ସୁରଟ ସେସନ କୋର୍ଟରୁ କଂଗ୍ରେସ ନେତା ରାହୁଲଙ୍କୁ ଝଟକା। ଏକ ଅପରାଧିକ ମାନହାନୀ ମକଦମାରେ ତାଙ୍କ ବିରୋଧରେ ଦୋଷ ସାବ୍ୟସ୍ତ କରିବା ଉପରେ ସ୍ଥଗିତାଦେଶ ଜାରି କରିବାକୁ ତଥା ତାଙ୍କ ସଂସଦର ସଦସ୍ୟତାକୁ ବଳବତ୍ତର ରଖିବାକୁ ରାହୁଲଙ୍କ ଦ୍ୱାରା ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି କୋର୍ଟ। ଫଳରେ ପାର୍ଲାମେଣ୍ଟରେ ପୁନଃ ପ୍ରତିଷ୍ଠିତ ହୋଇପରିବେ ନାହିଁ। ମୋଦି ସାଜ୍ଞାକୁ ନେଇ ରାହୁଲଙ୍କ ବୟାନ ବିରୋଧରେ ବିଜେପି ନେତା ପୁର୍ନେଶ ମୋଦି ଅଭିଯୋଗ କରିଥିଲେ।
ବିଚାରପତି ରବିନ ମୋଗେରା ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବାକୁ ମନା କରିଦେଇଛନ୍ତି। 2019 ନିର୍ବାଚନ ରାଲି ସମୟରେ ସବୁ ମୋଦି କାହିଁକି ଚୋର ପରି ବୟାନକୁ ନେଇ ବିଜେପି ନେତାଙ୍କ ଆଭିଯୋଗ ଆଧାରରେ ପୂର୍ବରୁ ମାର୍ଚ୍ଚ 23 ତାରିଖରେ ସୁରଟ ମେଟ୍ରୋପଲିଟାନ କୋର୍ଟ ଏହି ମାମଲାରେ ରାହୁଲଙ୍କୁ 2 ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ। ସେହି ଦିନ ସେସନ କୋର୍ଟ ରାହୁଲଙ୍କୁ ଜାମିନ ପ୍ରଦାନ କରିଥିଲେ। ଏଥିସହ ଉଚ୍ଚ କୋର୍ଟରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଥିଲା। ମେଟ୍ରୋପଲିଟାନ କୋର୍ଟଙ୍କ ରାୟ ପରେ ମାର୍ଚ୍ଚ 24ରେ ରାହୁଲଙ୍କୁ ତାଙ୍କ ୱାୟନାଡ ସାଂସଦ ପଦ ହରାଇବାକୁ ପଡିଥିଲା ତଥା ତାଙ୍କ ସରକାରୀ କ୍ୱାଟର ମଧ୍ୟ ଛାଡିବାକୁ ହୋଇଥିଲା।