ମା’ଙ୍କ ସହ ଘର ଛାଡ଼ିଲେ ରାହୁଲ

ସରକାରୀ ବଙ୍ଗଳା ଛାଡ଼ିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ ତାଙ୍କୁ ଘର ଖାଲି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଆଜି ରାହୁଲ ଗାନ୍ଧି ସରକାରୀ କ୍ୱାର୍ଟର ଛାଡ଼ିଛନ୍ତି ।

ଶେଷରେ ସରକାରୀ ବଙ୍ଗଳା ଛାଡ଼ିଲେ ରାହୁଲ ଗାନ୍ଧି । ଦିଲ୍ଲୀର ୧୨, ତୋଗଲକ ରୋଡ଼ସ୍ଥିତ ସରକାରୀ ବଙ୍ଗଳାରେ ସେ ଦୀର୍ଘଦିନ ଧରି ରହି ଆସୁଥିଲେ । ହେଲେ ମୋଦି ସାଙ୍ଗିଆ ମାମଲା ଅର୍ଥାତ୍ ମାନହାନୀ ମୋକଦ୍ଦମାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଏହି ବଙ୍ଗଳା ଖାଲି କରିବାକୁ ପଡ଼ିଛି । ଲୋକସଭା ସାଂସଦ ପଦରୁ ସେ ଅଯୋଗ୍ୟ ଘୋଷିତ ହେବା ପରେ ସରକାରୀ ଘର ଛାଡ଼ି ଦେଇଛନ୍ତି । ଆଜି ସେ ସରକାରୀ ଇଷ୍ଟେଟ୍ ଅଫିସରଙ୍କୁ ତାଙ୍କ ଘରର ଚାବି ପ୍ରଦାନ କରି ମାଆଙ୍କ ସହ ଅନ୍ୟ ଘରକୁ ଚାଲି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *