Category: ମୁଖ୍ୟ ଖବର

  • ଛିଡ଼ିଲା ରେଳ ଫାଟକ ତାର, ଫାଟକରେ ଫସିରହିଥିଲେ ଶତାଧିକ ଲୋକ

    ଛିଡ଼ିଲା ରେଳ ଫାଟକ ତାର, ଫାଟକରେ ଫସିରହିଥିଲେ ଶତାଧିକ ଲୋକ

    ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଶହେରୁ ଉର୍ଦ୍ଧ୍ଵ ଲୋକେ । ଭଦ୍ରକ ରେଳ ଷ୍ଟେସନ ବାମ ପଟେ ଥିବା ୧୧୯ ନମ୍ବର ଫାଟକ ତଥା ତାରିଣୀ ଫାଟକ ନିକଟରେ ଘଟିଛି ଏପରି ଅଭାବନୀୟ ଦୁର୍ଘଟଣା । ଯେଉଁଥିରେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏକ ସହରୁ ଉର୍ଦ୍ଧ୍ଵ ଲୋକେ । ସମୟ ଥିଲା ଆଜି ଅପରାହ୍ନ ୧୨ ଘଟିକା । ୧୧୯ ନମ୍ବର ରେଳ ଫାଟକ ବନ୍ଦ ଥିବାରୁ ଠିଆ ହୋଇଥିଲେ ୧ ସହରୁ ଉର୍ଦ୍ଧ୍ଵ ଲୋକେ । ଏକ ମାଲବାହୀ ଟ୍ରେନ୍ ପାସ୍ ହେବା ପରେ ରେଳ କର୍ମଚାରୀ ଖୋଲିଥିଲେ ଫାଟକ । ଲୋକେ ରେଳ ଧାରଣା ପାର ହେଉଥିବା ସମୟରେ ଫାଟକର ତାର ଛିଡିପଡ଼ିଥିଲା ।

    ଗେଟର ତାର ଛିଡିଯିବା ପରେ ଗେଟ୍ ଲକ୍ ହୋଇଯାଇଥିଲା । ଯାହା ଫଳରେ ଏକ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ରେଳ ଧାରଣା ମଝିରେ ଫସିରହିଥିଲେ ସାଧାରଣ ଲୋକ । ପ୍ରାୟ ଏକ ଘଣ୍ଟା ପରେ ରେଳ ଫାଟକର ଜଗୁଆଳି ଓ ପିଡବ୍ଲୁ ଆଇ କର୍ମଚାରୀ ଆସି ଗେଟକୁ ହାତରେ ଟେକି ରେଳ ଧାରଣା ମଝିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ । ଗେଟର ମରାମତି ଦାୟିତ୍ୱରେ ଥିବା ରେଳ କର୍ମଚାରୀଙ୍କ ବେପରୁଆ କାର୍ଯ୍ୟ ପାଇଁ ଏପରି ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

    ଭଦ୍ରକ ଷ୍ଟେସନ ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ହେଉଥିବା ବେଳେ ଏହି ଷ୍ଟେସନ ଦେଇ ଅନେକ ଯାତ୍ରୀବାହୀ, ମାଲବାହୀ ଟ୍ରେନ୍ ଯାତାୟାତ କରିଥାନ୍ତି । ତେବେ ଏତେ ସଂଖ୍ୟାରେ ଲୋକେ ଫାଟକରେ ଫଶିଥିବା ବେଳେ ଯଦି ସେହି ସମୟରେ ଟ୍ରେନ୍ ଅସିଥାନ୍ତା ତେବେ କଣ ହୋଇଥାନ୍ତା ବୋଲି ପ୍ରଶ୍ନ ଉଠୁଛି ।

  • ଆମେଠୀରୁ କିଏ ହେବେ କଂଗ୍ରେସର ପ୍ରାର୍ଥୀ?

    ଆମେଠୀରୁ କିଏ ହେବେ କଂଗ୍ରେସର ପ୍ରାର୍ଥୀ?

    ରାହୁଲ ଗାନ୍ଧୀ ଲୋକଙ୍କ ପାଖେ ନିଜର ଛାପ ଛାଡିବାକୁ ପ୍ରୟାସ କରୁଥିବା ବେଳେ ତାଙ୍କର ଚିରା ଚରିତ ଆସନ ଆମେଠୀକୁ ନେଇ ଉଠିଛି ପ୍ରଶ୍ନ । କାରଣ ଗତ ନିର୍ବାଚନରେ ସେ ସ୍ମୃତି ଇରାନୀଙ୍କ ଠାରୁ ଆମେଠୀ ଆସନରେ ହାରିଯାଇଥିଲେ । ସ୍ମୃତି ଇରାନୀଙ୍କ ଠାରୁ ହାରିବା ପରେ ଆମେଠିରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର ପରାଜୟ ହୋଇଥିଲା । କାରଣ ଉତ୍ତରପ୍ରଦେଶର ରାଏବରେଲି ଏବଂ ଆମେଠୀ ବିଶେଷ କରି ଗାନ୍ଧୀ ପରିବାରର ଗଡ ହିସାବରେ ରହିଆସିଛି । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ଆମେଠୀ ଗାନ୍ଧୀ ପରିବାର ହାତରୁ ଖସି ଯାଇଥିଲା । ଯାହାକୁ ରାଜନୀତିରେ ଏକ ବଡ ପରିବର୍ତ୍ତନ ଭାବେ ବିବେଚନା କରାଯାଉଥିଲା । ଆମେଠୀ, କଂଗ୍ରେସ ବ୍ୟତିତ ଅନ୍ୟ କୌଣସି ଦଳ ପାଇଁ ଅଭେଦ୍ୟ ଗଡ ହୋଇ ରହିଥିବା ବେଳେ ବିଜେପିର ବିଜୟ ଲୋକଙ୍କୁ ଆଚମ୍ବିତ କରିଥିଲା । ଏହାପରେ ସମ୍ମୃତି ଇରାନୀ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ତିକ୍ତତା ଆକାଶ ଛୂଆଁ ହୋଇଥିଲା । ତେବେ କିଛି ବର୍ଷ ପରେ ନିର୍ବାଚନ ଋତୁ ଆସିଥିବା ବେଳେ ପୁଣି ସେହି ଚର୍ଚ୍ଚା ଆରମ୍ଭ ହୋଇଛି । ଏଥର ଆମେଠୀ କାହାର । ଏଥର କଂଗ୍ରେସ କାହାକୁ ଦେବ ଆମେଠୀ ଟକେଟ । ବିଜେପି କଣ ସ୍ମୃତି ଇରାନୀଙ୍କୁ ରିପିଟ କରିବ ।

    ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାରି ରଖିଥିବା ବେଳେ ରାହୁଲ ରାହୁଲ ସୋମବାର ଆମେଠୀରେ ପହଞ୍ଚିଥିଲେ । ସେପଟେ ସ୍ମୃତି ଇରାନୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଆମେଠୀରେ । ଦୁଇ ହେବିୱେଟ୍ ନେତାଙ୍କୁ ନେଇ ଏବେ ଆମେଠୀ ରାଜନୀତି ଗରମାଗରମ । କୁହାଯାଉଛି କି ଆମେଠି ଆସନକୁ ଅକ୍ତିଆର କରିବା ପାଇଁ ଉଭୟ ନେତା ନିଜ ନିଜ ହିସାବରେ ଜନତାଙ୍କ ନିକଟରେ ପହଁଚିବା ଆରମ୍ଭ କରିଛନ୍ତି । ଯଦିଓ କଂଗ୍ରେସ ଓ ବିଜେପି ପକ୍ଷରୁ ଆମେଠିର ପ୍ରାର୍ଥୀ କିଏ ହେବେ ସେ ନେଇ କୌଣସି ଘୋଷଣା ହୋଇନି ତଥାପି ମାହୋଲକୁ ଦେଖି ଚର୍ଚ୍ଚା ଜୋର ଧରିଛି ।

    ୪ ଦିନିଆ ଗସ୍ତରେ ସ୍ମୃତି ଇରାନୀ ଆମେଠିରେ ଥିବା ବେଳେ ସେପଟେ କଂଗ୍ରେସର ଭାରତଯୋଡ଼ ନ୍ୟାୟଯାତ୍ରାରେ ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ପହଁଚିଛନ୍ତି । ଦୁଇ ନେତାଙ୍କ ମାରାଥନ ଗସ୍ତ ପରେ ଚଳିତ ନିର୍ବାଚନରେ ଉଭୟଙ୍କ ମଧ୍ୟରେ ଲଢ଼େଇ ନେଇ ଚର୍ଚ୍ଚା ବଢ଼ିଛି । କୁହାଯାଉଛି ନିଜ ପୁରୁଣା ଗଡ଼ ଜିତିବାକୁ ଅଂଟା ଭିଡ଼ିଛନ୍ତି ରାହୁଲ । ଅନ୍ୟପଟେ ପୁଣି ଥରେ ବିଜୟ ଆଶାରେ ସ୍ମୃତି ଇରାନୀ କସରତକୁ ଜୋରଦାର କରୁଥିବା ଚର୍ଚ୍ଚା ହେଉଛି ।

    ତେବେ ଆମେଠୀରେ ଏପର୍ଯ୍ୟନ୍ତ କଣ ରହିଛି ଟ୍ରାକ୍ ରେକର୍ଡ । ଆମେଠିରୁ ୩ ଥର ଲୋକସଭା ଆସନ ଜିତିଛନ୍ତି ରାହୁଲ । ୨୦୦୪, ୨୦୦୯, ୨୦୧୪ରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ପ୍ରଥମ ଥର ପାଇଁ ପରାସ୍ତ ହୋଇଥିଲେ ରାହୁଲ । ତେବେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଲୋକେ ଯେଉଁ ପରିବାର୍ତ୍ତନ ଆଶା ନେଇ ସ୍ମୃତି ଇରାନୀଙ୍କୁ ଭୋଟ ଦେଇଥିଲେ ସେଥିରେ ସେମାନଙ୍କୁ ଧୋକା ମଳିଛି । ଆଉ ସାଧାରଣ ଲୋକ ଇରାନୀଙ୍କ ଉପରେ ନିରାଶ ଅଛନ୍ତି । ତେଣୁ ଏଥର ପୁଣି ରାହୁଲ ତାଙ୍କ ଗଡକୁ ଫେରିବା ନେଇ ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ଆଉ ସେପଟେ ପ୍ରତିଶୋଦ ନେବା ପାଇଁ ରାହୁଲ କରୁଛନ୍ତି ସ୍ବତନ୍ତ୍ର ରଣକୌଶଳ । ତେବେ ୨୦୨୪ ସାଧାରଣ ନିର୍ବାଚନ ପରେ ହିଁ ଜଣାପଡିବ କିଏ ହାତଉଛି ଆମେଠୀ ଗଡ ।

  • ହୃଦଘାତରେ ବରିଷ୍ଠ ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁଙ୍କ ନିଧନ, ଓଡ଼ିଆ ଗଣମାଧ୍ୟମରେ ଶୋକର ଛାୟା

    ହୃଦଘାତରେ ବରିଷ୍ଠ ଭିଡିଓ ଜର୍ଣ୍ଣାଲିଷ୍ଟ ମନୋରଞ୍ଜନ ସାହୁଙ୍କ ନିଧନ, ଓଡ଼ିଆ ଗଣମାଧ୍ୟମରେ ଶୋକର ଛାୟା

    ଆଉ ନାହାନ୍ତି ବରିଷ୍ଠ ଭିଡିଓ ଜର୍ଣାଳିଷ୍ଟ ମନୋରଞ୍ଜନ ସାହୁ। ମିଷ୍ଟଭାଷୀ, ମେଳାପି, ସହୃଦୟ ଓ ଲୋକପ୍ରିୟ ବ୍ୟକ୍ତି ଭାବରେ ପରିଚିତ ସ୍ୱର୍ଗତଃ ସାହୁ ମାତ୍ର ୪୯ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ।

    ବିଗତ ଦୁଇ ଦିନ ହେବ ଶରୀର ଅସୁସ୍ଥ ଥିବା ହେତୁ କାର୍ଯ୍ୟରେ ଯୋଗ ଦେଇନଥିଲେ ସ୍ୱର୍ଗତଃ ସାହୁ। ଆଜି ହଠାତ୍ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ଆଜି ପ୍ରାୟ ୨:୩୦ ମି. ସମୟରେ ତାଙ୍କର ଦେହାନ୍ତ ଘଟିଥିଲା । ୨୦୦୪ ରୁ , ପାଖାପାଖି ୨୦ ବର୍ଷରୁ ଅଧିକ ସମୟ ହେବ, ସେ ଜଣେ ଭିଡିଓ ଜର୍ଣାଲିଷ୍ଟ ଭାବରେ ଓଡ଼ିଶାର ପ୍ରମୁଖ ଗଣମାଧ୍ୟମରେ କାର୍ଯ୍ୟକରି ଆସୁଥିଲେ।

    ସ୍ୱର୍ଗତଃ ସାହୁ ଜଣେ ମିଷ୍ଟଭାଷୀ, ମେଳାପି, ସହୃଦୟ ଓ ଲୋକପ୍ରିୟ ବ୍ୟକ୍ତି ଥିଲେ । ଏହାସହିତ, ଜଣେ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବରେ ନିଜର କର୍ତବ୍ୟପରାୟଣତା ଓ ସମୟାନୁବର୍ତିତା ପାଇଁ ମଧ୍ୟ ସେ ବେଶ ଜଣାଶୁଣା ଥିଲେ ।

    ତାଙ୍କର ଦେହାନ୍ତ ପରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ସାହସ ଓ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ସୂଚନା ଟିଭି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

  • ଦେଶବ୍ୟାପୀ ଏକକାଳୀନ ନିର୍ବାଚନ ପାଇଁ ବିଜେପି ଭେଟିଲା ଏକକ ନିର୍ବାଚନ କମିଟିକୁ

    ଦେଶବ୍ୟାପୀ ଏକକାଳୀନ ନିର୍ବାଚନ ପାଇଁ ବିଜେପି ଭେଟିଲା ଏକକ ନିର୍ବାଚନ କମିଟିକୁ

    ପୁଣି ୱାନ ନେସନ୍ ୱାନ୍ ଇଲେକସନ ଉପରେ ବିଜେପିର ଗୁରୁତ୍ବ। ଦେଶରେ ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ କରାଇବାକୁ ଏକକ ନିର୍ବାଚନ କମିଟି ଅଧ୍ୟକ୍ଷଙ୍କୁ ଭେଟିଛି ବିଜେପି। ସାଧାରଣ ନିର୍ବାଚନ ପାଇଁ ସବୁ ଦଳ ସଜବାଜ ହେଉଥିବା ବେଳେ ବିଜେପି ଏକକ ନିର୍ବାଚନ କରାଇବା ସପକ୍ଷରେ ବାଢିଛି ଯୁକ୍ତି। ଏକକ ନିର୍ବାଚନ କମିଟି ଅଧ୍ୟକ୍ଷ ହୋଇଥିବା ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି ବିଜେପି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଏକ ଟିମ୍ ରାମନାଥ କୋବିନ୍ଦଙ୍କୁ ଭେଟି ଜଣାଇଛି ଯେ, ଦେଶରେ ବାରମ୍ବାର ନିର୍ବାଚନ ଦ୍ୱାରା ଅନେକ ବିକାଶ କାମ ଅଟକି ଯାଉଛି। ବର୍ଷସାରା ଦେଶର ବିଭିନ୍ନ ପ୍ରାନ୍ତରେ ନିର୍ବାଚନ ହେଉଛି। ନିର୍ବାଚନ ପାଇଁ ଆଚାର ସଂହିତା ଲାଗୁ ହେବାରୁ ବିକାଶ କାମ ବାଧା ପାଉଛି। ଏହା ବ୍ୟତୀତ ନିର୍ବାଚନ ପାଇଁ ଦେଶର ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହେଉଛି। କାରଣ ମତଦାନ ପାଇଁ ସୁରକ୍ଷା ଦାୟିତ୍ବରେ ଥିବା ସୁରକ୍ଷା କର୍ମୀ ନିର୍ବାଚନ ଚାଲିଥିବା ଅଞ୍ଚଳରେ ମୁତୟନ ହେଉଛନ୍ତି। ପିଲାଙ୍କ ଶିକ୍ଷାଦାନ ବାଧାପାଉଛି ଶିକ୍ଷକ ଶିକ୍ଷୟିତ୍ରୀ ନିର୍ବାଚନ କାମରେ ନିୟୋଜିତ ରହିବା କାରଣରୁ। ତେଣୁ ଏକକାଳୀନ ସବୁ ନିର୍ବାଚନ ପାଇଁ ଦାବି କରିଥିବା ବେଳେ ଆବଶ୍ୟକ ସ୍ଥଳେ ପଞ୍ଚାୟତ ନିର୍ବାଚନକୁ ବାଦ ଦେଇ ବିଧାନସଭା ଓ ଲୋକସଭା ନିର୍ବାଚନ କରିବାକୁ ନଡ୍ଡା ଟିମ ଦାବି ଜଣାଇଛନ୍ତି।

  • ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ ଅଧା ରାସ୍ତାରୁ କଏଦୀ ଚମ୍ପଟ

    ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ ଅଧା ରାସ୍ତାରୁ କଏଦୀ ଚମ୍ପଟ

    ଯାଜପୁର ରୋଡ଼ ଉପ-କାରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର। ମେଡ଼ିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ନିଆଯାଉଥିବା ବେଳେ କଏଦୀ ଜଣକ ଅଧା ରାସ୍ତାରୁ ଫେରାର ହୋଇଥିବା ନେଇ କୋରାଇ ଥାନାରେ ଅଭିଯୋଗ ହୋଇଛି। ଫେରାର କଏଦୀଙ୍କ ହେଲେ ରାଣା ପ୍ରତାପ ସିଂ, ତାଙ୍କ ଘର ପାଣିକୋଇଲି ଥାନା ଜହ୍ନା ଗାଁରେ।ରାଣା ପ୍ରତାପ ସିଂ କିଛିଦିନ ତଳେ ଏକ ଦୁଷ୍କର୍ମ ଓ ଯୁବତୀଙ୍କ ଫଟୋ ଭାଇରାଲ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ଅସୁସ୍ଥ ହେବାରୁ ଆଜି ତାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଯାଜପୁର ରୋଡ଼ ଉପ-କାରାଗାର ରୁ ଯାଜପୁର ରୋଡ଼ ମେଡିକାଲକୁ ନିଆଯାଇଥିଲା।

    ମେଡିକାଲରୁ ସ୍ୱାସ୍ଥ୍ୟ ପରୀକ୍ଷା ସାରି ମେଡିସିନ କିଣିବା ବେଳେ ସେଠାରୁ ସେ ଚମ୍ପଟ୍‌ ମାରିଥିଲା।ଏନେଇ ଜେଲ୍ କତୃପକ୍ଷ କୋରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ଆଧାରରେ କୋରାଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି କୋରାଇ ପୋଲିସ l

  • ନେଲୁଙ୍ଗରେ ମାଗେ ପର୍ବ ପାଳିତ

    ନେଲୁଙ୍ଗରେ ମାଗେ ପର୍ବ ପାଳିତ

    କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ନେଲୁଙ୍ଗ କନ୍ଧି ସାହିର ବିର୍ସା ମୁଣ୍ଡା ଯୁବ ପରିଷଦ କମିଟି ପକ୍ଷରୁ ବାର୍ଷିକ ମାଗେ ପର୍ବ ପାଳିତ ହୋଇଯାଇଛି । ଏହି ପର୍ବର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥିଭାବେ ନେଲୁଙ୍ଗ ପଞ୍ଚାୟତର ସରପଞ୍ଚ ଶ୍ରୀମୋତି ଚନ୍ଦ୍ରମଣି ସିଂହ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି

    ବିର୍ସା ମୁଣ୍ଡାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ଧୂପ, ଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବରେ ଏହି ପର୍ବକୁ ଆରମ୍ଭ କରିଥିଲେ। ବର୍ଷ ସାରାର ରାଗ ରୁଷାକୁ ଭୁଲି ଆଦିବାସୀ ମହିଳା ପୁରୁଷ ଏକତ୍ରିତ ଭାବରେ କାନ୍ଧକୁ କାନ୍ଧ ମିଶେଇ ହାତକୁ ହାତ ଧରାଧରି ହୋଇ ରାତି ସାରା ନାଚ ଗୀତରେ ମଜି ଯାଇଥିବାବେଳେ ନେଲୁଁଙ୍ଗ ପଞ୍ଚାୟତର ସରପଞ୍ଚ ତାଙ୍କ ଗୀତର ତାଲ ଦେଇ ନାଚିଥିଲେ ତାହା ସ୍ଥାନୀୟ ଲୋକଙ୍କ ମନକୁ ଛୁଇଁଥିବା ବେଲ ରାତିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି।

    ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ପର୍ବ ତିନି ଦିନ ଧରି ପାଳନ କରାଯାଇଥିବା ବେଳେ ଉଦଯାପିତ ତଥା ଶେଷ ଦିନରେ ପୂର୍ବତନ ସଦର ବ୍ଲକ ଅଧକ୍ଷା କିରଣ ବାଳା ନାଏକ ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ସମାଜ ସେବୀ ମୁନା ମହାରଣା ଓ ଜିଲ୍ଲା ପରିଷଦ ରଥ ମୁଣ୍ଡା ଉପସ୍ଥିତ ରହି ମାଘେ ପର୍ବ ବିଷୟରେ ବିଭିନ୍ନ ବାର୍ତ୍ତା ଦେବା ସହ ମହିଳା ଓ ପୁରୁଷ ମାନଙ୍କ ସହିତ ନୃତ୍ୟ ପରିବେଷଣ କରିଥିଲେ ଏହି ପର୍ଵ ନବୀନ ମୁଣ୍ଡା,ବିଜୁ ମୁଣ୍ଡା,ରାନ ମୁଣ୍ଡା,ମିଥୁନ ମୁଣ୍ଡା,ସୁଶିଲ ମୁଣ୍ଡା ଓ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

    ତେବେ ମାଘ ମାସକୁ ବର୍ଷର ସବୁଠାରୁ ପବିତ୍ର ମାସ ଭାବେ ଗ୍ରହଣ କରି ଆଦିବାସୀ ମାନେ ନିଆରା ଢଙ୍ଗରେ ପାଳନ କରୁଥିବା ଏହି ପର୍ବରେ ଭୂମି ପୂଜା, ଏବଂ କୂଳ ପୂଜାକୁ ଗୁରୁତ୍ୱ ଦିଆ ଯାଇଥାଏ l ଆଦିବାସୀ ପୁରୁଷ, ମହିଳା ମାନଙ୍କ ପାରମ୍ପରିକ ମାଗେ ନୃତ୍ୟ ଏହି ପର୍ବର ମୁଖ୍ୟ ଆକର୍ଷଣ ହୋଇ ଥିବାବେଳେ ପର୍ବ ଦେଖିବାକୁ ଆଖ ପାଖ ଗ୍ରାମ ମାନଙ୍କରୁ ବିପୁଳ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି।

  • ନାବାଳକର କଳା କାରନାମା

    ନାବାଳକର କଳା କାରନାମା

    ଯେଉଁ ବୟସରେ ପାଠ ପଢିବା କଥା ସେହି ବୟସରେ ଜଣେ ନାବାଳକ ଅତି ହୁସିାର ସହ ଦୋକାନରୁ ମୋବାଇଲ ଚୋରୀ କରିଛି । ସୂଚନା ଅନୁଯାୟୀ ଡେରାବିଶ ଚାନ୍ଦୋଳ ଫାଣ୍ଡି ଛକରେ ଥିବା ପ୍ରଧାନ ମୋବାଇଲ ଦୋକାନ କୁ ଜଣେ ନାବାଳକ ପ୍ରଥମେ ଯାଇ ଦୋକାନ କୁ ଭଲରେ ବୁଲିଥିଲା. କୋଉଠି କଣ ଅଛି ଦେଖିଥିଲେ. ପରେ ଦୋକାନୀ ଦୋକାନ ବାହାରକୁ ଯାଇଥିବା ବେଳେ ନୂଆ ମୋବାଇଲ ଫୋନ ଓ ଆଇ ଫୋନ କୁ ଅତି ଚତୁରତାର ସହ ସେଠୁ ନେଇ ଫେରାର ହୋଇଥିଲେ. ତବେ ସିସି ଫୁଟେଜରେ ଏହା ରେକର୍ଡ ହୋଇଥିଲା. ଏନେଇ ଚାନ୍ଦୋଳ ଫାଣ୍ଡି ରେ ଏତଲା ହେବାପରେ ଉକ୍ତ ନାବାଳକକୁ ଭୋଳ ଅଞ୍ଚଳ ରୁ ଆଣି ଅଟକ ରଖିଛି ପୋଲିସ।

  • ଜାଫରପୁର ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

    ଜାଫରପୁର ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

    ଯାଜପୁର ବ୍ଲକ ଜାଫରପୁର ପଂଚାୟତରେ “ଆମ ଓଡ଼ିଶା ନବୀନ ଓଡ଼ିଶା” ଅଧୀନରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲା ବିଜେଡି ଉପସଭାପତି ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଶିବିରରେ ଯାଜପୁର ବିଧାୟକଙ୍କ ପ୍ରତିନିଧି ସତ୍ୟ ପ୍ରକାଶ ଦାସ, ଯାଜପୁର ବ୍ଲକ ଅଧକ୍ଷା ସ୍ବର୍ଣ୍ଣଲତା ପରିଡା, ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ, ଉପସଭାପତି ଗଣେଶ ମହାକୁଡ଼, ବିଚିତ୍ରପୁର ସରପଞ୍ଚ ଦେବାଶିଷ ପଣ୍ଡା ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରିଥିଲେ।

    ଏହି ଅବସରରେ ଯାଜପୁର ବ୍ଲକର ପୂର୍ବତନ ଅଧକ୍ଷ୍ୟ ପ୍ରଦୀପ ନାୟକ, ସ୍ଥାନୀୟ ସରପଞ୍ଚ ସାଗରିକା ପାତ୍ର ଏବଂ ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଯୋଜନା ସବୁ କିଭଳି ସାଧାରଣ ଲୋକଙ୍କ କାମରେ ଆସୁଛି ସେସମ୍ପର୍କରେ ଆଲୋଚନା କରିବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ରୂପରେଖ ଉପରେ ଉପସ୍ଥିତ ଜନସାଧାରଙ୍କୁ ସଚେତନ କରିଥିଲେ । ଏହି ଅବସରରେ ପଞ୍ଚୟତର ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

  • ରେଳଧାରଣାରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ, ହତ୍ୟା ସନ୍ଦେହ

    ରେଳଧାରଣାରୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ, ହତ୍ୟା ସନ୍ଦେହ

    ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡ, ପଶ୍ଚିମ ସିଂହଭୂମ ଜିଲ୍ଲାର ଚକ୍ରଧରପୁର ରେଳ ବିଭାଗର ତାଲାବୁରୁ ଏବଂ କେନ୍ଦୋପୋସି ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଟ୍ରାକରୁ ଚାରି ଜଣଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି । ଟ୍ରାକରେ ପଡ଼ିଥିବା ଶବଗୁଡ଼ିକରେ ଜଣେ ଯୁବକ, ଜଣେ ମହିଳା ଏବଂ ଦୁଇ ଶିଶୁ, ଗୋଟିଏ ଆଠ ମାସର ଶିଶୁ, ଏବଂ ଗୋଟିଏ ଅଢେଇ ବର୍ଷ ଝିଅର ଶବ ରହିଥିବା ସୂଚନା ରହିଛି ।

    ଶବ ଗୁଡ଼ିକୁ ଅନେକ ଖଣ୍ଡରେ ବିଭକ୍ତ କରାଯାଇଛି । ଦୁଇ ଶିଶୁଙ୍କ ମୃତ ଦେହକୁ ପ୍ଲାଷ୍ଟିକ ଆଖାରେ ଭର୍ତ୍ତି କରାଯାଇ ଥିଲାବେଳେ, ୪ ଟି ଯାକ ମୃତ ଦେହ ତ୍ରାକର ଅଲଗା ଅଲଗା ସ୍ଥାନରେ ପଡିଥିବା ଦେଖିବାକୁ ମିଳିଛି । ମହିଳାଙ୍କ ଶରୀରର ହାତ ଓ ଗୋଡ଼ ବନ୍ଧା ଯାଇଥିଲା ବେଳେ, ତାଙ୍କ ଶରୀରକୁ ଦୁଇ ଭାଗରେ କଟିଥିବା ଦେଖିବାକୁ ମିଳିଛି । ସେହିପରି ଯୁବକଙ୍କ ମୁଣ୍ଡ ତାଙ୍କ ଶରୀରରୁ ଅଲଗା ହୋଇ ଥିବା ଦେଖାଯାଇଛି । ହତ୍ୟା ପରେ ସେମାନଙ୍କ ମୃତଦେହକୁ ରେଲୱେ ଟ୍ରାକରେ ଫୋପାଡି ଦିଆଯାଇଥିବା ସନ୍ଦେହ କରାଯାଉଛି ।

    ତେବେ ଏହା ହତ୍ୟାକାଣ୍ଡ ନା ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଗତକାଲି ରାତିରେ ଏହି ଘଟଣା ଘଟିଥିବା କୁହାଯାଉଛି। ମୃତଦେହ ଦେଖିବା ପରେ ଟ୍ରାକରେ ଟ୍ରେନ୍ ଚଳାଚଳ ବନ୍ଦ ରଖାଯାଇଛି । ମୃତ ୪ ଜଣଙ୍କର ପରିଚୟ ମଧ୍ୟ ମିଳିପାରିନାହିଁ । ପୋଲିସ ମୃତଦେହ ଚିହ୍ନଟ କରିବା ପାଇଁ ଚେଷ୍ଟାଚଳାଇଛି । ଡିଏସପି ରାକେଶ ମିନଜଙ୍କ ସହ ଜଗନ୍ନାଥପୁର ରେଳବାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି । ଘଟଣାର ଅନୁସନ୍ଧାନ ପାଇଁ ଫୋରେନସିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ଡକାଯାଇ ଅନୁସନ୍ଧାନ ଜାରୀ ରଖାଯାଇଛି ।

  • ଥାନାରେ ଅଭିଯୋଗ ଆଣିଲେ ଡିଜେ ମାଲିକ

    ଥାନାରେ ଅଭିଯୋଗ ଆଣିଲେ ଡିଜେ ମାଲିକ

    ଯୋଡ଼ା ବ୍ଲକ୍ ଭଦ୍ରାସାହି ପଂଚାୟତ ଟୋଣ୍ଟ ଗ୍ରାମରେ ମାଘେ ପର୍ବ ପାଳନ ଅବସରରେ ଲାଗିଥିବା ଡିଜେ ସାଉଣ୍ଡ ସିଷ୍ଟମରେ ନିଆଁ ଲଗାଇ ପୋଡ଼ି ଦେଲେ ଦୃବୃର୍ତ୍ତ । ଗତ ବିଳମ୍ବିତ ରାତିରେ କେହି ଦୃବୃର୍ତ୍ତ ନିଆଁ ଲଗାଇ ଦେଇଥିବା ନେଇ ବଡ଼ବିଲ ଥାନାରେ ଆଜି ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଟୋଣ୍ଟ ଗ୍ରାମରେ ଆଦିବାସୀଙ୍କ ବଡ଼ ପର୍ବ ମାଘେ ପର୍ବ ୩ ଦିନ ଧରି ପାଳନ ନିମନ୍ତେ ଟେଣ୍ଟ ଓ ସାଉଣ୍ଡ ସିଷ୍ଟମ ଲଗାଇ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଗତକାଲି ପ୍ରଥମ ଦିନ ସନ୍ଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ନାଚ ଗୀତର ଆସର ଜମିଥିଲା । ମାତ୍ର ରାତିରେ ଗ୍ରାମବାସୀ ଘରକୁ ଚାଲିଯିବା ପରେ ସାଉଣ୍ଡ ଅପରେଟର ଓ ଗ୍ରାମର କିଛି ଯୁବକ ପେଣ୍ଡାଲରେ ଶୋଇଥିଲେ । ତେବେ ରାତି ପାଖାପାଖି ୩ ଟା ୩୦ ମିନିଟ ସମୟରେ ସେଠାରେ ଲାଗିଥିବା ଡିଜେ ସାଉଣ୍ଡ ସିଷ୍ଟମରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ । ପରେ ପାଣି ଢ଼ାଳି ନିଆଁକୁ ଆୟତ୍ତ କରାଯାଇଥିଲା ମାତ୍ର ସେତେବେଳକୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା । ଏନେଇ ଡିଜେ ମାଲିକଙ୍କ ପକ୍ଷରୁ ଆଜି ବଡ଼ବିଲ ଥାନାରେ ଅଭିଯୋଗ ହେବାପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।