ରାଜ୍ୟର ତିନି ରାଜ୍ୟସଭା ଆସନ ପାଇଁ ହେବାକୁ ଯାଉଛି ନିର୍ବାଚନ

ପ୍ରକାଶ ପାଇଲା ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି । ଆଜିଠାରୁ ଫେବ୍ରୁଆରୀ ୧୫ ଯାଏ ଚାଲିବ ନାମାଙ୍କନ। ଫେବୃଆରୀ ୧୬ ତାରିଖରେ ହେବ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୦ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ଫେବୃଆରୀ ୨୭ ତାରିଖ ସକାଳ ୯ଟା ରୁ ୪ଟା ଯାଏ ଭୋଟ ଗ୍ରହଣ ହେବ । ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଓଡିଶାର ୩ଟି ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ଏପ୍ରିଲ ୩ରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟ କାଳ ସରୁଛି । ତେବେ ପୂର୍ବ ଥରକ ବିଜେଡିର ବହୁମତ ଥିବା ସତ୍ତ୍ବେ ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ବିଜେଡି ପଠାଇଥିଲା। ଏବେ ମଧ୍ୟ ବିଜେଡିର ରାଜ୍ୟସଭା ବାଟ ନିଷ୍କଣ୍ଟକ ରହିଛି। ସେପଟେ ବିଜେପି ଓ କଂଗ୍ରେସର ସଂଖ୍ୟା ଗଣିତ କମ ରହିଥିବାରୁ ଦୁଇ ଦଳ ପାଇଁ ରାଜ୍ୟସଭା ଅପହଞ୍ଚ ରହିଛି। ଦେଖିବାକୁ ରହିଲା ବେଜେଡି ୩ଟି ଯାକ ରାଜ୍ୟସଭା ଆସନ ପାଇଁ ନିଜେ ପ୍ରାର୍ଥୀ ଦେଉଛି ନା ବିଜେପିର କୌଣସି ପ୍ରାର୍ଥୀଙ୍କୁ ସମର୍ଥନ କରୁଛି।

Leave a Reply

Your email address will not be published. Required fields are marked *