ପ୍ରକାଶ ପାଇଲା NMMS ରେଜଲ୍ଟ, କେତେ ଜଣ ମନୋନୀତ ?

ଷ୍ଟେଟ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (SCERT) ପକ୍ଷରୁ ଅସ୍ଥାୟୀ ନ୍ୟାସନାଲ୍ ମେନ୍ସ କମ୍ ମେରିଟ୍ ସ୍କଲାରସିପ୍ (NMMS) ଓଡ଼ିଶା ରେଜଲ୍ଟ ପ୍ରକାଶ ପାଇଛି । ପ୍ରାର୍ଥୀମାନେ ସରକାରୀ ୱେବସାଇଟରେ NMMS 2023ର ରେଜଲ୍ଟ ଜାଣିପାରିବେ । scertodisha.nic.inକୁ ଯାଇ ପରୀକ୍ଷାଫଳ ଦେଖପାରିବେ ଆଶାୟୀ ପ୍ରାର୍ଥୀ ।

ଗତ ଫେବ୍ରୁଆରୀ ୨ ତାରିଖରେ ଓଡ଼ିଶା NMMS ପରୀକ୍ଷା ହୋଇଥିଲା । ଏବେ SCERT ଓଡ଼ିଶା NMMS ଫଳାଫଳ ସହ ପରିଷଦ ପକ୍ଷରୁ ଅସ୍ଥାୟୀ ଭାବେ ମନୋନୀତ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରାଯାଇଛି । ମେରିଟ୍ ତାଲିକା ଅନୁଯାୟୀ,NMMS ଓଡ଼ିଶା 2023 ପାଇଁ ମୋଟ 3 ହଜାର 310 ପ୍ରାର୍ଥୀ ସାମୟିକ ଭାବେ ଚୟନ ହୋଇଛନ୍ତି ।


୩୦ ଜିଲ୍ଲାରେ ମୋଟ ୩୩୧୪ ଛାତ୍ରବୃତ୍ତି ବଣ୍ଟାଯିବାକୁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲା ଅନୁଯାୟୀ ଏହାର ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ହୋଇଛି । ଅନୁସୂଚିତ ଜାତି(SC),ଅନୁସୂଚିତ ଜନଜାତି(ST), SEBC ଏବଂ ଶାରୀରିକ ଅକ୍ଷମ ବର୍ଗ ପ୍ରାର୍ଥୀଙ୍କୁ ଏହାର ଫାଇଦା ମିଳିପାରିବ । ଯେଉଁମାନେ ମନୋନୀତ ହୋଇଛନ୍ତି ସେମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପ୍ରାୟ ୪ ବର୍ଷ ଏହାର ଫାଇଦା ନେଇପାରିବେ ।

ଛାତ୍ରବୃତ୍ତିର ନବୀକରଣ ପାଇଁ ମନୋନୀତ ଛାତ୍ରମାନଙ୍କୁ ଜାତୀୟ ସ୍କଲାରସିପ୍ ପୋର୍ଟାଲ NSP ଖୋଲିବାକୁ ପଡ଼ିବ । ପ୍ରତିବର୍ଷ ସଂପୃକ୍ତ ସ୍କୁଲରେ ସେମାନଙ୍କ ବାର୍ଷିକ ପ୍ରମାଣପତ୍ର ଦେବାକୁ ପଡ଼ିବ । ମାର୍କସିଟ୍ ମଧ୍ୟ ଦାଖଲ କରିବାକୁ ପଡ଼ିବ । ଏଥିରେ ଅବହେଳା କଲେ ସେମାନେ ଛାତ୍ରବୃତ୍ତି ପାଇବାରୁ ବଞ୍ଚିତ ହେବେ ।

Leave a Reply

Your email address will not be published. Required fields are marked *