
ଯୁବତୀଙ୍କୁ ଅପହରଣ ଘଟଣା କୁ କେନ୍ଦ୍ର କରି ଉତ୍ତେଜନା। ଯାଜପୁର ଜ଼ିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ଶାସନ୍ଦା ଗାଁ ବନ୍ଦସାହିରୁ ଶରତ ସ୍ୱାଇଁ ଙ୍କ ଝିଅ ସଂଘମିତ୍ରା ସ୍ୱାଇଁ ଙ୍କୁ ଅପହରଣ ହୋଇଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଛି l ଗତ ୨୫ ତାରିଖ ଅଗ୍ନୀ ଉତ୍ସବ ପାଇଁ ବନ୍ଦସାହି କୁ ସଂଘମିତ୍ରା ସାଙ୍ଗ ମାନଙ୍କ ସହ ଯାଇଥିଲେ। ସେଠାରେ ଟିଣା ଗ୍ରାମର ରାଜେଶ ନାୟକ ଏବଂ ତାଙ୍କ ସହଯୋଗୀ ତାଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି l ଏ ନେଇ ମା ବିଂଝାରପୁର ଥାନାରେ ଅଭିଯୋଗ କରିଥିଲେ ବି ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଛି। ଆଜି ଏହି ଘଟଣା କୁ ନେଇ ବିଂଝାରପୁର ଥାନାରେ ଉତେଜନା ଦେଖା ଦେଖାଦେଇଥିଲା l ବିଂଝାରପୁର ଥାନାରେ ଯାଜପୁର ଏସଡ଼ିପିଓ ସତ୍ୟବ୍ରତ ଲେଙ୍କା, ମଙ୍ଗଳପୁର ଥାନା ଅଧିକାରିଣୀ ଚିନ୍ମୟୀ ସାହୁ, ଅଳକୁଣ୍ଡ ଥାନା ଅଧିକାରି ପ୍ରଶାନ୍ତ ଦାସ, ଦଶରଥପୁର ଥାନା ଅଧିକାରି ବଦ୍ରିକାନାଥ ବେହେରା ପହଂଚି ବୁଝା ସୁଝା କରିଥିବା ବେଳେ ତୁରନ୍ତ ସଂଘମିତ୍ରା ଙ୍କୁ ଉଦ୍ଧାର କରିବାକୁ ପରିବାର ପକ୍ଷରୁ ଦାବି ହୋଇଛି l
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me? https://www.binance.bh/register?ref=JW3W4Y3A