If you like courses and romance novels and also have you happen to be kind away from aroused, then Literotica is the perfect place for you. Why don’t we end up being real — such of the sites try pornography — previous prices suggest specific 30 percent of your web’s bandwidth are devoted to porno. Because the people, people innately know how to play, but it have a tendency to becomes forgotten on the hustle and bustle from mature life. (more…)
Blog
-

ମୂଷା ହତ୍ୟାକାରୀ ବିରୋଧରେ ଚାର୍ଜସିଟ ଦାଖଲ କଲା ୟୁପି ପୋଲିସ
ମୂଷା ମାରିବା ଅଭିଯୋଗରେ 30 ବର୍ଷୀୟ ଯୁବକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି ୟୁପି ପୋଲିସ। ଗତ ନଭେମ୍ବର ମାସରେ ବ୍ୟକ୍ତି ଜଣକ ଗୋଟିଏ ମୂଷାକୁ ଡ୍ରେନରେ ପକାଇ ମାରିଦେଇଥିବା ଅଭିଯୋଗ ହୋଇଥିଲା। ତେବେ ଏପରି ଘଟଣାକୁ ନେଇ ଚାର୍ଜ ସିଟ ଦାଖଲ କରିବା ପ୍ରଥମ ବୋଲି କହିଛନ୍ତି ପୋଲିସ ଅଧିକାରୀ।
ସୂଚନା ମୁତାବକ, ମନୋଜ କୁମାର ଜଣେ କୁମ୍ଭାର। ଏକ ଛୋଟ ଘର କରି ସେ ନିଜ 3 ଝିଅଙ୍କ ସହ ରହୁଥିଲେ। କିନ୍ତୁ 2022 ନଭେମ୍ବର ମାସରେ ତାଙ୍କ ବିରୋଧରେ ସ୍ଥାନୀୟ ଜଣେ ପଶୁ ସୁରକ୍ଷା ଅଧିକାରୀ ସିଭିଲ ଲାଇନ ଥାନାରେ ଅଭିଯୋଗ କରିଥିଲେ କି ସେ ଏକ ମୂଷାକୁ ଅତି ନିର୍ଦ୍ଦୟ ଭାବେ ମାରି ଦେଇଛନ୍ତି। ଯାହାକୁ ନେଇ ମନୋଜଙ୍କ ବିରୋଧରେ ଆଇପିସିର ଧାରା 429 ସେକ୍ସନ 11(1) ଅନ୍ତର୍ଗତ ମାମଲା ରୁଜୁ ହୋଇଥିଲା।
ମନୋଜ ମୂଷା ମାରିବାର ଏକ ଭିଡିଓ ସାମ୍ନାକୁ ଆସିଥିଲା, ସେଥିରେ ମନୋଜ ଏକ ମୂଷାର ଲାଞ୍ଜକୁ ସୂତାରେ ବାନ୍ଧି ଅନ୍ୟ ପଟରେ ଏକ ପଥର ବାନ୍ଧିଦେଇ ଡ୍ରେନରେ ମୂଷାକୁ ଝୁଲାଇ ଦେଇଥିଲେ, ଯେଉଁଥିରେ ମୂଷାର ମୃତ୍ୟୁ ହୋଇଥିଲା। ଏପରି କାର୍ଯ୍ୟକୁ ପଶୁ ସୁରକ୍ଷା କର୍ମୀ ବିରୋଧ କରିବା ସହ ପଶୁଙ୍କ ପ୍ରତି କ୍ରୁରତା ବୋଲି ଥାନାରେ ଅଭିଯୋଗ କରିଥିଲେ। ମାମଲାରେ ପୋଲିସ ମନୋଜଙ୍କୁ ଗିରଫ କରିଥିଲା। ତେବେ ପରବର୍ତ୍ତୀ ସମୟରେ ମୂଷାର ଅଟୋସ୍ପି ରିପୋର୍ଟରେ ବାହାରି ଥିଲା କି ମୂଷାର ମୃତ୍ୟୁ ‘ଡ୍ରାଏ ଡ୍ରାଉନିଂ’ ପାଇଁ ହୋଇଥିଲା। ରିପୋର୍ଟ ତଥା ସ୍ଥାନୀୟ ଲୋକଙ୍କ ତଥ୍ୟ ଆଧାରରେ ପୋଲିସ ଚାର୍ଜସିଟ ପ୍ରସ୍ତୁତ କରିଛି।
ତେବେ ମନୋଜ ମୁଷା ମାରିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ତାଙ୍କ ଝିଅ ମୂଷା ମାରି ନାଳରେ ପକାଇ ଦେଇଥିବାରୁ ସେ ତାକୁ ବାହାର କରିଥିଲେ ଓ କେହି ତାର ଭିଡିଓ କରିଥିଲା ବୋଲି କହିଥିଲେ ମନୋଜ। ଅନ୍ୟପଟେ ଅଭିଯୋଗକାରୀ କହିଛନ୍ତି କି, ଏହା ସେପରି କୌଣସି ବଡ ଘଟଣା ନୁହେଁ, କିନ୍ତୁ ଯେଉଁଭଳି ଭାବେ ପଶିଙ୍କ ପ୍ରତି ଅତ୍ୟାଚାର ବଢିଚାଲିଛି, ଏହା ଏକ ଶିକ୍ଷା ହେବ।
-

କୋଭିଡ୍ ମୁକାବିଲା ପାଇଁ SCBରେ ‘ମକଡ୍ରିଲ୍’

ପୁଣି ନାଲି ଆଖି ଦେଖାଇଲାଣି ମହାମାରୀ କୋରୋନା । ସତର୍କ ରହିବା ସହ ଆବଶ୍ୟକ ପଦକ୍ଷେପ ନେବାକ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । କୋରୋନା ମୁକାବିଲା ପାଇଁ ଏବେଠାରୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ।
କୋଭିଡ ମୁକାବିଲା ପାଇଁ ମକଡ୍ରିଲ୍ । କଟକ ଏସିବି ମେଡିକାଲ କୋଭିଡ୍ ୱାର୍ଡ ପରିସରରେ ଅଭିଜ୍ଞ ଡାକ୍ତର ଏବଂ କୋଭିଡ ନିରୀକ୍ଷକମାନଙ୍କ ଦ୍ୱାରା ଏହି ମକଡ୍ରିଲ୍ କରାଯାଇଛି । ଜଣେ କୋଭିଡ୍ ସଂକ୍ରମିତଙ୍କୁ ଏସସିବି ମେଡିକାଲ କିପରି ଅଣାଯିବ ସେ ନେଇ ପର୍ଯ୍ୟାୟକ୍ରମେ ତାଲିମ ଦିଆଯାଇଛି । ୧୦୮ ଆମ୍ବୁଲାନ୍ସରେ ଏସସିବି ଅଣାଯିବା ପରେ ପ୍ରଥମେ ଆଣ୍ଟିଜେନ ଟେଷ୍ଟ ହେବ । ଆକ୍ରାନ୍ତ ବ୍ୟକ୍ତି କିପରି ଘରେ ହେଉ ଅବା ଏସସିବିରେ ସଫଳ ଚିକିତ୍ସିତ ହୋଇପାରିବ ସେ ନେଇ ମକଡ୍ରିଲ୍ ହୋଇଛି ।
ଏହି କାର୍ଯ୍ୟକ୍ରମରେ ଏସସିବି ବରିଷ୍ଠ ଡାକ୍ତର,ଷ୍ଟାଫନର୍ସ, ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା,ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । କୋଭିଡ୍ ମୁକାବିଲା ପାଇଁ ଏସସିବି ମେଡିକାଲ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ଏସସିବି କର୍ତ୍ତୃପକ୍ଷ ।
-

ମାର୍କେଟରେ ନିଆଁ ଲାଗି ପୋଡିଗଲା 100ରୁ ଅଧିକ ଦୋକାନ
ବିହାରର ବୋଧଗୟାରେ ଆଜି ନିଆଁ ଲାଗି ଜଳିଯାଇଛି 100ରି ଅଧିକ ଦୋକାନ। ବୋଧଗୟା ପରିବା ବଜାରରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିବା ପରେ ଏମିତି ଉଗ୍ରଭାବେ ବ୍ୟାପିଯାଇଥିଲା କି, କୌଣସି ସାମଗ୍ରୀ ଉଦ୍ଧାର କରିବା ଦୋକାନୀଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ଦେଖୁ ଦେଖୁ ଆଖିପିଛୁଳାକେ ନିଆଁ ପୋଡି ପାଉଁଶ କରିଦେଲା କୋଟି କୋଟି ଟଙ୍କାର ସମ୍ପତ୍ତି ବୋଲି ଅଧିକାରିକ ସୂତ୍ରରୁ ସୂଚନା ରହିଛି।
ଘଟଣାସ୍ଥଳରେ ଥିବା ଲୋକଙ୍କ ମୁତାବକ, କୌଣସି କାରଣରୁ ନିଆଁ ଲାଗିଯିବା ପରେ ଏକାଧିକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ନିଆଁ ଉଗ୍ର ରୂପ ଧାରଣ କରି ଚାରିଆଡେ ମାଡି ଯାଇଥିଲା। ଏଥିସହ, ଅଗ୍ନିଶମ ବାହିନୀ ବିଳମ୍ବରେ ପହଞ୍ଚିବାକୁ ମଧ୍ୟ ଏତେ ବଡ ଅଗ୍ନିକାଣ୍ଡ ପାଇଁ ଦାୟୀ କରାଯାଉଛି। ନିଆଁ ଲାଗିବା ସୂଚନା ଦେବା ସତ୍ତ୍ୱେ ମଧ୍ୟ ଫାୟାର ବ୍ରିଗେଡ ସମୟରେ ପହଞ୍ଚି ପାରି ନଥିଲା। ଏଥିସହ, ନିଆଁର ତୀବ୍ରତା ଏତେ ପ୍ରଖର ଥିଲା କି, ଲୋକେ ନିଆଁ ଲିଭାଇବାକୁ ସାହସ କରିପାରି ନଥିଲେ ବୋଲି ସ୍ଥାନୀୟ ଦୋକାନୀ ଅଭିଯୋଗ କରିଛନ୍ତି। ଏହି ଅଗ୍ନିକାଣ୍ଡରେ ମୋଟ 115 ଦୋକାନ ପୋଡି ପାଉଁଶ ହୋଇଯାଇଥିବା ବେଳେ 5-6ଟି ମୋଟର ସାଇକେଲ ମଧ୍ୟ ପୋଡିଯାଇଥିବା ସୂଚନା ରହିଛି।
ତେବେ ସବୁଠାରୁ ବଡ କଥା କି, ଏତେ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି।

