Tag: suchanatv24x7

  • ବାହାଘର ପାଇଁ ଥିବା ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

    ବାହାଘର ପାଇଁ ଥିବା ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

    ଦିନ କେଇଟା ପରେ ହୋଇଥାନ୍ତା ବାହାଘର । ହେଲେ ରାତିରେ ଆସିଲେ ଦୁର୍ବୃତ୍ତ ଆଉ ଘନ ଆନ୍ଧାରରେ ଘରେ କଳା କନା ବୁଲାଇ ଚାଲିଗଲେ । ଏମିତି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ସହର ଉପକଣ୍ଠ ଚାରିଘରିଆ ଗ୍ରାମରୁ । ଏବେ କିଛି ଦିନ ହେବ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖିବାକୁ ମିଳିଛି ।

    ସୂଚନା ଅନୁଯାୟୀ, ସେହି ଗ୍ରାମରେ ରହୁଥିବା ଅମୀୟ ରଞ୍ଜନ ନାୟକ ରାତିରେ ଶୋଇଥିବା ବେଳେ ତାଙ୍କ ଘରେ ପଶି ବାହାଘର ପାଇଁ ଥିବା ୫ ଲକ୍ଷ ଚାଳିଶି ହଜାର ଟଙ୍କା ସମେତ ପ୍ରାୟ ୬ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରିନେଇଛନ୍ତି । ଅମୀୟଙ୍କ କହିବା ଅନୁଯାୟୀ, ଯେଉଁ ଘରେ ଚୋରି ହୋଇଛି ସେ ଘରେ କେହି ନଥିଲେ । ତେବେ ଭାଇର ବାହାଘର ପାଇଁ ରଖିଥିବା ଟଙ୍କା ଓ ସୁନା ଗହଣା ଚୋରି ହୋଇଯିବା ଫଳରେ ଏବେ ଚିନ୍ତାରେ ଅମୀୟଙ୍କ ପରିବାର । ଚୋରି ଖବର ପାଇ ଘଟଣା ସ୍ଥଳରେ ଭଦ୍ରକ ସହରାଞ୍ଚଳ ପୋଲିସ ପହଁଛି ତଦନ୍ତ ଆରମ୍ଭ କରିଛି ।

  • ଅର୍କେଷ୍ଟ୍ରା ନୃତ୍ୟଶିଳ୍ପୀଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

    ଅର୍କେଷ୍ଟ୍ରା ନୃତ୍ୟଶିଳ୍ପୀଙ୍କୁ ଗଣଦୁଷ୍କର୍ମ, ୨ ଗିରଫ

    ଝାଡଖଣ୍ଡରେ ଜଣେ ସ୍ପେନୀୟ ମହିଳାଙ୍କୁ ଦୁଷ୍କର୍ମ ମାମଲା ବିଚାର ନସରୁଣୁ ରାଜ୍ୟର ପାଲାମୁ ଜିଲ୍ଲାରୁ ଗଣଦୁଷ୍କର୍ମ ର ଏକ ଘଟଣା ସାମ୍ନାକୁ ଆସିଛି। ଗତକାଲି ଏଠାରେ ଥିବା ବିଶ୍ରାମପୁର ଅଞ୍ଚଳରେ ଜଣେ ଅର୍କେଷ୍ଟ୍ରା ନୃତ୍ୟଶିଳ୍ପୀ ପୋଲିସକୁ ଯାଇ ଗଣ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ପୀଡିତା ଛତିଶଗଡର ବାସିନ୍ଦା ଏବଂ ଜଣେ ଅର୍କେଷ୍ଟ୍ରା ନୃତ୍ୟଶିଳ୍ପୀ ଭାବରେ କାର୍ଯ୍ୟ କରନ୍ତି। ପୋଲିସ ଏହି ମାମଲାରେ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

    ପାଲାମୁ ପୋଲିସ ଦେଇଥିବା ସୂଚନା ଅନୁଯାୟୀ ପାଲାମୁ ଜିଲ୍ଲାର ବିଶ୍ରାମପୁର ଅଞ୍ଚଳରେ ସୋମବାର ଦିନ ଜଣେ ଅର୍କେଷ୍ଟ୍ରା ନୃତ୍ୟଶିଳ୍ପୀଙ୍କଠାରୁ ଗଣଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ଏହି ତିନି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ପୀଡିତାଙ୍କ ବୟସ ୨୧ ବର୍ଷ ଏବଂ ସେ ଛତିଶଗଡର ବାସିନ୍ଦା। ପୋଲିସ କହିଛି ଯେ ଅଭିଯୁକ୍ତ ବ୍ୟକ୍ତି ଏବଂ ପୀଡିତା ପରସ୍ପରକୁ ଜାଣନ୍ତି ଏବଂ ଗୋଟିଏ ଅର୍କେଷ୍ଟ୍ରା ଗ୍ରୁପରେ ଏକାଠି କାମ କରନ୍ତି। ତୃତୀୟ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

    ସୋମବାର ଝାଡଖଣ୍ଡ ହାଇକୋର୍ଟ ଦୁମକା ଜିଲ୍ଲାର ଜଣେ ସ୍ପେନୀୟ ମହିଳାଙ୍କ ଉପରେ ହୋଇଥିବା ବଳାତ୍କାର ଘଟଣାର ଯାଞ୍ଚ କରି ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କହିଛି । ଏହି ମାମଲାରେ ମାନ୍ୟବର କୋର୍ଟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି), ମୁଖ୍ୟ ସଚିବ ତଥା ପୋଲିସ ଅଧୀକ୍ଷକ (ଏସପି)ଙ୍କୁ ଏହାର ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

    ସୋମବାର ଦିନ ଦୁମକା ପ୍ରଶାସନ ଏହି ଗଣଦୁଷ୍କର୍ମର ପୀଡିତାଙ୍କ ସ୍ୱାମୀଙ୍କୁ କ୍ଷତିପୂରଣ ବାବଦରେ ୧୦ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଶୁକ୍ରବାର ଦିନ ରାଜ୍ୟ ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ହାନସଡିହା ପୋଲିସ ଷ୍ଟେସନ ଅନ୍ତର୍ଗତ କୁରୁମାହାଟରେ ଏହି ବିଦେଶୀ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା,ସେତେବେଳେ ସେ ତାଙ୍କ ସ୍ୱାମୀଙ୍କ ସହ ଏକ ତମ୍ବୁରେ ରାତି କଟାଉଥିଲେ।

  • ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

    ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

    ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଚଣ୍ଡିଖୋଲ ନିକଟ ବେଣାପୁର ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡ଼ ଓ ସାଧାରଣ ସଭାର ଆୟୋଜନ କରାଯାଇଛି। ଗତକାଲି ପୋଲିସ ଡିଜି ଅରୁଣ ଷଡଙ୍ଗୀ ବେଣାପୁର ପଡିଆ ଗସ୍ତ କରି ସୁରକ୍ଷା ବ୍ୟବସ୍ଥାର ଟିକନିକ ଯାଞ୍ଚ କରିଥିଲେ। ଆଜି ଅପରାହ୍ଣରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କାରକେଡ ରିହରସେଲ କରାଯାଇଛି। ଆଜି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ରଞ୍ଜନ କୁମାର ଦାସ, ଯାଜପୁର ଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର, ଏସପି ଭିନିତ ଅଗ୍ରୱାଲଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସମସ୍ତେ ଉତ୍ସଛୁକତାର ସହ ଅପେକ୍ଷା କରିଛନ୍ତି ସେହି ମୁହୂର୍ତ୍ତକୁ।

  • ଆବିଦ୍ ଗ୍ରହଣ କରିପାରିଲାନି ତା’ର ନା, କ୍ଲାସରେ ପଶିଲା ମୁହଁରେ ଏସିଡ୍ ପକାଇଲା

    ଆବିଦ୍ ଗ୍ରହଣ କରିପାରିଲାନି ତା’ର ନା, କ୍ଲାସରେ ପଶିଲା ମୁହଁରେ ଏସିଡ୍ ପକାଇଲା

    କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାରେ ତିନି ଜଣ କଲେଜ ଛାତ୍ରୀଙ୍କ ଉପରେ ଏସିଡ୍ ଆକ୍ରମଣ କରାଯାଇଛି । ଆକ୍ରମଣକାରୀ ଧରାପଡିଛି। ମାଙ୍ଗାଲୁରୁ ସହର ନିକଟ କାଦବାସ୍ଥିତ ସରକାରୀ କଲେଜ ନିକଟରେ ଏହି ଘଟଣା ଘଟିଛି। ଯୁବକଟିର ନାମ ଅବିନ ଏବଂ ସେ କେରଳର ବାସିନ୍ଦା |

    ସେ ପାଠ ପଢି ନିଜ କ୍ୟାରିୟର ଗଢିବାକୁ ଚାହୁଁଥିଲା ଏବଂ ପ୍ରେମରେ ଅବସାଦ ଥିଲା | ସେ କହିଲା ଯେ ଜୀବନରେ ପ୍ରଥମେ କିଛି କର, ପ୍ରେମତ ପରେ ହୋଇପାରିବ | ଏବେ ନିଜ ଭବିଷ୍ୟତ ଏବଂ ବୃତ୍ତି ଉପରେ ଧ୍ୟାନ ଦେବାର ହେଉଛି ସମୟ | ସେ ପରୀକ୍ଷାର ପାଇଁ ପ୍ରସ୍ତୁତିରେ ଲାଗି ପଡିଲା | ଦ୍ୱାଦଶ ପାସ୍ କରିବା ପରେ ସେ କଲେଜ ଯିବାକୁ ପ୍ରସ୍ତୁତ ହେଉଥିଲା । ସ୍କୁଲରେ ତାର ଶେଷ ଦିନ ଥିଲା କାହିଁକିନା ଏ ପରୀକ୍ଷାର ଶେଷ ଦିନ ଥିଲା | ସମସ୍ତ ସାଙ୍ଗସାଥି ଖୁସିଥିଲେ | ସେ ନିଜ ସାଙ୍ଗମାନଙ୍କ ସହିତ କ୍ଲାସରେ ପହଞ୍ଚିଥିଲା , କିନ୍ତୁ ସେ ଜାଣିନଥିଲା ଯେ କିଛି କ୍ଷଣ ମଧ୍ୟରେ ତା ସ୍ୱପ୍ନ ନଷ୍ଟ ହେବାକୁ ଯାଉଛି | ପ୍ରେମରେ କାମୁଖ ଥିବା ସେହି ପାଗଳ ଆସି ତା’ର ସୁନ୍ଦର ମୁହଁରେ ଏସିଡ୍ ଫିଙ୍ଗି ଚାଲିଗଲା | ସେ ଯନ୍ତ୍ରଣାରେ ଚିତ୍କାର କଲା ଏବଂ ପାଖରେ ବସିଥିବା ତାର ଦୁଇ ସାଙ୍ଗ ମଧ୍ୟ ଏସିଡ୍ ଦ୍ୱାରା ଆଘାତ ପାଇଲେ | ଯେଉଁଠି ଛାତ୍ରୀମାନେ ଶାନ୍ତିପୂର୍ଣ୍ଣ ଭାବରେ ପରୀକ୍ଷା ଦେଇଥାନ୍ତେ , ସେଠି ଚିତ୍କାରରେ କ୍ୟାମ୍ପସ ଥରି ଉଠିଲା । ଛାତ୍ରୀମାନଙ୍କୁ ଡାକ୍ତରଖାନା ନିଆଗଲା, ଯେଉଁଠି ସେମାନଙ୍କ ମୁହଁ ପୁରା ଜଳି ଯାଇଥିଲା। ଜଣେ ଛାତ୍ରୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର । ଏଠାରେ ଜଣେ ସନ୍ଦେହୀ ଯୁବକଙ୍କୁ ଗିରଫ କରାଯାଇଛି, ଯିଏ କି କେରଳର ଅବିନ।

    ଏହି ମାମଲା କର୍ଣ୍ଣାଟକର ଦକ୍ଷିଣ କନ୍ନଡ ଜିଲ୍ଲାର କାଦବାଦ ଅଞ୍ଚଳର। ପୋଲିସ୍ ଅଧୀକ୍ଷକ ରିଷାନ୍ତ କହିଛନ୍ତି ଯେ କେରଳର ମାଲାପୁରମ୍ ଜିଲ୍ଲାର ନୀଲାମବୁର ତାଲୁକର ବାସିନ୍ଦା ୨୩ ବର୍ଷୀୟ ଯୁବକ ଅବିନ ମାଲାପୁରମ୍ ଜିଲ୍ଲାର ୧୭ ବର୍ଷୀୟା ଛାତ୍ରୀ ସହ ପୂର୍ବରୁ ପରିଚିତ ଥିଲା , ପରେ ସେହି ଛାତ୍ରୀ ଜଣଙ୍କ କାଦବାଦର ସରକାରୀ ପ୍ରି-ବିଶ୍ୱବିଦ୍ୟାଳୟ କଲେଜରେ ପଢିବାକୁ ଚାଲିଆସିଥିଲା ।

    ସୋମବାର, ଯେତେବେଳେ ଝିଅଟି ଅନ୍ୟ ଦୁଇ ସାଙ୍ଗଙ୍କ ସହିତ ପରୀକ୍ଷା ଲେଖିବାକୁ ପ୍ରସ୍ତୁତ ହେଉଥିଲା, ଠିକ ସେହି ସମୟରେ ଆବୀଦ ଏକ ମାସ୍କ ପିନ୍ଧି ସେଠାରେ ପହଞ୍ଚି ତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲା | ଯାହା ଫଳରେ ତା ଚେହେରା ଏବଂ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ଜଳି ଯାଇଥିଲା | ସେ କହିଥିଲେ ଯେ ଏହି ସମୟରେ ତାଙ୍କ ଉଭୟ ବନ୍ଧୁଙ୍କ ଉପରେ ମଧ୍ୟ ଏସିଡ୍ ପଡିଥିଲା ଯେଉଁଥିପାଇଁ ସେମାନେ ମଧ୍ୟ ଜଳି ଯାଇଥିଲେ। ଅଧିକାରୀ କହିଛନ୍ତି ଯେ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ଅବିନଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ସେ କହିଛନ୍ତି ଯେ ତିନିଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଯେଉଁଠାରେ ସେମାନଙ୍କ ଚିକିତ୍ସା ଚାଲିଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

  • ‘ନୋଟ୍ ପାଇଁ ଭୋଟ୍’ ମାମଲାରେ ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ ରାୟ

    ‘ନୋଟ୍ ପାଇଁ ଭୋଟ୍’ ମାମଲାରେ ସୁପ୍ରିମକୋର୍ଟର ଗୁରୁତ୍ୱପୂର୍ଣ ରାୟ

    ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। ‘ନୋଟ୍ ପାଇଁ ଭୋଟ୍’ ମାମଲାରେ ମାନ୍ୟବର ସୁପ୍ରିମ କୋର୍ଟ ଏହାର ରାୟ ପ୍ରଦାନ କରୁଥିବାବେଳେ ସାଂସଦ ତଥା ବିଧାୟକଙ୍କୁ ଆଇନ୍ ଛାଡ଼ କରିବାକୁ ମନା କରିଦେଇଛି । ସୁପ୍ରିମକୋର୍ଟ କହିଛନ୍ତି ଯେ ବିଧାନସଭାର ଯେକୌଣସି ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଦୁର୍ନୀତି କିମ୍ବା ଲାଞ୍ଚଖୋରୀ ସାର୍ଵଜନିକ ଜୀବନରେ ସଚ୍ଚୋଟତାକୁ ନଷ୍ଟ କରିଦିଏ |

    ସୁପ୍ରିମକୋର୍ଟ ନୋଟ୍-ଭୋଟ୍ ମାମଲାରେ ସୋମବାର ଏକ ବଡ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଏଣିକି ଆଗକୁ ଯଦି କୌଣସି ସାଂସଦ ଗୃହରେ ଭାଷଣ ଦେବା କିମ୍ବା ଭୋଟ୍ ଦେବା ପାଇଁ ଟଙ୍କା ନିଅନ୍ତି, ତେବେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ। ଯାହା ସେମାନଙ୍କୁ ଏବେ ଏହି ପ୍ରସଙ୍ଗରେ ଆଇନଗତ କୌଣସି ସାହାଯ୍ୟ ମିଳିବ ନାହିଁ |

    ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏକ ପ୍ରମୁଖ ନିଷ୍ପତ୍ତି ଶୁଣାଇବାବେଳେ ପୂର୍ବର ନିଷ୍ପତ୍ତିକୁ ରଦ୍ଦ କରିଦେଇଛି। ମୁଖ୍ୟତଃ, ୧୯୯୮ ମସିହାରେ ନରସିଂହ ରାଓଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ୧୯୯୮ରେ, ୫ ଜଣ ବିଚାରପତିଙ୍କ ସମ୍ବିଧାନ ବେଞ୍ଚ 3: 2 ରବହୁମତ ସହ ନିଷ୍ପତ୍ତି ନେଇଥିଲା ଯେ ଏହି ପ୍ରସଙ୍ଗରେ ଜନ ପ୍ରତିନିଧୀଙ୍କ ପ୍ରତି କୋର୍ଟ ଚାଲାଣ କରାଯାଇପାରିବ ନାହିଁ। କିନ୍ତୁ, ସୁପ୍ରିମକୋର୍ଟର ଏହି ନିଷ୍ପତ୍ତିକୁ ବଦଳାଇ ବର୍ତ୍ତମାନ ସାଂସଦ କିମ୍ବା ବିଧାୟକମାନେ ଗୃହରେ ଭୋଟ୍ ଦେବା ପାଇଁ ଲାଞ୍ଚ ନେଇଥିଲେ ଆଇନର ମୋକଦ୍ଦମାରୁ ମୁକୁଳି ପାରିବେ ନାହିଁ।

  • ଦଳ ମତେ କ’ଣ ଦେବ ତାକୁ ହିଁ ଅପେକ୍ଷା: ଅମରେଶ

    ଦଳ ମତେ କ’ଣ ଦେବ ତାକୁ ହିଁ ଅପେକ୍ଷା: ଅମରେଶ

    ଦୀର୍ଘ ୨୫ ବର୍ଷ ଧରି ଛାତ୍ର ରାଜନୀତି ଠାରୁ ଆରମ୍ଭ କରି ଲୋକଙ୍କ ସେବା ଜାରି ରଖିଛି । ଆଗକୁ ଏହି ଧାରା ଜାରି ରଖିବି । ଯେଉଁ ବନ୍ଧୁମାନେ ମତେ ସବୁବେଳେ ସହାୟତା କରିଛନ୍ତି ସେମାନଙ୍କ ପାଇଁ ଏକ ଭୋଜିଭାତର ଆୟୋଜନ କରିଛି । ମତେ ଭଲପାଉଥିବା ଲୋକଙ୍କ ସହିତ ମୁଁ ସର୍ବଦା ରହିଛି । ଏମିତି କିଛି ଭାବପ୍ରବଣତା ଆନ୍ଦାଜରେ ନିଜର କୋହ ପ୍ରକାଶ କରିଛନ୍ତି ବିଜେଡି ନେତା ଅମରେଶ ଜେନା । ଦଳ ପାଇଁ ବହୁତ କିଛି କରିଛି । ଏବେ ଦଳ ମତେ କଣ ଦେବ ତାକୁ ହିଁ କେବଳ ଅପେକ୍ଷା ।

    ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଙ୍କ ଉପରେ ଆସ୍ଥା ରଖି ନିରନ୍ତର ଜନସମ୍ପର୍କ ଜାରି ରଖିଛନ୍ତି । ଆଜି ସେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଫୁଲ୍ ଦମରେ ମଧ୍ୟ ଭୁବନେଶ୍ବର ପାଇଁ ଏବେ ଟିକେଟ ଆଶାରେ ଆଗେଇ ଚାଲିଛନ୍ତି ବିଜେଡିର ଅମରେଶ ଜେନା । ସେ ଏଥର ଦଳ ପକ୍ଷରୁ ଟିକେଟ ଆଶା ରଖିଥିବା ବେଳେ ତାଙ୍କ ସମର୍ଥକଙ୍କ ଆଗରେ ଭାବୁକ ହୋଇଯାଇଥିଲେ ।

    ବିଏମସିର ୪୫ ନମ୍ବର ୱାର୍ଡର କର୍ପୋରେଟର ଥିବା ଅମରେଶ କେବଳ ଦଳୀୟ ଟିକେଟ୍ ଲବିରେ ନାହାନ୍ତି ବରଂ ଖୋଲାଖୋଲି ଭାବେ ବିଧାୟକ ଅନନ୍ତ ଜେନାଙ୍କୁ ସେ ଚେତାବନୀ ଦେଇଛନ୍ତି । ଏଥର ଅମରେଶ ବିଜେଡିର ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକଟ ଆଶାୟୀ ଭାବରେ ଆଗରେ ଥିବା ବେଳେ ତାଙ୍କ ପଛରେ ରୁଦ୍ର ସାମନ୍ତରାୟ ମଧ୍ୟ ପାଇଁ ମୁଣ୍ଡ ଟେକିଲେଣି ।

    ସେହିଭଳି ଭାବେ ଆମେରେଶ ଜେନା ଆଜି କଳ୍ପନା ଠାରେ ଏକ ବନ୍ଧୁ ମିଳନ କରି ପାଖାପାଖି ୧୨ ହଜାର ଲୋକଙ୍କୁ ଏକାଠି କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅମରେଶ ବିଜେଡି ଦଳରେ ଦୀର୍ଘ ୪ ଥର କର୍ପୋରେଟର ଭାବେ ରହିଛନ୍ତି ୨୦ ବର୍ଷ ଦଳ ପାଇଁ କାମ କରିଛନ୍ତି । ଦଳ ତାଙ୍କୁ ଏଥର ଟିକେଟ ଦେବ ବୋଲି ସେ ବିଶ୍ବାସ କରିଛନ୍ତି ।

  • ମୋଦୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ଆକ୍ଟିଭ୍

    ମୋଦୀଙ୍କ ଗସ୍ତକୁ ନେଇ ବିଜେପି ଶିବିର ଆକ୍ଟିଭ୍

    ମୋଦୀଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ବିଜେପି ଶିବିର। ଆସନ୍ତା ୫ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ବଡ଼ଚଣା ନିର୍ବାଚନମଣ୍ଡଳୀର ଚଣ୍ଡିଖୋଲ ନିକଟସ୍ଥ ବେଣାପୁର ପଡ଼ିଆରେ ଏନେଇ ପ୍ରସ୍ତୁତି ଆରମ୍ଭ ହେଇଛି। ଯାଜପୁର ଚଣ୍ଡିଖୋଲରେ କରିବେ ବିରାଟ ଜନସମାବେଶକୁ ସମ୍ବୋଧନ।

    ଏଥିପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଉପରେ ରହିଛି କଡା ନଜର। ସଭାସ୍ଥଳ ପାଇଁ ଟେଣ୍ଟ ବନ୍ଧା ଚାଲିଛି। ସେପଟେ ଜିଲ୍ଲା ସଭାପତି ଗୌତମ ରାୟ ସଭା ସ୍ଥଳକୁ ଯାଇ ସେଠାରେ ଚାଲିଥିବା ଆୟୋଜନର କରିଛନ୍ତି ସମୀକ୍ଷା। ସେଠାରେ କାର୍ଯ୍ୟରତ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ବହୁ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ସାଧାରଣ ସଭାକୁ ଉଦବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

  • ଦୁଷ୍କର୍ମ ପରେ ବସିଲା କଙ୍ଗାରୁ କୋର୍ଟ, ଥାନାରେ ଗ୍ରାମର ମହିଳା

    ଦୁଷ୍କର୍ମ ପରେ ବସିଲା କଙ୍ଗାରୁ କୋର୍ଟ, ଥାନାରେ ଗ୍ରାମର ମହିଳା

    ଶିଶୁ ଓ ମହିଳାଙ୍କ ସୁରକ୍ଷା ପାଇଁ ଦେଶରେ ଅଛି ଅନେକ ଆଇନ, କିନ୍ତୁ ଆମ ଲୋକମାନଙ୍କ ମାନସିକତା ପାଇଁ ଅନେକ ନିରୀହ ଶିଶୁ ଯୌନ ଉତ୍ପୀଡନର ଶିକାର ହେଲେ ମଧ୍ୟ ପାଉ ନାହାନ୍ତି ନ୍ୟାୟ। ନ୍ୟାୟ ଦେବେ କଣ କଙ୍ଗାରୁ କୋର୍ଟ ବସାଇ ଝିଅର ଇଜ୍ଜତର ମୂଲ୍ଯ କିଛି ଟଙ୍କାରେ ଗଣତି କରିବା ସହ ଥାନାକୁ ନ ଯିବାକୁ ଦେଉଛନ୍ତି ପରାମର୍ଶ। ଏପରି ଏକ ଲଜ୍ଜାଜନକ ଘଟଣା ଘଟିଯାଇଛି ଯାଜପୁର ଜିଲ୍ଲାରେ।

    ରସୁଲପୁର ବ୍ଲକରେ ଜଣେ ୧୨ ବର୍ଷର ନାବାଳିକାକୁ ରାତିରେ ଏକାକୀ ପାଇ ଗାଁର ଜଣେ ୭୦ ବର୍ଷୀୟ ବୃଦ୍ଧ ତାର ଘରକୁ ନେଇ ଦୁଷ୍କର୍ମ କରିବା ସହ ଘରେ କାହାରିକୁ ଏହି କଥା କହିଲେ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି । ତେବେ, ପୀଡିତାର ଭଉଣୀ ଏହା ଦେଖି ଘରେ କହିଥିଲା। ଘଟଣାଟି ଜଣା ପଡିବା ପରେ ସାହି ପଡିଶା ଅଭିଯୁକ୍ତକୁ ଧରି ପୋଲିସର ଜିମା ଦେବେ କଣ, ପୀଡିତାର ପରିବାରକୁ ୫ ହଜାର ଟଙ୍କା ଦେବା ସହ ଥାନାକୁ ନ ଯିବାକୁ କହିଥିଲେ। ଏଥିସହ ପୀଡିତାର ବାପାକୁ ଭୁଲ ମାଗିଥିଲା ଅଭିଯୁକ୍ତ।

    ଏହି କଙ୍ଗାରୁ କୋର୍ଟର ଫୈସଲାକୁ ପୀଡିତା ଓ ତାର ମା’, ବାପା ଗ୍ରହଣ ନ କରି ବ୍ରହ୍ମବରଦା ଥାନାରେ ଏତଲା ଦେଇଥିଲେ। ଏହା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି। ସେପଟେ ଅଭିଯୋଗକୁ ୬ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଗାଁର ଏକାଧିକ ମହିଳା ପୀଡିତାକୁ ନ୍ୟାୟ ଦେବାକୁ ଥାନାକୁ ଆସିଥିବା ଦେଖିବାକୁ ମିଳିଛି।

    ତେବେ ଏପରି ଘଟଣା ଦେଖିବା ପରେ ଲଜ୍ଜାରେ ମୁଣ୍ଡ ନଇଁ ଯାଉଛି। ଆମ ଦେଶରେ ଶିଶୁ ଓ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ମଧ୍ୟରୁ ଅଧିକାଂଶ ସମ୍ପର୍କୀୟ, ପରିବାର ବର୍ଗଙ୍କ ଦ୍ବାରା ହୋଇଥାଏ। ତଥାପି ଲୋକଙ୍କ ଭିତରେ ଆସୁନି ପରିବର୍ତ୍ତନ।

  • ବାଁସୁରୀ ନିଜ ମା’ଙ୍କ କେଉଁ ପ୍ରତିଶୃତିକୁ କଲେ ପୂରଣ ?

    ବାଁସୁରୀ ନିଜ ମା’ଙ୍କ କେଉଁ ପ୍ରତିଶୃତିକୁ କଲେ ପୂରଣ ?

    ଲୋକସଭା ନିର୍ବାଚନ ୨୦୨୪: ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟରେ ମେଣ୍ଟ ହୋଇସାରିଛି । ବିଜେପିକୁ ରୋକିବା ପାଇଁ ଉଭୟ ଦଳ ଦିଲ୍ଲୀର ୭ ଟି ଲୋକସଭା ଆସନରେ ଏକାଠି ନିର୍ବାଚନ ଲଢୁଛନ୍ତି। ଆମ୍ ଆଦମୀ ପାର୍ଟି ୪ ଟି ଆସନରେ ଏବଂ କଂଗ୍ରେସ ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। (ଆପ) ଦିଲ୍ଲୀରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି। ସେପଟେ ବିଜେପି ମଧ୍ୟ ୫ ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି।

    ନୂଆଦିଲ୍ଲୀ ଲୋକସଭା ଆସନ ପାଇଁ ଆମ ଆଦମୀ ପାର୍ଟି ସୋମନାଥ ଭାରତୀଙ୍କୁ ଟିକେଟ ଦେଇଛି । ଯେଉଁଠି ବିଜେପି ଏହି ଆସନ ପାଇଁ ବାଁସୁରୀ ସ୍ୱରାଜଙ୍କ ନାମ ଘୋଷଣା କରିଛି। ଅର୍ଥାତ୍ ନୂଆଦିଲ୍ଲୀ ଆସନରେ ସୋମନାଥ ଭାରତୀ ଏବଂ ବିଜେପି ପ୍ରାର୍ଥୀ ବାଁସୁରୀ ସ୍ୱରାଜଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦୀତା ହେବ।

    ନୂଆଦିଲ୍ଲୀ ଆସନରୁ ବର୍ତମାନର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ଟିକେଟ୍ ବାତିଲ କରି ବାଁସୁରୀ ସ୍ୱରାଜଙ୍କୁ ଟିକେଟ୍ ଦେଇଛି। ଏହି ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଏଲ.କେ ଆଡଭାନୀ ସାଂସଦ ରହି ଆସିଥିଲେ। ବାଁସୁରୀ ହେଉଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ, ଯିଏକି ୨୦୧୯ ରେ ମୃତ୍ୟୁବରଣ କରିଥିଲେ | ୪୨ ବର୍ଷ ବୟସ୍କା ବାଁସୁରୀ ବୃତ୍ତି ଅନୁଯାୟୀ ଜଣେ ଓକିଲ ଏବଂ ୧୬ ବର୍ଷ ଧରି ଓକିଲାତି କରୁଛନ୍ତି |

    ଖୁବ୍ କମ୍ ଲୋକ ଜାଣନ୍ତି ଯେ ସୁଷମା ସ୍ୱରାଜ ତତ୍କାଳୀନ ସଲିସିଟର ଜେନେରାଲ୍ ହରିଶ ସାଲଭେଙ୍କୁ ଏକ ପ୍ରତିଶୃତି ଦେଇଥିଲେ। ହେଲେ , ସେ ତାଙ୍କ ପ୍ରତିଶୃତି ପୂରଣ କରିପାରିନଥିଲେ, କିନ୍ତୁ ସୁଷମା ସ୍ୱରାଜଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ବାଁସୁରୀ ମା’ ଦେଇଥିବା ପ୍ରତିଶୃତିକୁ ପୂରଣ କରିଥିଲେ।

    ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସ ରେ କୁଲଭୂଷଣ ଯାଦବଙ୍କ କେସ ଲଢ଼ିବା ପାଇଁ ସାଲଭେ ମାତ୍ର ୧ ଟଙ୍କା ଫିସ ନେଇଥିଲେ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୁଷମା ସ୍ୱରାଜ ହରିଶ ସାଲଭେଙ୍କୁ ଫୋନ କରି ଘରକୁ ଆସ ଏବଂ ଆପଣଙ୍କ ୧ ଟଙ୍କା ଫିସ ନେଇଯିବାକୁ କହିଥିଲେ। ସାଲଭେ ତାଙ୍କ ଫି ନେବା ପୂର୍ବରୁ ସୁଷମା ସ୍ୱରାଜଙ୍କ ଦେହାନ୍ତ ହୋଇ ଯାଇଥିଲା। ସୁଷମା ସ୍ୱରାଜଙ୍କ ମୃତ୍ୟୁର କିଛି ଦିନ ପରେ ଝିଅ ବାଁସୁରୀ ହରିଶ ସାଲଭେଙ୍କୁ ଭେଟି ତାଙ୍କୁ ୧ ଟଙ୍କା ଦେଇଥିଲେ ଯାହା ତାଙ୍କ ମା ସାଲଭେଙ୍କୁ ପ୍ରତିଶୃତି ଦେଇଥିଲେ।

  • ଭାଇର ମୃତ୍ୟୁକୁ ସହି ନ ପାରି ମରଣକୁ ଆପଣେଇ ନେଲା ଭଉଣୀ

    ଭାଇର ମୃତ୍ୟୁକୁ ସହି ନ ପାରି ମରଣକୁ ଆପଣେଇ ନେଲା ଭଉଣୀ

    ସାରା ଗାଁ ସ୍ତବ୍ଧ। କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ। କେଡେ ନିଷ୍ଟୁର ଏ ବିଧାତା। ଗୋଟିଏ ଦିନରେ, ଗୋଟିଏ ସମୟରେ ଭାଇ ଭଉଣୀଙ୍କର ଜୁଇ ଜଳିବ। ସକାଳେ ବଡ଼ ଭାଇର ହୋଇଥିବା ମୃତ୍ୟୁକୁ ସହି ନ ପରି ମୃତ୍ୟୁବରଣ କରିଛି ଭଉଣୀ । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ କୋଠାର ପାଟଣା ସାହିରେ । ଅନେକ ଦିନ ଧରି ପାଟଣା ସାହିରେ ରହୁଥିବା ଦୁଇ ଭାଇ କାଳନ୍ଦୀ ବେହେରା ଓ ବିଦ୍ୟାଧର ବେହେରାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ସବୁବେଳେ ଜମିବାଡ଼ିକୁ କେନ୍ଦ୍ର କରି ଭାଇ ଭାଇଙ୍କ ମଧ୍ୟରେ ହେଉଥିଲା ଝଗଡ଼ା । ଶନିବାର ଦିନ ଘର ଛପରକୁ କେନ୍ଦ୍ର କରି ଉଗ୍ର ରୂପ ନେଇଥିଲା ସେମାନଙ୍କ ଗଣ୍ଡୋଗଳ । ଏହି ଝଗଡାରେ ମ୍ରିୟମାଣ ହୋଇପଡିଥିଲେ ବିଦ୍ୟାଧରଙ୍କ ୨୨ ବର୍ଷର ପୁଅ ସନାତନ ବେହେରା । ଏହାପରେ ସେ ମୃତ୍ୟୁବରଣ କରିବାକୁ ନିଷ୍ପତ୍ତି ନେଲେ ।

    ତାଙ୍କ ମୃତ୍ୟୁରେ ସାରା ପରିବାର ହତବାକ ହୋଇଯାଇଥିଲା । ପୁଅର ଅପ୍ରାକୃତିକ ମୃତ୍ୟୁକୁ ନେଇ ପୋଲିସ ତନାଘନା ଚାଲିଥିବା ବେଳେ ମଧ୍ୟାହ୍ନରେ କାଳନ୍ଦୀ ବେହେରାଙ୍କ ୨୯ ବର୍ଷର ଝିଅ ନିରୁପମା ବେହେରା ମଧ୍ୟ ଦାଦା ପୁଅ ଭାଇର ପଥର ପଥିକ ସାଜିଥିଲା । ସମ୍ପତି ପାଇଁ ଦୁଇ ଭାଇ ଝଗଡା କରୁଥିବା ବେଳେ ବେଳେ ସେମାନଙ୍କ ପିଲାଙ୍କ ଭିତରେ ଥିବା ଅନାବିଳ ସମ୍ପର୍କରେ ସ୍ତମ୍ବିଭୁତ ହୋଇଯାଇଥିଲା ସାରା ଗାଁ । ଅନ୍ତରର ବେଦନା ଆଖିର ଲୁହ ହୋଇ ଝରି ଯାଉଥିଲା । ଯେଉଁ ପିଲାଙ୍କ ଭବିଷ୍ୟତ ପାଇଁ ଜମିବାଡି ହାତେଇବାକୁ ଦୁଇ ଭାଇ ମଧ୍ୟରେ ଲାଗିରହିଥିଲା ବିବାଦ, ସେହି ଜମିତ ଅଛି ହେଲେ ନାହାନ୍ତି ପିଲାମାନେ । ଏହି ଘଟଣାରେ ପୋଲିସ ଦୁଇଟି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଏଠାରେ କହିରଖୁଛୁ କି, ସନାତନ ବାହାରେ ରହି କାମ କରୁଥିବା ବେଳେ କିଛି ଦିନ ତଳେ ଗାଁକୁ ଆସିଥିଲେ ।

    ଭଦ୍ରକରୁ ଶୁଭ୍ରକାନ୍ତ ରାଉତରାୟଙ୍କ ରିପୋର୍ଟ