Blog

  • ବଚସାରୁ ଏସିଡ ମାଡ, 5 ଆହତ

    ବଚସାରୁ ଏସିଡ ମାଡ, 5 ଆହତ

    ଜଗତସିଂହ ପୁର ଜିଲ୍ଲାରେ ଏସି଼ଡ ମାଡ। ତେବେ ସାଧାରଣତଃ ପ୍ରେମ ବ୍ୟାପାରରେ ଏସିଡ ମାଡ ହେଉଥିବା ବେଳେ ଏଠାରେ କିନ୍ତୁ ଦୁଇ ପଡୋଶୀଙ୍କ ବିବାଦରୁ ଏପରି ହୋଇଥିବା ସୂଚନା ରହିଛି। ଏଥିରେ 5 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଆକ୍ରମଣକାରୀ ମଧ୍ୟ ରହିଛନ୍ତି। ଘଟଣାଟି ତିର୍ତ୍ତୋଲ ଥାନା ଅରଡ ଗ୍ରାମରେ ଗତକାଲି ରାତିରେ ଘଟିଛି।

    ସୂଚନା ମୁତାବକ, ଗ୍ରାମର ବିପିନ ପଣ୍ଡା ଓ ତାଙ୍କ ପଡୋଶୀ ଭିତରେ ବହୁ ଦିନରୁ ବିଭିନ୍ନ କାରଣକୁ ନେଇ ଝଗଡା ହୋଇଆସୁଥିଲା। ଗତକାଲି ରାତିରେ ମଧ୍ୟ ଉଭୟ ପରିବାର ଭିତରେ ପୁଣି ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପଡୋଶୀ ପରିବାରର ଦୁଇ ଜଣ ବିପିନଙ୍କ ଘରେ ପସି ଏସିଡ ମାଡ କରିଥିଲେ। ଏହି ଆକ୍ରମଣରେ ବିପିନ, ତାଙ୍କ ପତ୍ନୀ ଓ ଝିଅ ଆହତ ହୋଇଥିବା ବେଳେ ଦୁଇ ଆକ୍ରମଣକରୀ ମଧ୍ୟ ଆହତ ହୋଇଛନ୍ତି।

    ଏହି ଘଟଣା ପରେ ସମସ୍ତଙ୍କୁ ପ୍ରଥମେ ମଣିଜଙ୍ଗା ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଆକ୍ରମଣରେ ବିପିନ ଓ ତାଙ୍କ ପତ୍ନୀଙ୍କ ସ୍ଥିତି ଗୁରୁତର ଥିବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ଝିଅକୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦିଆଯାଇଛି। ଘଟଣାକୁ ନେଇ ଉଭୟ ପକ୍ଷରି ଥାନାରେ ଅଭିଯୋଗ ହୋଇଛି, ପୋଲିସ ମାମଲାର ତଦନ୍ତ ଆରମ୍ଭ କରି ଦେଇଛି।

  • ରାଜ୍ୟବାସୀଙ୍କୁ କଲବଲ କରୁଛି ‘ତାତି’

    ରାଜ୍ୟବାସୀଙ୍କୁ କଲବଲ କରୁଛି ‘ତାତି’

    ରାଜ୍ୟବାସୀଙ୍କୁ ଅଡୁଆ କଲାଣି ଖରା । ୩ ଦିନ ହେଲା ତାତି ଲୋକଙ୍କୁ କଲବଲ କଲାଣି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ସକାଳ ହେଲେ ଏବେ ତାତି ଚିନ୍ତା । ଘରୁ ବାହାରିବା କଷ୍ଟକର ହେଲାଣି । ଆଜି ସକାଳ ୮ଟା ୩୦ ସୁଦ୍ଧା ୩୦ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା । ବାଲେଶ୍ୱର ସହରରେ ସର୍ବାଧିକ ତାପମାତ୍ରା ଥିଲା ୩୩ ଡିଗ୍ରୀ ।

    ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବାଲେଶ୍ୱରରେ ସର୍ବାଧିକ ୩୩ ଡିଗ୍ରୀ, ପୁରୀରେ ୩୨.୨, ରାଜଧାନୀ ଭୁବନେଶ୍ୱରରେ ୩୧.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡ଼ା ୩୧, ଚାନ୍ଦବାଲି ୩୦.୮, କେନ୍ଦୁଝର ୩୦.୪, ପାରାଦୀପ ୨୯.୮, ସମ୍ବଲପୁର ୨୯.୨, ଗୋପାଳପୁର ୨୮.୬ ଓ ହୀରାକୁଦରେ ୨୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

    ଆଗାମୀ ଦୁଇ ଦିନ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହବ । ଏ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ହେଉଛି ଯେଉଁଥିପାଇଁ ବାୟୁମଣ୍ଡଳ ଉତ୍ତପ୍ତ ରହିଛି । କିଛି ଜିଲ୍ଲାରେ ହିଟୱେଭ୍ ଆଲର୍ଟ ବି ଜାରି କରାଯାଇଛି । ୧୬ ତାରିଖ ପରେ ବର୍ଷା ହେବା ଆଶଙ୍କା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

  • ଟଙ୍କା ପାଇଁ ଗୁଳିମାଡ଼, ଛେଳି ବେପାରୀଙ୍କ ଗଲା ଜୀବନ

    ଟଙ୍କା ପାଇଁ ଗୁଳିମାଡ଼, ଛେଳି ବେପାରୀଙ୍କ ଗଲା ଜୀବନ

    ଟଙ୍କା ପାଇଁ ଗୁଳିମାଡ଼ । ଏଥିରେ ଜଣଙ୍କ ଜୀବନ ବି ଚାଲିଯାଇଛି । ସକାଳୁ ସକାଳୁ ଏଭଳି ଏକ ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଗୁଳିକାଣ୍ଡ ଘଟିଥିଲା । ଦୁର୍ବୃତ୍ତମାନେ ଜଣେ ଛେଳି ବେପାରୀଙ୍କୁ ଗୁଳିକରି ହତ୍ଯା କରିଛନ୍ତି । ୯ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଛନ୍ତି ହତ୍ୟାକାରୀ ।

    ଦୁର୍ବୃତ୍ତଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ପ୍ରଭାତ ନାଏକ । ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ତାଲମୁଣ୍ଡାରେ । ସେ ଶରଧାପାଲି ନିକଟ ଗୁଲଠାରେ ରହି ବେପାର କରୁଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ବ୍ଯବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ଯ ଡାକ୍ତରଖାନା ନେଇଛି ।

    ସୂଚନା ଅନୁସାରେ ଆଜି ସକାଳୁ ଶରଧାପାଲିର ଛେଳି ବେପାରୀ ପ୍ରଭାତଙ୍କ ସମେତ ୩ ଜଣ ବ୍ଯକ୍ତି ବାଇକରେ ଛେଳି କିଣିବା ପାଇଁ ହାଣ୍ଡିପାନି ଯାଉଥିଲେ । ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ ଜଣ ହେଲମେଟ ପିନ୍ଧା ଦୁର୍ବୃତ୍ତ ବାଇକରେ ଆସି ସେମାନଙ୍କୁ ଧକ୍କା ଦେଇଥିଲେ । ସେଠାରେ ଛେଳି ବେପାରୀଙ୍କ ବାଇକ୍ ପଡ଼ି ଯାଇଥିଲା । ତେବେ ସମସ୍ତେ ଲୁଟେରା ବୋଲି ଜାଣି ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲେ ବେପାରୀ । ତେବେ ଜଣେ ଦୁର୍ବୃତ୍ତ ବନ୍ଧୁକ ବାହାର କରି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ବେପାରୀଙ୍କ ଛାତିରେ ଗୁଳିଟି ଗଳି ଯାଇଥିଲା । ଘଟଣାସ୍ଥଳରେ ହିଁ ସେ ପ୍ରାଣ ହରାଇଥିଲେ । ଦୁର୍ବୃତ୍ତମାନେ ମୃତକଙ୍କ ହାତରୁ ଟଙ୍କାମୁଣି ନେଇ ଫେରାର ହୋଇଯାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।

  • ଟେନସନ୍ ବଢ଼ାଉଛି ‘କୋରୋନା’, ଦୈନିକ ସଂକ୍ରମଣ ଅଣାୟତ୍ତ

    ଟେନସନ୍ ବଢ଼ାଉଛି ‘କୋରୋନା’, ଦୈନିକ ସଂକ୍ରମଣ ଅଣାୟତ୍ତ

    କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ପୁଣି ଚିନ୍ତା ବଢୁଛି । ଦୈନିକ ସଂକ୍ରମଣ ସଂଖ୍ୟା ହଜାର ହଜାର ବଢ଼ୁଛି । ଗତ ୨୪ ଘଣ୍ଟାରେ ୧୦ ହଜାର ୧୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଯାହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତକାଲି ୭୮୩୦ ନୂଆ ମାମଲା ଆସିଥିବା ବେଳେ ଆଜିର ଏଥିରେ ଅଧିକ ବୃଦ୍ଧି ହୋଇଛି । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୪୪ ହଜାର ୯୯୮କୁ ବୃଦ୍ଧି ପାଇଛି ।

    ମହାରାଷ୍ଟ୍ର, ଦିଲ୍ଲୀ ଏବଂ କେରଳରେ କୋରୋନା ସଂକ୍ରମଣ ଅଣାୟତ୍ତ ହୋଇଛି । ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟରେ କଟକଣା ଲାଗୁ ହେଲାଣି । ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଏମ୍ସ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ସେହିପରି ମେଡିକାଲ ଏବଂ ଏହାର ପରିସରରେ ସଫେଇ କାମକୁ ଗୁରୁତ୍ୱ ଦେବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

    ଦେଶର ବିଭିନ୍ନ ସ୍ଥାନରେ କୋଭିଡ ସ୍ଥିତି ସଙ୍ଗୀନ ହେଲାଣି । ରାଜ୍ୟରେ ବି ପଦକ୍ଷେପ ନେବା ଆରମ୍ଭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ବିଏମ୍‌ସି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    https://allafollia.com/
  • ଭୁଲ୍ ସୁଧାରିବ ଗୁଜରାଟ, ପଞ୍ଜାବକୁ ବ୍ୟାଟିଂ ଟେନସନ୍

    ଭୁଲ୍ ସୁଧାରିବ ଗୁଜରାଟ, ପଞ୍ଜାବକୁ ବ୍ୟାଟିଂ ଟେନସନ୍

    IPLରେ ଆଜି ଗୋଟିଏ ମ୍ୟାଚ୍ ଖେଳାଯିବ । ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମୁକାବିଲା ହେବ । ମୋହାଲିରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ ।

    ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଗୁଜରାଟକୁ ଲିଡ୍ କରୁଛନ୍ତି ରସିଦ ଖାନ । ଗତ ମ୍ୟାଚରେ କୋଲକାତା ବିପକ୍ଷରେ ମ୍ୟାଚ୍ ହାତଛଡ଼ା କରିଥିଲା ଗୁଜରାଟ । ଶେଷ ଓଭରରେ ରିଙ୍କୁ ସିଂଙ୍କ ବିସ୍ପୋରକ ତଥା ଅବିଶ୍ୱାସନୀୟ ବ୍ୟାଟିଂ ଦଳକୁ ଶକ୍ତ ଧକ୍କା ଦେଇଥିଲା । ଏଭଳି ଭୁଲର ପୁନରାବୃତ୍ତି ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦେବେ ଖେଳାଳି । ଆଜି ପଞ୍ଜାବ ବିପକ୍ଷରେ ଉନ୍ନତ ପ୍ରଦର୍ଶନ ନେଇ ମୈଦାନକୁ ଓହ୍ଲାଇବ ଟିମ୍ । ଗୁଜରାଟ ୩ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି ।

    ସେପଟେ, ପଞ୍ଜାବ ପାଇଁ ଏକାକୀ ଲଢୁଛନ୍ତି ଅଧିନାୟକ ଧାୱନ । କାରଣ ଟିମରେ ଖାସ୍ ବ୍ୟାଟସମ୍ୟାନଙ୍କ ଅଭାବ ରହିଛି । ବୋଲିଂ ଡିପାର୍ଟମେଣ୍ଟ ଭଲ ସ୍ଥିତିରେ ଥିବାବେଳେ ବ୍ୟାଟିଂ ପାଇଁ ଟେନସନରେ ଅଛି ଟିମ୍ । ଗତ ମ୍ୟାଚରେ ହାଇଦ୍ରାବାଦ ଠାରୁ ପରାସ୍ତ ହୋଇଥିଲା ପଞ୍ଜାବ । ୧୪୩ ରନରୁ ଏକାକୀ ୯୯ ରନର ଇନିଂସ ଖେଳିଥିଲେ ଧାୱନ । ଆଜିର ମ୍ୟାଚରେ ବିଜୟୀ ହେବା ପାଇଁ ଦଳ ପକ୍ଷରୁ ସ୍ୱତନ୍ତ୍ର ରଣନୀତି କରାଯାଇଛି ।

    ସେପଟେ ଗତକାଲି ଖେଳାଯାଇଥିବା ଏକ ମ୍ୟାଚରେ ଚେନ୍ନାଇକୁ ୩ ରନରେ ହରାଇ ରୋମାଞ୍ଚକ ବିଜୟ ହାସଲ କରିଥିଲା ରାଜସ୍ଥାନ ।