ଆଜାଦ ଇଞ୍ଜିନିୟରିଂ କମ୍ପାନୀରେ ନିବେଶ କଲେ ସଚିନ ତେନ୍ଦୁଲକର

କ୍ରିକେଟ୍ ପଡ଼ିଆରେ ନିଜର ଚମତ୍କାର ପ୍ରଦର୍ଶନ କରିଥିବା ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଦବଦବା ଆଜି ବି ଜାରି ରହିଛି । କ୍ରିକେଟ୍ ଦୁନିଆରେ ସଚିନ୍ ତେନ୍ଦୁଲକରଙ୍କ ଦ୍ୱାରା ଏପରି ଅନେକ ରେକର୍ଡ ରହିଛି, ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରି ନାହାନ୍ତି । ଏଥିସହିତ କ୍ରିକେଟରୁ ଅବସର ନେବା ପରେ ମଧ୍ୟ ସଚିନ ତେନ୍ଦୁଲକର ଚର୍ଚ୍ଚାରେ ରହିଛନ୍ତି । ବର୍ତ୍ତମାନ ସଚିନ ତେନ୍ଦୁଲକର ପୁଞ୍ଜି ବିନିଯୋଗ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ବାସ୍ତବରେ ସଚିନ ତେନ୍ଦୁଲକର ଏକ ଇଞ୍ଜିନିୟରିଂ କମ୍ପାନୀରେ ଅଂଶଧନ କିଣି ଏକ ବୃହତ ପୁଞ୍ଜି ବିନିଯୋଗ କରିଛନ୍ତି ।

ଏକ ବୟାନରେ ସୂଚନା ଜାରି କରି ଆଜାଦ ଇଞ୍ଜିନିୟରିଂ କହିଛନ୍ତି ଯେ, ସଚିନଙ୍କ ନିବେଶ ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭର ଭାରତ ଅଭିଯାନରେ ଯୋଗଦାନ ଦେବା ପାଇଁ କମ୍ପାନୀର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିବ । ତେବେ କମ୍ପାନୀ, ସଚିନ ବାସ୍ତବରେ କେତେ ପୁଞ୍ଜି ବିନିଯୋଗ କରିଛନ୍ତି ସେ ବିଷୟରେ କିଛି ସୂଚନା ଦେଇନାହିଁ। ଏହି ପୁଞ୍ଜି ବିନିଯୋଗ ବଦଳରେ ସଚିନଙ୍କୁ କମ୍ପାନୀରେ ଏକ କ୍ଷୁଦ୍ର ଅଂଶ ମିଳିଛି ।

କମ୍ପାନୀର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ରାକେଶ ଚୋପଦାର କହିଛନ୍ତି, “ସଚିନ ତେନ୍ଦୁଲକରଙ୍କୁ ନିବେଶକ ଭାବରେ ବୋର୍ଡରେ ପାଇ ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ଏହା ଆମ ପାଇଁ ଗୌରବର ବିଷୟ । ଅତ୍ୟନ୍ତ ଜଟିଳ ଉତ୍ପାଦନ ଏବଂ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରିବା ପାଇଁ ଆଜାଦ ଇଞ୍ଜିନିୟରିଂ ନିଜର ସଂକଳ୍ପ ଉପରେ ଧ୍ୟାନ ରଖିବ ଆଉ ଦେଶ ପାଇଁ ଅଭିବୃଦ୍ଧି ଏବଂ ନବସୃଜନ ପାଇଁ ସୁଯୋଗ ସୃଷ୍ଟି କରିବ।

Leave a Reply

Your email address will not be published. Required fields are marked *