Tag: suchanatv24x7

  • ପାରାଦ୍ଵୀପ ରଙ୍ଗିଆଗଡ ନିକଟରେ ମାଲବାହୀ ଟ୍ରେନର ୩ ବଗି ଲାଇନଚ୍ୟୁତ, ବାଧାପ୍ରାପ୍ତ ଯାତାୟତ

    ପାରାଦ୍ଵୀପ ରଙ୍ଗିଆଗଡ ନିକଟରେ ମାଲବାହୀ ଟ୍ରେନର ୩ ବଗି ଲାଇନଚ୍ୟୁତ, ବାଧାପ୍ରାପ୍ତ ଯାତାୟତ

    ପାରାଦ୍ଵୀପ ରଙ୍ଗିଆଗଡ ନିକଟରେ ଲାଇନ ଚ୍ୟୁତ ହୋଇଛି ଏକ ମାଲବାହୀ ଟ୍ରେନ। ପିପିଏଲ (PPL) ସାର କାରଖାନାରୁ ଜିପସମ ଲୋଡିଂ କରି ଯାଉଥିବା ବେଳେ ଘଟିଛି ଏଭଳି ଘଟଣା । ଟ୍ରେନର ତିନୋଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ, ତୁରନ୍ତ ଏହାକୁ ଠିକ କରିବା ପାଇଁ ରେଲୱେର ଅଧିକାରୀମାନେ ପ୍ରୟାସ କରିଛନ୍ତି।

    Paradip Train Derailment

    ପ୍ରଥମେ ଅନ୍ୟ ଏକ ଇଞ୍ଜିନ ସହାୟତାରେ ଟ୍ରେନକୁ ପଛକୁ ଟାଣିବା ସହିତ ତିନୋଟି ବଗିକୁ ହାଇଡ୍ରୋଲିକ ମେସିନ ସହାୟତାରେ ସିଧା କରାଯାଇଛି। ଟ୍ରେନକୁ ପୁଣି ପିପିଏଲ (PPL) ଭିତରକୁ ନିଆଯାଇଛି। ଲାଇନକୁ ମରାମତି କରିବା ପରେ ଟ୍ରେନ ଗୁଡିକ ଯିବା ଆସିବା କରିବ। ତେବେ ଟ୍ରେନ ଲାଇନ ଚ୍ୟୁତ ହେବାର ସଠିକ କାରଣ ଜଣାପଡି ନାହିଁ।

    — ପାରାଦ୍ଵୀପରୁ ସୁମନ୍ତ ସ୍ୱାଇଁଙ୍କ ରିପୋର୍ଟ

  • ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ?

    ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ କିଏ ?

    କିଏ ହେବ ଓଡିଶାର ସିଏମ୍ ? ଏହି ପ୍ରସଙ୍ଗରେ ଚର୍ଚ୍ଚା ଜୋର ଧରିଛି। ଓଡିଶା ବିଧାନସଭା ନିର୍ବାଚନ ଶେଷ ହୋଇଛି ଏବଂ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରି ବିଜେପି ଏକ ଚମତ୍କାର ବିଜୟ ହାସଲ କରିଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କୁ ବିଚାର କରିବାର ସମୟ ଆସିଛି। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଅଛି ଯେ କିଏ ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ହେବେ। ବିଜେପି ଓଡିଶା ମୁକୁଟ କାହା ମୁଣ୍ଡରେ ପିନ୍ଧାଇବ? ବାସ୍ତବରେ, ଏମିତିବି ସିଏମ୍ ପ୍ରସଙ୍ଗରେ ବିଜେପି ପ୍ରାୟତଃ ଆଶ୍ଚର୍ଯ୍ୟଜନକକାର୍ଯ୍ୟ କରିଥାଏ । କିନ୍ତୁ ବର୍ତ୍ତମାନ କିଛି ନାମ ଅଛି ଯେଉଁମାନେ ସିଏମ୍ ପଦବୀ ପାଇଁ ଦୌଡ଼ରେ ଆଗ ଧାଡିରେ ଅଛନ୍ତି । ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ ଏବଂ ଲକ୍ଷ୍ମଣ ବାଗ, ଏହି ନାମଗୁଡ଼ିକ ହେଉଛି ଓଡିଶାର ସିଏମ୍ ଦୌଡ଼ରେ । ଜୁନ୍ ୧୦ରେ ରାଜ୍ୟରେ ବିଧାନସଭା ଦଳର ଏକ ବୈଠକ ହୋଇପାରେ, ଯେଉଁଥିରେ ନୂତନ ସିଏମଙ୍କ ନାମ ଘୋଷଣା କରାଯାଇପାରେ ।

    ୧୪୭ ସଦସ୍ୟ ବିଶିଷ୍ଟ ଓଡିଶା ବିଧାନସଭାରେ ୭୮ଟି ସିଟ୍ ଜିତି ବିଜେପି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ନବୀନ ପଟ୍ଟନାୟକ ସରକାରଙ୍କ ୨୪ ବର୍ଷର ଶାସନକୁ ଗୋଟିଏ ଝଟକାରେ ବିଜେପି ଶେଷ କରିଦେଇଛି। ବିଜୁ ଜନତା ଦଳ ୫୧ଟି ଆସନ ଜିତିଛି। ତେବେ ନବୀନ ପଟ୍ଟନାୟକ କହିଛନ୍ତି ଯେ ସେ କିଛି ଅନୁତାପ କରନ୍ତି ନାହିଁ। ଓଡିଶାରେ ବିଜେପି ଜିତିଛି, ସିଏମ୍ କରିବା ପାଇଁ ଏବେ ଟର୍ନ୍। ନୂଆ ସିଏମ ଓଡିଶାର ମାଟିର ପୁଅ ହେବ ବୋଲି ବିଜେପି ପୂର୍ବରୁ କହିସାରିଛି। ଏହା ପରେ କାହାକୁ ଓଡିଶାର ନିର୍ଦ୍ଦେଶ ଦିଆଯିବ ସେନେଇ ଆଲୋଚନା ଚାଲିଛି। ଧର୍ମେନ୍ଦ୍ର ପ୍ରଧାନ, ଲକ୍ଷ୍ମଣ ବାଗ କିମ୍ବା ମନମୋହନ ସାମଲ, ଏହି ତିନୋଟି ନାମ ପାଇଁ ବଜାର ଗରମ |

  • ସାଂସଦ ନୁହେଁ ସରପଞ୍ଚ ପରି ଲୋକଙ୍କ ସେବା କରିବି

    ସାଂସଦ ନୁହେଁ ସରପଞ୍ଚ ପରି ଲୋକଙ୍କ ସେବା କରିବି

    ଯାଜପୁର ସାଂସଦ ଭାବେ ରବୀନ୍ଦ୍ର ନାରାୟଣ ବେହେରା ବିଜୟୀ ହେବା ପରେ ସେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିର ଦର୍ଶନ କରିଛନ୍ତି। ଭାରତୀୟ ଜନତା ପାର୍ଟି ପକ୍ଷରୁ ସେ ପ୍ରଥମ ଥର ବିଜୟୀ ହେବା ପରେ ସେ ଆଜି ଠାରୁ ନିଜ କାମ ଆରମ୍ଭ କରିଛନ୍ତି। ସେ ଜଣେ ସାଧାରଣ କର୍ମୀ ଭାବେ ଯାଜପୁର ବାସୀଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି। ଜିଲ୍ଲାବାସୀଙ୍କ ପାଇଁ ସେ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

    ଏହି ଅବସରରେ ବହୁ କର୍ମୀ ଓ ସମର୍ଥକ ମାନେ ଉପସ୍ଥିତ ରହି ରବୀନ୍ଦ୍ର ଶୁଭେଛା ଜଣାଇଥିଲେ।

  • ସରପଞ୍ଚଙ୍କ ଘର ସମ୍ମୁଖରେ ଗରା,ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ

    ସରପଞ୍ଚଙ୍କ ଘର ସମ୍ମୁଖରେ ଗରା,ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ

    ଜଳକଷ୍ଟକୁ ନେଇ ଚମ୍ପୁଆ ଉପଖଣ୍ଡ ଅନ୍ତର୍ଗତ ଯୋଡ଼ା ବ୍ଲକ ପଳସା ପଞ୍ଚାୟତରେ ଗ୍ରାମବାସୀଙ୍କ ମଧ୍ଯରେ ତୀବ୍ର ଅସନ୍ତୋଷ। ବିଗତ କିଛି ଦିନରୁ ଏହି ପଞ୍ଚାୟତ ଅନ୍ତର୍ଗତ ଉଚ୍ଚବାଲି ଗ୍ରାମ ଗୟଳମରା ସାହିର ଲୋକେ ପିଇବା ପାଣି ଟୋପେ ପାଇଁ ହନ୍ତସନ୍ତ ହେଉଥିବା ବେଳେ କୌଣସି ସମାଧାନ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଗ୍ରାମର ଲୋକମାନେ ଗରା,ହାଣ୍ଡି ଧରି ପଳସା ପଞ୍ଚାୟତ ସରପଞ୍ଚ ଅରୁଣ କୁମାର ମୁଣ୍ଡାଙ୍କ ଘର ସମ୍ମୁଖରେ ଧାରଣାରେ ବସି ଥିବା ଦେଖିବାକୁ ମିଳିଥିଲା । ତେବେ ଏଭଳି ପରିସ୍ଥିତି ସତ୍ବେ ସେହି ଗାଁରେ ଚାଲୁଥିବା ଓ.ଏମ୍. ସି ସରକାରୀ ଖଣି କମ୍ପାନୀ କର୍ତ୍ତୃପକ୍ଷଙ୍କ ତିଳେହେଁ ଚିନ୍ତା କରୁନଥିବା ଏକ ପରିତାପର ବିଷୟ ବୋଲି ଆଲୋଚନା ହେଉଛି। ତେବେ ବର୍ତ୍ତମାନ ନୂତନ ସରକାର ଗଠନର ସ୍ପଷ୍ଟ ହେଉଥିବା ବେଳେ ସରକାର ଗଠନ ହେଲାପରେ ଖଣି ଅଞ୍ଚଳ ରେ ରହୁଥିବା ଜନ ସାଧାରଣ ଙ୍କୁ ନୂତନ ସରକାର ଭଲ ଦୃଷ୍ଟି ଦେବେ ନା ଖଣି କମ୍ପାନୀ ମାନଙ୍କ ପ୍ରତି ଗଡାଣିଆ ହେବେ ତାହା ଦେଖିବାକୁ ବାକି ରହିଲା

  • ଇଣ୍ଡିଆ ମେଣ୍ଟ ଗଢ଼ିବ ସରକାର? ପ୍ରଶ୍ନର ଉତ୍ତରରେ ଅଖିଳେଶ ଯାଦବ ଦେଖାଇଦେଲେ ପ୍ରକୃତ ଚିତ୍ର, ଜାଣନ୍ତୁ କ’ଣ କହିଲେ

    ଇଣ୍ଡିଆ ମେଣ୍ଟ ଗଢ଼ିବ ସରକାର? ପ୍ରଶ୍ନର ଉତ୍ତରରେ ଅଖିଳେଶ ଯାଦବ ଦେଖାଇଦେଲେ ପ୍ରକୃତ ଚିତ୍ର, ଜାଣନ୍ତୁ କ’ଣ କହିଲେ

    ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର (ଜୁନ୍ ୬) ରେ ଭାରତ ମିଳିତ ସରକାର ଗଠନ କରିବାର ଆଶା ବ୍ୟକ୍ତ କରିଛନ୍ତି। ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଗଣତନ୍ତ୍ରରେ ଯେତେବେଳେ ଗଣନା ହୁଏ, ଆଶା ଏବଂ ଇଛାଶକ୍ତି କେବେ ଶେଷ ହୁଏ ନାହିଁ। ଇଣ୍ଡିଆ ମେଣ୍ଟ ବହୁମତ ଠାରୁ ବହୁ ଦୂରରେ,କାହିଁକିନା ଏହାର ଖାତାରେ ୨୩୪ଟି ସିଟ୍ ଆସିଛି । ଲୋକସଭାରେ ସଂଖ୍ୟାଗରିଷ୍ଠତା ପାଇଁ୨୭୨ ଟି ଆସନ ଆବଶ୍ୟକ |

  • ସରକାର ଗଠନ ପୂର୍ବରୁ ଏନଡିଏର ମୁଣ୍ଡବିନ୍ଧା,ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ଦାବି କଲା ୬ଟି ବଡ ମନ୍ତ୍ରଣାଳୟ

    ସରକାର ଗଠନ ପୂର୍ବରୁ ଏନଡିଏର ମୁଣ୍ଡବିନ୍ଧା,ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ଟିଡିପି ଦାବି କଲା ୬ଟି ବଡ ମନ୍ତ୍ରଣାଳୟ

    ଲୋକସଭା ନିର୍ବାଚନ ଫଳାଫଳ ପରେ ଏନଡିଏରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଏବଂ ନୀତୀଶ କୁମାରଙ୍କ ଜେଡିୟୁ ଗୁରୁତ୍ୱ ବଢିଛି। ଏହି କାରଣରୁ ବର୍ତ୍ତମାନ ଉଭୟ ଦଳ ପ୍ରମୁଖ ମନ୍ତ୍ରଣାଳୟ ଦାବି କରୁଛନ୍ତି। ଟିଡିପି ସୂତ୍ରରୁ ପ୍ରକାଶ ଯେ ଦଳ ଏନଡିଏ ଆଗରେ ଛଅଟି ବଡ ମନ୍ତ୍ରଣାଳୟର ଦାବି ଉପସ୍ଥାପନ କରିଛି। ଲୋକସଭା ବାଚସ୍ପତି ପଦବୀ ମଧ୍ୟ ଟିଡିପି ଚାହୁଁଛି। ପାର୍ଟି ସୂତ୍ରରୁ ଜଣାପଡିଛି ଯେ ସବୁକିଛି ଉପରେ ଟିଡିପିଙ୍କ ଆଭିମୁଖ୍ୟ ନମନୀୟ।

    ବୁଧବାର (ଜୁନ୍ ୫)) ଦିଲ୍ଲୀରେ ଅନୁଷ୍ଠିତ ଏନଡିଏ ବୈଠକରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ବସିଥିବା ଚିତ୍ର ମଧ୍ୟ ଦେଖିବାକୁ ମିଳିଥିଲା। ନୀତୀଶ କୁମାର ମଧ୍ୟ ନାଇଡୁ ପାଖରେ ବସିଥିବାର ନଜର ଆସିଥିଲେ। ଟିଡିପି ବର୍ତ୍ତମାନ ଏନଡିଏର ଦ୍ୱିତୀୟ ବୃହତ୍ତମ ଦଳ ଅଟେ। ଏହା ୧୬ଟି ସିଟ୍ ଜିତିଛି | ଏହା ପରେ ଜେଡିୟୁ ତୃତୀୟ ସ୍ଥାନରେ ଅଛି, ଯେଉଁଥିରେ ୧୨ଜଣ ସାଂସଦ ଅଛନ୍ତି। ଏନଡିଏର ସବୁଠୁ ବଡ ଦଳ ହେଉଛି ବିଜେପି, ଯାହା ୨୪୦ଟି ସିଟ୍ ଜିତିଛି।

    ସୂଚନା ଅନୁଯାୟୀ ନାଇଡୁ ବିଜେପି ନେତୃତ୍ୱକୁ ତାଙ୍କର ଦାବିଗୁଡିକର ଏକ ତାଲିକା ଦେଇଛନ୍ତି। ଏଥିରେ ଲୋକସଭା ବାଚସ୍ପତି ଏବଂ ଅତି କମରେ ପାଞ୍ଚଟି ବିଭାଗ ଅନ୍ତର୍ଭୁକ୍ତ, ଯାହା ସେ ଦାବି କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ, ଜାଲ ଶକ୍ତି ମନ୍ତ୍ରଣାଳୟ ଭଳି ବିଭାଗକୁ ମଧ୍ୟ ଏହାର ଅଂଶ ଗ୍ରହଣ କରିବାକୁ ଟିଡିପି ଦାବି କରିଛି।

    ବାସ୍ତବରେ ଟିଡିପି ବାଚସ୍ପତି ପଦ ଚାହୁଁଚି କାରଣ ଏହା ଲୋକସଭାରେ ସବୁଠାରୁ ଶକ୍ତିଶାଳୀ ପଦବୀ ତାଙ୍କ ପାଖରେ ରହିବ। କେବଳ ଏତିକି ନୁହେଁ, ବରଂ ତ୍ରିଶଙ୍ଖୁ ସଂସଦ ସ୍ଥିତିରେ ବାଚସ୍ପତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଦଳର ବରିଷ୍ଠ ନେତା ଜିଏମସି ବାଲାୟୋଗୀ ମଧ୍ୟ ୧୯୯୮ ରୁ୨୦୦୨ ପର୍ଯ୍ୟନ୍ତ ଅଟଳ ବିହାରୀ ବାଜପେୟୀ ସରକାରରେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ।

    ଟିଡିପିର ଜଣେ ସାଂସଦ କହିଛନ୍ତି ଯେ ଦଳ ଗ୍ରାମୀଣ ବିକାଶ, ଗୃହ ଏବଂ ସହରୀ ବ୍ୟାପାର, ସଡ଼କ ପରିବହନ,ରାଜପଥ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ ଚାହୁଁଛି। ଆନ୍ଧ୍ରପ୍ରଦେଶର ବର୍ତ୍ତମାନ ଅର୍ଥର ଆବଶ୍ୟକତା ଥିବାରୁ ସେ ଅର୍ଥ ମନ୍ତ୍ରଣାଳୟରେ କନିଷ୍ଠ ମନ୍ତ୍ରୀ ରଖିବାକୁ ମଧ୍ୟ ଆଗ୍ରହୀ ଅଛନ୍ତି। ଆନ୍ଧ୍ରପ୍ରଦେଶରେ ମଧ୍ୟ ଟିଡିପି ସଂଖ୍ୟାଗରିଷ୍ଠତା ହାସଲ କରିଛି।

    ବିଶେଷ ସୂତ୍ରରୁ ପ୍ରକାଶ ଯେ ନୀତୀଶ କୁମାରଙ୍କ ଜେଡିୟୁ ମଧ୍ୟ ଏନଡିଏ ଆଗରେ ତିନୋଟି ମନ୍ତ୍ରଣାଳୟର ଦାବି ଉପସ୍ଥାପନ କରିଛି। ଏହା ବ୍ୟତୀତ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରାଯାଇଛି। ଜେଡିୟୁ ଚାରିଜଣ ସାଂସଦଙ୍କ ପାଇଁ ଗୋଟିଏ ମନ୍ତ୍ରଣାଳୟର ସୂତ୍ର ସରକାରଙ୍କ ଆଗରେ ରଖିଛନ୍ତି। ଜେଡିୟୁରେ ୧୨ ଜଣ ସାଂସଦ ଅଛନ୍ତି, ତେଣୁ ଏହା ୩ଟି ମନ୍ତ୍ରଣାଳୟ ଚାହୁଁଛି | ନୀତୀଶ କୁମାର ଚାହୁଁଛନ୍ତି ଯେ ରେଳ, କୃଷି ଏବଂ ଅର୍ଥ ମନ୍ତ୍ରଣାଳୟ ତାଙ୍କ ଅଧୀନକୁ ଆସୁ । ରେଳ ମନ୍ତ୍ରଣାଳୟକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି |

  • କନ୍ଧମାଳ ଜିଲ୍ଲାରେ ତିନି ଦଳର ବିଜୟ ଦିବସ ପାଳନ

    କନ୍ଧମାଳ ଜିଲ୍ଲାରେ ତିନି ଦଳର ବିଜୟ ଦିବସ ପାଳନ

    କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଭାରତୀୟ ଜନତା ପାର୍ଟୀର ବିଜୟ ଦିବସ ପାଳିତ l କଂଧମାଳ ଲୋକସଭା କ୍ଷେତ୍ରରେ ବିଜେପିର ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣଗ୍ରାହୀଙ୍କ ଙ୍କ ବିପୁଳ ବିଜୟ ଭାରତରେ ଓ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ ବିଶେଷକରି ପଞ୍ଚସ୍ତରୀ ବର୍ଷ ପରେ ଓଡିଶାରେ ବିଜେପି ଏକାକୀ ସରକାର ଗଠନ କରୁଥିବାରୁ ବାଲିଗୁଡ଼ାରେ ବିଜେପି କର୍ମୀ ବିଜୟ ଦିବସ ପାଳନ କରିଛି l ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ କର୍ମୀମାନେ ବାଲିଗୁଡ଼ା ସହର ସାରା ଆନନ୍ଦ ଉଲ୍ଲାସ ର ସହିତ ବୁଲି ମିଠା ବାଣ୍ଟିବା ସହିତ ବାଣ ଫୁଟାଇ ଥିଲେ । ସେହିପରି ଜି ଉଦୟଗିରି ଠାରେ ବିଜେପି ଦଳ ପକ୍ଷରୁ ଗାନ୍ଧୀ ଛକ ଠାରେ ବିଜେପି ର କର୍ମୀ,ନେତା,କାଉନସିଲର ଆଦି ସମସ୍ତ ବାଣ ଫୁଟାଇ,ମିଠା ବାଣ୍ଟି ବିଭିନ୍ନ ନାରା ଦେଇଥିଲେ।ଫୁଲବାଣୀ ଠାରେ ବିଜୟୀ ସାଂସଦ ସୁକାନ୍ତ କୁମାର ପାଣଗ୍ରାହୀ,ଫୁଲବାଣୀ ବିଜେପି ବିଧାୟକ ଉମା ଶଙ୍କର ମଲ୍ଲିକ ଆଦି ବିରାଟ ଶୋଭାଯାତ୍ରା ରେ ସାରା ଫୁଲବାଣୀ ସହର ବୁଲିଥିଲେ। ସେହି ପରି ଜି ଉଦୟଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ବିଜୟୀ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପ୍ରଧାନ ବିଜୟୀ ଉଛବ ପାଳନ କରିଥିଲେ।

    କଂଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀ ରୁ ବିଜେପି ସାଂସଦ ପ୍ରାର୍ଥୀ ସୁକାନ୍ତ କୁମାର ପାଣଗ୍ରାହୀ ବିଜୟୀ ହୋଇଥିବା ବେଳେ,ଫୁଲବାଣୀ ବିଧାନସଭା ରୁ ବିଜେପି ପ୍ରାର୍ଥୀ ଉମା ଶଙ୍କର ମଲ୍ଲିକ,ଜି ଉଦୟଗିରି ରୁ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ କୁମାର ପ୍ରଧାନ,ବାଲିଗୁଡ଼ା ରୁ ବିଜେଡି ପାର୍ଥୀ ଚକ୍ରମଣି କହଁର ବିଜୟୀ ହୋଇଛନ୍ତି।

  • ମିଳୁନି ହେଲ୍ପର ସନ୍ଧାନ, ଡ୍ରାଇଭର ମୃତ

    ମିଳୁନି ହେଲ୍ପର ସନ୍ଧାନ, ଡ୍ରାଇଭର ମୃତ

    ଗଜପତି ସୀମାନ୍ତ ତପ୍ତପାଣି ଘାଟି ନିକଟ ଶାନ୍ତି ନଗର ଖାଲକୁ ଖସିଲା ଟ୍ରକ । ଘଟଣାରେ ଡ୍ରାଇଭର ମୃତ l ଗଞ୍ଜାମ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତ ନିକଟ ଶାନ୍ତି ନଗରରେ ଏକ ହଳଦୀ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।ବ୍ରାହ୍ମଣିଗାଁ ଠାରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଖାଲ ତଳକୁ ଖସିପଡ଼ିଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଥିବା ବେଳେ ହେଲ୍ପର ଙ୍କ ସନ୍ଧାନ ମିଳୁନ ଥିବା ଜଣା ପଡିଛି l ମୃତ ଡ୍ରାଇଭର ଜଣଙ୍କ ହେଲେ ସୁରେଶ କୁମାର ଗୁରୁ । ନୟାଗଡ଼ ଜିଲ୍ଲା ସରପଡା ଅଂଚଳର ବୋଲି ପାଟପୁର ପୋଲିସ ପକ୍ଷରୁ ସୂଚନା ମିଳିଛି ।

  • ହେଭିୱେଟ୍ ଲଢେଇରେ ବରୀ ନିର୍ବାଚନ ମଣ୍ଡଳୀ

    ହେଭିୱେଟ୍ ଲଢେଇରେ ବରୀ ନିର୍ବାଚନ ମଣ୍ଡଳୀ

    ତିନି ଦିନ ପରେ ଯାଜପୁରରେ ପଡିବ ଭୋଟ। ଏଥିପାଇଁ ଯାଜପୁରର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜୋରଦାର ଚାଲିଛି। ବରୀ ଆସନ ପାଇଁ ମଧ୍ୟ ହେଉଛି ପ୍ରଚାର। ଚଳିତ ଥର ବରୀରେ ହେବାକୁ ଯାଉଛି ଦମଦାର ଲଢେଇ। ମୈଦାନକୁ ବିଜେଡି ବିଶ୍ବରଞ୍ଜନ ମଲ୍ଲିକଙ୍କୁ ଛାଡିଥିବା ବେଳେ ବିଜେପିରୁ ଉମେଶ ଜେନା ଓ କଂଗ୍ରେସରୁ ଦେବାଶିଷ ନାୟକ ନିର୍ବାଚନୀ ରଣାଙ୍ଗନରେ ନିଜ ଦମ ଦେଖାଇ ଚାଲିଛନ୍ତି। ସମସ୍ତଙ୍କର ରହିଛି ତୃଣମୂଳସ୍ତରରେ ସଂଗଠନ। ଏପରି ସ୍ଥିତିରେ ଲୋକଙ୍କ ମତ କାହା ସପକ୍ଷରେ ଯାଉଛି ତାହା ଆସନ୍ତୁ ଜାଣିବା ବରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜେନ୍ଦ୍ରପୁର୍ ଗ୍ରାମର ଭୋଟରଠାରୁ ଜନତାଙ୍କ ଦେଲେ ସେମାନଙ୍କ ମତ। ହେଲେ ଏହି ମତ ବାସ୍ତବରେ କେତେଦୂର ଭୋଟରେ ପରିଣତ ହେଉଛି? କାହା ସପକ୍ଷରେ ଯିବ ଜନମତ? କିଏ ଜନତାଙ୍କ ଆସ୍ଥା ଭାଜନ ହେବେ ଓ ବିଜୟ ମୁକୁଟ ପିନ୍ଧିବେ? ତାହା ଦେଖିବାକୁ ଜୁନ ୪ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ।

  • ଆଜି ଆମ ନେତାମାନେ ଅଣ୍ଟା ସିଧା କରି ଛିଡା ହେଇପାରୁ ନାହାନ୍ତି: ଶିବ ପ୍ରଧାନ

    ଆଜି ଆମ ନେତାମାନେ ଅଣ୍ଟା ସିଧା କରି ଛିଡା ହେଇପାରୁ ନାହାନ୍ତି: ଶିବ ପ୍ରଧାନ

    ଓଡ଼ିଶା ରାଜନୀତି ଓ ସାମ୍ପ୍ରତିକ ପରିସ୍ଥିତି ଉପରେ IT ଇଞ୍ଜିନିଅର ଶିବ ପ୍ରଧାନଙ୍କ ମତାମତ

    ମୁଁ ଜଣେ ରାଜନେତା କିମ୍ବା କୌଣସି Public Figure ନୁହେଁ, ମୁଁ ଜଣେ ସାଧାରଣ ଜନତା, ବିଦେଶରେ IT ରେ ଚାକିର କରେ | ଜଣେ ସାଧାରଣ ଜନତାର ବାର୍ତ୍ତା ବାହକ ଭାବରେ ଆସିଥିବାରୁ ଆପଣମାନଙ୍କୁ ଅଶେଷ ଧନ୍ୟବାଦ ।

    ପରବର୍ତ୍ତୀ କଥା ହଉଛି, କାହିଁକି ମୋ ଭଳି ଜଣେ ସାଧାରଣ ଜନତାକୁ ହଠାତ ଆପଣ ମାନଙ୍କଦ୍ୱାରା ଏପରି ବାର୍ତ୍ତା ଦେବାର ଦରକାର ପଡିଲା ? ବହୁତ ଦିନରୁ ଅନେକ ବେଦନା ଛାତିରେ ଦବିଯାଇଥିଲା, ବିଗତ କିଛି ଦିନ ହେଲା ବିଦେଶରୁ ମୁଁ ମୋର ବେଦନାକୁ ବ୍ୟଙ୍ଗ କବିତା ମାଧ୍ୟମରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଉପସ୍ଥାପନା କରି ଆସିଛି । ମୁଁ କୌଣସି ଲେଖକ କିମ୍ବା କବି ନୁହେଁ, ଯାହାବି ଲେଖିଛି ତାହା କେବଳ ମୋର ବେଦନାର ପରିପ୍ରକାଶ । କିନ୍ତୁ, ସାମାଜିକ ଗଣମାଧ୍ୟମରେ ମୋର ପହଞ୍ଚ ସୀମିତ ଲୋକଙ୍କ ପାଖରେ ଅଛି, ଭାବିଲି ଏବେ ପ୍ରକୃତ ସମୟ ମୋର ପହଞ୍ଚର ବାଳୟକୁ ଆପଣ ମାନଙ୍କ ମାଧ୍ୟମରେ ବଢ଼େଇ ମୋର ବେଦନାକୁ ସର୍ବସମୁଖରେ ରଖିବା ପାଇଁ ।

    ପରବର୍ତ୍ତୀ କଥା ଏବେ କାହିଁକି? ବନ୍ଧୁଗଣ ମୁଁ ରାଜନେତା ନୁହେଁ, କିନ୍ତୁ ଦେଶ ବିଦେଶ ଯେଉଁଠି ଥିଲେବି, ରାଜ୍ୟର ରାଜନୌତିକ ଗତିବିଧି ଉପରେ ନଜର ରଖି, ମୁଁ ମୋର ଭିତରେ ରାଜନୌତିକ ସଚେତନତାକୁ ଉଜାଗର ରଖେ । ବିଗତ କିଛି ବର୍ଷର ରାଜନୌତିକ ପରିସ୍ଥିତି ମୋର ସମସ୍ତ ବେଦନାର କାରଣ । ତେଣୁ, ଜଣେ ସାଧାରଣ ଜନତା ପାଇଁ ଗଣତନ୍ତ୍ରର ଏହି ମହାପର୍ବ ହିଁ ପ୍ରକୃଷ୍ଠ ସମୟ ନିଜର ସ୍ୱରକୁ ଶାଣିତ କରି ପ୍ରଶ୍ନ କରିବା ପାଇଁ ।

    ତେବେ ପ୍ରଶ୍ନ ଉଠୁଛି ମୁଁ କଣ ପାଇଁ ବ୍ୟଥିତ ଏବଂ କଣ ମୋର ବେଦନା ?

    ବନ୍ଧୁଗଣ ଆମର ଜନପ୍ରତିନିଧି ମାନେ କେବଳ ଜଣେ ଜଣେ ବ୍ୟକ୍ତି ନୁଁହନ୍ତି, ୨ – ୩ ଲକ୍ଷ ଲୋକଙ୍କର ଜନ ପ୍ରତିନିଧି । ଜଣେ ଜନ ପ୍ରତିନିଧିକୁ ଅମେରୁଦଣ୍ଡୀ ପ୍ରାଣୀ ଭଳି କାହା ପାଖରେ ନତମସ୍ତକ ହେବା ଦେଖିବା ଅତ୍ୟନ୍ତ ଦୁଃକ୍ଷ ଦାୟକ ।

    କାହାର ଦ୍ୱାରପାଳ ଏବଂ କ୍ରୀତଦାସ ସାଜି, ବରିଷ୍ଠ ନେତା ମାନଙ୍କୁ ମଞ୍ଚରୁ ଟାଣିବାର ଦୃଶ୍ୟ ହେଉ ବା ଟ୍ରାଫିକ ପୋଲିସ ସାଜି କାହାର ଗାଡିକୁ ବାଟ କଢେଇବାର ଦୃଶ୍ୟରେ ମୁଁ ମର୍ମାହତ । ଜଣେ ବୃଦ୍ଧ ଯେମିତି ନିଜର ପ୍ରାପ୍ତ ବୟସରେ ନିଜର ଅଣ୍ଟା ସିଧା କରି ଛିଡା ହେଇପାରେ ନାହିଁ, ଆଜି ଆମ ନେତା ମନଙ୍କର ସେହି ଅବସ୍ଥା ।

    ଚାରିଶହ ବର୍ଷ ପୂର୍ବେ ଯେମିତି ବଣିଜ ପାଇଁ ଆସି ଫିରିଙ୍ଗି ଭାରତ ଶାସନ ଗଦିରେ ବସି ଆମକୁ ଗୁଲାମ ବନେଇଥିଲେ ଠିକ ସେମିତି ଜଣେ ଦକ୍ଷିଣୀ ଚାକିରୀ ପାଇଁ ଓଡିଶା ଆସି ଆମ ଶାସନ ବ୍ୟବସ୍ଥା ଉପରେ କବ୍ଜା କରି ଓଡ଼ିଆଙ୍କୁ ଗୁଲମ୍ ବାନେଇବାର ଷଡଯନ୍ତ୍ର କରୁଛନ୍ତି । ଲାଗୁଛି ଆମ ମୁଖିଆ ଏବଂ ଚାଟୁକାର ନେତା ମାନେ ଓଡିଶାକୁ ନିଜର ପୈତୃକ ସମ୍ପତି ଭାବି ଆମର ଭାଷା, ସଂସ୍କୃତି ଓ ସ୍ୱାଭିମାନକୁ ଜଣେ ଦକ୍ଷିଣୀ ସାହୁକାର ପାଖରେ ବନ୍ଧକ ରଖିଛନ୍ତି ।
    ଜଣେ ଚାଷୀ ଘରର ପିଲା ଭାବେ ଆମ ଜାତିର କ୍ଷେତରେ, ସ୍ୱାଭିମାନର ଲଙ୍ଗଳ କଣ୍ଟିରେ ଜଣେ ଦକ୍ଷିଣୀ ସାହୁକାରର ହାତ ଦେଖି ଧାର୍ଯ୍ୟ ଧରିବା ମୋ ପାଇଁ ସମ୍ଭବ ନୁହେଁ । କଟା ଘା’ ରେ ଚୂନ ଦେବା ଭଳି, ଆମ ନେତା ମାନେ ବଳଦ ବାପୁଡ଼ା ପ୍ରାୟ କାନ୍ଧରେ ଜୁହାଲି ଦେବା ପ୍ରଥା ଅତ୍ୟନ୍ତ ଘୃଣ୍ୟ ।

    ଇଂରେଜ ୭୬ ବର୍ଷ ତଳୁ ଗଲେଣି, ଆମର ସର୍ବସ୍ୱ ଲୁଟିଥିଲେ, ଆମଠାରୁ ଲୁଣ୍ଠିତ ଧନରେ ତାଙ୍କର ଆଗାମୀ ୧୦ ପିଢ଼ି ବି ଚଳିଯିବ । କିନ୍ତୁ ଯେତେ ବେଳେ ମୁଁ Yuval Noah Harari ଙ୍କ sapiens ବହି ପଢ଼ିଥିଲି, ମୁଁ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲି । ସତେ ଯେମିତି ପୂର୍ବରୁ ନା ଆମର କିଛି ଉପଲବ୍ଧି ଥିଲା ନା ଏବେ ଅଛି, ଯାହାବି ହେଇଚି ସବୁ ଆମର ପୂର୍ବ ମାଲିକ ଇଂରେଜ ମାନଙ୍କ ପାଇଁ । ଇତିହାସ ଏବଂ ସାଂସ୍କୃତିକ ଲେଖା ହେଉ ବା ଲଞ୍ଚ ଟେବୁଲର ଚର୍ଚ୍ଚା, ଗୋରା ସବୁବେଳେ ଆମକୁ ଗୁଳାମୀର hang over ଭିତରକୁ ଠେଲି ମାନସିକ ଭାବେ ଚାପର ବଶବର୍ତ୍ତୀ କରି ନିଜ ସପକ୍ଷରେ ସ୍କୋର କରିବାକୁ ପ୍ରୟାଶ କରନ୍ତି । ମୁଁ ବାଣପୁରର ଗୋଟେ ନିପଟ ମଫସଲ ଗାଁ ରୁ ଆସିଛି, କିନ୍ତୁ ମୋର ସ୍ୱଳ୍ପ ଜ୍ଞାନରେ ଲଞ୍ଚ ଟେବୁଲ ରେ ଗୋରା ଙ୍କ ବିରୁଧର ନିଜର ମଥାକୁ ସିଧାକରି ରଖିବାକୁ ଚେଷ୍ଟା କରିଛି | ଆଜି ଆମେ ପୁଣି ଗୋଟେ ଗୁଳାମୀର ଦ୍ୱାର ଦେଶରେ ଛିଡା ହେଇଛେ ।

    ଯଦି ଗୁଲାମୀ ବ୍ୟକ୍ତିଗତ ହୁଏ ତେବେ ସେ ବ୍ୟକ୍ତି ମାରିବା ପରେ ସରିଥାଏ । କିନ୍ତୁ ଯଦି ଗୁଳାମୀର ଫାଶ ଜାତିରେ ଲାଗେ ତେବେ ପିଢ଼ି ପରେ ପିଢ଼ି ଗୁଲାମୀ ରେ ଘୋରି ହୁଅନ୍ତି । କଣ ଆମେ ଆମର ଆଗାମୀ ପିଢ଼ି ର ମଥାରେ ଆଉ ଗୋଟେ ଗୁଳାମୀର କାଳିମା ବୋଲିବା ପାଇଁ ପ୍ରସ୍ତୁତ ? ଜଣେ ଜନ ପ୍ରତିନିଧିଙ୍କର କାମ ରାଜ୍ୟ ପାଇଁ ନୀତି ନିର୍ଧାରଣ କରିବା । କିନ୍ତୁ ଜଣେ ନୀତି ନିର୍ଦ୍ଧାରକ କେମିତି ଜଣେ ଦକ୍ଷିଣୀ ସାହୁକାର ପାଇଁ ଟେଣ୍ଟ ବାନ୍ଧୁ ଛନ୍ତି, ସେ ଦକ୍ଷିଣୀ ସାହୁକାର ମଞ୍ଚ ଉପରେ ଏମାନଙ୍କୁ ସରକାରୀ ନୀତିର ବ୍ୟାଖ୍ୟା କରୁଛନ୍ତି ଏବଂ ଏମାନେ ମଞ୍ଚ ତଳେ ଦେକ୍ଷଣା ହାରିର ଆଣ୍ଠେଇକି ଚାଁହୁଛନ୍ତି । ଏଭଳି ଦୃଶ୍ୟ ବିରଳ ।

    ମୁଁ ପ୍ରଥମେ ଯେବେ, Medical Sector କାମ କରୁଥିଲି, ମୁଁ Genetic Mutation ବିଷୟରେ ପଢ଼ିଥିଲି । ଭାବିଥିଲି Genetic Mutation କେବଳ biologically DNA Structure କୁ ପରିବର୍ତନ କରି ହୁଏ । କିନ୍ତୁ ଯେତେ ବେଳେ ଗୋଟେ documentary ଦେଖିଲି କେମିତି ଗୋଟେ ପ୍ରଜାତିର ଜନ୍ଦା, ଅନ୍ୟ ଗୋଟେ ପ୍ରଜାତିର ଜନ୍ଦାଙ୍କ ଅଣ୍ଡାକୁ ଆଣି ସେଥିରୁ ଛୁଆ ବାହାରିବା ପରେ ଗୁଲାମ କାମରେ trained କରାନ୍ତି । ତା’ ପରେ ଜାଣି ପାରିଲି Genetic Mutation Psychologically ଏବଂ Culturally ବି କରାଯାଇପାରେ । ଆମକୁ ଗୋଟେ Systematic ପଦ୍ଧତିରେ Psychological ଏବଂ Cultural Genetic Mutation କରାଯାଉଛି ।

    ସେ ଦକ୍ଷିଣୀ ସାହୁକାର ଆମକୁ ଆମ ଓଡ଼ିଆ ସଂସ୍କୃତି ବିଷୟରେ ବର୍ଣନା କରିବା ଅତ୍ୟନ୍ତ ଲଜ୍ଜ୍ୟା ଜନକ । କିଛି ଲୋକ କହିପାରନ୍ତି, ସେ ଓଡ଼ିଆ ବା ଅଣ ଓଡ଼ିଆ ହୁଅନ୍ତୁ ଓଡ଼ିଆ ସଂସ୍କୃତି ବିଷୟ ରେ ଓଡ଼ିଆଙ୍କୁ ବର୍ଣନା କରିବାରେ କଣ ଅସୁବିଧା ? ଏବେ ମୁଁ flight ରେ ଆସିବା ବେଳେ ଗୋଟେ ବହି ପଢ଼ୁଥିଲି The Culture Map, ଲେଖକ କହିଲେ “କେହି ଅନ୍ୟ ଜଣେ ଆପଣଙ୍କୁ ଆପଣଙ୍କ ସଂସ୍କୃତି ବିଷୟରେ କହିବା, ଆପଣଙ୍କୁ ଆପଣଙ୍କ ମା ର ସୌନ୍ଦର୍ୟ ବର୍ଣନା କରିବା ସହ ସମାନ” | ଯଦି ମୁଁ ଦ୍ୱିତୀୟ ଟାକୁ ଗ୍ରହଣ କରୁନି ତେବେ ପ୍ରଥମ ଟାକୁ କେମିତି କରିବି ?

    ଏ ଜାତିର ଲେଖକ, କବି, ବୁଦ୍ଧିଜୀବୀ ମାନେ ସଦାବେଳେ ଜାତି ସ୍ୱାଭିମାନ ପାଇଁ ସ୍ୱର ଉଠେଇଛନ୍ତି । ନେତାମାନେ ତ ପଦବୀ ପାଇଁ ଚୁପ, କିନ୍ତୁ ଏମାନଙ୍କ ଭିତରୁ ଆଧ୍ହିକାଂଶ କାହିଁକି ନିଜର ମୁହଁ ବନ୍ଦ କରିଛନ୍ତି । ବାଘ ପାଟିରେ ରଡୁଥିବା ମୁହଁ କାହିଁକି ଦିଫାଳ ହେଉନି ? କଣ ବାଘ ପାଟିରେ ଘା ହେଇଛି କି ? କିଏ ସେ ବାଘ ପାଟିରେ ଘା ସାଜିଛି ? ସେ ଘା ର ଉପଚାର ହେବା ଦରକାର କି ନୁହେଁ ?

    ବେଳେବେଳେ ଯଦି କିଏ ସ୍ୱର ଉଠଉଛି, ତାକୁ ସ୍ୱଳ୍ପ ସାଙ୍କେତିକ ଉର୍ନତିକରଣ ର ଦ୍ୱାହି ଦିଆଯାଉଛି । ସେ ସାଙ୍କେତିକ ଉର୍ନତିକରଣକୁ ଧରାଯାଉ ପ୍ରଯୁଜ୍ୟ ଭାବିବା, କିନ୍ତୁ ସେଥି ପାଇଁ କଣ ଆମେ କାହାର ଗୁଲାମୀକୁ ସ୍ୱୀକାର କରିବା ?

    ଯେମିତିକି ବର୍ତମାନ ଖରା ଦିନ ଚାଲିଛି, ଖରା ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତଙ୍କୁ ଛାଇ ଦରକାର, ତା ବୋଲି କଣ ଆମେ ଛାଇ ପାଇଁ ଆମ ଦୁଆରେ ବିଛୁଆତି ପୋତିବା ? କିନ୍ତୁ ଦୁର୍ଭାଗ୍ୟ ବଳରେ ଆମ ଦୁଆରେ ବିଛୁଆତି ପୋତା ଯାଇସାରିଛି । ଏବେ ଆମକୁ ବିଛୁଆତି ପାଇଁ ସଠିକ ନିର୍ଣ୍ଣୟ ନେବାର ବେଳ, ବିଛୁଆତି ଦୁଆରେ ରହିବ ଦରକାର ନା ଉପୁଡିବା ଦରକାର ?

    ମୋର ବିଜୁ ବାବୁଙ୍କ ବିଷୟରେ ଯେଉଁ ସ୍ୱଳ୍ପ ଜ୍ଞାନ ଅଛି ତା ଭିତରୁ ମତେ ଯେଉଁ ଗୁଣଟି ତାଙ୍କର ଅତି ଭଲ ଲାଗେ, ତାହା ହେଉଛି, ସେ ଯେଉଁଠି ନେତୃତ୍ୱ ନେବାର କ୍ଷମତା ଦେଖୁଥିଲେ, ତାକୁ ବାଡ଼େଇବାକୁ ଚେଷ୍ଟା କରୁଥିଲେ । କିଏ ଢେଲା ମାରୁଥିଲା, ଚପଲ ମାରୁଥିଲା, ଗଲି ଦେଉଥିଲା କିନ୍ତୁ ସେ ସେଇମାନଙ୍କ ଭିତରୁ ନେତା ଛିଡା କରୁଥିଲେ । ଅନ୍ତତଃ ସେ ଯିବା ବେଳେ ୮ – ୧୦ ଜଣ ଏମିତି ଓଡ଼ିଆ ନେତା ତିଆରି କରିଥିଲେ ଯେଉଁ ମାନେ ଓଡ଼ିଶାର ନେତୃତ୍ୱ ନେଇପାରିଥାନ୍ତ । ସେ ଅଲଗା ବିଷୟ ମତେ ଅତ୍ୟନ୍ତ ଦୁଃକ୍ଷରେ କହିବାକୁ ପଡୁଛି, ସେଇ ନେତା ମାନେ ଆଜିର ବିଛିଆତି ଲଗେଇବା ପାଇଁ ୨୪ ବର୍ଷ ତଳେ ମାଟି ଖୁସିଥିଲେ । କିନ୍ତୁ ବିଜୁବାବୁଙ୍କର ନେତା ତିଆରି କଳାକୁ ଭୂଲାଯାଇପାରିବନି । ଆଜି ଯେତେବେଳେ ନେତୃତ୍ୱ ଉପରେ ପ୍ରଶ୍ନ ଉଠେ କୁହାଯାଉଛି, କଣ କରିବା ଓଡ଼ିଶାରେ ତ ଆଉ କିଏ ନାଁହାନ୍ତି । ନିଜକୁ ଥରେ ପ୍ରଶ୍ନ କରନ୍ତୁ ଏଇ ୨୪ ବର୍ଷରେ ପକ୍ଷ ବିପକ୍ଷ ଉଭୟ ପାର୍ଶ୍ଵକୁ କିଏ ନେତୃତ୍ୱ ବିହୀନ କରିଛି ? କାହାର ନିଜସ୍ୱ ଜଜ୍ଞରେ କାହାର ଭାବମୂର୍ତ୍ତି ପାଇଁ, ଓଡ଼ିଶାର ସବୁ ନେତାଙ୍କର ବଳି ଚଢା ଯାଇଛି ? କାଳେ ବିଦ୍ରୋହର ସ୍ୱର ଉଠିବ ସେଥି ପାଇଁ କିଏ ଧର୍ମକୁ ଆଖିଠାର ମାରି ଓଡ଼ିଆଙ୍କୁ ଶାନ୍ତିର ପାଠ ପଢ଼ାଉଛି ? ଓଡ଼ିଆ ନେତାଙ୍କୁ କଂଶେଇ ଖୁଣ୍ଟିର ଛେଳି ଭଳି ସଜେଇ, ବେକ ସାରା ଛେଦମୁଣ୍ଡ ମାଳି ପିନ୍ଧି ଶାନ୍ତିର ପାଠ ପଢେଇବା କେତେଦୂର ଯଥାର୍ଥ ?

    ମୁଁ କର୍ପୋରେଟେରେ ଚାକିରୀ କରେ, ବର୍ଷକରେ ଥରେ assessment ବେଳେ ପଚାରା ଯାଏ, How many resource you have developed this year, who can fill your shoes ? ୨୪ ବର୍ଷରେ କଣ ଆପଣ ମାନେ ମୁଖିଆଙ୍କୁ ପଚାରିବା କଥା ନୁହେଁ କି How many Odia leader he has developed in last 24 years, who can fill his shoes ? ଯଦି କରି ନାହାଁନ୍ତ, ତେବେ ଅପାରଗ ଜନତାଙ୍କ ନେତା କିଭଳି No. 1 ?

    କରିବି ଥାନ୍ତେ କିପରି, ବିଜୁ ବାବୁଙ୍କ ଭଳି ଓଡ଼ିଆଙ୍କୁ ଯଦି ନିଜ ସମାସ୍କନ୍ଦ ଭାବୁଥାନ୍ତେ, ଭଲ ପାଉଥାନ୍ତେ ତାହେଲେ କରିବାକୁ ଚେଷ୍ଟା କରିଥାନ୍ତେ !!
    ମୋର ମୁଖିଆଙ୍କୁ ଇଂରେଜୀରେ ଗୋଟିଏ ଚେତାବନୀ ।

    Does not matter how tall you grow, you will fall one day. Unless you have people around you with equal stature to catch you in your fall, you will fall hard and that fall will be devastating.

    ବେଦନାର ଚର୍ଚ୍ଚା ବହୁତ ହେଲା, ଏବେ କେବଳ ଜନ ସାଧାରଣ ଙ୍କୁ ମୋର ଦୁଇଟି ନିବେଦନ । ମୁଁ ଯେଉଁଠି ଥିଲେବି ଭୋଟ ଦେବାକୁ ଆସେ, ଏଥର ବି ଆସିଛି । ଆପଣ ଯେଉଁଠି ଥାନ୍ତୁନା କାହିଁକି ଆସନ୍ତୁ ଭୋଟ ଦିଅନ୍ତୁ । ଭୋଟ ଦେବା ଆମର ପ୍ରଥମ ଗଣତାନ୍ତ୍ରିକ ଦାଇତ୍ୱ । ସେ ଦାଇତ୍ୱ ସମ୍ପାଦନ କରନ୍ତୁ ।
    ଭୋଟ ଦେବାବେଳେ ଚିନ୍ତା କରନ୍ତୁ ଆପଣଙ୍କ ନେତା; ଆପଣଙ୍କର ବାଘ ପାଟିର ଘା ର ଉପଚାର କରିପାରିବେତ ?