ଚାନ୍ଦବାଲି ରେ ଆକ୍ସିସ୍ ବ୍ୟାଙ୍କ୍ ନୂତନ ଶାଖା , ଉଦଘାଟନ କଲେ ବିଧାୟକ

ବନ୍ଦର ନଗରୀ ଚାନ୍ଦବାଲି ରେ ଆକ୍ସିସ୍ ବ୍ୟାଙ୍କ୍ ନୂତନ ଶାଖା । ଫିତା କାଟି ଉଦଘାଟନ କଲେ ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ । ସ୍ଥାନୀୟ କାଳୀ ମନ୍ଦିର ନିକଟରେ ଖୋଲାଯାଇଥିବା ଏହି ଶାଖା ହେଉଛି ଭଦ୍ରକ ଜିଲ୍ଲାର ପଞ୍ଚମ,ଓଡ଼ିଶାର ୨୧୨ତମ ଶାଖା ବୋଲି ଆକ୍ସିସ୍ ବ୍ୟାଙ୍କ୍ କ୍ଲଷ୍ଟର ହେଡ ଦେବୀପ୍ରସନ୍ନ ଦାସ ପ୍ରକାଶ କରିଛନ୍ତି। ଚାନ୍ଦବାଲି ଏକ ବାଣିଜ୍ୟିକ ପେଣ୍ଠ ସ୍ଥଳୀ ହୋଇଥିବା ବେଳେ ଉକ୍ତ ଶାଖା ସ୍ଥାନୀୟ ଅଞ୍ଚଳରେ ବାଣିଜ୍ୟ ଓ ବ୍ୟବସାୟ ବୃଦ୍ଧି କ୍ଷେତ୍ରରେ ସହାୟକ ହେବ ବୋଲି ଶାଖା ପରିଚାଳକ ମନୋଜ କୁମାର ଅଗସ୍ତି ଆଶା ପୋଷଣ କରିଛନ୍ତି। କୃଷି ଋଣ, ବ୍ୟକ୍ତିଗତ ଋଣ, ବ୍ୟବସାୟ ଋଣ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଋଣ ଯୋଗାଇବାରେ ଅଗ୍ରାଧିକାର ଦିଆଯିବ ବୋଲି ଶାଖା ପରିଚାଳକ ପ୍ରକାଶ କରିଛନ୍ତି। ଉକ୍ତ ଉଦଘାଟନ ଉତ୍ସବରେ ବିଧାୟକଙ୍କ ସମେତ ରାଜ୍ୟ ସମବାୟ ଓ ଖାଉଟି ସଭାପତି ପ୍ରତାପ ଚନ୍ଦ୍ର ଧଳ, ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିଜ୍ଵବର ରାଉତ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ ଓ ପ୍ରାକ୍ତନ ବ୍ଲକ୍ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମାଝୀ ,ବ୍ୟାଙ୍କ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *