ଟେନସନ୍ ବଢ଼ାଉଛି ‘କୋରୋନା’, ଦୈନିକ ସଂକ୍ରମଣ ଅଣାୟତ୍ତ

କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ପୁଣି ଚିନ୍ତା ବଢୁଛି । ଦୈନିକ ସଂକ୍ରମଣ ସଂଖ୍ୟା ହଜାର ହଜାର ବଢ଼ୁଛି । ଗତ ୨୪ ଘଣ୍ଟାରେ ୧୦ ହଜାର ୧୫୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଯାହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗତକାଲି ୭୮୩୦ ନୂଆ ମାମଲା ଆସିଥିବା ବେଳେ ଆଜିର ଏଥିରେ ଅଧିକ ବୃଦ୍ଧି ହୋଇଛି । ଦେଶରେ ସକ୍ରିୟ ଆକ୍ରାନ୍ତ ସଂଖ୍ୟା ୪୪ ହଜାର ୯୯୮କୁ ବୃଦ୍ଧି ପାଇଛି ।

ମହାରାଷ୍ଟ୍ର, ଦିଲ୍ଲୀ ଏବଂ କେରଳରେ କୋରୋନା ସଂକ୍ରମଣ ଅଣାୟତ୍ତ ହୋଇଛି । ଏଭଳି ସ୍ଥିତିରେ ବିଭିନ୍ନ ରାଜ୍ୟରେ କଟକଣା ଲାଗୁ ହେଲାଣି । ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଏମ୍ସ କର୍ମଚାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ସେହିପରି ମେଡିକାଲ ଏବଂ ଏହାର ପରିସରରେ ସଫେଇ କାମକୁ ଗୁରୁତ୍ୱ ଦେବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି ।

ଦେଶର ବିଭିନ୍ନ ସ୍ଥାନରେ କୋଭିଡ ସ୍ଥିତି ସଙ୍ଗୀନ ହେଲାଣି । ରାଜ୍ୟରେ ବି ପଦକ୍ଷେପ ନେବା ଆରମ୍ଭ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ, ବିଏମ୍‌ସି ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକରେ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

https://allafollia.com/

Leave a Reply

Your email address will not be published. Required fields are marked *