ବିକାଶ ପାଇଁ ନୂଆ-ଓରେ ଝୁମିଲେ ବସ୍ତିବାସିନ୍ଦା

କେନ୍ଦୁଝର ଜିଲ୍ଲା ଯୋଡା ସହରର ୯ନମ୍ବର ୱାର୍ଡ ରେ ଥିବା ଗୋପ ମହାନ୍ତି ହଟିଂ ହାଇସ୍କୁଲ ପଡ଼ିଆରେ ଆମ ଓଡ଼ିଶା ,ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଶତାଧିକ ବସ୍ତି ବାସିନ୍ଦା ଝୂମିଲେ ,ଗାଇଲେ ଓ ଭରପୁର ମଜା ଉଠାଇଲେ । ଶିଶୁ,ମହିଳା,ଯୁବକ,ବୃଦ୍ଧ ସମସ୍ତଙ୍କ ପାଇଁ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା ।

ଖେଳ କୁଦ ,ନୃତ୍ୟ , ଚିତ୍ରାଙ୍କନ ପ୍ରତିଯୋଗିତା,ଗୃହିଣୀ ମାନଙ୍କ ପାଇଁ ମ୍ୟୁଜିକ ଚେୟାର ମୁଖ୍ୟ ଆକର୍ଷଣ ହୋଇଥିଲା ।ଏଥିରେ ପାଲା ପରିବେଷଣ ହୋଇଥିଲା।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟ ସରକାର ଙ୍କ ଦ୍ଵାରା ବସ୍ତି ବାସିନ୍ଦା ଙ୍କ ପାଇଁ ରାଜ୍ୟ ସରକାର ନେଇଥିବା ସଂକଳ୍ପ ର ସଚେତନତା କରାଯାଇଥିଲା ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଡା ପୌର ଉପାଧ୍ୟକ୍ଷ ଯୋଗ ଦେଇଥିଲେ

Leave a Reply

Your email address will not be published. Required fields are marked *