ଇଂରାଜୀ ପରେ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ

କେନ୍ଦୁଝର ପୁଣି ଭାଇରାଲ ହେଲା ମଟ୍ରିକ ପ୍ରଶ୍ନପତ୍ର । ଇଂଗ୍ରାଜୀ ପରେ ଏବେ ପୁଣି ଭାଇରାଲ ହୋଇଛି ଗଣିତ ପ୍ରଶ୍ନପତ୍ର । ଆଜି ପିଲାଙ୍କର ଗଣିତ ପରୀକ୍ଷା ଥିବାବେଳେ ପରୀକ୍ଷା ପୁର୍ବରୁ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲିଥିଲା ଗଣିତ ପ୍ରଶ୍ନପତ୍ର ।ପ୍ରଶ୍ନ ସହ ଉତର ମଧ୍ୟ ରହିଛି । କେନ୍ଦୁଝରର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ଦେଖିବାକୁ ମିଳିଛି । ଇଂରାଜୀ ପରୀକ୍ଷା ବେଳେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଥିଲା । ହେଲେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଲିକକୁ ଖଣ୍ଡନ କରାଯାଇଥି।

ଏବେ ଏହି ଗଣିତ ପରୀକ୍ଷା ଭାଇରାଲ ପ୍ରଶ୍ନପତ୍ରକୁ ନେଇ କଣ ସ୍ପଷ୍ଟିକରଣ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *