ବର୍ଷାଙ୍କ ମନ୍ତବ୍ୟ-ଅନୁଭବଙ୍କ ଟ୍ୱିଟ୍-ଫେସବୁକରେ ଜାଗୃତି

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମନ୍ତବ୍ୟକୁ ନେଇ ପୁଣି ଥରେ ମୁହାଁମୁହାଁ ପରିସ୍ଥିତି ଦେଖାଦେଇଛି । ବର୍ଷାଙ୍କ ମନ୍ତବ୍ୟ ଉପରେ ଅନୁଭବ ପ୍ରତିକ୍ରିୟା ରଖିଛନ୍ତି । ରମାଦେବୀ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେବା ବର୍ଷା ନିଜ ପାରିବାରିକ ଜୀବନ ସମ୍ପର୍କରେ କିଛି ମନ୍ତବ୍ୟ ଦେଇଥିଲେ । ବର୍ଷା ନିଜ ଭାଷଣରେ ଅନୁଭବଙ୍କ ନାଁ ନେଇନଥିବା ବେଳେ କିନ୍ତୁ ସାଂସଦ ଅନୁଭବ ମହାନ୍ତି ଟ୍ୱିଟ୍ କରି ପ୍ରତିକ୍ରିୟା ରଖିଛନ୍ତି ।

ଅନୁଭବ ଲେଖିଛନ୍ତି ଅପପ୍ରଚାର ହେଉଥିଲେ ତେବେ ତାହା ବିରୋଧରେ ମୁହଁ ଖୋଲିବା ଜରୁରୀ । କିଛି ସରକାରୀ ଦସ୍ତାବିଜ୍ ବିରୋଧରେ ମୁହଁ ଖୋଲନ୍ତୁ ବୋଲି କହିଛନ୍ତି ଅନୁଭବ ।

ଏବେ ବର୍ଷାଙ୍କ ମନ୍ତବ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହୋଇଥିଲା । ଏହାକୁ ନେଇ ପରୋକ୍ଷ ଭାବେ ଏଣ୍ଟ୍ରି ମାରିଥିଲେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା । ନିଜ ଫେସବୁକ୍ ହାଣ୍ଡେଲରେ ବର୍ଷାଙ୍କ ନା ନନେଇ ରିଆକ୍ସନ ରଖିଥିଲେ ।

ସଶକ୍ତିକରଣ ବାର୍ତ୍ତା ଦେଉଥିବା ଜଣେ ମହିଳା କିପରି ସ୍ୱାମୀଙ୍କ ଟଙ୍କା ପାଇଁ କୋର୍ଟରେ ନିଜକୁ ପୀଡ଼ିତା ସଜାଇ ପାରନ୍ତି,ସେ କଥା ଲେଖିଛନ୍ତି ଜାଗୃତି । ସେପଟେ, ଅନୁଭବ ସିଧାସଳଖ ବର୍ଷାଙ୍କ ଉଦ୍ଦେଶ୍ୟରେ ଟ୍ୱିଟ୍ କରିଛନ୍ତି । ଏହାକୁ ନେଇ ପୁଣି ଥରେ ବର୍ଷା-ଅନୁଭବ ବିବାଦ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *