Tag: suchanatv24x7

  • ଅମିତାଭ ବଚ୍ଚନଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଛି: ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

    ଅମିତାଭ ବଚ୍ଚନଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଛି: ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

    ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଛି । ୮୧ ବର୍ଷୀୟ ବିଗ୍ ବି ଶୁକ୍ରବାର ସକାଳ ୬ ଟାରେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗଣମାଧ୍ୟମ ଦୈନିକ ଭାସ୍କର ଦ୍ୱାରା ଏହି ସୂଚନା ମିଳିଛି ।

    ଠଗ୍ସ ଅଫ୍ ହିନ୍ଦୋସ୍ତାନର ସେଟରେ ଆହତ ହୋଇଥିଲେ ଅମିତାଭ
    ୨୦୧୮ ଚଳଚ୍ଚିତ୍ର ଠଗ୍ସ ଅଫ୍ ହିନ୍ଦୁସ୍ତାନରେ ଏକ ଆକ୍ସନ୍ ଦୃଶ୍ୟ ପ୍ରଦର୍ଶନ କରୁଥିବାବେଳେ ସେ କାନ୍ଧରେ ଆଘାତ ପାଇଥିଲେ | ଯଦିଓ ଏହି ଆଘାତ ଗୁରୁତର ନଥିଲା | ଡ଼ମୀ ବ୍ୟବହାର କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା କିନ୍ତୁ ସେ ନିଜେ ଏହି ଦୃଶ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ।

    କେବିସି ୧୪ ର ସୁଟିଂ ସମୟରେ ଗୋଡର ଶିରା କଟି ଯାଇଥିଲା |
    ୨୦୨୨ ମସିହାରେ କୌନ ବନେଗା କୋରଡ଼ପତି ୧୪ ର ସୁଟିଂ ସମୟରେ ଅମିତାଭ ବଚ୍ଚନଙ୍କ ଗୋଡରେ ଥିବା ଶିରା ଏକ ମେଟାଲ ଖଣ୍ଡ ଦ୍ୱାରା କଟି ଯାଇଥିଲା | ସେଟରେ ତାଙ୍କ ମାଂସପେଶୀରୁ ବହୁତ ରକ୍ତସ୍ରାବ ହୋଇଥିଲା, ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

    ଦୁଇଦୁଇ ଥର କୋଭିଡ୍ ପଜିଟିଭ୍ ର ଶିକାର ହୋଇଥିଲେ |
    ଅମିତାଭ ୨୦୨୦ ରେ ଟୁଇଟ୍ କରି ସୂଚନା ଦେଇଥିଲେ ଯେ ସେ କୋଭିଡ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ପୁଅ ଅଭିଷେକ ମଧ୍ୟ ପଜିଟିଭ ଥିଲେ। ଚିକିତ୍ସା ପାଇଁ ବିଗ୍ ବି ଦୁଇମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ, ୨୦୨୨ରେ ଅମିତାଭ ମଧ୍ୟ କୋଭିଡରେ ସଂକ୍ରମିତ ହୋଇଥିଲେ।

    ୨୦୨୨ ଦୀପାବଳି ପୂର୍ବରୁ ମଧ୍ୟ ଅମିତାଭ ଆହତ ହୋଇଥିଲେ
    ଦୀପାବଳି ପୂର୍ବରୁ ଅମିତାଭଙ୍କ ଗୋଡର ଶିରା କଟିବା ବିଷୟରେ ସୂଚନା ଦେଇଥିଲେ। ସେ ନିଜେ ଏକ ବ୍ଲଗ୍ ମାଧ୍ୟମରେ କହିଥିଲେ ଯେ ତାଙ୍କ ଗୋଡରେ ଥିବା ଶିରା କଟିବା ସମୟରେ ବହୁତ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଡାକ୍ତରଖାନା ପରିଦର୍ଶନ କରିବାକୁ ପଡି ଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କ ଗୋଡ ସିଲେଇ କରିଥିଲେ। ଅମିତାଭ ବଚ୍ଚନ ତାଙ୍କ ବ୍ୟକ୍ତିଗତ ବ୍ଲଗ୍ ମାଧ୍ୟମରେ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ।

    ଅବହେଳା ହେତୁ ବିଗ୍ ବି ହେପାଟାଇଟିସ୍ ବି ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତରେ ସଂକ୍ରମିତ ହୋଇଥିଲେ ।
    ୨୦୦୦ ରେ ଅମିତାଭ ବଚ୍ଚନ ଜାଣିବାକୁ ପାଇଲେ ଯେ ତାଙ୍କର ହେପାଟାଇଟିସ୍ ବି ଅଛି। ପ୍ରକୃତରେ ଏହି ରୋଗ ଅବହେଳାର ଫଳାଫଳ | ଯେତେବେଳେ କୁଲି ସେଟରେ ଦୁର୍ଘଟଣା ପରେ ବିଗ୍ ବି ରକ୍ତ ଆବଶ୍ୟକ କରୁଥିଲା, ସେଠାରେ ରକ୍ତଦାତାମାନଙ୍କ ଭିଡ଼ ଜମିଥିଲା ​​| ତାଙ୍କୁ ୨୦୦ ଦାତାଙ୍କଠାରୁ ୬୦ ବୋତଲ ରକ୍ତ ଦିଆଯାଇଥିଲା।

  • ଆରବିଆଇ(RBI)ର ଶକ୍ତ ନିର୍ଦ୍ଦେଶ ପରେ ପେଟିଏମ୍ ୟୁଜର୍ସଙ୍କ ମୁଣ୍ଡରେ ଚିନ୍ତା

    ଆରବିଆଇ(RBI)ର ଶକ୍ତ ନିର୍ଦ୍ଦେଶ ପରେ ପେଟିଏମ୍ ୟୁଜର୍ସଙ୍କ ମୁଣ୍ଡରେ ଚିନ୍ତା

    ଆଉ ମାତ୍ର ଗୋଟିଏ ଦିନ ପରେ ବନ୍ଦ ହେବ ପେଟିଏମ୍ । ତେଣୁ, ଏବେ ପେଟିଏମ୍ ୟୁଜର୍ସଙ୍କ ମୁଣ୍ଡକୁ ଘାରିଛି ପେଟିଏମ ଚିନ୍ତା । ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଡିପୋଜିଟ୍ ଏବଂ କ୍ରେଡିଟ୍ ଟ୍ରାଞ୍ଜାକ୍ସନ କାରବାର ମାର୍ଚ୍ଚ ୧୫ ତାରିଖ ପରଠାରୁ ବନ୍ଦ ହେବ । ପେଟିଏମକୁ ନେଇ ଦେଖା ଦେଇଥିବା ବିବାଦ ପରେ ଆକ୍ସନ ମୋଡକୁ ଆସିଥିଲା ଆରବିଆଇ । ନିୟମ ଉଲ୍ଲଂଘନ ଦର୍ଶାଇ ଆରବିଆଇ ଜାନୁଆରୀ ୩୧ରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା।

    ଆରବିଆର ଏକ ରିପୋର୍ଟ ମୁତାବକ, ସଠିକ୍ ପରିଚୟ ବିନା ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ହଜାର ହଜାର ଆକାଉଣ୍ଟ ଖୋଲା ଯାଇଥିଲା । ଯାହାଦ୍ୱାରା ଅର୍ଥ ହେରଫେର ଭଳି ବେଆଇନ କାରବାରର ଆଶଙ୍କା ଦେଖାଦେଇଥିଲା ।

    ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରା ଏହାକୁ ନେଇ କହିଥିଲେ ଯେ, ପେଟିଏମ ଉପରେ ଯାଞ୍ଚ କରାଯିବ । ତେଣୁ, ଅସ୍ଥାୟୀ ଭାବେ ସେବାକୁ ବନ୍ଦ କରାଯାଉଛି ।

    ତେବେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ବନ୍ଦ ହେବା ପରେ ଏଥିରେ କଣ କଣ ପରିବର୍ତ୍ତନ ହେବ?

    ପ୍ରଥମତଃ ଗ୍ରାହକ ନିଜ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ନାହିଁ, କିନ୍ତୁ ମାର୍ଚ୍ଚ ୧୫ ପରେ ବି ଟଙ୍କା ଉଠାଣ କିମ୍ବା ଟ୍ରାନ୍ସଫର କରିପାରିବେ।

    ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ସାଲାରି କ୍ରେଡିଟ୍, ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର କିମ୍ବା ସବସିଡି ଉପଲବ୍ଧ ହେବ ନାହିଁ, କିନ୍ତୁ ରିଫଣ୍ଡ, କ୍ୟାସବ୍ୟାକ୍ ଏବଂ ସ୍ୱିପ୍ ଇନ୍ ପାଇଁ ଅନୁମତି ମିଳିବ।

    ମାର୍ଚ୍ଚ ୧୫ ପରେ ଗ୍ରାହକ ମାନେ ଟପ୍-ଅପ୍ କିମ୍ବା ୱାଲେଟରେ ଟଙ୍କା ଟ୍ରାନ୍ସଫର ଭଳି ସୁବିଧା ପାଇପାରିବେ ନାହିଁ। ଯଦି ସେମାନଙ୍କ ଆକାଉଣ୍ଟରେ ବାଲାନ୍ସ ଥାଏ, ତେବେ ପେମେଣ୍ଟ କରିପାରିବେ।

    ଗ୍ରାହକ ମାନେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ସେମାନଙ୍କର FASTag ରିଚାର୍ଜ କରିପାରିବେ ନାହିଁ।

    ପେଟିଏମ୍ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଏନସିଏମସି କାର୍ଡରେ ରିଚାର୍ଜ କିମ୍ବା ଟପଅପ୍ ହେବ ନାହିଁ ।

  • ପାରାଦୀପର ବିଭିନ୍ନ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ କୁ ୧ କୋଟି ୬୨ ଲକ୍ଷ ଟଙ୍କାର ଅନୁଦାନ

    ପାରାଦୀପର ବିଭିନ୍ନ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ କୁ ୧ କୋଟି ୬୨ ଲକ୍ଷ ଟଙ୍କାର ଅନୁଦାନ

    ମାନ୍ୟବର ମୁଖ୍ୟନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ପାରାଦ୍ଵୀପ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ପାରାଦ୍ଵୀପର ସର୍ବାଙ୍ଗୀନ ବିକାଶ ପାଇଁ ସର୍ବଦା ତତ୍ପର ମାନ୍ଯବର ମୁଖ୍ଯମନ୍ତ୍ରୀ । ବନ୍ଦର ଅଞ୍ଚଳର ୨୦ ଟି ବିଭିନ୍ନ ମଠ, ମନ୍ଦିର, ମସଜିଦ ଓ ଚର୍ଚ୍ଚ କୁ ୧ କୋଟି ୬୨ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି। ଯାହାକୁ ପାରାଦ୍ଵୀପ ବାସୀ ସ୍ବାଗତ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଙ୍କ ପାରାଦ୍ଵୀପ ଗ୍ରସ୍ତ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା ପ୍ରସ୍ତାବ ଗୁଡିକୁ ଅନୁମୋଦନ କରାଯାଇଛି।ଗୁରୁବାର ଅପରାହ୍ନ ରେ ପୌରପରିଷଦ ବୈଠକ ଗୃହରେ ଅନୁଷ୍ଠିତ ସଭାରେ ସବୁ କମ୍ୟୁନିଟି ର ବରିଷ୍ଠ କର୍ମକର୍ତ୍ତା ପହଞ୍ଚି ଧନ୍ୟବାଦ ଅର୍ପଣ କରିଛନ୍ତି।

  • ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ୧୨ଦଫା ଦାବି

    ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ୧୨ଦଫା ଦାବି

    କୃଷକ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ୧୨ଦଫା ଦାବି ନେଇ ଏକ ଦାବିପତ୍ର ଯାଜପୁର ଜିଲା ପ୍ରଶାସନ କୁ ପ୍ରଦାନ କରାଯାଇଛି। ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ ର ଉଚିତ ମୂଲ୍ୟ ବୃଦ୍ଧି, କୃଷକ ମାନଙ୍କୁ ଭତା, ସ୍ୱାସ୍ଥ୍ୟ ସୁବିଧା ସମେତ ଅନ୍ୟାନ୍ୟ ଦାବି ନେଇ ରାଜ୍ୟ ସରକାରଙ୍କ ଉଦେଶ୍ୟ ରେ ଏହି ଦାବୀ ପତ୍ର ଯାଜପୁର ଜିଲପାଳ ଶୁଭଂକର ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି। ଯୁବ ଭାରତ କୃଷକ ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ପ୍ରଭାକର ନାୟକ ଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଯାଜପୁର ଜିଲାପାଳଙ୍କ ଅଫିସରେ ପହଞ୍ଚି ଜିଲା ପ୍ରଶାସନ କୁ ଏହି ଦାବି ପତ୍ର ପ୍ରଦାନ କରିଥିଲେ । ଏହି ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଅବସରରେ ସଙ୍ଗଠନ ର ଜିଲା ସଭାପତି ରାଜ କିଶୋର ସାମଲ, ଉପଦେଷ୍ଠା କୁଳମଣି ଶୁକ୍ଳ ଙ୍କ ସମେତ ଶତାଧିକ କର୍ମୀ ଓ କୃଷକ ନେତା ସାମିଲ ହୋଇ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ।

  • ଦେଶୀ ମଦ ଦୋକାନକୁ ବିରୋଧ

    ଦେଶୀ ମଦ ଦୋକାନକୁ ବିରୋଧ

    ପ୍ରସ୍ତାବିତ ଦେଶୀ ମଦ ଦୋକାନ କୁ ବିରୋଧ କରି ଯାଜପୁର ଜିଲପାଳଙ୍କ ଦ୍ଵାରସ୍ଥ ହେଲେ ଶତାଧିକ ମହିଳା ଓ ଗ୍ରାମବାସୀ । ଯାଜପୁର ଜିଲା ବରୀ ବ୍ଲକ ଅରଙ୍ଗାବାଦ ରେ ପ୍ରସ୍ତାବିତ ଦେଶୀ ମଦ ଦୋକାନ କୁ ବିରୋଧ କରି ଯାଜପୁର ଜିଲ୍ଲା ପ୍ରଶାସନ କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସରପଂଚ ନିରୂପମା ମଲ୍ଲିକ ଙ୍କ ନେତୃତ୍ୱରେ ପଂଚାୟତ ବାସୀ ଆସି ଜିଲାପାଳ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଦେଶୀ ମଦ ଦୋକାନ କୁ ବନ୍ଦ କରିବାକୁ ଦାବି କରିଛନ୍ତି। ଏଠାରେ ମଦ ଦୋକାନ ଖୋଲା ଗଲେ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଏହି ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଏହି ପ୍ରସ୍ତାବିତ ମଦ ଦୋକାନ ବନ୍ଦ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

  • ଆଞ୍ଚଳିକ ବିକାଶରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ତ୍ୱପୁର୍ଣ

    ଆଞ୍ଚଳିକ ବିକାଶରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ତ୍ୱପୁର୍ଣ

    କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେବରିଷ୍ଟ ସାମ୍ବାଦିକ ତଥା ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ ସଭାପତି ପ୍ରଶନ୍ନ ମହାନ୍ତି ଯୋଗ ଦେଇଥିଲେ, ଗ୍ରାମାଞ୍ଚଳ ରେ କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କ ଭୂମିକା ଅଞ୍ଚଳ ର ସାମୁହିକ ବିକାଶ କ୍ଷେତ୍ର ରେ ବେଶ ଗୁରୁତ୍ତ୍ୱ ପୁର୍ଣ,ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ସରକାର ଦୁଷ୍ଟି ଦେବା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରେ ଦାବି କରାଯାଇଥିଲା,ଏହି କାର୍ଯ୍ୟକ୍ରମ ରେ ସବୁ ବର୍ଗ ର ଲୋକ ମାନେ ସାମିଲୀ ହୋଇ ଥିଲେ,

  • ଗାଡି ମାଡ଼ିଗଲା ଘର ଉପରେ ଅଲ୍ପକେ ବର୍ତ୍ତିଲେ ବ୍ଯକ୍ତି, ଘଟଣା ସ୍ଥଳରେ ପୋଲିସର ତଦନ୍ତ

    ଗାଡି ମାଡ଼ିଗଲା ଘର ଉପରେ ଅଲ୍ପକେ ବର୍ତ୍ତିଲେ ବ୍ଯକ୍ତି, ଘଟଣା ସ୍ଥଳରେ ପୋଲିସର ତଦନ୍ତ

    ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟ୍ଟା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତି ଟାଟା ସୁମୋ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଆଜି ସକାଳ ଏକ ଗଞ୍ଜେଇ ଭର୍ତି ଗାଡି ଦ୍ରୁତ ଗତି ରେ ଆସି ଏକ ଘର ଉପରେ ମାଡି ଯାଇଥିଲା ଯାହା ଫଳରେ ଘରଟି ଅଧା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ମାତ୍ର ଘର ଭିତରେ ଶୋଇଥିବା ଲୋକ ମାନେ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଗାଡି ଚାଳକକୁ ଗୁରୁତର ଅବସ୍ଥାରେ ମେଡିକାଳ ରେ ଭର୍ତ୍ତି କରାଯାଇଛି ।ତେବେ ଲାଠୋର ଥାନା ପୋଲିସ ଘଟଣା ସ୍ଥଳରେ ପହଁଛି ଦୁର୍ଘଟଣା ଗ୍ରସ୍ତ ଗାଡି କୁ ଜବତ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

  • ଚାନ୍ଦବାଲିରେ ପୂର୍ତ୍ତବିଭାଗ ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ

    ଚାନ୍ଦବାଲିରେ ପୂର୍ତ୍ତବିଭାଗ ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ

    ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଗାଁ ସମେତ ଚାନ୍ଦବାଲି ସେତେ ଉନ୍ନତି କାର୍ଯ୍ୟ ରେ ଆଗେଇ ଚାଲିଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଦି-ପଞ୍ଚୁଟିକିରି ରାସ୍ତାର ଉନ୍ନତି କରଣ କାର୍ଯ୍ୟ ପାଇଁ ଚାନ୍ଦବାଲି ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ଼ ବ୍ଯାମକେଶ ରାୟ ସମର୍ଥକ ମାନଙ୍କୁ ନେଇ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

    ଏହି ଗଦି-ପଞ୍ଚୁଟିକିରି ରାସ୍ତା ପ୍ରାୟ ୨୨କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ବୋଲି ଶ୍ରୀ ରାୟ କହିଛନ୍ତି। ସେହି ପରି କରଞ୍ଜମାଳ ଓ ଦୋସିଙ୍ଗା ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ ସାଙ୍ଗକୁ,ତାଳଚୁଆ-ଦୋସିଙ୍ଗା ମଧ୍ୟରେ କାରନାଳି ଜେଠୀରେ ୧୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକ, ବିବେକାନନ୍ଦ ଦିକ୍ଷୀତ, ଖଗେଶ୍ବର ବେହେରା,ରାଉଳ ସାହୁ, ବାପୁନ୍ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

  • ଚାନ୍ଦବାଲି ରେ ଆକ୍ସିସ୍ ବ୍ୟାଙ୍କ୍ ନୂତନ ଶାଖା , ଉଦଘାଟନ କଲେ ବିଧାୟକ

    ଚାନ୍ଦବାଲି ରେ ଆକ୍ସିସ୍ ବ୍ୟାଙ୍କ୍ ନୂତନ ଶାଖା , ଉଦଘାଟନ କଲେ ବିଧାୟକ

    ବନ୍ଦର ନଗରୀ ଚାନ୍ଦବାଲି ରେ ଆକ୍ସିସ୍ ବ୍ୟାଙ୍କ୍ ନୂତନ ଶାଖା । ଫିତା କାଟି ଉଦଘାଟନ କଲେ ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ । ସ୍ଥାନୀୟ କାଳୀ ମନ୍ଦିର ନିକଟରେ ଖୋଲାଯାଇଥିବା ଏହି ଶାଖା ହେଉଛି ଭଦ୍ରକ ଜିଲ୍ଲାର ପଞ୍ଚମ,ଓଡ଼ିଶାର ୨୧୨ତମ ଶାଖା ବୋଲି ଆକ୍ସିସ୍ ବ୍ୟାଙ୍କ୍ କ୍ଲଷ୍ଟର ହେଡ ଦେବୀପ୍ରସନ୍ନ ଦାସ ପ୍ରକାଶ କରିଛନ୍ତି। ଚାନ୍ଦବାଲି ଏକ ବାଣିଜ୍ୟିକ ପେଣ୍ଠ ସ୍ଥଳୀ ହୋଇଥିବା ବେଳେ ଉକ୍ତ ଶାଖା ସ୍ଥାନୀୟ ଅଞ୍ଚଳରେ ବାଣିଜ୍ୟ ଓ ବ୍ୟବସାୟ ବୃଦ୍ଧି କ୍ଷେତ୍ରରେ ସହାୟକ ହେବ ବୋଲି ଶାଖା ପରିଚାଳକ ମନୋଜ କୁମାର ଅଗସ୍ତି ଆଶା ପୋଷଣ କରିଛନ୍ତି। କୃଷି ଋଣ, ବ୍ୟକ୍ତିଗତ ଋଣ, ବ୍ୟବସାୟ ଋଣ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଋଣ ଯୋଗାଇବାରେ ଅଗ୍ରାଧିକାର ଦିଆଯିବ ବୋଲି ଶାଖା ପରିଚାଳକ ପ୍ରକାଶ କରିଛନ୍ତି। ଉକ୍ତ ଉଦଘାଟନ ଉତ୍ସବରେ ବିଧାୟକଙ୍କ ସମେତ ରାଜ୍ୟ ସମବାୟ ଓ ଖାଉଟି ସଭାପତି ପ୍ରତାପ ଚନ୍ଦ୍ର ଧଳ, ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିଜ୍ଵବର ରାଉତ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ ଓ ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମାଝୀ ,ବ୍ୟାଙ୍କ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

  • ବିରୋଧୀଙ୍କ ଜାଗା ନେବାକୁଆପର ରଣନୀତି

    ବିରୋଧୀଙ୍କ ଜାଗା ନେବାକୁଆପର ରଣନୀତି

    ରାଜ୍ୟରେ ଶାସକ ଦଳ ଓ ପ୍ରମୁଖ ବିରୋଧୀ ଦଳ କରିବେ ମେଣ୍ଟ। ଏହାକୁ ନେଇ ବିଜେଡି ଓ ବିଜେପି ପକ୍ଷରୁ ମିଳିସାରିଛି ସଙ୍କେତ। ହେଲେ ମେଣ୍ଟକୁ ନେଇ ହୋଇନି ବିଧିବଦ୍ଧ ଘୋଷଣା। ଉଭୟ ଦଳର ବରିଷ୍ଠ ବିକାଶକୁ କରୁଛନ୍ତି ଆଳ। ବିଜେଡି ରାଜ୍ୟର ବିକାଶ ପାଇଁ ମେଣ୍ଟ କରିବାକୁ ଯାଉଥିବା କହିଥିବା ବେଳେ ବିଜେପି କହୁଛି, ଆଞ୍ଚଳିକ ଦଳ ହୋଇଥିବାରୁ ଦେଶ ତଥା ରାଜ୍ୟର ବିକାଶ ପାଇଁ ମେଣ୍ଟର ଆବଶ୍ୟକତା ରହିଛି।

    ଯାହାକୁ ନେଇ ରାଜ୍ୟବାସୀ ଜଳକା। କିଛି ଦିନ ଆଗରୁ ଗଣମାଧ୍ୟମ ଆଗରେ ପରସ୍ପରର ଗୋହି ଖୋଳୁଥିବା ଦୁଇ ଦଳ ମେଳି କଲେ ରାଜ୍ୟବାସୀଙ୍କ ହେବ କଣ? ଏହି ମେଣ୍ଟ ଚର୍ଚ୍ଚାରେ ଉଭୟ ବିଜେଡି ଓ ବିଜେପି ସମର୍ଥକଙ୍କୁ ମିଳିଛି ଜୋରଦାର ଝଟକା। ରାଜନୀତିକୁ ଧାର ଧରୁ ନ ଥିବା ଲୋକେ କରିବେ କଣ? କାରଣ ରାଜ୍ୟରେ ୩ଟି ଦଳ କାମ କରୁଛି। ଯଦି ବିଜେଡି ଓ ବିଜେପି ଏକାଠି ହୋଇ ଯାଆନ୍ତି ତେବେ ଏକା ରହିବ କଂଗ୍ରେସ। ହେଲେ କଂଗ୍ରେସକୁ ଭରସା କରି ପାରୁନାହାନ୍ତି ରାଜ୍ୟବାସୀ। କାରଣ ପ୍ରଥମତଃ ଦଳର ନେତୃତ୍ବ ଦୁର୍ବଳ।

    ଅନ୍ୟପଟେ ରାଜ୍ୟ ତଥା ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟାକୁ ଅଣଦେଖା କରି ପିଲା ଖେଳରେ ମାତିଛି କଂଗ୍ରେସ। ବିଜେପି ଓ ବିଜେଡି ଭିତରେ ଥିବା ଗୁପ୍ତ ସମ୍ପର୍କକୁ ନେଇ ଉଭୟଙ୍କ ବାହାଘର କଲା। ଅବଶ୍ୟ ଏହାକୁ ଲୋକେ କିଛି ଅଂଶରେ ଗ୍ରହଣ କରିଥିଲେ। ହେଲେ କଂଗ୍ରେସ ଏଥିରେ ଏମିତି ଉତ୍ସାହିତ ହେଇପଡିଛି କି ପିଲାଙ୍କ ପରି ପର୍ଯ୍ଯାୟକ୍ରମେ ଉଭୟ ଦଳ ମଧ୍ୟରେ ମଧୁଚନ୍ଦ୍ରିକା, ଅଶ୍ବିନୀ ବୈଷ୍ଣବଙ୍କ ସମର୍ଥନକୁ ସନ୍ତାନ ପ୍ରସବ ଓ ଏବେ ମେଣ୍ଟକୁ ଅନ୍ନପ୍ରସନ୍ନର ରୂପ ଦେବାକୁ ଯାଉଛି।

    ଠିକ ଏହି ସମୟରେ ରାଜ୍ୟରେ ବିରୋଧୀର ସ୍ଥାନ ନେବାକୁ ଆମ ଆଦମୀ ପାର୍ଟି ହୋଇଉଠିଛି ଆକ୍ଟିଭ। ଆଜି ଏଥିପାଇଁ ଆପର ରାଜ୍ୟ ପ୍ରଭାରୀ ସୌରଭ ଭରଦ୍ବାଜଙ୍କ ଭୁବନେଶ୍ବରରେ ହୋଇଛି ଆବର୍ଭାବ। ମଧ୍ୟାହ୍ନରେ ଭୁବନେଶ୍ବର ଏୟାରପୋର୍ଟରେ ଅବତରଣ କରିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟରେ ମୁଖ୍ୟ ବିରୋଧୀ ଓ ଶାସକ ଦଳ ମଧ୍ୟରେ ମେଣ୍ଟ ରାଜ୍ୟବାସୀଙ୍କୁ ହତାଶ କରିଛି। ତେଣୁ ଏହାକୁ ନେଇ ଦଳ ପରବର୍ତ୍ତୀ ପଦକ୍ଷେପ ନେବ

    ଏପରି ସମୟରେ ଯଦି କଂଗ୍ରେସ ନେତୃତ୍ବ ସ୍ଥିତିର ଗୁରୁତ୍ବ ବୁଝି ଉପଯୁକ୍ତ ନେତୃତ୍ବ ନ ନିଆନ୍ତି ତେବେ ବିଧାନସଭା ଓ ଲୋକସଭାରେ ସତ୍ତା ହରାଇବସିବ ଦଳ। ଯାହାର ଭରପୂର ଫାଇଦା ନେବ ଆପ।