ଏଠି ପାଣି ନୁହେଁ ବରଂ ମାଟିରେ ଚାଲିଛି ବାସନ ଧୁଆ

ଆମେ ପ୍ରତ୍ୟେକ ଦିନ ବାସନ ଧୋଇବା ପାଇଁ ପାଣି ଏବଂ ସାବୁନର ବ୍ୟବହାର କରିଥାଉ । କିନ୍ତୁ ଆପଣ କେବେ ମାଟି କିମ୍ବା କାଦୁଅରେ ବାସନ ସଫା କରୁଥିବା ଦେଖିଛନ୍ତି କି? ଏହା ଅଜବ ଲାଗୁଥାଇପାରେ, କିନ୍ତୁ ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିବା ଯେଉଁଥିରେ ଏକ ଗୋଷ୍ଠୀର ଲୋକମାନେ କାଦୁଅରୁ ପ୍ଲେଟ୍ ସଫା କରୁଥିବା ଦେଖିବାକୁ ମିଳିଛି । ଟ୍ୱିଟର ଯିଏ ଭିଡିଓଟି ପୋଷ୍ଟ କରିଥିଲେ ସେ ଲେଖିଛନ୍ତି, “ପ୍ରଥମ ଥର ମୁଁ ଏମିତି ମାଟିରେ ପାତ୍ର ଧୋଇଥିବାର ଦେଖୁଛି । କିନ୍ତୁ ଏହା ବଢିଆ କାମ କରୁଛି ଆଉ ଥାଳିରୁ ତେଲ ବାହାର କରିବା ସହଜ ହେଉଛି ।”

ଟ୍ବିଟରରେ ପୋଷ୍ଟ କରାଯାଇଥିବା ଭିଡିଓରେ ଦେଖାଯାଉଛି ଯେ, କୌଣସି ଏକ ଫଙ୍କସନ ସରିଲା ପରେ ବାହାରେ କିଛି ଲୋକଙ୍କ ଭିଡ ଜମିଛି, ଯେଉଁମାନେ ନିଜ ହାତରେ ପାଖରେ ଗଦା ହୋଇଥିବା ମାଟି ସାହାଯ୍ୟରେ ପ୍ଲେଟ ଗୁଡିକ ସଫା କରୁଛନ୍ତି । ଆଉ ପରେ ପାଖରେ ଥିବା ଜଳ ଦ୍ବାରା ସେହି ପ୍ଲେଟ ଗୁଡିକୁ ଧୁଆ ଯାଉଛି । କୁହାଯାଉଛି ଯେ, ସେହି ମାଟି ଦ୍ବାରା କୁଆଡେ ପ୍ଲେଟ ଗୁଡିକରେ ଲାଗିଥିବା ତେଲକୁ ସଫା କରାଯାଉଥିଲା । କାରଣ ସେହି ମାଟିରେ ବାସନରେ ଲାଗିଥିବା ତେଲ ଭଲ ସଫା ହୋଇଥାଏ ।

Leave a Reply

Your email address will not be published. Required fields are marked *