
ମଦକୁ ନେଇ ତୁମୁଳକାଣ୍ଡ । ମଦ ପିଇ ଲୋକେ ଗଣ୍ଡୋଗଳ କଲେ ବୋଲି ତାତିଲେ ସ୍ଥାନୀୟ ମହିଳା । ଆଉ ରାସ୍ତା ଉପରେ କଚାଡି ଫଟାଇରେ ପେଟି ପେଟି ମଦ । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଆଗରପଡା ଅନ୍ତର୍ଗତ ଭଗାରାମ ଠାରେ ଚୋରାମଦ ବିକ୍ରି ହେଉଥିବା ଖବର ସାମ୍ନାକୁ ଆସିଥିଲା । ଗତକାଲି ସରସ୍ବତୀ ପୂଜା ଥିବାରୁ ଲୋକେ ସେଠାରେ ମଦ ପିଇ ନାରକୀୟ କାଣ୍ଡ କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସୃଷ୍ଟି ହୋଇଥିଲା ଅପ୍ରିତିକର ପରିସ୍ଥିତି । ଯେଉଁଥି ପାଇଁ ମହିଳା ମାନେ ଉତକ୍ଷିପ୍ତ ହୋଇ ଏହିପରି ପଦକ୍ଷେପ ନେଇଥିଲେ । ଚୋରା ଦେଶୀ ମଦ ବିକ୍ରି ହେଉଥିବା ଘରୁ ମଦ ଭର୍ତ୍ତି ପେଟି ଓ ବସ୍ତାକୁ ଆଣି ବାହାରେ କଚାଡିବା ସହ କାଠ ଫାଳିଆରେ ଭାଙ୍ଗି ବୋତଲ ଗୁଡିକ ଚୂନା କରିଦେଇଥିଲ ।
Your point of view caught my eye and was very interesting. Thanks. I have a question for you.
I don’t think the title of your article matches the content lol. Just kidding, mainly because I had some doubts after reading the article.