Blog

  • Fastbet Gambling enterprise Comment Ports & Alive Buyers Examined + Professionals Disadvantages 2023

    This web site is using a safety provider to safeguard itself away from on the internet episodes. The experience you only did caused the security solution. There are many actions that will cause that it block and submitting a particular word otherwise terms, a good SQL demand or malformed analysis.

    fastnet classic

    Although not, you can be certain you should have loads of the new harbors so you can gamble after you’ve obtained a password. (more…)

  • ଖୋଲିଲା ଭେଇକିଲ୍ ସ୍କ୍ରାପିଂ ୟୁନିଟ୍

    ଖୋଲିଲା ଭେଇକିଲ୍ ସ୍କ୍ରାପିଂ ୟୁନିଟ୍

    ଓଡ଼ିଶାରେ ଖୋଲିଲା ପ୍ରଥମ ଭେଇକିଲ୍ ସ୍କ୍ରାପିଂ ୟୁନିଟ୍ Empreo Premium (ଏମ୍ପ୍ରିଓ ପ୍ରିମିୟମ) । ଖୋର୍ଦ୍ଧା ଜିଲ୍ଲା ପିତାପଲ୍ଲୀ ଠାରେ ଖୋଲିଛି ପ୍ରଥମ ସ୍କ୍ରାପିଂ ୟୁନିଟ୍ । ଗାଡ଼ି ବ୍ୟବହାରରେ ୧୫ ବର୍ଷରୁ ଅଧିକ ସମୟ ହୋଇଥିଲେ ଗାଡ଼ିକୁ ବିଡିଂ ପରେ ସ୍କ୍ରାପିଂ ୟୁନିଟକୁ ପଠାଯିବ । ଏସବୁ ଗାଡ଼ିର ପ୍ରଥମେ ବିଡିଂ କରାଯିବ । କେନ୍ଦ୍ର ସରକାରଙ୍କ ପରିବହନ ମନ୍ତ୍ରଣାଳୟର ବିଡିଂ ପୋର୍ଟାଲରେ ଅନଲାଇନରେ ପଞ୍ଜିକୃତ ହେବ । ଦେଶରେ ଏଯାଏ ୧୧ଟି ୟୁନିଟ୍ ଖୋଲାଯାଇଥିବା ବେଳେ ସେଥିରୁ ୭ଟି କାର୍ଯ୍ୟକ୍ଷମ ହୋଇଛି । ଏବେ ଓଡ଼ିଶାରେ ଖୋଲିଛି ପ୍ରଥମ ଭେଇକିଲ୍ ସ୍କ୍ରାପିଂ ୟୁନିଟ୍ ।

    ସେପଟେ, Empreo Premium (ଏମ୍ପ୍ରିଓ ପ୍ରିମିୟମ) MD ଅବିନାଶ ସାମଲ କହିଛନ୍ତି ଯେ ପିତାପଲ୍ଲୀ ଠାରେ ଖୋଲାଯାଇଥିବା ସ୍କ୍ରାପିଂ ୟୁନିଟରେ କ୍ୟାପାସିଟି ଦୈନିକ ୪୦ରୁ ୫୦ ଗାଡ଼ି ରହିବ । ଦରକାର ପଡ଼ିଲେ ଆସନ୍ତା ଦିନରେ ଗାଡ଼ି ସଂଖ୍ୟା ବଢ଼ାଯାଇପାରେ । ସ୍କ୍ରାପିଂ କରିବା ଦ୍ୱାରା ବେଶୀ ଫାଇଦା ପାଇବେ ଗାଡ଼ି ଚାଳକ । ଅନ୍ୟପକ୍ଷେ ପୁରୁଣା ଏବଂ ଭଙ୍ଗା ଗାଡ଼ି ଦ୍ୱାରା ହେଉଥିବା ପରିବେଶ ପ୍ରଦୂଷଣକୁ ମଧ୍ୟ ରୋକାଯାଇପାରିବ ବୋଲି MD କହିଛନ୍ତି ।

    ଏଭଳି ଏକ ନୂଆ ପଦକ୍ଷେପ ନିଆଯାଇଛି ଯାହାଦ୍ୱାରା ଟ୍ରାଫିକ୍ ସମସ୍ୟା ଦୂର ହୋଇପାରିବ । ଦୈନନ୍ଦିନ ପୁରୁଣା ଗାଡ଼ି ପାଇଁ ବାୟୁ ଅଧିକ ପ୍ରଦୂଷିତ ହେଉଥିଲା ଯାହାକୁ କେତେକାଂଶରେ ହ୍ରାସ କରାଯାଇପାରିବ । ଏଥିସହ ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିପାରିବ । ତେଣୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପକୁ ସ୍ୱାଗତ କରାଯାଇଛି ।

  • ମେ’ଶେଷ ସୁଦ୍ଧା ରେଜଲ୍ଟ : ବିଭାଗୀୟ ମନ୍ତ୍ରୀ

    ମେ’ଶେଷ ସୁଦ୍ଧା ରେଜଲ୍ଟ : ବିଭାଗୀୟ ମନ୍ତ୍ରୀ

    ଖୁବଶୀଘ୍ର ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ । ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ମେ’ ସୁଦ୍ଧା ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଖାତାଦେଖା ସରିଥିବା ବେଳେ ଏବେ ଟେବୁଲେସନ ଜାରି ରହିଛି । ତେଣୁ କମଦିନ ମଧ୍ୟରେ ମାଟ୍ରିକ ପରୀକ୍ଷାର୍ଥୀ ସେମାନଙ୍କ ରେଜଲ୍ଟ ପାଇପାରିବେ ।

    ସେପଟେ, +2 ଖାତାଦେଖା ମଧ୍ୟ ଜାରି ରହିଛି । ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ କରାଯାଉଛି । ପ୍ରଥମେ ବିଜ୍ଞାନ ଷ୍ଟ୍ରିମ ରେଜଲ୍ଟ ଆସିବ । ପରେ ପରେ କଳା ଏବଂ ବାଣିଜ୍ୟ ବିଭାଗର ପରୀକ୍ଷାଫଳ ପାଇପାରିବେ ଛାତ୍ରଛାତ୍ରୀ । ମେ’ଶେଷ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ମିଳିପାରିବ ବୋଲି ଆଶା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

  • ମହାନଦୀରେ ଛଡ଼ାଗଲା ୧୨ ଲକ୍ଷ ଯାଅଁଳ,ମତ୍ସ୍ୟଜୀବୀଙ୍କୁ ଫାଇଦା

    ମହାନଦୀରେ ଛଡ଼ାଗଲା ୧୨ ଲକ୍ଷ ଯାଅଁଳ,ମତ୍ସ୍ୟଜୀବୀଙ୍କୁ ଫାଇଦା

    ମହାନଦୀରେ ଆଜି ୧୨ ଲକ୍ଷ ଯାଅଁଳ ଛଡ଼ାଯାଇଛି । ଏହାଦ୍ୱାରା 7 ହଜାରରୁ ଅଧିକ ପରିବାର ଉପକୃତ ହେବେ । ପ୍ରାୟ ଏକ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଫାଇଦା ମିଳିପାରିବେ ।

    ରାଜ୍ୟବାସୀଙ୍କ ଫାଇଦା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମହାନଦୀରେ ମାଛ ସଂଖ୍ୟା ଦିନକୁ ଦିନ କମିକମି ଯାଉଛି । ମତ୍ସ୍ୟଜୀବୀଙ୍କ ଜୀବିକା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପରିବାର ପ୍ରତିପୋଷଣ କରିବା କଷ୍ଟକର ହେଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୋଜନାର ଶୁଭାରମ୍ଭ କରାଯାଇଛି । ବାଙ୍କୀ,ଡମପଡ଼ା, ନରାଜ, ମୁଣ୍ଡଳି, ଧବଳେଶ୍ୱର ପରେ ଆଜି ଜଗତପୁର ମହାନଦୀ ବ୍ୟାରେଜ ନିକଟରେ ୧୨ ଲକ୍ଷ ଯାଅଁଳ ଛଡ଼ାଯାଇଛି । ଏଯାଏ ରାଜ୍ୟର ପାଞ୍ଚଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିବା କୃଷିମନ୍ତ୍ରୀ କହିଛନ୍ତି ।

  • ‘ନବୀନ’ ନଂ : 3

    ‘ନବୀନ’ ନଂ : 3

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୁହାଯାଏ, ନବୀନଙ୍କ ଲୋକପ୍ରିୟତା ଏତେ ବଢ଼ିଛି ଯେ ତାଙ୍କ ନାଁ ହିଁ ଯଥେଷ୍ଟ । ନିର୍ବାଚନ ହେଉ ଅବା କୌଣସି ପ୍ରତିଯୋଗିତା ତାଙ୍କ ଏଣ୍ଟ୍ରି ସବୁବେଳେ ବିଜୟର ସ୍ୱାଦ ପାଇଛି । କହିବାକୁ ଗଲେ ତାଙ୍କ ଡିକ୍ସିନାରୀରେ ପରାଜୟ ୱାର୍ଡ ନାହିଁ । ବିଭିନ୍ନ ଯୋଜନା କରିବା, ରାଜ୍ୟବାସୀଙ୍କ ଫାଇଦା ଚିନ୍ତା କରିବା, ସେମାନଙ୍କ ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବା ମୁଖ୍ୟମନ୍ତ୍ରୀଙ୍କ ଏକ ପ୍ରକାର ଅଭ୍ୟାସରେ ପରିଣତ ହେଲାଣି ।

    ଏସବୁ ଭିତରେ ନବୀନ ବନିଛନ୍ତି ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ । ମାନେ, ତାଙ୍କର ମୋଟ ସମ୍ପତ୍ତି ୬୩ କୋଟି ୮୭ ଲକ୍ଷ । ଏଡିଆର୍ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି । ଏଥିସହ ନବୀନଙ୍କ ନାଁରେ କୌଣସି ଅପରାଧୀକ ମାମଲା ନାହିଁ । ଆନ୍ଧ୍ରପ୍ରଦେଶର ଜଗନମୋହନ ରେଡ୍ଡି ଦେଶର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ଯାହାଙ୍କ ସଂପତ୍ତି ପରିମାଣ ୫୧୦ କୋଟି ୩୮ ଲକ୍ଷ । ଦ୍ୱିତୀୟରେ ଥିବା ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁଙ୍କ ସମ୍ପତ୍ତି ରହିଛି ୧୬୩ କୋଟି ୫୦ ଲକ୍ଷ । ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୋଟ ସମ୍ପତ୍ତି ୧୫ କୋଟି ୩୮ ଲକ୍ଷ ଥିବାବେଳେ ସେ ତାଲିକାରେ ଶେଷରେ ରହିଛନନ୍ତି । ଏଡିଆର୍ ରିପୋର୍ଟ ଅନୁସାରେ ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ କ୍ରିମିନାଲ କେସ୍ ରହିଛି । ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାଁରେ ସର୍ବାଧିକ ମାମଲା ଥିବାବେଳେ ଲୋକପ୍ରିୟ ସିଏମ୍ ନବୀନଙ୍କ ନାଁରେ ଗୋଟିଏ ବି କ୍ରିମିନାଲ କେସ୍ ନାହିଁ । ଏଥିସହ
    ରାଜ୍ୟରେ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳ ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ ବୋଲି ରିପୋର୍ଟରୁ ଜଣାପଡ଼ିଛି । ଆୟରେ ସର୍ବାଧିକ ଅଭିବୃଦ୍ଧି ବିଜେଡିର ହୋଇଛି ।

    ରାଜନୈତିକ ଦଳଗୁଡ଼ିକୁ ସେମାନଙ୍କ ଆୟ-ବ୍ୟୟର ବିବରଣୀ ଅକ୍ଟୋବର ଶେଷ ସୁଦ୍ଧା ଦାଖଲ କରିବାକୁ ଭାରତୀୟ ନିର୍ବାଚନ କମିଶନ କହିଥିଲେ । ୩୧୮.୭୪୫ କୋଟି ସହ ସବୁଠୁ ଧନୀ ଦଳ ଭାବେ ଡିଏମକେ ତାଲିକାର ୧ ନମ୍ବରରେ ରହିଛି । ସେହିପରି ଟିଆରଏସ୍ ତୃତୀୟ ଓ ୱାଇଏସଆର୍ କଂଗ୍ରେସର ସ୍ଥାନ ଚତୁର୍ଥ ଏବଂ ଆମ୍ ଆଦମି ପାର୍ଟିର ସ୍ଥାନ ୭ ନମ୍ବରରେ ରହିଛି ।