”କାଲିର ଖେଳରେ ମୁଁ ଥିବି ବା ନଥିବି” ଏମିତି କହି ଅବସର ନେଲେ ସୁପ୍ରିମକୋର୍ଟ ବିଚାରପତି

ହୀନ୍ଦି ଚଳଚ୍ଚିତ୍ର ‘ମେରା ନାମ ଜୋକର’ର ଡାଏଲଗ ପଢି ପ୍ରିମକୋର୍ଟ ଜଜ୍ ଜଷ୍ଟିସ୍ ଏମ୍.ଆର୍ ଶାହ ବହୁତ ଭାବପ୍ରବଣ ହୋଇଗଲେ ଏବଂ ତାଙ୍କ ଗଳା ମଧ୍ୟ ରୁନ୍ଧି ହୋଇଯାଉଥିଲା । ଏଥିସହିତ ତାଙ୍କର ସର୍ବୋଚ୍ଚ ନ୍ୟାୟାଳୟରୁ ଅବସର ହୋଇଗଲା । ପରମ୍ପରା ଅନୁଯାୟୀ, ସୋମବାର ଦିନ ଜଷ୍ଟିସ୍ ଏମଆର ଶାହା ମୁଖ୍ୟ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୁଡଙ୍କ ସହ ବେଞ୍ଚରେ ବସିଥିଲେ।

ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସମେତ ଅନେକ ଓକିଲ ସୁପ୍ରିମକୋର୍ଟରେ ଜଷ୍ଟିସ ଶାହଙ୍କୁ ପ୍ରଶଂସା କରିଥିଲେ । ଜଷ୍ଟିସ୍ ଶାହ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଏକ ହିନ୍ଦୀ ଚଳଚ୍ଚିତ୍ର ଗୀତ,”କଲ୍ ଖେଲ୍ ମେଁ ହମ୍ ହୋ ନା ହୋ, ଗାର୍ଦ୍ଦିଶ ମେଁ ତାରେ ରହେଙ୍ଗେ ସାଦା…” ପାଠ କରିଥିଲେ । ଏହା ପରେ ସେ ଭାବପ୍ରବଣ ହୋଇଯାଇଥିଲେ ଆଉ ତାଙ୍କ ଗଳା ରୁନ୍ଧି ହୋଇଯାଉଥିଲା ।

ବାସ୍ତବରେ ସୁପ୍ରିମକୋର୍ଟରେ ସର୍ବାଧିକ ନିଷ୍ପତ୍ତି ନେଇଥିବା ବିଚାରପତି ମାନଙ୍କ ମଧ୍ୟରୁ ଜଷ୍ଟିସ୍ ଶାହ ହେଉଛନ୍ତି ଅନ୍ୟତମ । ପ୍ରାୟ ୪ ବର୍ଷ ମଧ୍ୟରେ ସେ ପ୍ରାୟ ୭୧୨ କେଶର ବିଚାର କରିଛନ୍ତି । ଶିବସେନା ବିବାଦ ଏବଂ ଦିଲ୍ଲୀ ସରକାର ବନାମ ଏଲଜି ମାମଲା ଉପରେ ବିଚାର କରୁଥିବା ସମ୍ବିଧାନ ପୀଠରେ ମଧ୍ୟ ସେ ସାମିଲ ଥିଲେ ।

ସିଜେଆଇ ଚନ୍ଦ୍ରଚୁଡ ଏହି ଅବସରରେ କହିଥିଲେ ଯେ, ସେ ଜଣେ ପ୍ରକୃତ ବନ୍ଧୁ ଏବଂ କଲେଜିୟମର ବଡ ସହଯୋଗୀ । ମୋ ପାଖେ ଅନେକ ଗୁପ୍ତ କାହାଣୀ ଅଛି । ଜଷ୍ଟିସ୍ ଶାହ କହିଥିଲେ, ଯଦି ମୁଁ ଭାବପ୍ରବଣ ହୋଇଯାଏ ଏବଂ କାନ୍ଦିବା ଆରମ୍ଭ କରେ ତେବେ ମୋତେ କ୍ଷମା କରିଦେବେ କାରଣ ମୁଁ ନଡ଼ିଆ ପରି । ଆପଣ ମାନେ ସମସ୍ତେ ମୋତେ ପରିବାର ସଦସ୍ୟ ଭାବରେ ଗ୍ରହଣ କରିଛନ୍ତି ଏବଂ ମୋତେ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି । ମୁଖ୍ୟ ବିଚାରପତି ମୋତେ ଭାଇ ଭାବରେ ପ୍ରୋତ୍ସାହିତ କରିଛନ୍ତି ଏବଂ ମୁଁ ତାଙ୍ କଠାରୁ ବହୁତ କିଛି ଶିଖିଛି ।

ଶାହ କହିଛନ୍ତି, “ମୁଁ ସର୍ବଦା କାମ ଏବଂ ମକଦ୍ଦମାକାରୀଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରେ । ମୁଁ ସର୍ବଦା କୌଣସି ଭୟ କିମ୍ବା ପକ୍ଷପାତିତା ବିନା ମୋର କର୍ତ୍ତବ୍ୟ ପାଳନ କରିଛି । ଯଦି ମୁଁ କେବେ କାହାର ଭାବନାକୁ ଆଘାତ ଦେଇଛି, ତେବ ମୁଁ କ୍ଷମା ମାଗିନେଉଛି । ମୁଁ ସର୍ବଦା କାର୍ଯ୍ୟରେ ବିଶ୍ୱାସ କରେ । ସମସ୍ତେ କହୁଥିଲେ ଯେ, ମୁଁ ନ୍ୟାୟାଳୟରେ ବରିଷ୍ଠ ଏବଂ କନିଷ୍ଠ ମାନଙ୍କୁ ସମାନ ଆଖିରେ ଦେଖୁଥିଲି । ମୋର ୫ ପ୍ରତିଶତ ଜୁନିୟରଙ୍କ ପ୍ରତି ଦର୍ବଳତା ଥିଲା ଆଉ ସର୍ବଦା ଭାବୁଥିଲି ଯେ, ସେମାନେ ତର୍କ କରୁଥିବା ଓକିଲ ହେବା ଦରକାର । ମୁଁ ଜଣେ ଅବସରପ୍ରାପ୍ତ ବ୍ୟକ୍ତି ନୁହେଁ, ମୁଁ ଏକ ନୂତନ ଇନିଂସ ଆରମ୍ଭ କରିବାକୁ ଯାଉଛି ଏବଂ ସର୍ବଶକ୍ତିମାନ୍ ପରମେଶ୍ୱରଙ୍କ ଠାରୁ ଆଶୀର୍ବାଦ ମାଗିବି ବୋଲି ଶାହ କହିଥିଲେ ।

Leave a Reply

Your email address will not be published. Required fields are marked *