
ଶାଳିଆ ଡ୍ୟାମ ନିକଟରେ ଡକାୟତି ଘଟଣାରେ ଧରା ପଡିଲେ ଦୁଇ ଲୁଟେରା । ଲୁଟେରାଙ୍କ ଠାରୁ ମୋବାଇଲ, ସିମକାର୍ଡ ଓ ବହୁ ମାରଣାସ୍ତ୍ର ସହ ଟଙ୍କା ଜବତ । ପୂର୍ବରୁ ଶାଳିଆ ଡ୍ୟାମ ନିକଟରେ ହୋଇଥିବା ଡକାୟତି ଘଟଣାରେ ଧରା ପଡିଛନ୍ତି ଦୁଇଜଣ ଲୁଟେରା l ସେମାନଙ୍କ ଠାରୁ ତିନୋଟି ମlରଣାସ୍ତ୍ର , ଦୁଇଟା ମୋବାଇଲ, କିଛି ସିମକାର୍ଡ ଓ ଦୁଇ ଲକ୍ଷ ସତଚାଳିଶ ହଜାର ପାଞ୍ଚ ଶହ ଟଙ୍କା ଜବତ କରିଛି ବାଣପୁର ପୋଲିସ l
ପୂର୍ବରୁ ବାଣପୁର ଥାନା ଅନ୍ତର୍ଗତ ଶାଳିଆ ଡ୍ୟାମ ନିକଟରେ ଏକ ବଡ ଧରଣର ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା l ସୂଚନା ମୁତାବକ ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀରେ କାର୍ଯ୍ୟରତ ପାଞ୍ଚ ଜଣ କର୍ମଚାରୀ ଖୋର୍ଦ୍ଧା ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଦେଇଥିବା ଗ୍ରୁପ ଲୋନ ଟଙ୍କା ସଂଗ୍ରହ କରି ରାତି ୯ ଘଟିକା ସମୟରେ ଫେରୁଥିଲେ। କର୍ମଚାରୀ ମାନଙ୍କ ମଧ୍ୟରେ ଜଣେ ମହିଳା କର୍ମଚାରୀ ଥିବାବେଳେ ସମସ୍ତେ ନିଜ ନିଜ ମୋଟର ସାଇକେଲ ଓ ସ୍କୁଟିରେ ଏକାଠି ହୋଇ ଫେରୁଥିଲେ। ତେବେ ଫେରିବା ବାଟରେ ଶାଳିଆ ଡ୍ୟାମ ନିକଟରେ ହଠାତ ୧୦ରୁ ୧୨ ଜଣ ଦୁର୍ବୁର୍ତ୍ତ ମୁହଁରେ କଳାକନା ଘୋଡାଇ କର୍ମଚାରୀ ମାନଙ୍କୁ ରାସ୍ତାରେ ଡାଳ ପକାଇ ଅଟକାଇ ଥିଲେ।
ସେମାନଙ୍କ ମଧ୍ୟରୁ ଦୁଇଜଣ ଦ୍ରୁତ ଗତିରେ ଗାଡି ଚଲାଇ ପଳାଇ ଆସିଥିବା ବେଳେ ଅନ୍ୟମାନେ ସେମାନଙ୍କ ହାବୁଡ଼ରେ ପଡିଯାଇଥିଲେ। ଦୁର୍ବୁର୍ତ୍ତମାନେ ସେମାନଙ୍କୁ ଆକ୍ରମଣ କରି ସେମାନଙ୍କ ପାଖରେ ବ୍ୟାଗରେ ଥିବା କଲେକ୍ସନ ଟଙ୍କା ଓ ସମସ୍ତ କାଗଜପତ୍ର ଛଡାଇ ଗଞ୍ଜାମ ଜିଲ୍ଲାକୁ ଥିବା ରାସ୍ତା ଦେଇ ପଳାଇଥିଲେ। ତେବେ ତିନିଜଣଙ୍କ ନିକଟରୁ ସମୁଦାୟ ୭,୫୨,୨୫୦ ଟଙ୍କା ଦୁର୍ବୁର୍ତ୍ତ ମାନେ ଛଡାଇ ନେଇ ଯାଇଥିବାର ମହିଳା କର୍ମଚାରୀ ଦୀପାଞ୍ଜଳି ଛାଟୋଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାର ରେ ବାଣପୁର ଥାନା କେସ ନଂ ୯୫/୨୪ ଏକ ମାମଲା ରୁଜୁ ହୋଇଥିଲା l
ତେବେ ପୋଲିସ ଅଭିଯୋଗ ଅନୁଯାୟୀ ଛାନଭିନ୍ କରୁଥିବା ବେଳେ ୨ ଜଣଙ୍କୁ ଧରିଥିବା ବେଳେ ଅନ୍ୟ ଦୁର୍ବୁତ୍ତ ମାନଙ୍କ ର ପତ୍ତା ମିଳିପାରି ନାହିଁ। ତେବେ ଧରା ପଡିଥିବା ଦୁର୍ବୁତ୍ତ ହେଉଛି ଗଞ୍ଜାମ ଜିଲ୍ଲା ବେଗୁନିଆ ଅଞ୍ଚଳର ଭରତ ତରଣୀଙ୍କ ପୁଅ ଚନ୍ଦନ @ଶାନ୍ତନୁ ତରଣୀ (୨୩ )ଓ ଆଉ ଜଣେ ହେଉଛି ବାଣପୁର ଶାଳିଆ ଡ୍ୟାମ ନିକଟରେ ଥିବା ପଣସଡିହ ଗ୍ରାମର ବୁଦ୍ଧିଆ ଶବରଙ୍କ ପୁଅ ନିରଞ୍ଜନ ଶବର( ୩୦ ) l ତେବେ ଏହିଗ୍ୟାଙ୍ଗର ଅନ୍ୟମାନେ ଚି଼ହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଏଯାବତ୍ ପୋଲିସ ଧରିନି l ସେଥିପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଅତିଶୀଘ୍ର ଧରାଯିବ ବୋଲି ଖୋର୍ଦ୍ଧା ଆଡ଼ିସିନାଲ ଏସ. ପି. ଗଣମାଧ୍ୟମ ଙ୍କୁ ଜଣାଇଛନ୍ତି l
Your point of view caught my eye and was very interesting. Thanks. I have a question for you. https://www.binance.bh/register?ref=JW3W4Y3A
Can you be more specific about the content of your article? After reading it, I still have some doubts. Hope you can help me.