିନି ରାଜ୍ୟ ସରକାର ବିରୋଧରେ। ଯାହାଦ୍ୱାରା କଂଗ୍ରେସ, ଲୋକଙ୍କ ଆସ୍ଥା ଭାଜନ ହୋଇପାରୁ ନାହିଁ। ଫଳରେ ହାତ ଦଳିଆଙ୍କ ଭିତରେ ମଧ୍ୟ ବୃଦ୍ଧିପାଉଛି ନିରାଶା। ସେପଟେ ଆଉ ମାସ କେଇଟାରେ ହେବ ସାଧାରଣ ନିର୍ବାଚନ। ଯଦି ସ୍ଥିତି ଏମିତି ରହିବ ତେବେ ଦଳ ଗୋଟିଏ ବି ଆସନ ହାତେଇବ ନାହିଁ ବୋଲି କଂଗ୍ରେସିଆଙ୍କ ମଧ୍ୟରେ ଚର୍ଚ୍ଚା ହେବାରେ ଲାଗିଛି। ତେଣୁ ଶରତଙ୍କୁ ସଭାପତି ପଦରୁ ହଟାଇବାକୁ ଜାତୀୟ କଂଗ୍ରେସ ସ୍ଥିର କରିଛି। ହେଲେ ଏହି ପଦରେ କାହାକୁ ବସାଯାଇ ପାରିବ? ଅନେକ ଆଲୋଚନା ପରେ ପୂର୍ବତନ ମନ୍ତ୍ରୀ ଭକ୍ତ ଦାସଙ୍କୁ ଚୟନ କରିଛି ଏଆଇସିସି। ସମ୍ପ୍ରତି ଜାତୀୟ କଂଗ୍ରେସ ନେତୃତ୍ବ ଆଗରେ ଏମିତି କୌଣସି ଜଣେ ରାଜ୍ୟର ନେତା ଦେଖାଯାଉ ନାହାନ୍ତି, ଯାହାଙ୍କୁ ଏହି ଦାୟିତ୍ବ ଦିଆଯାଇପାରିବ। ଯେଉଁ ନେତା ଅଛନ୍ତି, ସେମାନଙ୍କ ଭିତରେ ଚାଲିଛି ଟଣାଓଟରା। ଯାହା ଦଳକୁ ନିର୍ବାଚନ ବର୍ଷରେ ଆହୁରି ବିପର୍ଯ୍ୟୟ ଆଡକୁ ଠେଲିଦେବ। ଯଦି ପ୍ରଦୀପ ମାଝୀ ବିଜେଡିକୁ ଡେଇଁ ନ ଥାନ୍ତେ, ତେବେ ହୁଏତ କେନ୍ଦ୍ର ନେତୃତ୍ବ ତାଙ୍କୁ ଏହି ପଦରେ ଅବସ୍ଥାନ କରିଥାନ୍ତେ। ତେଣୁ ଭକ୍ତଙ୍କୁ ଭରସାକରିଛି କେନ୍ଦ୍ର ନେତୃତ୍ବ। କାରଣ ଦାସଙ୍କର ଜାତୀୟସ୍ତରରେ ରହିଛି ଭଲ ଦବଦବା। ସେ ଛତିଶଡ, ବିହାର, ମଣିପୁର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଇଛନ୍ତି। ଭକ୍ତଙ୍କର ଏଆଇସିସି ସହ ରହିଛି ସୁସମ୍ପର୍କ। ତେଣୁ ଓଡିଶାରେ କଂଗ୍ରେସକୁ ସୁଦୃଢ କରିବାକୁ ଭକ୍ତଙ୍କୁ ଆଶ୍ରା କରିଛି ଏଆଇସିସି ବୋଲି ଭିତିରି ମହଲରେ ଚର୍ଚ୍ଚା ହେଉଛି। ତେବେ ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାହା ଦେଖିବାକୁ ବାକି ରହିଲା।

    ନିର୍ବାଚନ ପୂର୍ବରୁ ବଦଳିବେ ରାଜ୍ୟ କଂଗ୍ରେସ ସଭାପତି!

    ଦଳୀୟ କର୍ମକର୍ତ୍ତା ଶରତ ପଟ୍ଟନାୟକଙ୍କ ନେତୃତ୍ବକୁ କରି ପାରୁନାହାନ୍ତି ହଜମ

    ନିରଞ୍ଜନଙ୍କ ନେତୃତ୍ବରେ କଂଗ୍ରେସର ସାଧାରଣ ନିର୍ବାଚନ ସହ ସବୁ ଉପନିର୍ବାଚନରେ ପରାଜୟ

    ଭାଇ ସୌମ୍ୟଙ୍କ ପାଇଁ ବିଜେଡିକୁ ଟକ୍କର ଦେବାକୁ ଦେଲେ ପଛଘୁଞ୍ଚା

    ମେ ୨୦୨୨ରେ ଶରତ ପଟ୍ଟନାୟକଙ୍କୁ ଦିଆଗଲା ରାଜ୍ୟ କଂଗ୍ରେସ କମାଣ

    ସ୍ଥିତି ଏମିତି ରହିଲେ ଦଳ ଗୋଟିଏ ବି ଆସନ ହାତେଇବ ନାହିଁ

    ପୂର୍ବତନ ମନ୍ତ୍ରୀ ଭକ୍ତ ଦାସଙ୍କୁ ଚୟନ କରିଛି ଏଆଇସିସି

    ଏମିତି ଜଣେ ରାଜ୍ୟର ନେତା ନାହାନ୍ତି, ଯାହାଙ୍କୁ ଦାୟିତ୍ବ ଦିଆଯାଇପାରିବ

    ଦଳକୁ ନିର୍ବାଚନ ବର୍ଷରେ ଆହୁରି ବିପର୍ଯ୍ୟୟ ଆଡକୁ ଠେଲିଦେବ

    ଦାସଙ୍କର ଜାତୀୟସ୍ତରରେ ରହିଛି ଭଲ ଦବଦବା

    ଭକ୍ତଙ୍କର ଏଆଇସିସି ସହ ରହିଛି ସୁସମ୍ପର୍କ

    କଂଗ୍ରେସକୁ ସୁଦୃଢ କରିବାକୁ ଭକ୍ତଙ୍କୁ ଆଶ୍ରା କରିଛି ଏଆଇସିସି

  • ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ପରିବେଶ ଓ ଖଣିଜ ସମ୍ପଦ ସଚେତନତା କାର୍ଯ୍ୟକ୍ରମ

    ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ପରିବେଶ ଓ ଖଣିଜ ସମ୍ପଦ ସଚେତନତା କାର୍ଯ୍ୟକ୍ରମ

    ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ସୋସାଇଟି ଅଫ୍ ଜିଓସାଇଣ୍ଟିଷ୍ଟ ଆଣ୍ଡ ଟେକ୍ନୋଲୋଜିଷ୍ଟସ, ଘନଶ୍ୟାମ ମିଶ୍ର ଆଇରନ ଆଣ୍ଡ ଷ୍ଟିଲ, ଵାଦାମପାହାଡ ଏବଂ ଘନଶ୍ୟାମ ମିଶ୍ର ଆଣ୍ଡ ସନସ୍ ପ୍ରାଇଭେଟ୍ ଲିମିଟେଡର ମିଳିତ ଆନୁକୂଲ୍ୟରେ ଆଞ୍ଚଳିକ ପରିବେଶ ଓ ଖଣିଜ ସମ୍ପଦ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୫ଟି ବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭ ଜଣ ବାଳିକା ଯୋଗ ଦେଇଥିଲେ । ଗୋରୁମହିଷାଣୀ ଲୌହଖଣି ଅଞ୍ଚଳରେ ଖଣିଜ ପଦାର୍ଥ, ପରିବେଶ, ଖନନ, ପରିବହନ, ଶ୍ରମିକଙ୍କ କାର୍ଯ୍ୟପ୍ରଣାଳୀ ଓ ଲୌହଖଣିର କାର୍ଯ୍ୟ ପ୍ରଣାଳୀ ବିଷୟରେ ସମ୍ୟକ ଜ୍ଞାନ ଦେବା ପାଇଁ ସମସ୍ତ ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ପରିଦର୍ଶନ କରାଯାଇଥିଲା । ସେଠାରେ ଖଣିର ମ୍ୟାନେଜର ଇଂ. ବିକାଶ ରଂଜନ ନାୟକ ସମସ୍ତଙ୍କୁ ଏହିସବୁ ବିଷୟରେ ଅବଗତ କରାଇଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖଣି ସମ୍ବନ୍ଧୀୟ ସଚେତନତା ଆଣିବା ଉଦ୍ଦେଶ୍ୟରେ ପ୍ରବନ୍ଧ ପ୍ରତିଯୋଗିତା, ଖଣିଜ ପଥର ଚିହ୍ନଟ, କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶିବ ପ୍ରସାଦ ରଥ, ମୁଖ୍ୟ ବକ୍ତା ଶିକ୍ଷକ ତିମିର ରଂଜନ ପଣ୍ଡା, ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ ଛାତ୍ରଛାତ୍ରୀଙ୍କୁ ପରିବେଶ ଓ ଖଣିଜ ସଂପଦର ସଦୁପଯୋଗ ଉପରେ ଆଲୋକପାତ କରିଥିଲେ । ପ୍ରତିଯୋଗିତାରେ ରାଇରଙ୍ଗପୁର କେରଳ ପବ୍ଲିକ ସ୍କୁଲ ପ୍ରଥମ, ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟ ଦିତୀୟ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ତୃତୀୟ ହୋଇଥିବା ବେଳେ ବିଜେତାଙ୍କୁ ପୁରସ୍କୃତ କରାଯାଇଛି ।

  • ଚମ୍ପୁଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

    ଚମ୍ପୁଆ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

    ଚମ୍ପୁଆ ବ୍ଲକ କାର୍ଯ୍ୟଳୟ ପରିସରରେ କୃଷି ବିଭାଗ ତରଫରୁ ଏକ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ ହୋଇ ଯାଇଛି। ଏହି ମେଳାକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ଜଗନ୍ନାଥ ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, କେନ୍ଦୁଝର ସଦର ବିଧାୟକ ମୋହନ ମାଝୀ, କେନ୍ଦୁଝର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମିହିର ସାହୁ ତଥା କୃଷି ବିଭାଗର ବହୁ ଅଧିକାରୀ ଯୋଗଦେଇଥିଲେ। ଏଥିସହ କାର୍ଯ୍ୟକ୍ରମରେ ସଫଳ ମାଣ୍ଡିଆ ଚାଷୀ ସୁବାସ ମହାନ୍ତଙ୍କୁ ଉପଢୌକନ ଓ ପୁଷ୍ପ ମାଲ୍ୟ ଦେଇ ସ୍ବାଗତ କରାଯାଇଥିଲା। ଚାଷୀଙ୍କୁ ଉନ୍ନତ ମାନର ଏବଂ ରିହାତି ଦରରେ କୃଷି ଯନ୍ତ୍ର ପାତି ଯୋଗାଇ ଦେବା ଲକ୍ଷରେ ଏହି ମେଳା ର ଆୟୋଜନ କରାଯାଇଛି । ସମଗ୍ର କେନ୍ଦୁଝର ଜିଲ୍ଲା ରୁ କୃଷି ଯନ୍ତ୍ରପାତି ଡିଲର ମାନେ ଏଥିରେ ଅଂଶ ଗ୍ରହଣ କରି ଚାଷୀଙ୍କୁ ସରକାରଙ୍କ ତରଫରୁ ସେମାନଙ୍କୁ ଯୋଗାଇ ଦିଆଯାଉଥିବା ରିହାତି ବିଷୟରେ ଅବଗତ କରିବା ସହିତ କୃଷି ଯନ୍ତ୍ର ପାତିର ବ୍ୟବହାର ସଂପର୍କରେ ବୁଝାଇ ଥିଲେ। ଏହି ମେଳାରେ ଓଡ଼ିଶା କୃଷି ଶିଳ୍ପ ନିଗମ, ଖେତୱାର୍କ ର ସୌର ଚାଳିତ ଜଳ ସେଚନ ଯନ୍ତ୍ରପାତି, ଉତ୍କଳ ସେଲ୍ସ, କୃଷକ ସେବା କେନ୍ଦ୍ର , ଓମ ଏଣ୍ଟରପ୍ରାଇସେସ, ଓପିକଲ, ଓଡ଼ିଶା ମିଲେଟ ମିଶନ ଇତ୍ୟାଦି ମୋଟ ୪୬ ଟି ଷ୍ଟଲ ଖୋଲା ଯାଇ ଚାଷୀଙ୍କୁ ବିଭିନ୍ନ କୃଷି ସମ୍ବନ୍ଧୀୟ ପରାମର୍ଶ ଦିଆଯାଇଥିଲା ।ଏହି କୃଷି ଯନ୍ତ୍ରପାତି ମେଳା ୩ ଦିନ ଧରି ଚାଲିବ।

  • ଯାଜପୁର ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ

    ଯାଜପୁର ଜିଲ୍ଲାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ

    ଯାଜପୁର ଜିଲାରେ ଆରମ୍ଭ ହେଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ । ଜିଲା ମହିଳା ପେଂଡେରେସନ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ସିନେମା ହଲରେ ପ୍ରତିଦିନ ଦର୍ଶକ ସିନେମା ଉପଭୋଗ କରିପାରିବେ । ରାଜ୍ୟରେ ସିନେମା ହଲ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ରାଜ୍ୟସରକାର ପ୍ରଥମ ଥର ପାଇଁ ଯାଜପୁର ଓ ବ୍ୟାସନଗରରେ ଥିବା ସଂସ୍କୃତି ଭବନକୁ ସିନେମା ହଲରେ ପରିଣତ କରିଛନ୍ତି । ସଂପୁର୍ଣ୍ଣ ଶୀତତାପ ନିୟନ୍ତ୍ରଣ କକ୍ଷରେ ଡିଜିଟାଲ ସାଉଣ୍ଡ ର ମଜା ନେବେ ଦର୍ଶକ । ଏହି ଉଦଘାଟନ ଉତ୍ସବରେ ରାଜ୍ୟ ସଭା ସାଂସଦ ଶ୍ରୀମତୀ ସୁଲୋତା ଦେଓ ,ଓଲିଉଡ ଅଭିନେତା ଅରିନ୍ଦମ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ ।

    ଏହି ସିନେମା ହଲର ଟିକେଟ ବୁକ ମାଇଁ ସୋରେ ମଧ୍ୟ ଉପଲବ୍ଧ ହେଉଛି । ଯାଜପୁର ବିଡିଓ ସୌରଭ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଘାଟନି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିଷଦ ସଭାପତି ନଲିନୀ ପ୍ରଭା ଜେନା, ଜିଲା ମହିଳା ପେଂଡେରେସନର ସଭାନେତ୍ରୀ ସୁଜାତା ସାହୁ,ଜିଲା ଉନ୍ନୟନ ଅଧିକାରୀ ଅଶୋକ ବେହୁରିଆ, ଯାଜପୁର ବ୍ଲକ ଅଧକ୍ଷ୍ୟା ସ୍ଵର୍ଣଲତା ପରିଡା, ଜିଲାପରିଷଦ ସଭ୍ୟା ମାମିନା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

  • ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରାରେ ଜମୁଛି ଭିଡ

    ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରାରେ ଜମୁଛି ଭିଡ

    ଧୀରେ ଧୀରେ ଜମୁଛି ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା । ଚଳିତ ବାଲିଯାତ୍ରାର ଉଦଘାଟନୀ ଓ ଦ୍ଵିତୀୟ ଦିବସରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବାଲିଯାତ୍ରାକୁ ସାଧାରଣ ଲୋକଙ୍କ ଆଗମନ ଉପରେ ଲାଗିଥିଲା ପ୍ରତିବନ୍ଧକ। ହେଲେ ତୃତୀୟ ଦିନ ଜନଗହଳି ଦେଖିବାକୁ ମିଳିଛି । କାଁ ଭାଁ କିଛି ଘଟଣାକୁ ଛାଡିଦେଲେ ଶାନ୍ତି ଶୃଙ୍ଖଳାର ସହିତ ତୃତୀୟ ଦିନର ବାଲିଯାତ୍ରା ଶେଷ ହୋଇଛି । କଳିଙ୍ଗ ବାଲିଯାତ୍ରାରେ ହଜାର ଷ୍ଟଲ ପଡ଼ିଥିବା ବେଳେ ବିଶେଷ କରି ଖାଦ୍ୟ ସାମଗ୍ରୀ ଷ୍ଟଲ, ମିନାବଜାର, ରାମଦୋଳି ଓ ବିଭିନ୍ନ ଘରକରଣା ସାମଗ୍ରୀର ଷ୍ଟଲରେ ଜନଗହଳି ଦେଖିବାକୁ ମିଳିଛି । ସେପଟେ ପ୍ରତ୍ୟେକ ଦିନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ତୃତୀୟ ଦିନରେ ଇଣ୍ଡିଆନ ଆଇଡିଲ ଫେମ ଡ଼ ରୋହନ ବିଶ୍ୱାଳ ଏବଂ ଟିମ ଦ୍ୱାରା ପରିବେଷଣ କରାଯାଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟିଥିଲା l ଜଗତସିଂହପୁର ତଥା କୁଜଙ୍ଗ ମାଟିର ପୁଅ ଡ଼ ରୋହନ ବିଶ୍ୱାଳ ପେସାରେ ଡାକ୍ତର ହୋଇଥିବା ବେଳେ କିପରି ନିଜର ସଂଗୀତ ପ୍ରତି ରହିଥିବା ଦୁର୍ବଳତାକୁ ନେଇ ଓଡିଶା ରୁ ମୁମ୍ବାଇ ଇଣ୍ଡିଆନ ଆଇଡଲ ଯାତ୍ରା କଲେ ଏବଂ ଦର୍ଶକ ଙ୍କ ଭଲ ପାଇବା ସାଉଁଟିଲେ ଏ ନେଇ ମଞ୍ଚରେ ଦର୍ଶକ ମାନଙ୍କୁ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେବା ସହିତ ନିଜର ଚିରାଚରିତ କଣ୍ଠ ରେ ସଂଗୀତ ପରିବେଷଣ କରିଥିଲେ l

    ବିଦ୍ୟୁତ ବିଭାଗର ଖମାଖିଆଲ ମନୋଭାବ ଯୋଗୁ ସନ୍ଧ୍ୟା ସମୟରେ ତିରିଶରୁ ଅଧିକ ଷ୍ଟଲରେ ପାଖାପାଖି ଏକଘଣ୍ଟା ଲାଇନ କଟିଯିବାରୁ କିଛି ବ୍ୟବସାୟୀ ହଟହଟା ହୋଇଥିବା ଅଭିଯୋଗ ହୋଇଛି। ଯାହା ଉଭୟ ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ନିରୁତ୍ସାହିତ କରିଛି।

  • ଧାନମଣ୍ଡି ଅବ୍ୟବସ୍ଥା ନେଇ ବିଜେପି କୃଷକ ମୋର୍ଚ୍ଚାର ପ୍ରତିବାଦ

    ଧାନମଣ୍ଡି ଅବ୍ୟବସ୍ଥା ନେଇ ବିଜେପି କୃଷକ ମୋର୍ଚ୍ଚାର ପ୍ରତିବାଦ

    ରାଜ୍ୟ ସରକାର ନଭେମ୍ବର ୧ ତାରିଖ ଠାରୁ ଓଡିଶାର ସମସ୍ତ ଧାନମଣ୍ଡୀ ଖୋଲିବା ପାଇଁ ଘୋଷଣା କରିଥିଲେ। ନଭେମ୍ବର ମାସ ସରିବାକୁ ବସିଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଧାନମଣ୍ଡି ଖୋଲିଲା ନାହିଁ। ଯଦ୍ଵାରା ଚାଷୀ ବାଧ୍ୟହୋଇ ଦଲାଲ ମାନଙ୍କୁ ଧାନ ୧୩ ଶହ -୧୪ ଶହ ଟକାଂ ରେ ବିକ୍ରି କରୁଛନ୍ତି। ଏହାର ପ୍ରତିବାଦରେ ନଭେମ୍ବର ୨୯ ତାରିଖ ଦିନ ବିଜେପି କୃଷକ ମୋର୍ଚ୍ଚା ତରଫରୁ ସାରା ରାଜ୍ୟରେ ପ୍ରତିବାଦ କରାଯାଇଛି। ୫୮ ଟି ସବ୍ଡ଼ିଭିଜନରେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଆନ୍ଦୋଳନ କରିବା ସହିତ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ଵରେ କେନ୍ଦୁଝର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟପାଳଙ୍କ ଉଦେଶ୍ୟରେ ସଦର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ୫ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ କୃଷକ କଲ୍ୟାଣକାରୀ ଯୋଜନା କୁ ଓଡ଼ିଶା ସରକାର ହରିଲୁଟ କରି ଚାଷୀକର ହକରୁ ବଞ୍ଚିତ କରୁଛନ୍ତି ବୋଲି ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ଅନ୍ୟ ନେତାମାନେ ଅଭିଯୋଗ କରିଥିଲେ।

    ରାଜ୍ୟ ସରକାର ତୁରନ୍ତ ଧାନମଣ୍ଡୀ ଖୋଲନ୍ତୁ, ଧାନମଣ୍ଡୀ କୁ ସବୁ ଦିନିଆ ଖୋଲାଯାଉ, ଧାନମଣ୍ଡୀ ରେ କୁଇଣ୍ଟାଲ ପ୍ରତି ୫ କିଲୋ ୧୦ କିଲୋ କଟନି ଛଟନି ବନ୍ଦ କରାଯାଉ, ଧାନମଣ୍ଡୀ ରେ ମିଲର ମାନଙ୍କର ଦାଦାଗିରି ବନ୍ଦ କରିବା, ମିଲରଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହୋଇଥିଲା।

  • ପାଣିଆ ଡାଲି, ପୋକ ସୋୟାବିନରେ ସ୍କୁଲରେ ଚାଲିଛି ମଧ୍ୟାହ୍ନ ଭୋଜନ

    ପାଣିଆ ଡାଲି, ପୋକ ସୋୟାବିନରେ ସ୍କୁଲରେ ଚାଲିଛି ମଧ୍ୟାହ୍ନ ଭୋଜନ

    ପିଲାଙ୍କ ପୁଷ୍ଟି ସାଧନ ପାଇଁ ସରକାର ଯୋଗାଉଛନ୍ତି ମଧ୍ୟାହ୍ନ ଭୋଜନ। ଅସାଧୁ ଏସଏଚଜି ମହିଳା ପିଲାଙ୍କ ଜୀବନ ସହ ଖେଳୁଛନ୍ତି ଖେଳ। ମଧ୍ୟାହ୍ନ ଭୋଜନ ଟଙ୍କା ହରିଲୁଟ କରି ପିଲାଙ୍କୁ ଯୋଗାଉଛନ୍ତି ପୋକଲଗା ଖାଦ୍ୟ ବୋଲି ହେଉଛି ଅଭିଯୋଗ। ରାଜ୍ୟ ସରକାର ପିଲାଙ୍କ ପୁଷ୍ଟିହୀନତା ଦୂର କରିବା ସହ ପିଲାଙ୍କୁ ସରକାରୀବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ସରକାରୀ ତହବିଲରୁ ଯାଉଛି କୋଟି କୋଟି ଟଙ୍କା। କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ଏହାର ଫାଇଦା ଉଠାଉଛନ୍ତି ଦାୟିତ୍ବରେ ଥିବା ଲୋକେ। ସ୍କୁଲକୁ ନିମ୍ନମାନର ଖାଦ୍ୟ ସାମଗ୍ରୀ କରୁଛନ୍ତି ଯୋଗାଣ। ଏଇ ଯେମିତି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଡୁଙ୍ଗୁରିପାଲି ପଂଚାୟତ ଟେଣ୍ଡିପାଲି ଗ୍ରାମ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ଦେଖିବାକୁ ମିଳିଛି। ସ୍କୁଲରେ ମଙ୍ଗଳବାର ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମଧ୍ୟାହ୍ନ ଭୋଜନ ସୋୟାବଡି ତରକାରୀରେ ପୋକ ସାଲୁବାଲୁ ହେଉଥିବା ଦେଖି ପିଲା କରିଥିଲେ ଅଭିଯୋଗ। ଆମ ପ୍ରତିନିଧି ବିଦ୍ୟାଳୟକୁ ଯାଇ ଖବର ସଂଗ୍ରହ କରିବା ବେଳେ ମଧ୍ୟାହ୍ନ ଭୋଜନ ଅତି ନିମ୍ନ ମାନର ଦିଆଯାଉଥିବା ତଥା ସୋୟାବଡିରେ ପୋକ, ପାଣିଆ ଡାଲି ତଥା ପଚାଅଣ୍ଡା ଦିଆଯାଉଥିବା ଅଭିଯୋଗ କରିଥିଲେ |

    ଏହି ସ୍କୁଲର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ନିୟୋଜିତ ଜୟ ବଜରଙ୍ଗବଳି ଏସଏଚଜି ଗ୍ରୁପ ପିଲାଙ୍କୁ ଜାଣି ଶୁଣି ନିମ୍ନ ମାନର ଖାଦ୍ୟ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଖବର ଜଣାପଡିବା ପରେ ମଙ୍ଗଳବାର ପ୍ରଧାନ ଶିକ୍ଷକ ସ୍କୁଲରେ ନ ଥିବା କହିଥିବା ବେଳେ ଏସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଜଣାଇଥିବା କହିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ଜଣେ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିବା କହିଛନ୍ତି।

    ଏପରି ଖାଦ୍ୟ ପିଲାଙ୍କ ପୁଷ୍ଟି ସାଧନରେ ସହାୟକ ହେବ କି ନାହିଁ ତାହା ତ ଜଣାନାହିଁ, ହେଲେ ସେମାନଙ୍କ ସ୍ବାସ୍ଥ ହାନୀର କାରଣ ହେବ ବୋଲି ଅଭିଯୋଗ ହେଉଛି। ତେବେ ସରକାର ମଧ୍ୟାହ୍ନ ଭୋଜନରେ ସ୍ବଚ୍ଛତା ଆଣିବାକୁ ତଥା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ଏସଏଚଜି ମହିଳାଙ୍କୁ ଏଥିରେ ସାମିଲ କରିଛନ୍ତି। ରୋଷେଇ ପାଇଁ ଗ୍ୟାସ ମଧ୍ୟ ଯୋଗା ଯାଉଛି। କିନ୍ତୁ ଏହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ଗ୍ରୁପ ଗ୍ୟାସ ବଦଳରେ କାଠ ବ୍ୟବହାର କରୁଛନ୍ତି। ଫଳରେ ସ୍କୁଲର କାନ୍ଥ ବାଡ ସବୁ କଳା ହୋଇଗଲାଣି। ଗ୍ରୁପ ମହିଳା ଆଇନର କରୁ ନାହାନ୍ତି ପାଳନ ବୋଲି ଅଭିଯୋଗ ହେଉଛି।

  • ଅଜଣା ଗାଡ଼ି ଧକ୍କାରେ ଅଜଣା ଯୁବକ ମୃତ୍ୟୁ

    ଅଜଣା ଗାଡ଼ି ଧକ୍କାରେ ଅଜଣା ଯୁବକ ମୃତ୍ୟୁ

    ଏକ ଅଜଣା ଗାଡି ଧକ୍କା ରେ ଅଜଣା ଯୁବକଙ୍କ ମୃତ୍ୟୁ । ଘଟଣା ଘଟିଛି ଚମ୍ପୁଆ ଥାନା ଅନ୍ତର୍ଗତ ମହେଶ୍ୱରପୁର ଛକ ନିକଟରେ । ଗତକାଲି ସଂଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ଜଣା ପଡ଼ିନଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।ସୁଚନା ଅନୁଯାୀ ମହେଶ୍ବରପୁର ଛକ ନିକଟରେ ମୃତ ଯୁବକକୁ ଦେଖି ସ୍ଥାନୀୟ ଲୋକେ ପ୍ରଥମେ ଚମ୍ପୁଆ ପୋଲିସ କୁ ଖବର ଦେଇଥିଲେ । ତେବେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ କୁ ପଠାଇଛି । ଅନ୍ୟପଟେ ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।