ବାହାଘର ପାଇଁ ଥିବା ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

ଦିନ କେଇଟା ପରେ ହୋଇଥାନ୍ତା ବାହାଘର । ହେଲେ ରାତିରେ ଆସିଲେ ଦୁର୍ବୃତ୍ତ ଆଉ ଘନ ଆନ୍ଧାରରେ ଘରେ କଳା କନା ବୁଲାଇ ଚାଲିଗଲେ । ଏମିତି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ସହର ଉପକଣ୍ଠ ଚାରିଘରିଆ ଗ୍ରାମରୁ । ଏବେ କିଛି ଦିନ ହେବ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସେହି ଗ୍ରାମରେ ରହୁଥିବା ଅମୀୟ ରଞ୍ଜନ ନାୟକ ରାତିରେ ଶୋଇଥିବା ବେଳେ ତାଙ୍କ ଘରେ ପଶି ବାହାଘର ପାଇଁ ଥିବା ୫ ଲକ୍ଷ ଚାଳିଶି ହଜାର ଟଙ୍କା ସମେତ ପ୍ରାୟ ୬ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରିନେଇଛନ୍ତି । ଅମୀୟଙ୍କ କହିବା ଅନୁଯାୟୀ, ଯେଉଁ ଘରେ ଚୋରି ହୋଇଛି ସେ ଘରେ କେହି ନଥିଲେ । ତେବେ ଭାଇର ବାହାଘର ପାଇଁ ରଖିଥିବା ଟଙ୍କା ଓ ସୁନା ଗହଣା ଚୋରି ହୋଇଯିବା ଫଳରେ ଏବେ ଚିନ୍ତାରେ ଅମୀୟଙ୍କ ପରିବାର । ଚୋରି ଖବର ପାଇ ଘଟଣା ସ୍ଥଳରେ ଭଦ୍ରକ ସହରାଞ୍ଚଳ ପୋଲିସ ପହଁଛି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *