ନାବାଳକଙ୍କୁ ବେଲ୍ଟରେ ପିଟିଲେ ଯୁବକ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଅମାନୁଷିକ ଦୃଶ୍ୟ । କଣ୍ଟିଆପଡ଼ା ଗାଁରେ ଥିବା ଗାଡ଼ିଆରେ ଗାଧୋଉଥିବା ବେଳେ ପିଲାଙ୍କୁ ଗୋଡ଼ ତଳେ ପକାଇ ବେଲ୍ଟରେ ମାଡ଼ ସହ ଗୋଇଠା ମାରିଲେ କିଛି ଯୁବକ ।

ହିତାହିତ ଜ୍ଞାନକୁ ଭୁଲିଗଲେ ଯୁବକମାନେ । ନାବାଳକମାନଙ୍କୁ ଗୋଡ଼ ତଳେ ପକାଇ ବେଲ୍ଟରେ ମାଡ଼ ମାରିବା ସହ ଅମାନୁଷିକ ଭାବେ ଗୋଇଠା ମାରିଛନ୍ତି । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ,କିଛିଦିନ ହେଲା ତାପମାତ୍ରା ବୃଦ୍ଧି ଯୋଗୁଁ ଅସହ୍ୟ ଗୁଳୁଗୁଳି ହେଉଛି । ଗରମରୁ ରକ୍ଷା ପାଇବା ପାଇଁ କଣ୍ଟିଆପଡ଼ା ଗାଁର ଛୋଟଛୋଟ ପିଲା ଏକ ଗାଡ଼ିଆରେ ଗାଧୋଇଥାନ୍ତି । ତେବେ କାହିଁକି ସେମାନେ କାଦୁଅରେ ଗାଧୋଉଛନ୍ତି ବୋଲି କିଛି ଯୁବକ ତାଗିଦ କରିଥିଲେ । ଏଥିସହ ତାଙ୍କୁ ଗୋଡ଼ ତଳେ ପକାଇ ବେଲ୍ଟରେ ମାଡ଼ ମାରୁଥିଲେ । ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଏଭଳି ଏକ ସ୍ପର୍ଶକାତର ଘଟଣାରେ ଦର୍ଶକଙ୍କୁ ଆମେ ପ୍ରକୃତ ଭିଜୁଆଲ୍ ଦେଖେଇପାରୁନୁ ଯାହା ଆଇନ୍ ବିରୋଧୀ । ଦର୍ଶକବନ୍ଧୁ ଗାଡି଼ଆରେ ନାବାଳକ, ଛୋଟପିଲା ଗାଧୋଇବା କ’ଣ ଅନ୍ୟକୁ କ୍ଷତି ପହଞ୍ଚାଏ କି ? ପିଲାଙ୍କୁ ବୁଝାଇବା ଆବଶ୍ୟକ କିନ୍ତୁ ଶାରୀରିକ ନିର୍ଯାତନା ଦେବା ଏବଂ ଏହାର ଭିଡିଓ ଭାଇରାଲ୍ କରିବା ନିହାତି ଅମାନୁଷିକ କାର୍ଯ୍ୟ । ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ଘଟେ ସେଥିପ୍ରତି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଜରୁରୀ । …

Leave a Reply

Your email address will not be published. Required fields are marked *