ଆମେଠୀରୁ କିଏ ହେବେ କଂଗ୍ରେସର ପ୍ରାର୍ଥୀ?

ରାହୁଲ ଗାନ୍ଧୀ ଲୋକଙ୍କ ପାଖେ ନିଜର ଛାପ ଛାଡିବାକୁ ପ୍ରୟାସ କରୁଥିବା ବେଳେ ତାଙ୍କର ଚିରା ଚରିତ ଆସନ ଆମେଠୀକୁ ନେଇ ଉଠିଛି ପ୍ରଶ୍ନ । କାରଣ ଗତ ନିର୍ବାଚନରେ ସେ ସ୍ମୃତି ଇରାନୀଙ୍କ ଠାରୁ ଆମେଠୀ ଆସନରେ ହାରିଯାଇଥିଲେ । ସ୍ମୃତି ଇରାନୀଙ୍କ ଠାରୁ ହାରିବା ପରେ ଆମେଠିରେ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର ପରାଜୟ ହୋଇଥିଲା । କାରଣ ଉତ୍ତରପ୍ରଦେଶର ରାଏବରେଲି ଏବଂ ଆମେଠୀ ବିଶେଷ କରି ଗାନ୍ଧୀ ପରିବାରର ଗଡ ହିସାବରେ ରହିଆସିଛି । ହେଲେ ୨୦୧୯ ଲୋକସଭା ନିର୍ବାଚନରେ ଆମେଠୀ ଗାନ୍ଧୀ ପରିବାର ହାତରୁ ଖସି ଯାଇଥିଲା । ଯାହାକୁ ରାଜନୀତିରେ ଏକ ବଡ ପରିବର୍ତ୍ତନ ଭାବେ ବିବେଚନା କରାଯାଉଥିଲା । ଆମେଠୀ, କଂଗ୍ରେସ ବ୍ୟତିତ ଅନ୍ୟ କୌଣସି ଦଳ ପାଇଁ ଅଭେଦ୍ୟ ଗଡ ହୋଇ ରହିଥିବା ବେଳେ ବିଜେପିର ବିଜୟ ଲୋକଙ୍କୁ ଆଚମ୍ବିତ କରିଥିଲା । ଏହାପରେ ସମ୍ମୃତି ଇରାନୀ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟରେ ତିକ୍ତତା ଆକାଶ ଛୂଆଁ ହୋଇଥିଲା । ତେବେ କିଛି ବର୍ଷ ପରେ ନିର୍ବାଚନ ଋତୁ ଆସିଥିବା ବେଳେ ପୁଣି ସେହି ଚର୍ଚ୍ଚା ଆରମ୍ଭ ହୋଇଛି । ଏଥର ଆମେଠୀ କାହାର । ଏଥର କଂଗ୍ରେସ କାହାକୁ ଦେବ ଆମେଠୀ ଟକେଟ । ବିଜେପି କଣ ସ୍ମୃତି ଇରାନୀଙ୍କୁ ରିପିଟ କରିବ ।

ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାରି ରଖିଥିବା ବେଳେ ରାହୁଲ ରାହୁଲ ସୋମବାର ଆମେଠୀରେ ପହଞ୍ଚିଥିଲେ । ସେପଟେ ସ୍ମୃତି ଇରାନୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ଆମେଠୀରେ । ଦୁଇ ହେବିୱେଟ୍ ନେତାଙ୍କୁ ନେଇ ଏବେ ଆମେଠୀ ରାଜନୀତି ଗରମାଗରମ । କୁହାଯାଉଛି କି ଆମେଠି ଆସନକୁ ଅକ୍ତିଆର କରିବା ପାଇଁ ଉଭୟ ନେତା ନିଜ ନିଜ ହିସାବରେ ଜନତାଙ୍କ ନିକଟରେ ପହଁଚିବା ଆରମ୍ଭ କରିଛନ୍ତି । ଯଦିଓ କଂଗ୍ରେସ ଓ ବିଜେପି ପକ୍ଷରୁ ଆମେଠିର ପ୍ରାର୍ଥୀ କିଏ ହେବେ ସେ ନେଇ କୌଣସି ଘୋଷଣା ହୋଇନି ତଥାପି ମାହୋଲକୁ ଦେଖି ଚର୍ଚ୍ଚା ଜୋର ଧରିଛି ।

୪ ଦିନିଆ ଗସ୍ତରେ ସ୍ମୃତି ଇରାନୀ ଆମେଠିରେ ଥିବା ବେଳେ ସେପଟେ କଂଗ୍ରେସର ଭାରତଯୋଡ଼ ନ୍ୟାୟଯାତ୍ରାରେ ରାହୁଲ ଗାନ୍ଧୀ ମଧ୍ୟ ସେଠାରେ ପହଁଚିଛନ୍ତି । ଦୁଇ ନେତାଙ୍କ ମାରାଥନ ଗସ୍ତ ପରେ ଚଳିତ ନିର୍ବାଚନରେ ଉଭୟଙ୍କ ମଧ୍ୟରେ ଲଢ଼େଇ ନେଇ ଚର୍ଚ୍ଚା ବଢ଼ିଛି । କୁହାଯାଉଛି ନିଜ ପୁରୁଣା ଗଡ଼ ଜିତିବାକୁ ଅଂଟା ଭିଡ଼ିଛନ୍ତି ରାହୁଲ । ଅନ୍ୟପଟେ ପୁଣି ଥରେ ବିଜୟ ଆଶାରେ ସ୍ମୃତି ଇରାନୀ କସରତକୁ ଜୋରଦାର କରୁଥିବା ଚର୍ଚ୍ଚା ହେଉଛି ।

ତେବେ ଆମେଠୀରେ ଏପର୍ଯ୍ୟନ୍ତ କଣ ରହିଛି ଟ୍ରାକ୍ ରେକର୍ଡ । ଆମେଠିରୁ ୩ ଥର ଲୋକସଭା ଆସନ ଜିତିଛନ୍ତି ରାହୁଲ । ୨୦୦୪, ୨୦୦୯, ୨୦୧୪ରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ପ୍ରଥମ ଥର ପାଇଁ ପରାସ୍ତ ହୋଇଥିଲେ ରାହୁଲ । ତେବେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ, ଲୋକେ ଯେଉଁ ପରିବାର୍ତ୍ତନ ଆଶା ନେଇ ସ୍ମୃତି ଇରାନୀଙ୍କୁ ଭୋଟ ଦେଇଥିଲେ ସେଥିରେ ସେମାନଙ୍କୁ ଧୋକା ମଳିଛି । ଆଉ ସାଧାରଣ ଲୋକ ଇରାନୀଙ୍କ ଉପରେ ନିରାଶ ଅଛନ୍ତି । ତେଣୁ ଏଥର ପୁଣି ରାହୁଲ ତାଙ୍କ ଗଡକୁ ଫେରିବା ନେଇ ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ଆଉ ସେପଟେ ପ୍ରତିଶୋଦ ନେବା ପାଇଁ ରାହୁଲ କରୁଛନ୍ତି ସ୍ବତନ୍ତ୍ର ରଣକୌଶଳ । ତେବେ ୨୦୨୪ ସାଧାରଣ ନିର୍ବାଚନ ପରେ ହିଁ ଜଣାପଡିବ କିଏ ହାତଉଛି ଆମେଠୀ ଗଡ ।

Leave a Reply

Your email address will not be published. Required fields are marked *