Blog

  • ମିଥ୍ୟା ବିଲ୍ କରି ସରକାରୀ ଅର୍ଥ ହଡ଼ପ, ତଦନ୍ତ ଦାବି

    ମିଥ୍ୟା ବିଲ୍ କରି ସରକାରୀ ଅର୍ଥ ହଡ଼ପ, ତଦନ୍ତ ଦାବି

    କେନ୍ଦୁଝର ହରଚନ୍ଦନପୁର ବ୍ଲକର ଜଙ୍ଘିରା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗାଁ ଲୋକେ । ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନଥିବା ସେମାନେ କହିଛନ୍ତି ।

    ବିଭିନ୍ନ ଯୋଜନାରେ ସରକାରଙ୍କ ଠାରୁ ଅର୍ଥ ଆସୁଛି । ହେଲେ ଏହା କୁଆଡ଼େ ଯାଉଛି ସେ ନେଇ ପ୍ରଶ୍ନ ଉଠିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଉନି । ଜାଲ୍ କାଗଜପତ୍ରରେ ସମସ୍ତ ଟଙ୍କା ଗାଏବ ହେଉଛି ।
    ରାସ୍ତାଘାଟ, ପୋଖରୀ ଖନନ, ଗାଧୁଆତୁଠ, ଡ୍ରେନେଜ ନିର୍ମାଣ ଭଳି ବିଭିନ୍ନ କାର୍ଯ୍ୟ ପାଇଁ କୋଟି କୋଟି ଅର୍ଥ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ହେଲେ ନିର୍ବାଚିତ ପ୍ରତିନିଧି ଓ ସରକାରୀ ଅଧିକାରୀ ମିଳିମିଶି ହଡ଼ପ କରୁଥିବା ଅଭିଯୋଗ ହୋଇଛି । ଘଟଣାର ତୁରନ୍ତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ପଞ୍ଚାୟତବାସୀ ।

  • ସବୁଠି ବିଜୟର ଶଙ୍ଖ, ବିଜେଡିର ‘ଶଙ୍ଖ ଭବନ’ ଉଦଘାଟିତ

    ସବୁଠି ବିଜୟର ଶଙ୍ଖ, ବିଜେଡିର ‘ଶଙ୍ଖ ଭବନ’ ଉଦଘାଟିତ

    ରାଜଧାନୀ ଭୁବନେଶ୍ୱରରେ ଉଦଘାଟିତ ହୋଇଛି ଶଙ୍ଖ ଭବନ । ବିଜେଡିର ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ‘ଶଙ୍ଖ ଭବନ’ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ଭଲ ପାଉଥିବା, ତଥା ଓଡ଼ିଶା ପାଇଁ ଆଗ୍ରହୀ ସମସ୍ତଙ୍କ ମିଳନସ୍ଥଳୀ ହେବ ଏହି ଭବନ । ବସୁଧୈବ କୁଟୁମ୍ବକମ୍ ବାର୍ତ୍ତା ବି ପ୍ରଚାର ଓ ପ୍ରସାର କରିବ ଏହି ଶଙ୍ଖ ଭବନ । ଉଦଘାଟନୀ ଅବସରରେ ଏଭଳି କହିଛନ୍ତି ସିଏମ୍ । ଏହାର ପ୍ରତି କାର୍ଯ୍ୟକ୍ରମ ରାଜ୍ୟବାସୀଙ୍କ ସେବାରେ ସମର୍ପିତ ହେବ ।

    ୧୯୯୭ରେ ଓଡ଼ିଶା ରାଜନୀତିରେ ଏକ ନୂଆ ଯୁଗର ଆରମ୍ଭ ହୋଇଥିଲା । ବିଜୁ ବାବୁଙ୍କ ଆଦର୍ଶକୁ ନେଇ ଜନ୍ମ ନେଇଥିଲା ବିଜୁ ଜନତା ଦଳ BJD । ଓଡ଼ିଶାବାସୀଙ୍କ ସ୍ନେହ,ପ୍ରେମ ଭଲ ପାଇବା ନେଇ ଆଗକୁ ବଢ଼ିଛି ଦଳ । ସେଦିନର ବିଜୁ ଜନତା ଦଳ ଆଜି ସାମାଜିକ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ସବୁଠି ବିଜୟର ଶଙ୍ଖ ବାଜୁଛି । ଓଡ଼ିଶାର ଅତୀତ ସହ ଏହା ଭବିଷ୍ୟତକୁ ଯୋଡ଼ିବ । ସ୍ଥିରତା ଆମକୁ ସଫଳତା ଏବଂ ଶାନ୍ତି ସମୃଦ୍ଧି ଦେଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଶଙ୍ଖ ଭବନ ନିର୍ମାଣରେ ଯାହାର ଅବଦାନ ରହିଛି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

  • ପୁଅର ଚିକିତ୍ସା ପାଇଁ ବାପାଙ୍କ ସଂଘର୍ଷ, ବୁଲିବୁଲି ମାଗୁଛନ୍ତି ଭିକ୍ଷା

    ପୁଅର ଚିକିତ୍ସା ପାଇଁ ବାପାଙ୍କ ସଂଘର୍ଷ, ବୁଲିବୁଲି ମାଗୁଛନ୍ତି ଭିକ୍ଷା

    ପୁଅ ପାଇଁ ବାପାଙ୍କ ଭିକ୍ଷାବୃତ୍ତି । ପୁଅର ଜୀବନ ବଞ୍ଚାଇବା ପାଇଁ ଏଠିସେଠି ଭିକ୍ଷା ମାଗୁଛନ୍ତି ବାପା । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାର ମହାକାଳପଡା ବ୍ଲକ୍ ବି. କଲୋନୀ ଗାଁରେ ।

    ୧୨ ବର୍ଷୀୟ ନାବାଳକ ରାକେଶ ଦେବନାଥ । ଅର୍ଜୁନଙ୍କ ପୁଅ ରାକେଶର ଜୀବନ ବଞ୍ଚାଇବା ଚାଲିଛି ଉଦ୍ୟମ । ତାର ୨ଟି କିଡନୀ ନଷ୍ଟ ହୋଇଯାଇଛି । ପୂର୍ବରୁ ଚିକିତ୍ସାରେ ବହୁତ ଟଙ୍କା ଖର୍ଚ୍ଚ ହୋଇଛି ମାତ୍ର ଏହା ସେମାନଙ୍କ ପାଇଁ ସମ୍ଭବ ହେଉନି । କିଡନୀ ପ୍ରତିରୋପଣ କରିବା ପାଇଁ ଅଧିକ ଅର୍ଥ ଆବଶ୍ୟକ ଯାହା ଗରିବ ଅର୍ଜୁନଙ୍କ ପାଇଁ ଅସମ୍ଭବ । ଗେହ୍ଲା ପୁଅର ଜୀବନ ବଞ୍ଚାଇବା ପାଇଁ ବାପା ଜୋରଦାର ଉଦ୍ୟମ ଆରମ୍ଭ କରିଛନ୍ତି ।

    ପୁଅର ଫଟୋ ଧରି ମା’ରାମଚଣ୍ଡି ମେଳାରେ ଭିକ୍ଷା ମାଗୁଛନ୍ତି ବାପା । ଦୋକାନ ଦୋକାନ ବୁଲୁଛନ୍ତି, ସାହାଯ୍ୟ ଭିକ୍ଷା କରୁଛନ୍ତି । ସାହାଯ୍ୟ ପାଇଁ ସରକାରଙ୍କୁ ନେହୁରା ହୋଇଛନ୍ତି ପରିବାର ଲୋକେ । ଏଥିସହ ସହୃଦୟ ବ୍ୟକ୍ତିଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି । ରାକେଶ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇବାକୁ ଚାହୁଁଥିଲେ ଏହି ଠିକଣାରେ ଟଙ୍କା ପଠାଇପାରିବେ ।
    ରାକେଶ ଦେବନାଥ,ପିତା-ଅର୍ଜୁନ ଦେବନାଥ,ଫୋନ୍ ପେନଂ-8097307488, A/c-30787626993, IFSC-SBINOOO 9951

  • ରାଜ୍ୟରେ ୫୦୦ ଛୁଇଁଲା, ଦେଶରେ ୧୦୧୧୨ ଚିହ୍ନଟ

    ରାଜ୍ୟରେ ୫୦୦ ଛୁଇଁଲା, ଦେଶରେ ୧୦୧୧୨ ଚିହ୍ନଟ

    ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୦୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬ ହଜାର ୬୧୬ଟି ନମୁନା ପରୀକ୍ଷା ହୋଇଥିବା ବେଳେ ୫୦୨ ପଜିଟିଭ୍ ଚିହ୍ନଟ ହୋଇଛି । ଏଥିସହ ରାଜ୍ୟରେ ସକ୍ରିୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୯୨୬କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଆଉ ୨୭୩ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ଗତ ୨୪ ଘଣ୍ଟାରେ ୧୦,୧୧୨ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

    ଶନିବାର ରିପୋର୍ଟ ତୁଳନାରେ ଏହି ସଂଖ୍ୟା କମ୍ ରହିଛି । ଶନିବାର ରିପୋର୍ଟରେ ୧୨,୧୯୩ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଥିଲା । ଦେଶରେ ଚିକିତ୍ସାଧୀନ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୮୦୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ମୋଟ ୯,୮୩୩ ଜଣ ସୁସ୍ଥ ହୋଇଛନ୍ତି । ୮ଟି ରାଜ୍ୟରେ କୋରୋନା ପିଜିଟିଭିଟି ହାର ୧୦% ଉପରେ ରହୁଛି । ସ୍ଥିତି ଉପରେ ନଜର ରଖିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା ।

  • ଅମୃତପାଲଙ୍କ ଆତ୍ମସମର୍ପଣ ପଛର ରହସ୍ୟ…

    ଅମୃତପାଲଙ୍କ ଆତ୍ମସମର୍ପଣ ପଛର ରହସ୍ୟ…

    ଦୀର୍ଘ ଏକ ମାସରୁ ଅଧିକ ସମୟ ଧରି ପଞ୍ଜାବ ପୋଲିସକୁ ନାକରେ ପାଣି ପିଆଇଦେଇଥିବା ଖଲିସ୍ଥାନୀ ସମର୍ଥକ ଅମୃତପାଲ ଶେଷରେ ରବିବାର ଦିନ ପୋଲିସ ହାତରେ ଲାଗିଛନ୍ତି। ମୋଗା ପୋଲିସ ଦ୍ୱାରା ଅମୃତପାଲକୁ ଗିରଫ କରାଯିବା ସହ ଆସାମର ବିଦ୍ରୁଗଡ ଜେଲକୁ ନିଆଯାଇଛି। ତେବେ ଏମିତି ହଠାତ୍ ଅମୃତପାଲ ନିଜକୁ ଧରାଇ ଦେବା ପଛରେ କି କାରଣ ରହିଛି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଆତ୍ମସମର୍ପଣ ଓ ଗିରଫଦାରୀ ପଛରେ ଅମୃତପଲର କିଛି ପ୍ଲାନ ରହିଥିବା ବିଶେଷଜ୍ଞ କହୁଛନ୍ତି।

    36 ଦିନ ଧରି ପଞ୍ଜାବ ପୋଲିସକୁ ହରିଆଣା, ଉତ୍ତରାଖଣ୍ଡ, ଦିଲ୍ଲୀ, ୟୁପି ଆଦି ବିଭିନ୍ନ ରାଜ୍ୟରେ ଦୌଡାଇବା ପରେ ଶେଷରେ ଯେଉଁଠୁ ଚର୍ଚ୍ଚାକୁ ଆସିଥିଲେ ସେଠାରେ ଆତ୍ମସମର୍ପଣ କରିଛନ୍ତି ୱାରିସ ସଂଗଠନର ପ୍ରମୁଖ ଅମୃତପାଲ। ଏହାକୁ ନେଇ  ପଞ୍ଜାବ ପୋଲିସ ଆଶ୍ୱସ୍ତି ଅନୁଭବ କରିଥିବା ବେଳେ କିନ୍ତୁ ଏହା ପଛରେ କିଛି ବଡ ରହସ୍ୟ ଥିବା ବିଶେଷଜ୍ଞ କହୁଛନ୍ତି। ଆତ୍ମସମର୍ପଣ ସହ ଅମୃତପାଲଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଯୋଡା ଯାଉଛି।

    ପଞ୍ଜାବର ପୂର୍ବତନ ଆଇପିଏସ ସୁରେନ୍ଦ୍ର ସିଂହ କହିଛନ୍ତି କି, ଯେମିତି ଅମୃତପାଲଙ୍କୁ ଗିରଫ କରାଯାଇଛି, ଦେଖିଲେ ସ୍ପଷ୍ଟ ହେଉଛି ସେ ଜାଣି ଜାଣି ନିଜକୁ ଧରାଇଛନ୍ତି। ପୋଲିସ ମୋଗା ଜିଲ୍ଲାର ଗଳି କନ୍ଦିରେ ଛାପା ମାରିଥିଲା, କିନ୍ତୁ ତାଙ୍କୁ ପାଇ ନ ଥିଲା। ଏବେ ସେହି ସ୍ଥାନରେ ଅମୃତପାଲ ଧରାଦେଇଛନ୍ତି। ପୂର୍ବତନ ଆଇପିଏସ କହିଛନ୍ତି, ଏହା ପଛରେ କିଛି ବଡ ଯୋଜନା ରହିଛି ଅମୃତପାଲଙ୍କର। କାରଣ, କିଛି ଦିନ ପୂର୍ବରୁ ତାଙ୍କ ପତ୍ନୀ କିରଣଦୀପ ଲଣ୍ଡନ ଚାଲି ଯିବାକୁ ପ୍ଲାନ କରିଥିବା ବେଳେ ପୋଲିସ ତାଙ୍କୁ ବିମାନବନ୍ଦରରୁ ଧରି ତାଙ୍କ ଶ୍ବଶୁର ଘରେ ଛାଡି ଦେଇଥିଲା। ଆଜି ଅମୃତପାଲ ଆତ୍ମସମର୍ପଣ କରୁଛନ୍ତି।

    ହୁଏତ ପତ୍ନୀ ଓ ପରିବାର ଲୋକଙ୍କୁ ପୋଲିସ ହଇରାଣ ନ କରୁ ଏଥିପାଇଁ ସେ ଆପଣା ଛାଁ ଧରାପଡିଛନ୍ତି। କିଛି ଦିନ ପରେ ପରିସ୍ଥିତି ସାମାନ୍ୟ ହୋଇଗଲେ କିରଣଦୀପ ଲଣ୍ଡନ ଚାଲିଯିବେ ଓ ସେଠାରୁ ଅମୃତାପାଲଙ୍କୁ ସାହାଯ୍ୟ କରିବେ। ଅଥବା ଅମୃତପାଲ ସୁଯୋଗ ଦେଖି ଜେଲରୁ ନିଜକୁ ମୁକୁଳାଇ ନେବେ ବୋଲି ପୂର୍ବତନ ଆଇପିଏସ ଅନୁମାନ କରୁଛନ୍ତି।

  • ରାଜସ୍ଥାନର ଏକ ଡାକ୍ତରଖାନାରେ ଲାଗିଲା ଭିଷଣ ନିଆଁ

    ରାଜସ୍ଥାନର ଏକ ଡାକ୍ତରଖାନାରେ ଲାଗିଲା ଭିଷଣ ନିଆଁ

    ଗତକାଲି ବିଳିମ୍ବିତ ରାତିରେ ରାଜସ୍ଥାନର ଏକ ମେଡିକାଲ କଲେଜରେ ଭିଷଣ ଭାବେ ନିଆଁ ଲାଗିଯାଇଛି । ନିଆଁ ଲାଗିବା ପରେ 12 ଜଣ ଶିଶୁଙ୍କୁ ନିରାପଦରେ ସେଠାରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

    ସୂଚନା ଅନିଯାୟୀ, ରାଜସ୍ଥାନ ଡୁଙ୍ଗରପୁର ମେଡିକାଲ୍‌ କଲେଜ୍‌ର ଏନ୍‌ଆଇସିୟୁ ବାଭାଗରେ କୌଣସି କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା।

    ଏହାପରେ ମେଡିକାଲ୍‌ କଲେଜର ଅଧିକ୍ଷକ ଗଣମାଧ୍ୟମକୁ କହିଛନ୍ତି, ଗୁଙ୍ଗରପୁର ମେଡିକାଲ୍‌ କଲେଜର ‘ଏନ୍‌ଆଇସିୟୁ’ ୱାର୍ଡରେ ନିଆଁ ଲାଗିଥିବା ବେଳେ ଏହାକୁ ଦମକଳ ବାହିନୀ ସାହାଯ୍ୟରେ ଆୟତ୍ତ କରାଯାଇଛି । ଏଥିସହିତ ୧୨ ଜଣ ପିଲାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

    ଘଟଣା ସ୍ଥଳରେ 3ଟି ଦମକଳ ଟିମ ପହଞ୍ଚିଥିବା ବେଳେ ଏକ ବଡଧରଣର ଅଘଟଣକୁ ଏଡାଇ ଦିଆଯାଇଥିଲା ।