Category: ମୁଖ୍ୟ ଖବର

  • ଯାଜପୁରରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ

    ଯାଜପୁରରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ

    ଯାଜପୁରରେ ଗଡ଼ିଲା ଲକ୍ଷ୍ମୀ ବସ । ଆଜି ଅପରାହ୍ନରେରେ ଯାଜପୁର ସଦର କୁସୁମା ପଡ଼ିଆ ନିକଟରୁ ୨୫ଟି ବସର ଶୁଭାରମ୍ଭ କରାଯାଇଛି । ଦୂରାଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ବସ ସେବାକୁ ଶୁଭାରମ୍ଭ କରିଥିବା ବେଳେ ରାଜ୍ୟ ସଡକ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ ।

    ଏହି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ସମେତ ଅନ୍ୟ ବିଧାୟକ ମାନେ ଉପସ୍ଥିତ ଥିଲେ । ଏହି ବସ ଗୁଡିକ ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟକୁ ଗଡିବ ଏବଂ ଏହା ଦ୍ୱାରା ମହିଳା ମାନେ ବିଶେଷ ଉପକାର ପାଇବେ ବୋଲି ମତ ପ୍ରକାଶ ପାଇଥିଲା ।

  • ବିଜେଡିକୁ ଆହୁରି ଶକ୍ତିଶାଳୀ କରିବାକୁ କାମ କରିବି :ଅଂଶୁମାନ ମହାନ୍ତି

    ବିଜେଡିକୁ ଆହୁରି ଶକ୍ତିଶାଳୀ କରିବାକୁ କାମ କରିବି :ଅଂଶୁମାନ ମହାନ୍ତି

    କେନ୍ଦ୍ରାପଡ଼ାରେ ବଢ଼ିଲା ବିଜେଡିର ବଳ।କଂଗ୍ରେସ ଦଳ ଛାଡିବାର ମାତ୍ର ଦୁଇ ଦିନ ପରେ, ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ।ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନଳିନୀ ମହାନ୍ତିଙ୍କ ପୁଅ ଅଂଶୁମାନ ଦୁଇଦିନ ତଳେ କଂଗ୍ରେସ ଛାଡ଼ିଥିଲେ । ସାଂସଦ ମାନସ ମଂଗରାଜ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଂଶୁମାନ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ତାଙ୍କ ସହ ପ୍ରାୟ ହଜାରେରୁ ଅଧିକ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି ।ବିଜେଡିରେ ସାମିଲ ହେବା ନେଇ ଅଂଶୁମାନ କହିଛନ୍ତି ମୋ ପାଇଁ ଏକ ସୌଭାଗ୍ୟର ଦିନ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ମୁଁ ବିଜେଡିରେ ମିଶିଲି । ତାଙ୍କ ସ୍ୱଚ୍ଛ, ନିର୍ମଳ ଓ ବିକାଶ ଧାରାରେ ମୁଁ ଅନୁପ୍ରାଣିତ ହୋଇ ରାଜନଗର ପରିବାର ସହ ବିଜେଡିରେ ସାମିଲ ହୋଇଛି । ରାଜନଗରର ବିକାଶ ଧାରାକୁ ଆଗେଇ ନେବା ସହ ବିଜେଡିକୁ ଆହୁରି ଶକ୍ତିଶାଳୀ କରିବାକୁ କାମ କରିବି ।

    ତେବୋ ଗତ କିଛି ଦିନ ହେଲା ଅଂଶୁମାନ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା।। ଏବେ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ରାଜନୈତିକ ମଇଦାନରେ ପରସ୍ପରର ପ୍ରତିଦ୍ୱନ୍ଦି ସାଜିଥିବା ଧ୍ରୁବ ସାହୁ ଓ ଅଂଶୁମାନ ଗୋଟିଏ ଦଳରେ ରହିବା ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।ହେଲେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଅଂଶୁମାନ ଓ ତାଙ୍କ ସମର୍ଥକଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।ସେହିପରି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ‘ଅଂଶୁମାନଙ୍କ ପରିବାର ସହ ସମସ୍ତଙ୍କ ପୁରୁଣା ସମ୍ପର୍କ ଥିଲା ।

    ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡ଼ା କଂଗ୍ରେସକୁ ଝଟକା ଦେଇ ଦୁଇ ଦିନ ତଳେ ଦଳର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଇଥିଲେ ଅଂଶୁମାନ। ଏବେ ହାତ ଛାଡି ଶଙ୍ଖ ଫୁଙ୍କିବେ ,ହେଲେଦୀଘ ବର୍ଷ ଧରି ରାଜନୈତିକ ମଇଦାନରେ ପରସ୍ପରରକୁ ରାଜନୀତି ମଇଦାନରେ କଡା ଟକର ଦେଇ ଆସୁଥିବା ଧ୍ରୁବ ସାହୁ ଓ ଅଂଶୁମାନ ଗୋଟିଏ ଦଳରେ ରହିବା ଦଳକୁ କେତେ ଲାଭବାନ କରୁଛି ତାହା ସମୟ କହିବ ।

  • ମହିଳାଙ୍କ ରଣହୁଙ୍କାର, ଉଠାଇ ଆଣିଲେ ମଦବୋତଲ ଭାଙ୍ଗିଲେ ବିଚ ରାସ୍ତାରେ

    ମହିଳାଙ୍କ ରଣହୁଙ୍କାର, ଉଠାଇ ଆଣିଲେ ମଦବୋତଲ ଭାଙ୍ଗିଲେ ବିଚ ରାସ୍ତାରେ

    ମଦକୁ ନେଇ ତୁମୁଳକାଣ୍ଡ । ମଦ ପିଇ ଲୋକେ ଗଣ୍ଡୋଗଳ କଲେ ବୋଲି ତାତିଲେ ସ୍ଥାନୀୟ ମହିଳା । ଆଉ ରାସ୍ତା ଉପରେ କଚାଡି ଫଟାଇରେ ପେଟି ପେଟି ମଦ । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଆଗରପଡା ଅନ୍ତର୍ଗତ ଭଗାରାମ ଠାରେ ଚୋରାମଦ ବିକ୍ରି ହେଉଥିବା ଖବର ସାମ୍ନାକୁ ଆସିଥିଲା । ଗତକାଲି ସରସ୍ବତୀ ପୂଜା ଥିବାରୁ ଲୋକେ ସେଠାରେ ମଦ ପିଇ ନାରକୀୟ କାଣ୍ଡ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଅପ୍ରିତିକର ପରିସ୍ଥିତି । ଯେଉଁଥି ପାଇଁ ମହିଳା ମାନେ ଉତକ୍ଷିପ୍ତ ହୋଇ ଏହିପରି ପଦକ୍ଷେପ ନେଇଥିଲେ । ଚୋରା ଦେଶୀ ମଦ ବିକ୍ରି ହେଉଥିବା ଘରୁ ମଦ ଭର୍ତ୍ତି ପେଟି ଓ ବସ୍ତାକୁ ଆଣି ବାହାରେ କଚାଡିବା ସହ କାଠ ଫାଳିଆରେ ଭାଙ୍ଗି ବୋତଲ ଗୁଡିକ ଚୂନା କରିଦେଇଥିଲ ।

  • ମୁଖ୍ୟମନ୍ତ୍ରୀଙ୍କ ପାରାଦୀପଗ୍ରସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

    ମୁଖ୍ୟମନ୍ତ୍ରୀଙ୍କ ପାରାଦୀପଗ୍ରସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି

    ଜଗତସିଂହପୁରର ପାରାଦୀପରେ ଓଡିଶାର ଷ୍ଟିଲ ପ୍ଲାଣ୍ଟ ସ୍ବପ୍ନ ସାକାର ହେବାକୁ ଯାଉଛି। ଆସନ୍ତା କାଲି ଜେଏସଡବ୍ଲ୍ୟୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ଶିଳାନ୍ୟାସ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲିପ୍ୟାଡ ସ୍ଥାନ ଓ ଷ୍ଟେଜ ପାଇଁ ଜାଗା ଚିହ୍ନଟ ସରିଛି। ଏଥିପାଇଁ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇଛି। ଜଗତସିଂହପୁର ଏସପି , ପାରାଦ୍ଵୀପ ଡିଏସପି ଓ ପାରାଦ୍ୱୀପର ସମସ୍ତ ଆଇଆଇସି ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହିତ ବିଭିନ୍ନ ଦିଗକୁ ଅନୁଧ୍ୟାନ କରିଛନ୍ତି। ସଭାସ୍ଥଳକୁ ଆସିବାକୁ ଥିବା ଯାନବାହନ ଚଳାଚଳ ଯେମିତି ସୁଗମ ହେବ ତାକୁ ନେଇ ବ୍ୟବସ୍ଥା କରାଯାଇଛି। ଏଥିସହ ସୁରକ୍ଷା ପ୍ରତି ଧ୍ୟାନ ଦେଉଛି ଜିଲ୍ଲା ପୋଲିସ

    ସେପଟେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ସ୍ବପ୍ନ ର ପାରାଦ୍ଵୀପକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ସମୃଦ୍ଧ କରିବା ପାଇଁ ନେଇଥିବା ସଙ୍କଳ୍ପ ଆଜି ପୂରଣ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ମାହୋଲ ଖେଳିଯାଇଛି। ସ୍ଥାନୀୟ ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଚନ୍ତି।

    ଏଠାରେ କହି ରଖୁ କି, ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ବାର୍ଷିକ ୧୩:୨ ମିଲିୟନ ମେଟ୍ରିକ୍ ଟନ ବିଶିଷ୍ଟ ଷ୍ଟିଲ ପ୍ଳାଣ୍ଟ ପ୍ରତିଷ୍ଠା କରିବ ଜେଏସଡବ୍ଲ୍ୟୁ । ଏଥିପାଇଁ ୨୯୫୦:୫୧ ଏକର ଜମି ଅଧିଗ୍ରହଣ ସରିଥିବା ବେଳେ , ପରିବେଶ ମଞ୍ଜୁରୀ ମଧ୍ଯ ମିଳିସାରିଛି। ଏଥିରେ ୨୬୭୭:୮୦ ଏକର ଜଙ୍ଗଲ ଜମି, ୨୭୨:୫୧ ଏକର ଚାଷ ଜମି ରହିଛି । ଏହି ପ୍ରକଳ୍ପ ପାଇଁ ଜେଏସଡବ୍ଲ୍ୟୁ ପକ୍ଷରୁ ୬୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ , ଯାହା ଦ୍ବାରା ସ୍ଥାନୀୟ ଲୋକଙ୍କ ଆଶା ଓ ଅଭିଳାଷ ପୂରଣ ହେବ ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି ।

  • ପଂଚାୟତ ସ୍ତରୀୟ ସଚେତନତା ଶିବିରକୁ ଗ୍ରାମରେ ବିରୋଧ

    ପଂଚାୟତ ସ୍ତରୀୟ ସଚେତନତା ଶିବିରକୁ ଗ୍ରାମରେ ବିରୋଧ

    ଆମ ଓଡିଶା ନବୀନ ଓଡିଶା ପଂଚାୟତସ୍ତରୀୟରେ ସଚେତନତା ଶିବିର କଳାହାଣ୍ଡି କେସିଙ୍ଗା ବ୍ଲକ ବାଳସି ଗ୍ରାମ ପଂଚାୟତ ରେଙ୍ଗାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ କଳାହାଣ୍ଡି ପରି ଅନୁନ୍ନତ ଓ ଆଦିବାସୀ ବହୁଳ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବାକୁ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ଏବିଡିଓଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ୱାର୍ଡ ମେମ୍ବର, ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ସରପଞ୍ଚ ଭାରତୀ ସୁନା ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିଲାଗି ସେ ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।#kalahandi

    ସେପଟେ କିନ୍ତୁ ଏହି କାର୍ଯ୍ୟକ୍ରମକୁ ବାଳସି ତଥା ବହୁ ଗ୍ରାମର ବାସିନ୍ଦା ବର୍ଜନ କରିଛନ୍ତି। ସେମାନେ ସରପଞ୍ଚଙ୍କ ବିରୋଧରେ ଆଣିଛନ୍ତି ମନମୁଖୀର ଅଭିଯୋଗ। ଲୋକଙ୍କ ଅଭିଯୋଗ ସରପଞ୍ଚ ସରକାରୀ ନିୟମ କାନୁନ ଓ ବିଡିଓଙ୍କ ନିର୍ଦ୍ଦେଶକୁ ମାନୁ ନାହାନ୍ତି। ସରପଞ୍ଚଙ୍କ ସ୍ବାମୀଙ୍କ ଇଛା ମୁତାବକ କାମ କରୁଛନ୍ତି। ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ବାଳସି ଗ୍ରାମକୁ ବଛାଯାଇଥିବା ବେଳେ ସରପଞ୍ଚ ନିଜ ଗାଁ ରେଙ୍ଗଳିରେ ସେହି କାର୍ଯ୍ୟ କରିଛନ୍ତି। ପୂର୍ବରୁ ବାଳସି ସ୍କୁଲ ବା ପଡିଆରେ କାର୍ଯ୍ୟକ୍ରମ ପାଇଁ ସମସ୍ତ ୱାର୍ଡ ମେମ୍ବର ତଥା ଗ୍ରାମବାସୀଙ୍କ ଉପସ୍ଥିତିରେ ବିଡିଓ ସ୍ଥିର କରିଥିଲେ. କିନ୍ତୁ ସରପଞ୍ଚ ତାହାକୁ ନ ମାନି ନିଜ ଗ୍ରାମରେ ନବୀନ ଓଡିଶା କାର୍ଯ୍ୟ କରିବାକୁ ସ୍ଥିର କରିଥିଲେ. ଏହାକୁ ବିରୋଧ କରିଥିଲେ ଗ୍ରାମବାସୀ ତଥା ପଞ୍ଚାୟତର ଅନେକ ୱାର୍ଡମେମ୍ବର। ତଥାପି ବିରୋଧକୁ ପଛ କରି ନିଜ ଇଛା ମୁତାବକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ନେଇ ସେହି କାର୍ଯ୍ୟକ୍ରମରେ ସାମିଲ ହୋଇନଥିଲେ ଅନେକ

    ବିରୋଧ ସତ୍ତ୍ବେ ରେଙ୍ଗାଲିରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ଏହା ସଫଳ ହୋଇନଥିବା କୁହାଯାଉଛି। ସରକାରଙ୍କ ଜନାଭିମୁଖୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ ହେଉଥିବା ବେଳେ ସରପଞ୍ଚଙ୍କ ମନମାନୀ ପାଇଁ ମାତ୍ର ୪୦୦ ଲୋକଙ୍କ ସମାବେଶ ହୋଇଛି। ତେଣୁ ଏହି ସରପଞ୍ଚଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ବାଳସି ଗ୍ରାମବାସୀ

  • ଯୁବତୀଙ୍କ ଟଙ୍କା ଲୁଟ୍ ମାମଲା: ଜଣେ ଗିରଫ

    ଯୁବତୀଙ୍କ ଟଙ୍କା ଲୁଟ୍ ମାମଲା: ଜଣେ ଗିରଫ

    କେନ୍ଦୁଝର ଚମ୍ପୁଆ ଥାନା ଅଧୀନ ନାରଦପୁରରେ କିଛି ଦିନ ତଳେ ହୋଇଥିବା ଟଙ୍କା ଲୁଟ ଘଟଣାରେ ପୋଲିସକୁ ମିଳିଛି ସଫଳତା। ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୯ ତାରିଖରେ ଜଣେ ଯୁବତୀଙ୍କ ଠାରୁ ଟଙ୍କା ଲୁଟ୍ ହୋଇଥିଲା । ଗିରଫ ଯୁବକ ଜଣକ ହେଲେ ଯାଜପୁର ଜିଲ୍ଳା ମୁଣ୍ଡମାଳ ଗ୍ରାମର ଆଉଲା ରମେଶଙ୍କ ୩୨ ବର୍ଷୀୟ ପୁଅ ଆଉଲା ଶେଖର । ସୂଚନା ଅନୁଯାୟୀ, ଗତ ନଅ ତାରିଖ ଶୁକ୍ରବାର ଦିନ ନାରଦପୁର ଗ୍ରାମର ମାନିନୀ ନାଏକ କଣ୍ଡରା ସ୍ଥିତ ବ୍ୟାଙ୍କ୍ ଅଫ ଇଣ୍ଡିଆ ଶାଖାରୁ ୫୦ ହଜାର ଟଙ୍କା ଉଠାଇ ନିଜ ଭ୍ୟାନିଟି ବ୍ୟାଗରେ ରଖିଥିଲେ। ଏହା ପରେ ବ୍ୟାଙ୍କରୁ ବାହାରି ବସ ଯୋଗେ ନାରଦପୁର ଯାଇଥିଲେ। ବସ ଷ୍ଟାଣ୍ଡରେ ବସରୁ ଓହ୍ଲାଇ ଘରକୁ ଯାଉଥିବା ବେଳେ ଏକ ପଲସର ବାଇକରେ ଦୁଇ ଜଣ ଯୁବକ ଆସି ମାନିନୀଙ୍କ ବ୍ୟାଗ ଝିଙ୍କି ନେଇ ଫେରାର ହୋଇ ଯାଇଥିଲେ। ଏନେଇ ମାନିନୀ ଚମ୍ପୁଆ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ବ୍ୟାଙ୍କ୍ ର ସିସିଟିଭି ଯାଞ୍ଚ କରି ଅଭିଯୁକ୍ତ ଆଉଲା ଶେଖରକୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। ତା ନିକଟରୁ ପୋଲିସ ୧୦ ହଜାର ଟଙ୍କ ଓ ମୋବାଇଲ ଜାବତ କରିଛି। ଏଥିସହ ଲୁଟରେ ସାମିଲ ତାର ସହଯୋଗୀକୁ ଧରିବାକୁ ପ୍ରୟାସ ଚଳାଇଛି।

  • ବିକାଶ କାର୍ଯ୍ୟରେ ପାତରଅନ୍ତର ଅଭିଯୋଗ: ନୂଆ- ଓ କାର୍ଯ୍ୟକ୍ରମରେ ହାତାହାତି

    ବିକାଶ କାର୍ଯ୍ୟରେ ପାତରଅନ୍ତର ଅଭିଯୋଗ: ନୂଆ- ଓ କାର୍ଯ୍ୟକ୍ରମରେ ହାତାହାତି

    ନବୀନ ଓଡିଶା କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କ ତୀବ୍ର ବିରୋଧ। ଗ୍ରାମ ପଞ୍ଚାୟତର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ରାଶି ଆସୁଥିଲେ ମଧ୍ୟ ପଞ୍ଚାୟତ ଅଧିକାରୀ ପାତରଅନ୍ତର ନୀତି ଆପଣାଉଥିବା ଅଭିଯୋଗ କରି ନବୀନ ଓଡିଶା କାର୍ଯ୍ୟକ୍ରମ କାଳରେ ଦେଖାଦେଇଥିଲା ଉତ୍ତେଜନା। ବିରୋଧକାରୀ ଗ୍ରାମବାସୀ କାର୍ଯ୍ୟକ୍ରମ ନ କରାଇ ଦେବାକୁ ଅଡିବସିବାରୁ ହାତାହାତି ପରିସ୍ଥିତି ସୃ୍ଷ୍ଟି ହୋଇଥିଲା। (ଭିଜୁଆଲ) ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କଳାପଥର ଗ୍ରାମପଂଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ଯ ପାଇଁ ଆସିଥିଲା ପଚାଶ ଲକ୍ଷ ଟଙ୍କା। କିନ୍ତୁ ଏହି ଉନ୍ନୟନ କାର୍ଯ୍ୟରୁ ବାଦ ପଡିଥିଲା ପଞ୍ଚାୟତର ସତର ନମ୍ବର ୱାର୍ଡ ।

    ତେବେ ଶନିବାର ଦିନ ଯେତେବେଳେ କଳାପଥର ପଞ୍ଚୟତରେ ପଞ୍ଚାୟତବାସୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶାମୁଖୀ କାର୍ଯ୍ୟ ସମ୍ପର୍କରେ ସଚେତନ କରିବାକୁ ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜନକରାଯାଇଥିଲା, ସେତେବେଳେ ତାତିଥିଲେ ୧୭ ନମ୍ବର ୱାର୍ଡର ବାସିନ୍ଦା। ୱାର୍ଡରେ ବିକାଶ ହୋଉନଥିବା ବେଳେ କେଉଁ ମୁହଁରେ ବିକାଶର ଡିଣ୍ଡିମ ପିଟୁଛି ସରକାର ବୋଲି ଅଭିଯୋଗ ଆଣିଥିଲେ ଗ୍ରାମବାସୀ। ତେଣୁ ସେହି କାର୍ଯ୍ୟକ୍ରମ ବନ୍ଦ କରିବାକୁ ଗ୍ରାମବାସୀଙ୍କ ସହ ଆପ ଦଳର କିଛି କର୍ମକର୍ତ୍ତା ହୋ ହଲ୍ଲା କରିଥିଲେ। ଅନେକ ସମୟ ପାଇଁ କାର୍ଯ୍ୟକ୍ରମରେ ଉତ୍ତେଜନା ଦେଖାଦେଇଥିବା ବେଳେ ଯେନତେନ ପ୍ରକାରେ ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

  • ରାଜ୍ୟର ତିନି ରାଜ୍ୟସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ

    ରାଜ୍ୟର ତିନି ରାଜ୍ୟସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ

    ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି । ଆଜିଠାରୁ ଫେବ୍ରୁଆରୀ ୧୫ ଯାଏ ଚାଲିବ ନାମାଙ୍କନ। ଫେବୃଆରୀ ୧୬ ତାରିଖରେ ହେବ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ଫେବୃଆରୀ ୨୭ ତାରିଖ ସକାଳ ୯ଟା ରୁ ୪ଟା ଯାଏ ଭୋଟ ଗ୍ରହଣ ହେବ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଓଡିଶାର ୩ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି । ତେବେ ପୂର୍ବ ଥରକ ବିଜେଡିର ବହୁମତ ଥିବା ସତ୍ତ୍ବେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ବିଜେଡି ପଠାଇଥିଲା। ଏବେ ମଧ୍ୟ ବିଜେଡିର ରାଜ୍ୟସଭା ବାଟ ନିଷ୍କଣ୍ଟକ ରହିଛି। ସେପଟେ ବିଜେପି ଓ କଂଗ୍ରେସର ସଂଖ୍ୟା ଗଣିତ କମ ରହିଥିବାରୁ ଦୁଇ ଦଳ ପାଇଁ ରାଜ୍ୟସଭା ଅପହଞ୍ଚ ରହିଛି। ଦେଖିବାକୁ ରହିଲା ବେଜେଡି ୩ଟି ଯାକ ରାଜ୍ୟସଭା ଆସନ ପାଇଁ ନିଜେ ପ୍ରାର୍ଥୀ ଦେଉଛି ନା ବିଜେପିର କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରୁଛି।

  • ଜିଲ୍ଲାପାଳଙ୍କ ଅଫିସ ଆଗରେ ପାଚକ-ପାଚିକାଙ୍କ ରଣହୁଙ୍କାର

    ଜିଲ୍ଲାପାଳଙ୍କ ଅଫିସ ଆଗରେ ପାଚକ-ପାଚିକାଙ୍କ ରଣହୁଙ୍କାର

    ବିଦ୍ୟାଳୟରେ କାର୍ଯ୍ୟରତ ପାଚକ-ପାଚିକା ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବିକ୍ଷୋଭ । ବିଜୁ ଶ୍ରମିକ ସାମୁଖ୍ୟ ଆହ୍ଵାନ କ୍ରମେ ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚକପାଚିକା ମହାସଂଘ ଯାଜପୁର ଜିଲାଶାଖା ପକ୍ଷରୁ ଆଜି ଯାଜପୁର ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

    ଜିଲ୍ଲା ସଭାପତି ଯୋଗେନ୍ଦ୍ର ସ୍ଵାଇଁଙ୍କ ନେତୃତ୍ବରେ ଜିଲାରୁ ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ ପାଚକପାଚିକା ମାନେ ରାମ ମନ୍ଦିର ନିକଟରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ସରକାରଙ୍କ ବିରୋଧୀ ନାରାବାଜି କରିଥିଲେ ।

    ପାଚକପାଚିକା ମାନଂକ ଦରମା ବୃଦ୍ଧି କରିବା, ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବା, ଚିକିତ୍ସା ଭତ୍ତା ପ୍ରଦାନ, ୬୦ ବର୍ଷ ପରେ ପେନସନ ଆଦି ୧୦ ଦଫା ଦାବି ନେଇ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲପାଳଙ୍କୁ ପ୍ରଦାନ କରାଯାଇଛି । ତୁରନ୍ତ ସମସ୍ତ ଦାବି ପୂରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

  • ଅନାବାଦୀ ଜାଗାରେ ଦାଦାଗିରି, ବଟି ଦିଅ ଦୋକାନଘର ନିଅ

    ଅନାବାଦୀ ଜାଗାରେ ଦାଦାଗିରି, ବଟି ଦିଅ ଦୋକାନଘର ନିଅ

    ଅସ୍ଥାୟୀ ଭାବେ ଛୋଟ ଦୋକାନଟେ କଲେ କିଛି ଅସାମାଜିକ ଯୁବକ ମାଗୁଛନ୍ତି ୮୦ ହାଜର ଟଙ୍କା ଦାଦା ବଟି । ଦାଦାବଟୀ ମାଗୁଥିବା ଅପରାଧୀଙ୍କୁ ଯାଜପୁର ଜିଲ୍ଲାର ଆରକ୍ଷୀ ଅଧିକ୍ଷକ କେବେ ଗିରଫ ହେବେ ତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ତହସିଲ ଅଧିନସ୍ଥ ମଧୁବନ ହାଟର ପାଞ୍ଚ ଗୋଛିଆ ଗ୍ରାମରେ । ଅଭିଯୋଗକାରୀ ପ୍ରକାଶ ସାହୁ ମଧୁବନ ହାଟ ନିକଟର ଅନାବାଦୀ ଜାଗାରେ ଏକ ଛୋଟ ଦୋକାନ କରି ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ପରିବାର ଚଳାଇ ଆସୁଥିଲେ । ଦୋକାନଟି ବର୍ଷା ହେଲେ ଦବିଯାଉଥିବାରୁ ସାମାନ୍ୟ କଂକ୍ରିଟ କାମ କରୁଥିବା ବେଳେ ଏହାକୁ ବିରୋଧ କରି ବଟି ମାଗୁଥିଲେ କିଛି ଅସାମାଜିକ ବ୍ୟକ୍ତି । ଏଥିସହିତ ଯଦି ସେହି ସ୍ଥାନରେ ପ୍ରକାଶ ଦୋକାନ କରନ୍ତି ତେବେ ସେମାନଙ୍କୁ ୮୦ ହଜାର ଟଙ୍କା ଚାନ୍ଦା ଦେବାକୁ ହେବ, ନହେଲେ ମାଡ ମାରିବେ ବୋଲି ଧମକ ଦେଇଥିଲେ ।

    ଅନ୍ୟପଟେ ଦାଦାବଟି ମାଗୁଥିବା ବ୍ୟକ୍ତି ମାନେ ମଧ୍ୟ ସେହି ଅନାବାଦୀ ଜାଗାରେ ଦୀର୍ଘ ୨୫ ବର୍ଷ ପାଖାପାଖି ରହିଆସୁଛନ୍ତି । ଏପରି କି କୋଠା ଘର ନିର୍ମାଣ ମଧ୍ୟ କରଥିବା କୁହନ୍ତି ସେହି ଗ୍ରାମର କିଛି ବୁଦ୍ଧିଜୀବି । ଏପରିକି ସେହି ସ୍ଥାନରେ ଘର ଭଡାରେ ମଧ୍ୟ ଲଗାଇଥିବା ଜଣାପଡିଛି । ଏମାନେ ନିଜେ ଅନାବାଦୀ ଜାଗାରେ ରହିଆସୁଥିଲେ ସୁଦ୍ଧା ଅନାବାଦୀ ସ୍ଥାନରେ ଘର ଭଡ଼ା ଦେଇ ମାଲାମାଲ ହେଉଥିବା ବେଳେ ଏକ ଗରିବ ପିଲା ପ୍ରକାଶ ସାହୁଙ୍କୁ ଧମକ ଦେବାକୁ କିପରି ସାହସ କରୁଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନ । ସେପଟେ ସ୍ଥାନୀୟ ତହସିଲଦାର କହୁଛନ୍ତି ଯେ, ସେ ଖବର ପାଇଛନ୍ତି ଯେ ସେଠାରେ ଅଳ୍ପ କନଷ୍ଟ୍ରକ୍ସନ କାମ ଆରମ୍ଭ ହୋଇଛି । ତାହାର ତଦନ୍ତ ଖୁବ ଶିଘ୍ର କରିବେ ।

    ତେବେ ୮୦ ହଜାର ଟଙ୍କା ଦାଦା ବଟି ମାଗୁଥିବା ଅସାମାଜିକ ବ୍ୟକ୍ତିଙ୍କୁ ନେଇ କେବେ ପ୍ରଶାସନ ଉତ୍ତର ଦେବ ତାହା ସମୟ କହିବ । ହେଲେ କାହା ବଳରେ ଏହି ଅସାମାଜିକ ଯୁବକ ମାନେ ଏପରି ସାହାସ କରୁଛନ୍ତି ତାହା ତଦନ୍ତ ସାପେକ୍ଷ । ଏନେଇ ରସୁଲପୁର ତହସିଲରେ ଅଭିଯୋଗ ହୋଇଥିବା ବେଳେ କେବେ ସେମାନଙ୍କ ଉପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ସମୟ କହିବ ।