Tag: #Candidate

  • ପଲ୍ଲୀ ଠୁ ଦିଲ୍ଲୀ ଚର୍ଚ୍ଚାରେ, ପୁଣି ଫେରିବ ବିଜେଡି

    ପଲ୍ଲୀ ଠୁ ଦିଲ୍ଲୀ ଚର୍ଚ୍ଚାରେ, ପୁଣି ଫେରିବ ବିଜେଡି

    ହଜିଯିବେ ପାଣ୍ଡିଆନ , ପୁଣି ଫେରିବ ବିଜେଡି , ନୂଆ ନୂଆ ରଣନୀତି ନେଇ ଏବେ ବିଜେଡି ଦଳକୁ ସଜାଡୁଥିବା କଥା ଚର୍ଚା ହେଲାଣି | ସାଧାରଣ ନିର୍ବାଚନ ପୂର୍ବରୁ ଭୈରବ ବାବୁଙ୍କର ଯେଉଁ ଭଳି ପତିଆରା ରହିଥିଲା ତାହା ଏବେ ଆଉ ଦେଖିବାକୁ ମିଳିବନି , କାରଣ ତାଙ୍କୁ ସହଯୋଗ କରୁଥିବା ଲୋକଙ୍କୁ ଏବେ ନିଜେ ବାବୁ ଟାର୍ଗେଟ କରିଛନ୍ତି ଆଉ ବାବୁଙ୍କ ଉପରେ ଏବେ ଦଳୀୟ ନେତାଙ୍କର କୋପ ଦୃଷ୍ଟି ପଡିଛି , ଯେଉଁଥିପାଇଁ ବାବୁଙ୍କୁ ନେଇ ପଲ୍ଲୀ ଠାରୁ ଦିଲ୍ଲୀ ସବୁ ଆଡେ ଚର୍ଚା , ଆଉ ଆଲୋଚନା , …ପାଣ୍ଡିଆନ ଙ୍କୁ ନେଇ ଦଳର ବଡ଼ ବଡ଼ ନେତା ନିଜର ମନର କଥା କୁ ସିଧା ସିଧା ନକହି ପରୋକ୍ଷରେ କହିଛନ୍ତି , ଯାହା ଏବେ ପାଣ୍ଡିଆନ ଗଡକୁ ଭାଙ୍ଗିଦେବା ବୋଲି କୁହାଯାଉଛି | କେବଳ ସେତିକି ନୁହେଁ ବାବୁ ପାଣ୍ଡିଆନ ଙ୍କ ପତ୍ନୀ ସୁଜାତା ପାଣ୍ଡିଆନ ବି ଏହି ରେସରେ ପଛରେ ନାହାନ୍ତି , ଏକଥା ଆମେ ନୁହେଁ ବରଂ ଦଳର କିଛି ନେତା ପାଣ୍ଡିଆନ ଙ୍କ ଆଗରେ ବସି ଟିଉସନ ହେଉଥିବା କଥା ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଚି | ଦଳରେ ଦିନେ ସର୍ବେସର୍ବା ଦେଖାଉଥିବା ନେତାଙ୍କ ହାଲତ ଏବେ ସୁଧୁରିବ ବୋଲି କୁହାଯାଉଛି , କାରଣ ବଡ଼ ବାବୁଙ୍କୁ ନେଇ ଅନେକ ନେତାଙ୍କ ଆଭିମୁଖ୍ୟ ଠିକ ନଥିବା ବେଳେ ଏବେ ଦଳରୁ ତାଙ୍କୁ ବିଦା କରାଯିବା ନେଇ କୁଆଡେ ଆଲୋଚନା ହେଉଛି | ହେଲେ ଦଳରେ ନଥାଇ ବି ନିଜର ପାୱାର ସୋ କରୁଥିବା ପାଣ୍ଡିଆନଙ୍କୁ ଏବେ ଚେକ ଦେବାକୁ କିଏ କିଏ ଆଗକୁ ଆସିବ …ଦେବାଶିଷ, ରଣେନ୍ଦ୍ର ପରି ଆଉ କେଉଁ ନେତା ଏବେ ସେମାନଙ୍କ ସ୍ୱରରେ ସ୍ୱର ମିଳାଇ ଆଗକୁ ବିଜେଡି ସୁଧାରିବାକୁ ଅଂଟା ଭିଡ଼ିବେ ତାରୀ ଉପରେ ସମସ୍ତଙ୍କ ନଜର |

    ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ ନିଜର ଜଲବା ଦେଖାଇଥିବା ବିଜେଡି ଦଳର ସ୍ୱାଭିମାନ ପାଇଁ ଦଳ ସବୁ ପ୍ରକାର ତାଆରି କରିବାକୁ ପ୍ରସ୍ତୁତ ବୋଲି କୁହାଯାଉଛି , ଆଉ ଏହି ସମୟରେ ଦଳର ଅନେକ ବଡ଼ ବଡ଼ ନେତା ଦଳକୁ ଆଗକୁ ନେବା ପାଇଁ ଅଂଟା ଭିଡୁଛନ୍ତି , ଯାହାକୁ ନେଇ ଏବେ ନୂଆ ରଣନୀତି ପ୍ରସ୍ତୁତ କରି ଦଳରୁ ଦଳୀୟ କନ୍ଦଳ ହଟାଇବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି | ପଂଚାୟତ ନିର୍ବାଚନ ପୂର୍ବରୁ ଦଳର ସ୍ତିତିକୁ ମଝବୁତ କରିବା ନେଇ ଏବେ ଗାଁ ଠୁ ସହର ସବୁଠି କାମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି | ଦଳୀୟ ନେତା ଏବେ ଗାଁ କୁ ଯାଇ ନିଜ ଗଡ଼ ସଜାଡ଼ିବାକୁ ସଜବାଜ ହେଉଥିବା କଥା ଚର୍ଚା ହେଲାଣି | ଦଳୀୟ ଦାୟିତ୍ୱ ନେଇଥିବା ଦେବୀ ମିଶ୍ରଙ୍କ ଭଳି ବଡ଼ ବଡ଼ ନେତା ଏବେ ପଂଚାୟତ ନିର୍ବାଚନ ପାଇଁ ଦକ୍ଷ ପ୍ରାର୍ଥୀ ଦେଇ ଦଳକୁ ଆଉ ଠାରେ ଠିଆ କରିବାକୁ ପ୍ରସ୍ତୁତି ଚଳାଇଥିବା ଆଲୋଚନା ହେଉଛିପୁଣି ଫେରିବ ବିଜେଡି ତେବେ ଦଳ ୨୪ ନିର୍ବାଚନ ଫଳାଫଳକୁ ଦେଖି କଣ କାର୍ଯ୍ୟପନ୍ଥା ହାତକୁ ନେଉଛି ତାହା ଦେଖିବାକୁ ବାକି ରହିଲା |

  • ଟିକେଟ ପାଇବା ପରେ ବିଜୟକୁ ନେଇ ଆଶାବାଦୀ ରତିକାନ୍ତ

    ଟିକେଟ ପାଇବା ପରେ ବିଜୟକୁ ନେଇ ଆଶାବାଦୀ ରତିକାନ୍ତ

    ପାଟକୁରା ନିର୍ବାଚନ ମଣ୍ଡଳୀ ରେ କଂଗ୍ରେସ ଦଳର ବିଧାୟକ ପାର୍ଥି ଭାବେ ରତିକାନ୍ତ କାନୁନଗୋ ଙ୍କୁ ଦଳ ଟିକେଟ ଦେଇଛି। ରତିକାନ୍ତ ଚାରି ବର୍ଷ ହେବ କଂଗ୍ରେସ ଦଳ ରେ ଯୋଗ ଦେବା ପରେ ପାଟକୁରା ରେ ଶୋଇରହିଥିବା କଂଗ୍ରେସ ସକ୍ରିୟ ହେବାରେ ଲାଗିଛି ।୨୦୧୯ ନିର୍ବାଚନ ରେ କଂଗ୍ରେସ ପାଟକୁରା ରୁ ଜୟନ୍ତ କୁମାର ମହାନ୍ତି ଙ୍କୁ ନିର୍ବାଚନ ରେ ମୈଦାନ ଓଲ୍ହାଇଥିବା ବେଳେ ବି ୨,୧୦୬ ଖଣ୍ଡ ଭୋଟ ପାଇଥିଲେ. କଂଗ୍ରେସ ଏକ ରକମ ନିଜ ଅସ୍ତିତ୍ୱ ହରାଇ ଥିବା ବେଳେ ରତିକାନ୍ତ ଦଳରେ ଯୋଗ ଦଇ ଚାରି ବର୍ଷ ହେବ ପାଟକୁରା ର ୩ ବ୍ଲକ ଗରଦପୁର, ଡେରାବିଶ, ଓ ମାର୍ଶାଘାଇ ବ୍ଲକ ସାତ ପଞ୍ଚାୟତ ରେ ନିଜ ସଂଗଠନ ସୁଦୃଢ କରିବା ସହ କଂଗ୍ରେସ ଦଳର ସ୍ଥିତି ସୁଦୃଢ କରିବାରେ ଲାଗିଛନ୍ତି. ରାତିକାନ୍ତ ମଧ୍ୟ ୨୦୧୯ ନିର୍ବାଚନ ରେ ସ୍ୱାଧୀନ ପାର୍ଥି ଭାବେ ନିର୍ବାଚନ ଲଢ଼ିଥିଲେ.

    ତେବେ ୨୦୨୪ ମସିହା ରେ କଂଗ୍ରେସ ଦଳ ତାଙ୍କୁ ପୁରସ୍କାର ସ୍ୱରୂପ ପାଟକୁରା ଟିକେଟ ଦେଇଥିବାରୁ ରତିକାନ୍ତ ଦଳ ସଭାପତି ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଓ ବିଜୟ ନେଇ ଆଶା ବାଦି ବି ଅଛନ୍ତି ।

  • ହନୁମାନ ଜୟନ୍ତୀ ରାଲିରେ ଶକ୍ତି ପ୍ରଦର୍ଶନ କଲେ ଟୁକୁନି ସାହୁ ଓ ନବୀନ ଜୈନ

    ହନୁମାନ ଜୟନ୍ତୀ ରାଲିରେ ଶକ୍ତି ପ୍ରଦର୍ଶନ କଲେ ଟୁକୁନି ସାହୁ ଓ ନବୀନ ଜୈନ

    ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦୀପ୍ତ ନାଏକ ଓ ଲୋକସଭା ପ୍ରାର୍ଥୀ ମାଳବିକା ସିଂ ଦେଓଙ୍କ ପ୍ରଚାରର ଶ୍ରୀଗଣେଶ। ପ୍ରଚାର ପାଇଁ ଅମାଠ ଓ କେସିଙ୍ଗାରେ ମିଳିତ ପ୍ରଚାର କରିବାକୁ ପହଞ୍ଚିବା ପରେ ଉଭୟଙ୍କୁ ସ୍ଥାନୀୟ ବିଜେପି କର୍ମୀ ଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଇଛି। ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ବିଧାୟକ ପ୍ରଦୀପ୍ତ ନାଏକ ଗତ ଚାରି ବର୍ଷ ହେଲା ଅସୁସ୍ଥତା ଯୋଗୁଁ କୌଣସି ଅଞ୍ଚଳ ଯାଇନଥିବା ବେଳେ ଚଳିତ ନିର୍ବାଚନ ପାଇଁ ଆଜି ପ୍ରଥମ ରାଜନୈତିକ ଶୋଭାଯାତ୍ରା ରେ ସାମିଲ ହୋଇଛନ୍ତି l ତେବେ ଏହି ପ୍ରଚାର ପୂର୍ବରୁ ଉଭୟ ବିଜେପି କର୍ମୀଙ୍କ ସହ ମା ଅମ୍ବାଜୀ ମନ୍ଦିରରେ ଦର୍ଶନ କରିଥିଲେ l

    କେସିଙ୍ଗା ନୁଆଁ ବସଟାଣ୍ଟ ରୁ 35 କିଲୋମିଟର ଭବାନୀ ପାଟଣା ପର୍ଯ୍ୟନ୍ତ ମଟର ସାଇକେଲ ଶୋଭାଯାତ୍ରାରେ ରାଣୀ ମାଳବିକା ଓ ପ୍ରଦୀପ୍ତ ନାଏକ ସାମିଲ ହୋଇ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ଶୋଭାଯାତ୍ରା ରେ ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଅନାମ ନାଏକ, କେସିଙ୍ଗା ନଗର ବିଜେପି ସଭାପତି ମଗନ ସିନ୍ଦୁର ପ୍ରମୁଖ ସାମିଲ ହୋଇଥିଲେ। ବିରାଟ ରାଲି ସହ ବିଭିନ୍ନ ସ୍ଥାନରେ ପଦଯାତ୍ରା କରି ରାଣୀ ମାଳବିକା ମୋଦିଙ୍କ ଡବଲ ଇଞ୍ଜିନ ସରକାର ଗଠନରେ ସହାୟତା କରି ରାଜ୍ୟ ତଥା ଦେଶ ବିକାଶରେ ସହଭାଗୀ ହେବାକୁ ଆହ୍ବାନ ଦେଇଛନ୍ତି ସାଂସଦ ପ୍ରାର୍ଥୀ ତଥା ସ୍ଥାନୀୟ ବିଜେପି କର୍ମକର୍ତ୍ତା

    ଏହି ବିଜେପି ରାଲିରେ ବହୁ ସଂଖ୍ଯାରେ ବିଜେପି କର୍ମୀ ଯୋଗଦେଇଥିଲେ। ସମସ୍ତଙ୍କ ମଧ୍ୟରେ ଥିଲା ପୁଣି ପ୍ରଦୀପଙ୍କୁ ଜିତାଇବାର ଝୁଙ୍କ ଓ ମାଳବିକାଙ୍କୁ ସାଂସଦ କରିବାର ପ୍ରତିଶ୍ରୁତି ବଦ୍ଧତା। ହନୁମାନ ଜୟନ୍ତୀ ରାଲିରେ ଶକ୍ତି ପ୍ରଦର୍ଶନ କଲେ ଟୁକୁନି ସାହୁ ଓ ନବୀନ ଜୈନ

    ଗତକାଲି ଥିଲା ଓଡିଶାର ନବବର୍ଷ ଓ ପଣା ସଂକ୍ରତି । ଏହି ଅବସର ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ସଇଁତଲା ସହରରେ ଚଳିତ ବର୍ଷ ଦୁଇ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ ହୋଇ ଥିବା ବେଳେ ଦୁଇଟି ସ୍ଥାନ ରେ ଦୁଇ ବିଧାୟକ ପ୍ରାଥୀଙ୍କୁ ଦେଖିବାକୁ ମିଳି ଥିଲା । ସ୍ଥାନୀୟ ଶଙ୍କର ଛକରେ ବିଜେପି ବିଧାୟକ ପ୍ରାଥୀ ନବୀନ ଜୈନ ରାଲିରେ ସାମିଲ ହୋଇ ନିଜର ଶକ୍ତି ପ୍ରଦର୍ଶନ କରି ଥିବା ବେଳେ ସ୍ଥାନୀୟ ଗୋପବନ୍ଧୁ ପଡା ରାଲି ରେ ବିଜେଡି ବିଧାୟକା ପ୍ରାଥୀ ଟୁକୁନି ସାହୁ ସାମିଲ ହେଇ ଥିଲେ ।

    ହଜାର ହାଜର ଲୋକ ଙ୍କ ସମାଗମ ରେ ଦୁଇ ବିଧାୟକ ପ୍ରାଥୀ ନିଜ ନିଜ ଶକ୍ତି ପ୍ରଦର୍ଶନ କରି ଥିବା ଦେଖିବାକୁ ମିଳିଛି ! ସଇଁତଲା ସହର ରେ ହନୁମାନ ଜୟନ୍ତୀ ରେ ଦୁଇ ବିରୋଧୀ ବିଧାୟକ ପ୍ରାଥୀ ମଧ୍ୟ ମୁହାଁମୁହିଁ ହେଇଛନ୍ତି ! ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତୀକଦଳ ଗୁଡିକ ଲୋକ ମାନଙ୍କୁ ନିଜ ସପକ୍ଷ କରିବା ପାଇଁ ଲାଗି ପଡିଛନ୍ତି ! ନିର୍ବାଚନ ରେ ଭୋଟ ଶ୍ରୟ ନେବା ପାଇଁ ଦୁଇ ବିଧାୟକ ପ୍ରାଥୀ ରାଲି ରେ ସାମିଲ ହେଇଛନ୍ତି ବୋଲି ବୃଦ୍ଧିଜିବି ମହଲ ରେ ଚର୍ଚ୍ଚା ହେଉଛି “!

    ତେବେ ସେଯାହା ହେଉନା କାହିଁକି ଲୋକ କାହା ସପକ୍ଷରେ ଯାଆଉଛନ୍ତି ତାହା ସମୟ କହିବ ।

  • ବିଜେଡି ତାଲିକାରେ ୯୦% ପ୍ରାର୍ଥୀ ରିପିଟ୍

    ବିଜେଡି ତାଲିକାରେ ୯୦% ପ୍ରାର୍ଥୀ ରିପିଟ୍

    ବିଜେଡି ଘୋଷଣା କଲା ତାର ପ୍ରାର୍ଥୀ ତାଲିକା। ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ୭୧ ବିଧାନସଭା ଆସନ ଓ ୯ ଲୋକସଭା ଆସନ ପାଇଁ ଘୋଷଣା କରିଛନ୍ତି ପ୍ରାର୍ଥୀଙ୍କ ନାମ। ଏହି ତାଲିକାରେ ୮୫ ପ୍ରତିଶତ ପ୍ରାର୍ଥୀଙ୍କୁ ଦଳ ରିପିଟ କରିଛି। ତାଲିକାରେ ବିଷମ କଟକରୁ ପ୍ରାର୍ଥୀ ଭାବେ ଜଗନ୍ନାଥ ସାରକାଙ୍କ ନାମରୁ ତାଲିକା ଘୋଷଣା ଆରମ୍ଭ କରିଥିଲେ ନବୀନ। ଏହି ତାଲିକାରେ ଗୋପାଳପୁରରୁ ବିକ୍ରମ ପଣ୍ଡା, ଦିଗପହଣ୍ଡିରୁ ବିପ୍ଲବ ପାତ୍ର, ଯାଜପୁରରୁ ସୁଜାତା ସାହୁ, ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ପାଟକୁରାରୁ ଅରବିନ୍ଦ ମହାପାତ୍ର, ପୁରୀରୁ ସୁନିଲ ମହାନ୍ତିଙ୍କୁ ଦଳ ନୂଆ କରି ଠିଆ କରିଥିବା ବେଳେ ସତ୍ୟବାଦୀ ଓ ବ୍ରହ୍ମଗିରିରେ ପରିବର୍ତ୍ତନ ହୋଇଛି। ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ବ୍ରହ୍ମଗିରିରୁ ଉମା ସାମନ୍ତରାୟଙ୍କୁ ଅଦଳ ବଦଳ କରାଯାଇଛି। ବାକି ଘୋଷଣା ହୋଇଥିବା ସବୁ ଆସନରେ ପ୍ରାୟତଃ ପୁରୁଣା ପ୍ରାର୍ଥୀଙ୍କୁ ରିପିଟ କରିଛି ଦଳ। ସେହିପରି ଲୋକସଭା ପାଇଁ ଧର୍ମେନ୍ଦ୍ରଙ୍କ ବିପକ୍ଷରେ ସମ୍ବଲପୁରରୁ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସୁନ୍ଦରଗଡରୁ ଦିଲ୍ଲୀପ ତିର୍କି, ଭୁବନେଶ୍ବରରୁ ମନ୍ମଥ ରାଉତରାୟ, ମୟୂରଭଞ୍ଜରୁ ସୁଦାମ ମାର୍ଣ୍ଡି, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ ମାଝୀ, କୋରାପୁଟରୁ କୌଶଲ୍ୟା ହିକକା, ଆସୁକାରୁ ରଞ୍ଜିତା ସାହୁ, କଳାହାଣ୍ଡିରୁ ଲମ୍ବୋଦର ନିଆଲଙ୍କୁ ମୈଦାନକୁ ଓହ୍ଲାଇଛି ବିଜେଡି। ଦଳ ପ୍ରକାଶ କରିଥିବା ପ୍ରାର୍ଥୀ ତାଲିକା ଦେଖିଲେ ଦଳରେ ସେମିତି କୌଣସି କନ୍ଦଳ ଥିବା ବା ତାକୁ ମ୍ୟାନେଜ କରିବାକୁ ସେମିତି କିଛି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ।

  • ଦଳ ମତେ କ’ଣ ଦେବ ତାକୁ ହିଁ ଅପେକ୍ଷା: ଅମରେଶ

    ଦଳ ମତେ କ’ଣ ଦେବ ତାକୁ ହିଁ ଅପେକ୍ଷା: ଅମରେଶ

    ଦୀର୍ଘ ୨୫ ବର୍ଷ ଧରି ଛାତ୍ର ରାଜନୀତି ଠାରୁ ଆରମ୍ଭ କରି ଲୋକଙ୍କ ସେବା ଜାରି ରଖିଛି । ଆଗକୁ ଏହି ଧାରା ଜାରି ରଖିବି । ଯେଉଁ ବନ୍ଧୁମାନେ ମତେ ସବୁବେଳେ ସହାୟତା କରିଛନ୍ତି ସେମାନଙ୍କ ପାଇଁ ଏକ ଭୋଜିଭାତର ଆୟୋଜନ କରିଛି । ମତେ ଭଲପାଉଥିବା ଲୋକଙ୍କ ସହିତ ମୁଁ ସର୍ବଦା ରହିଛି । ଏମିତି କିଛି ଭାବପ୍ରବଣତା ଆନ୍ଦାଜରେ ନିଜର କୋହ ପ୍ରକାଶ କରିଛନ୍ତି ବିଜେଡି ନେତା ଅମରେଶ ଜେନା । ଦଳ ପାଇଁ ବହୁତ କିଛି କରିଛି । ଏବେ ଦଳ ମତେ କଣ ଦେବ ତାକୁ ହିଁ କେବଳ ଅପେକ୍ଷା ।

    ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଙ୍କ ଉପରେ ଆସ୍ଥା ରଖି ନିରନ୍ତର ଜନସମ୍ପର୍କ ଜାରି ରଖିଛନ୍ତି । ଆଜି ସେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଫୁଲ୍ ଦମରେ ମଧ୍ୟ ଭୁବନେଶ୍ବର ପାଇଁ ଏବେ ଟିକେଟ ଆଶାରେ ଆଗେଇ ଚାଲିଛନ୍ତି ବିଜେଡିର ଅମରେଶ ଜେନା । ସେ ଏଥର ଦଳ ପକ୍ଷରୁ ଟିକେଟ ଆଶା ରଖିଥିବା ବେଳେ ତାଙ୍କ ସମର୍ଥକଙ୍କ ଆଗରେ ଭାବୁକ ହୋଇଯାଇଥିଲେ ।

    ବିଏମସିର ୪୫ ନମ୍ବର ୱାର୍ଡର କର୍ପୋରେଟର ଥିବା ଅମରେଶ କେବଳ ଦଳୀୟ ଟିକେଟ୍ ଲବିରେ ନାହାନ୍ତି ବରଂ ଖୋଲାଖୋଲି ଭାବେ ବିଧାୟକ ଅନନ୍ତ ଜେନାଙ୍କୁ ସେ ଚେତାବନୀ ଦେଇଛନ୍ତି । ଏଥର ଅମରେଶ ବିଜେଡିର ମଧ୍ୟ ନିର୍ବାଚନ ମଣ୍ଡଳୀ ଟିକଟ ଆଶାୟୀ ଭାବରେ ଆଗରେ ଥିବା ବେଳେ ତାଙ୍କ ପଛରେ ରୁଦ୍ର ସାମନ୍ତରାୟ ମଧ୍ୟ ପାଇଁ ମୁଣ୍ଡ ଟେକିଲେଣି ।

    ସେହିଭଳି ଭାବେ ଆମେରେଶ ଜେନା ଆଜି କଳ୍ପନା ଠାରେ ଏକ ବନ୍ଧୁ ମିଳନ କରି ପାଖାପାଖି ୧୨ ହଜାର ଲୋକଙ୍କୁ ଏକାଠି କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଅମରେଶ ବିଜେଡି ଦଳରେ ଦୀର୍ଘ ୪ ଥର କର୍ପୋରେଟର ଭାବେ ରହିଛନ୍ତି ୨୦ ବର୍ଷ ଦଳ ପାଇଁ କାମ କରିଛନ୍ତି । ଦଳ ତାଙ୍କୁ ଏଥର ଟିକେଟ ଦେବ ବୋଲି ସେ ବିଶ୍ବାସ କରିଛନ୍ତି ।

  • ବାଁସୁରୀ ନିଜ ମା’ଙ୍କ କେଉଁ ପ୍ରତିଶୃତିକୁ କଲେ ପୂରଣ ?

    ବାଁସୁରୀ ନିଜ ମା’ଙ୍କ କେଉଁ ପ୍ରତିଶୃତିକୁ କଲେ ପୂରଣ ?

    ଲୋକସଭା ନିର୍ବାଚନ ୨୦୨୪: ଲୋକସଭା ନିର୍ବାଚନ ପାଇଁ ଦିଲ୍ଲୀରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟରେ ମେଣ୍ଟ ହୋଇସାରିଛି । ବିଜେପିକୁ ରୋକିବା ପାଇଁ ଉଭୟ ଦଳ ଦିଲ୍ଲୀର ୭ ଟି ଲୋକସଭା ଆସନରେ ଏକାଠି ନିର୍ବାଚନ ଲଢୁଛନ୍ତି। ଆମ୍ ଆଦମୀ ପାର୍ଟି ୪ ଟି ଆସନରେ ଏବଂ କଂଗ୍ରେସ ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। (ଆପ) ଦିଲ୍ଲୀରେ ନିଜର ପ୍ରାର୍ଥୀ ଘୋଷଣା କରିସାରିଛି। ସେପଟେ ବିଜେପି ମଧ୍ୟ ୫ ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି।

    ନୂଆଦିଲ୍ଲୀ ଲୋକସଭା ଆସନ ପାଇଁ ଆମ ଆଦମୀ ପାର୍ଟି ସୋମନାଥ ଭାରତୀଙ୍କୁ ଟିକେଟ ଦେଇଛି । ଯେଉଁଠି ବିଜେପି ଏହି ଆସନ ପାଇଁ ବାଁସୁରୀ ସ୍ୱରାଜଙ୍କ ନାମ ଘୋଷଣା କରିଛି। ଅର୍ଥାତ୍ ନୂଆଦିଲ୍ଲୀ ଆସନରେ ସୋମନାଥ ଭାରତୀ ଏବଂ ବିଜେପି ପ୍ରାର୍ଥୀ ବାଁସୁରୀ ସ୍ୱରାଜଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦୀତା ହେବ।

    ନୂଆଦିଲ୍ଲୀ ଆସନରୁ ବର୍ତମାନର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖୀଙ୍କ ଟିକେଟ୍ ବାତିଲ କରି ବାଁସୁରୀ ସ୍ୱରାଜଙ୍କୁ ଟିକେଟ୍ ଦେଇଛି। ଏହି ଆସନରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଏଲ.କେ ଆଡଭାନୀ ସାଂସଦ ରହି ଆସିଥିଲେ। ବାଁସୁରୀ ହେଉଛନ୍ତି ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ, ଯିଏକି ୨୦୧୯ ରେ ମୃତ୍ୟୁବରଣ କରିଥିଲେ | ୪୨ ବର୍ଷ ବୟସ୍କା ବାଁସୁରୀ ବୃତ୍ତି ଅନୁଯାୟୀ ଜଣେ ଓକିଲ ଏବଂ ୧୬ ବର୍ଷ ଧରି ଓକିଲାତି କରୁଛନ୍ତି |

    ଖୁବ୍ କମ୍ ଲୋକ ଜାଣନ୍ତି ଯେ ସୁଷମା ସ୍ୱରାଜ ତତ୍କାଳୀନ ସଲିସିଟର ଜେନେରାଲ୍ ହରିଶ ସାଲଭେଙ୍କୁ ଏକ ପ୍ରତିଶୃତି ଦେଇଥିଲେ। ହେଲେ , ସେ ତାଙ୍କ ପ୍ରତିଶୃତି ପୂରଣ କରିପାରିନଥିଲେ, କିନ୍ତୁ ସୁଷମା ସ୍ୱରାଜଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ବାଁସୁରୀ ମା’ ଦେଇଥିବା ପ୍ରତିଶୃତିକୁ ପୂରଣ କରିଥିଲେ।

    ଅନ୍ତର୍ଜାତୀୟ କୋର୍ଟ ଅଫ ଜଷ୍ଟିସ ରେ କୁଲଭୂଷଣ ଯାଦବଙ୍କ କେସ ଲଢ଼ିବା ପାଇଁ ସାଲଭେ ମାତ୍ର ୧ ଟଙ୍କା ଫିସ ନେଇଥିଲେ। ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସୁଷମା ସ୍ୱରାଜ ହରିଶ ସାଲଭେଙ୍କୁ ଫୋନ କରି ଘରକୁ ଆସ ଏବଂ ଆପଣଙ୍କ ୧ ଟଙ୍କା ଫିସ ନେଇଯିବାକୁ କହିଥିଲେ। ସାଲଭେ ତାଙ୍କ ଫି ନେବା ପୂର୍ବରୁ ସୁଷମା ସ୍ୱରାଜଙ୍କ ଦେହାନ୍ତ ହୋଇ ଯାଇଥିଲା। ସୁଷମା ସ୍ୱରାଜଙ୍କ ମୃତ୍ୟୁର କିଛି ଦିନ ପରେ ଝିଅ ବାଁସୁରୀ ହରିଶ ସାଲଭେଙ୍କୁ ଭେଟି ତାଙ୍କୁ ୧ ଟଙ୍କା ଦେଇଥିଲେ ଯାହା ତାଙ୍କ ମା ସାଲଭେଙ୍କୁ ପ୍ରତିଶୃତି ଦେଇଥିଲେ।

  • ଝାରସୁଗୁଡ଼ା: ଉପନିର୍ବାଚନରେ କାହାର ହେବ ବାଜିମାତ୍, ରେଜଲ୍ଟକୁ ଅପେକ୍ଷା

    ଝାରସୁଗୁଡ଼ା: ଉପନିର୍ବାଚନରେ କାହାର ହେବ ବାଜିମାତ୍, ରେଜଲ୍ଟକୁ ଅପେକ୍ଷା

    ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ମହିଳା ପୋଲିଂ କର୍ମଚାରୀଙ୍କୁ ନେଇ ପିଙ୍କ୍ ବୁଥ୍ ପ୍ରସ୍ତୁତ କରାଯାଇଛି । ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ଭୋଟରଙ୍କୁ ଭବ୍ୟ ସ୍ୱାଗତ କରାଯାଉଛି । ମତଦାନ କେନ୍ଦ୍ରରେ ଭିନ୍ନକ୍ଷମ ଓ ବୟସାଧିକ ଭୋଟରଙ୍କ ମତଦାନକୁ ସହଜ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମ୍ମାନ ସ୍ୱରୂପ ଏହିପରି ସମସ୍ତ ଭୋଟରଙ୍କୁ ଏକ ଫୁଲ ଦିଆଯାଇଛି। ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ଯେଉଁ ଉତ୍ସାହ ଦେଖିବାକୁ ମିଳିଛି ତାହା ବେଶ୍ ପ୍ରଶଂସନୀୟ ରହିଛି ।

    ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଓ ତାଙ୍କ ଟିମ୍ ଦ୍ୱାରା ଝାରସୁଗୁଡ଼ର ପ୍ରତ୍ୟେକ ବୁଥରେ ଭୋଟ୍ ସହିତ ଜଡ଼ିତ କାର୍ଯ୍ୟକଳାପର ପ୍ରତ୍ୟକ୍ଷ ତଦାରଖ ଓ ନିୟନ୍ତ୍ରଣ କରାଯାଉଛି । କୌଣସି ପରିସ୍ଥିତିରେ ନିୟମ ଉଲ୍ଲଙ୍ଘନକୁ ବରଦାସ୍ତ କରାଯିବ ନାହିଁ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି । ପୋଲିସ ଓ ପ୍ରଶାସନର ସମନ୍ୱୟରେ ଝାରସୁଗୁଡ଼ା ଉପନିର୍ବାଚନ ଭୋଟିଂ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ଜାରି ରହିଛି ।

    ସେପଟେ,କ୍ଲଷ୍ଟର ବୁଥରେ ଶାନ୍ତିଶୃଙ୍ଖଳା ସ୍ଥିତି ଉପରେ ନଜର ରଖିଛି ‘ଡ୍ରୋନ୍’ । ଆଜି ସକାଳ ୯ଟା ସୁଦ୍ଧା ୯.୭୫ ପ୍ରତିଶତ ଭୋଟିଂ ଥିବାବେଳେ ଦିନ ୧୧ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଛି । ସେହିପରି ମଧ୍ୟାହ୍ନ ୧ଟା ସୁଦ୍ଧା ୪୧.୨୬% ଭୋଟିଂ ହୋଇଥିବା ସୂଚନା ମିଳିଛି । ନିଜ ନିଜର ମତ ସାବ୍ୟସ୍ତ କରି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରୁଛନ୍ତି ଭୋଟର ।