ମିଥ୍ୟା ବିଲ୍ କରି ସରକାରୀ ଅର୍ଥ ହଡ଼ପ, ତଦନ୍ତ ଦାବି

କେନ୍ଦୁଝର ହରଚନ୍ଦନପୁର ବ୍ଲକର ଜଙ୍ଘିରା ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଗାଁ ଲୋକେ । ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହୋଇପାରୁନଥିବା ସେମାନେ କହିଛନ୍ତି ।

ବିଭିନ୍ନ ଯୋଜନାରେ ସରକାରଙ୍କ ଠାରୁ ଅର୍ଥ ଆସୁଛି । ହେଲେ ଏହା କୁଆଡ଼େ ଯାଉଛି ସେ ନେଇ ପ୍ରଶ୍ନ ଉଠିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଉନି । ଜାଲ୍ କାଗଜପତ୍ରରେ ସମସ୍ତ ଟଙ୍କା ଗାଏବ ହେଉଛି ।
ରାସ୍ତାଘାଟ, ପୋଖରୀ ଖନନ, ଗାଧୁଆତୁଠ, ଡ୍ରେନେଜ ନିର୍ମାଣ ଭଳି ବିଭିନ୍ନ କାର୍ଯ୍ୟ ପାଇଁ କୋଟି କୋଟି ଅର୍ଥ ପ୍ରଦାନ କରୁଛନ୍ତି ରାଜ୍ୟ ସରକାର । ହେଲେ ନିର୍ବାଚିତ ପ୍ରତିନିଧି ଓ ସରକାରୀ ଅଧିକାରୀ ମିଳିମିଶି ହଡ଼ପ କରୁଥିବା ଅଭିଯୋଗ ହୋଇଛି । ଘଟଣାର ତୁରନ୍ତ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ପଞ୍ଚାୟତବାସୀ ।

Leave a Reply

Your email address will not be published. Required fields are marked *