ଆସନ୍ତାକାଲି ଠାରୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ

ଆସନ୍ତାକାଲି ଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଠାରେ ପଡ଼ି ରହିଥିବା ସରକାରୀ କାର୍ଯ୍ୟର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ଦୀର୍ଘଦିନ ହେଲା କିଛି କାର୍ଯ୍ୟ ପଡ଼ି ରହିଥିବା ବେଳେ ଅଧିକାରୀମାନଙ୍କ ସହ ଆଲୋଚନା କରିବେ । ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବେ ।

ପୂର୍ବରୁ ଅନେକ ଥରେ ଦିଲ୍ଲୀ ଗସ୍ତ କଲେଣି ନବୀନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବୈଠକରେ ସାମିଲ ହୋଇଥିଲେ । ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ରାଜ୍ୟର ଆବଶ୍ୟକତା ତଥା ସ୍ୱାର୍ଥ ପୂରଣ ପାଇଁ ପୁରା ଯୋଶରେ କାମ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରୀୟ ଅନୁଦାନ ରାଶି ପ୍ରଦାନ ପାଇଁ ହେଉ ଅବା କେନ୍ଦ୍ରରେ ପଡ଼ି ରହିଥିବା ବଳକା ରାଶି, ମାଓବାଦୀ ପ୍ରସଙ୍ଗ ହେଉ ଅବା ସୁରକ୍ଷା ବୈଠକ ସବୁଥିରେ ନବୀନ ଉପସ୍ଥିତ ରହୁଛନ୍ତି । ତେଣୁ ଆଜିକାଲି ମଖ୍ୟମନ୍ତ୍ରୀ ଅଧିକ ଥର ଦିଲ୍ଲୀ ଗସ୍ତ କରିବାକୁ ପଡୁଛି । ଏବେ ଏହି ଗସ୍ତ ଉପରେ ସମସ୍ତଙ୍କ ନଜର ରହିଛି ।

ପୂର୍ବରୁ ତାଙ୍କ ଗସ୍ତ ନେଇ ବିରୋଧୀ ମାନେ ବାରମ୍ବାର ପ୍ରଶ୍ନ କରୁଥିଲେ । ଦିଲ୍ଲୀ ଗସ୍ତର ଫାଇଦା ନେଇ ଚର୍ଚ୍ଚା କରୁଥିଲେ । କିନ୍ତୁ ନବୀନ ସବୁବେଳେ ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ଲଢ଼େଇ ଜାରି ରଖିଛନ୍ତି । ଦିଲ୍ଲୀ ଗସ୍ତ କରି କେନ୍ଦ୍ରଠାରୁ ବହୁ ସାହାଯ୍ୟ, ସହାୟତା ପାଇବା ସହ ନିଜ ହକ୍ ପ୍ରସଙ୍ଗ ରଖିଛନ୍ତି । ଆସନ୍ତାକାଲି ଝାରସୁଗୁଡ଼ା ଉପନିର୍ବାଚନ ଭୋଟିଂ ଅଛି । ଆଜି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ନବୀନ ପଟ୍ଟନାୟକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏଭଳି ସ୍ଥିତିରେ ଆସନ୍ତାକାଲି ନବୀନ ଦିଲ୍ଲୀ ଗସ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *