ଡକ୍ଟର B.R.ଆମ୍ବେଦକରଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲା ସାରା ଦେଶ

ଆଜି ଆମ୍ବେଦକର ଜୟନ୍ତୀ । ସାରା ଦେଶରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ବିଭିନ୍ନ ସ୍ଥାନରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।

ଡକ୍ଟର ବି.ଆର୍.ଆମ୍ବେଦକର । ୧୪ ଏପ୍ରିଲ ୧୮୯୧ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ । ସାରା ଜୀବନ ସମତା ନିମନ୍ତେ ଲଢ଼ିଥିବାରୁ ତାଙ୍କ ଜନ୍ମଦିନକୁ ସମତା ଦିବସ ଭାବେ ମଧ୍ୟ ପାଳନ କରାଯାଏ । ଏହାକୁ ଏବେ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରିବା ପାଇଁ ମିଳିତ ଜାତିସଂଘରେ ଦାବି ହେଉଛି ।

ଆମ୍ବେଦକର ଏକାଧାରରେ ଜଣେ ଅର୍ଥନୀତିଜ୍ଞ, ସମାଜସେବୀ,ରାଜନୀତିଜ୍ଞ ଥିଲେ । ସେ ଦେଶର ସମ୍ବିଧାନ ପ୍ରଣେତା ଭାବେ ବେଶ୍ ଜଣାଶୁଣା । ଯେଉଁ ସମ୍ବିଧାନକୁ ଆମେ ମାନୁଛେ ତାର ସୃଷ୍ଟିକର୍ତ୍ତା ଏହି ମହାନ୍ ବ୍ୟକ୍ତି । ଭାରତ ଅଗଷ୍ଟ ୧୫, ୧୯୪୭ରେ ସ୍ୱାଧୀନତା ପାଇଥିଲା ସତ କିନ୍ତୁ ଦେଶ କିପରି ପରିଚାଳିତ ହେବ ସେ ନେଇ କୌଣସି ନିୟମକାନୁନ ନଥିଲା । ଭାରତ ସ୍ୱାଧୀନତା ପାଇବା ପରେ ସମ୍ବିଧାନ ପ୍ରସ୍ତୁତ ପାଇଁ ଏକ ଡ୍ରାଫ୍ଟିଂ କମିଟି ଗଠନ ହୋଇଥିଲା । ଆମ୍ବେଦକର ଏହି କମିଟିର ଅଧ୍ୟକ୍ଷ ଥିଲେ । ତାଙ୍କ ନେତୃତ୍ୱରେ ଏହି ଟିମ୍ ସମ୍ବିଧାନ ପ୍ରସ୍ତୁତ କରିଥିଲେ । ୧୯୪୯, ନଭେମ୍ବର ୨୬ ସୁଦ୍ଧା ସମ୍ବିଧାନ ପ୍ରସ୍ତୁତ ହୋଇଥିଲା । ୧୯୫୦ ଜାନୁଆରୀ ୨୬ରୁ ନୂଆ ସମ୍ବିଧାନ ଅନୁସାରେ ଦେଶ ଶାସିତ ହେଲା ଯାହାର ସୃଷ୍ଟିକର୍ତ୍ତା ଥିଲେ ଡକ୍ଚର ଆମ୍ବେଦକର ।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ସାରା ଦେଶରେ ଆଜି ଡକ୍ଟର B.R.ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।

Leave a Reply

Your email address will not be published. Required fields are marked *