Category: ମୁଖ୍ୟ ଖବର

  • ଶେଷ ପର୍ଯ୍ୟାୟରେ ଗଞ୍ଜାମ ଦଣ୍ଡଯାତ୍ରା

    ଶେଷ ପର୍ଯ୍ୟାୟରେ ଗଞ୍ଜାମ ଦଣ୍ଡଯାତ୍ରା

    ଗଞ୍ଜାମର ଐତିହାସିକ ଦଣ୍ଡନାଚ ଶେଷ ପର୍ଯ୍ୟାୟରେ । ଆଉ ଗୋଟିଏ ଦିନ ପରେ ମେରୁ ଯାତ୍ରା । ମା ଦଣ୍ଡକାଳୀ ଓ ଦେବ ଦେବ ମହାଦେବଙ୍କୁ ନେଇ ମନସ୍କାମନା ଧାରି ୧୩,୧୮,୨୧ ଦିନ ଯାଏଁ ଖାଲି ପାଦରେ ଗାଆଁକୁ ଗାଆଁ ବୁଲୁଛନ୍ତି । ଧୂଳି ଦଣ୍ଡ, ପାଣି ଦଣ୍ଡ, ଅଗ୍ନି ଦଣ୍ଡ ଆଦି ପରିବେଷଣ କରୁଛନ୍ତି । ଏଥି ସହିତ ଶରୀରରେ ହଳଦିଆ ଧୋତି ଧାରଣ କରି ଦିନକୁ ଗୋଟିଏ ଓଳି ଖାଇ ରହୁଛନ୍ତି । ତେବେ ମେରୁ ଯାତ୍ରା ବା ପଣା ସଂକ୍ରାନ୍ତିରେ ଶେଷ ହେବ ଦଣ୍ଡନାଚ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ବ୍ଲକ୍ କଳିଙ୍ଗପଦର ଗ୍ରାମରେ ଅଷ୍ଟଦଣ୍ଡଙ୍କ ମହାମିଳନ ଦେଖିବାକୁ ମିଳିଛି । ଶହ ଶହ ସଂଖ୍ୟାରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି ଏହି ଦଣ୍ଡଯାତ୍ରାରେ । ଅନ୍ୟପଟେ ଗାଆଁ ଯୁବକ ମାନେ ଆନନ୍ଦ ପ୍ରସାଦର ମଧ୍ୟ ବ୍ୟବସ୍ଥା କରିଛନ୍ତି । ମେରୁ ଯାତ୍ରାରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ତାରାସିଙ୍ଗି ପୋଲିସ୍ ବାଟାଲିୟନ ସହ କାର୍ଯ୍ୟକ୍ରମ ଉପରେ ରଖିଛି କଡ଼ା ନଜର । ଏହି ଅଷ୍ଟସମ୍ଭୁ ମିଳନରେ ଗେରେଡ଼ା, ମଶାବାଡ଼ି, ତାରାସିଙ୍ଗି, ଗୁଣ୍ଡୁରିବାଡି, କଳିଙ୍ଗପଦର, ବନ୍ତା, ତୋଲଡି ଏବଂ ପଟାଙ୍ଗି ଦଣ୍ଡ ଅଂଶ ଗ୍ରହଣ କରିଛନ୍ତି ଚଳିତ ଦଣ୍ଡଯାତ୍ରାରେ ।

  • ଚାନ୍ଦବାଲିରେ ବିଜେଡିର ମିଶ୍ରଣ ପର୍ଵ

    ଚାନ୍ଦବାଲିରେ ବିଜେଡିର ମିଶ୍ରଣ ପର୍ଵ

    ଭଦ୍ରକ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଦିନକୁ ଦିନ ଶକ୍ତିଶାଳୀ ହେଉଛି ବିଜେଡି । ନିର୍ବାଚନ ଯେତିକି ପାଖେଇ ଆସୁଛି ,ସାଧାରଣ ଲୋକଙ୍କ ମଧ୍ୟରେ ବିଜୁ ଜନତା ଦଳ ପ୍ରତି ଆସ୍ଥା ସେତିକି ଅଧିକ ବଢୁଛି । ପ୍ରତିଦିନ ଅନ୍ୟ ରାଜନୈତିକ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହେଉଛନ୍ତି ଲୋକେ ।

    ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଖେରଙ୍ଗ ପଞ୍ଚାୟତରେ ଏକ ମିଶ୍ରଣ ପର୍ଵ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ପୂର୍ବତନ ସରପଞ୍ଚଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ପରିବାର ଅନ୍ୟ ରାଜନୈତିକ ଦଳ ପରିତ୍ୟାଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବଛ ଶାସନ , ଚାନ୍ଦବାଲି ବିଧାୟକ ଡ଼ଃ ବ୍ଯୋମକେଶ ରାୟଙ୍କ ଉନ୍ନୟନ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇଛନ୍ତି।

    ତେଣୁ ପୂର୍ବ ଦଳକୁ ଛାଡି ଏତେ ସଂଖ୍ଯାରେ ପରିବାର ବିଜୁଜନତା ଦଳ ରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ନବାଗତ ମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ବିଧାୟକ ସମସ୍ତଙ୍କୁ ଦଳକୁ ସ୍ବାଗତ କରିଛନ୍ତି। ବିଜେଡି ହାତମୁଠା ଆହୁରି ଦୃଢ କରିବା ସହ ବିକାଶଧାରାକୁ ଆଗେଇ ନେବାକୁ ଆହ୍ବାନ ଦେଇଛନ୍ତି ବିଧାୟକ। ସେପଟେ ନବାଗତ ଏହି ବିକାଶଧାରାରେ ସହଯୋଗ କରିବେ ବୋଲି କହିଛନ୍ତି।

    ଅନୁଷ୍ଠିତ ଏହି ଉତ୍ସବରେ ବିଧାୟକଙ୍କ ସହ ସ୍ଥାନୀୟ ବିଜେଡି ନେତାଙ୍କ ମଧ୍ୟରେ ଏହି ମିଶ୍ରଣକୁ ନେଇ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ପୁଣି ଥରେ ବ୍ୟୋମକେଶ ବିଧାୟକ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି

  • ଏଫଆଇଆରରୁ ୫ ନାଁ ଉଡାଇବାକୁ ନେଇ ତାତିଲେ ଗ୍ରାମବାସୀ

    ଏଫଆଇଆରରୁ ୫ ନାଁ ଉଡାଇବାକୁ ନେଇ ତାତିଲେ ଗ୍ରାମବାସୀ

    ବେଆଇନ ମାଟି ଚାଲାଣ ବେଳେ ମାଟି ବୋଝେଇ ଟ୍ରାକ୍ଟର ଧକ୍କାରେ ଅଢେଇ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟଣାରେ ପୋଲିସର ଲାଭଖୋର ମନୋଭାବକୁ ନେଇ ଶତାଧିକ ଗ୍ରାମବାସୀ ଥାନା ସମ୍ମୁଖରେ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କରିଛନ୍ତି ଟାର୍ଗେଟ। ସେପଟେ ଘଟଣାକୁ ନେଇ ପୋଲିସର ରାୟ ନେବାକୁ ଚେଷ୍ଟା କରାଗଲେ ମଧ୍ୟ କୌଣସି ଉତ୍ତର ମିଳିନି ପୋଲିସର। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମହାଙ୍ଗା ବ୍ଲକ,ଭଦ୍ରେଶ୍ୱର ଥାନା ଝାଡେଶ୍ୱର୍ପୁର ଚିଙ୍ଗୁଡ଼ିଆମୁହଁ ଗ୍ରାମରେ। ଏହି ଗ୍ରାମ ନିକଟରେ ଏକ ପୋଲ କାମ ଚାଲିଛି। କାର୍ଯ୍ୟସ୍ଥଳରୁ ବାହାରୁଥିବା ମାଟିକୁ ସଂପୃକ୍ତ ଠିକା ସଂସ୍ଥାର କର୍ମଚାରୀମାନେ ବେଆଇନ ଭାବେ ଚୋରାରେ ଅନ୍ୟତ୍ର ଟ୍ରାକ୍ଟର ଯୋଗେ ବିକ୍ରି କରୁଛନ୍ତି। ଗାଁ ରାସ୍ତାରେ ଅହରହ ଟ୍ରାକ୍ଟରରେ ମାଟି ବୁହା ଚାଲିଛି।

    ଦୁଇ ଦିନ ତଳେ ଗ୍ରାମର ପ୍ରଦୀପ୍ତ କୁମାର ବେହେରାଙ୍କ ଅଢେଇ ବର୍ଷର ସାନ ଶିଶୁ ପୁଅ ପୀୟୂଷ ରାସ୍ତା କଡ଼ରେ ଖେଳୁଥିବା ବେଳେ ଏକ ମାଟି ବୋଝେଇ ଟ୍ରାକ୍ଟର ତା ଉପରେ ଚଢ଼ି ଯାଇଥିଲା। ତାକୁ ଗୁରୁତର ଅବସ୍ଥାରେ ନିଶ୍ଚିନ୍ତକୋଇଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଡ୍ରାଇଭର ସମେତ ଠିକା ସଂସ୍ଥା କର୍ମଚାରୀ ଫେରାର ହୋଇଯାଇଥିଲେ। ଏହାକୁ ନେଇ ଗ୍ରାମବାସୀଙ୍କ ତରଫରୁ ଠିକାଦାରଙ୍କ ସମେତ ବହୁ ଲୋକଙ୍କ ନାମରେ ଥାନାରେ ଏତଲା ହୋଇଥିବା ବେଳେ ପୋଲିସ ଏଯାବତ୍ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ। ତା ଉପରେ ପୁଣି ଏଫଆଇଆରରୁ ଠିକାଦାର ସମେତ ୫ ଜଣଙ୍କ ନାଁ କାଟି ଦିଆଯାଇଛି।

    ପୋଲିସର ଏପରି ଚଞ୍ଚକତା ଜଣାପଡିବା ପରେ ଗ୍ରାମବାସୀ ଥାନାରେ ପହଞ୍ଚି ଏନେଇ ପଚାରିବାକୁ ସେଠାରେ କାର୍ଯ୍ୟରତ ଜଣେ କନେଷ୍ଟବଳ ମୃତକଙ୍କ ବାପାଙ୍କୁ ଖରାପ ଭାଷା ରେ ଗାଳି ଗୁଲଜ କରିବା ସହିତ ତୁ କିଏ ଆସି ଥାନାରେ ପଚାରିବାକୁ ବୋଲି କହି ଥାନା ଭିତରକୁ ଯିବାକୁ ଦେଇନଥିଲେ। ଯାହାକୁ ନେଇ ବୁଧବାର ସଂଧ୍ୟାରେ ଶତାଧିକ ଗ୍ରାମବାସୀ ଏକାଠି ହେବା ସହ ଥାନା ସମ୍ମୁଖରେ ଟାୟାର ଜାଲି ବିରୋଧ ପ୍ରଦର୍ଶନ କରିଥିଲେ। ତୁରନ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ଏମିତି କି ରାଜ୍ୟ ସରକାର ଉପରେ ବର୍ଷିଥିଲେ ଗ୍ରାମବାସୀ।

    ବହୁ ରାତି ପର୍ଯ୍ୟନ୍ତ ଗ୍ରାମବାସୀ ଅଭିଯୁକ୍ତଙ୍କ ଗିରଫଦାରୀ ଦାବି ସହ ଥାନା ଅଧିକାରୀଙ୍କ ଲାଞ୍ଚଖୋର ମନୋବୃତ୍ତି ପାଇଁ ବିକ୍ଷୋଭ, ନାରାବାଜି ଦେଇଥିବା ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧି ଥାନା ଅଧିକାରୀଙ୍କୁ ଏନେଇ ପ୍ରଶ୍ନ କରିବାରୁ ସେ କିଛି ଉତ୍ତର ନ ଦେଇ ସେଠାରୁ ଚାଲି ଯାଇଥିଲେ। ତେବେ ପରେ ଏସଡିପିଓ, ମାହାଙ୍ଗା ଆଇଆଇସି, ନିଶ୍ଚିନ୍ତକୋଇଲି ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ଉଠିଥିଲେ। ଏବେ ଦେଖିବାକୁ ରହିଲା, ନିରୀହ ଶିଶୁପୁତ୍ରକୁ ହରାଇଥିବା ଶୋକସନ୍ତପ୍ତ ପରିବାରକୁ ପୋଲିସ ଉଚିତ ନ୍ୟାୟ ଦେଉଛି କି ନାହିଁ।

  • ଭାଇଚାରାର ପର୍ବ ଇଦ ପାଳିଲେ ବିଧାୟକ ବଦ୍ରୀ ନାରାୟଣ ପାତ୍ର

    ଭାଇଚାରାର ପର୍ବ ଇଦ ପାଳିଲେ ବିଧାୟକ ବଦ୍ରୀ ନାରାୟଣ ପାତ୍ର

    କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ ଅନ୍ତର୍ଗତ ପାଣ୍ଡୁଆ ଓ ପଞ୍ଚହରା ଗ୍ରାମରେ ଥିବା ମସଜିଦରେ ଇଦ ପର୍ଵ ପାଳନ ହୋଇଯାଇଛି । ଏଥିରେ ଘସିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର ସାମିଲ ହୋଇ ସମସ୍ତଙ୍କୁ ଇଦର ଶୁଭେଚ୍ଛା ଜଣାଇଛନ୍ତି । ଭାଇଚାରାର ପ୍ରିତୀକ ଇଦ ପର୍ବକୁ ମୁସଲମାନ ଭାଇ ମାନେ ଏକ ମାସ ଧରି ନିଷ୍ଠାର ସହ ଉପବାସ କରି ରମଜାନ ଭାବେ ପାଳନ କରିଥାନି । ଏହି ଅବଧି ଭିତରେ ସେମାନେ ନମାଜ ପଢିବା ସହ ପରସ୍ପରଙ୍କୁ ଆଲିଙ୍ଗନ କରି ସୌହାର୍ଦ୍ଦ୍ୟ ବାଣ୍ଟନ୍ତି । ମୁସଲମାନ ଭାଇ ମାନେ ପରସ୍ପକୁ ମିଠା ଖୁଆଇ ବେଶ ଉତ୍ସାହର ସହ ଏହି ପର୍ବକୁ ପାଳନ କରିଥାନ୍ତି ।

    ଏହି ଅବସରରେ ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର ସାମିଲ ହୋଇଥିବା ବେଳେ ତାଙ୍କୁ ମୁସଲମାନ ସମ୍ପ୍ରଦାୟ ତରଫରୁ ସ୍ବାଗତ କରାଯାଇଥିଲା । ସମସ୍ତଙ୍କୁ ଇଦ ମୁବାରକ କହି ଜାତିଆଣ ଭେଦଭାବ ଏବଂ ଭାଷାଗତ ପ୍ରଭେଦକୁ ଭୁଲି ସମସ୍ତେ ଏକତା ସୂତ୍ରରେ ବାନ୍ଧି ହୋଇ ଆଗକୁ ବଢିବା ଉଚିତ ବୋଲି କହିଥିଲେ ବିଧାୟକ ବଦ୍ରୀ ନାରାୟଣ ପାତ୍ର ।

    ଆଜିର ଦିନଟି ମୁସଲମାନ ସମ୍ପ୍ରଦାୟ ପାଇଁ ଖାସ ଦିନ । କାରଣ ଆଜିଠାରୁ ଏକ ମାସ ପର୍ଯ୍ୟନ୍ତ ସେମାନେ ରମଜାନ ମାସ ଭାବେ ପାଳିଥାନ୍ତି । ଉପବାସ ଠାରୁ ଆର କରି ପ୍ରତ୍ୟକ ଦିନ ନମାଜ ପଢନ୍ତି । ଏହାକୁ ସେମାନେ ବିଶେଷ କରି ଧର୍ମ ମାସ ଭାବେ ବେଶ ଉଲ୍ଲାସରେ ପାଳନ କରିଥାନ୍ତି ।

  • ”ମୋ ଉପକାରୀ ବଗିଚା”ର ତଦନ୍ତ କଲେ ଲୋକଯୟୁକ୍ତ

    ”ମୋ ଉପକାରୀ ବଗିଚା”ର ତଦନ୍ତ କଲେ ଲୋକଯୟୁକ୍ତ

    ଆର୍ଥିକ ଅନିୟମିତତାକୁ ନେଇ ଲୋକାୟୁକ୍ତଙ୍କ ତଦନ୍ତ । ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ବାଂଶଡା ଥାନା ଅଧିନ ବାଲିପଦା ଗ୍ରାମରେ ହୋଇଥିବା ”ମୋ ଉପକାରୀ ବଗିଚା”ରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ଲୋକାୟୁକ୍ତଙ୍କ ପାଖରେ ସେହି ପଞ୍ଚାୟତର ଶରତ ସେନାପତି ଲିଖିତ ଅଭିଯୋଗ କରିଥିଲେ । ସମସ୍ତ ତଥ୍ୟକୁ ଆଧାର କରି ଲୋକାୟୁକ୍ତଙ୍କ ପକ୍ଷରୁ ଡେପୁଟି ଡାଇରେକ୍ଟର ସସ୍ମିତା ଲେଙ୍କା ପହଞ୍ଚି ଏହି ଯୋଜନାରେ ହୋଇଥିବା ସମସ୍ତ ଅନିୟମିତତା ଉପରେ ତଦନ୍ତ କରିଥିଲେ ।

    ଏହି ତଦନ୍ତ ସମୟରେ ଚାନ୍ଦବାଲି ବ୍ଲକର ପୂର୍ବତନ ବିଡିଓ ଜ୍ୟୋତିବିକାଶ ଦାସ ଅନୁପସ୍ଥିତ ଥିବା ବେଳେ କନିଷ୍ଠ ଯନ୍ତ୍ରୀ ପ୍ରଭାତ କୁମାର ବେହେରା, ଚାନ୍ଦବାଲି ବ୍ଲକ ମନରେଗା ସହକାରୀ ସନ୍ତୋଷ କୁମାର ନାୟକ, ସହକାରୀ ଯନ୍ତ୍ରୀ ସ୍ମୃତିରଞ୍ଜନ ତରାଇ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଧିରେନ୍ଦ୍ର ନାୟକ, ବିପିଏମ୍ ଷ୍ଟାଲିନ ନାୟକ, ଜିଆରଏସ ରୀତାରାଣୀ ମୁଦୁଲି, ପୂର୍ବତନ ଜିଆର୍‌ଏସ ପୁରୁଷୋତ୍ତମ ବାରିକ ଏବଂ ଗୋପିନାଥପୁର ପଞ୍ଚାୟତର ସରପଞ୍ଚ ବାପୁନ ବାରିକ ପ୍ରମୁଖ ସଂପୃକ୍ତ ସ୍ଥାନରେ ଉପସ୍ଥିତ ରହି ଲୋକାଯୁକ୍ତଙ୍କୁ ସହଯୋଗ କରିଥିଲେ ।

  • ପଦ୍ମକେଶରପୁର ଗାଁରେ ବୋମାମାଡ଼, ଦୁଇ ଗୁରୁତର

    ପଦ୍ମକେଶରପୁର ଗାଁରେ ବୋମାମାଡ଼, ଦୁଇ ଗୁରୁତର

    ପୁଣି ପଦ୍ମକେଶରପୁର ହୋଇଉଠିଛି ଅଶାନ୍ତ। ଗୋଷ୍ଠି ସଂଘର୍ଷରୁ ଗୋଟିଏ ପରିବାରର ଦୁଇ ଜଣ ଗୁରୁତର ହୋଇ କଟକ ମେଡିକାଲରେ ଭର୍ତ୍ତି। ଏହାକୁ ନେଇ ଗାଁରେ ଉତ୍ତେଜନା। ପୋଲିସ ଚଳାଇଛି ତଦନ୍ତ। ସୁଧ ଟଙ୍କା ଆଦାୟକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା କୁହାଯାଉଛି।

    ସୂଚନା ମୁତାବକ, ଗତରାତି ପ୍ରାୟ ୧୦ଟାରେ ଗ୍ରାମର ସନାତନ ନାମକ ବୃଦ୍ଧଙ୍କ ଘରେ ମହାଜନ ବାବୁଲା ଦାସ ନିଜର କିଛି ସମର୍ଥକଙ୍କୁ ନେଇ ପହଞ୍ଚିଥିଲେ। ବାବୁଲା ସନାତନଙ୍କୁ ସୁଧ ଟଙ୍କା ମାଗିଥିଲେ ଓ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା।ବଚସା ଉଗ୍ରରୂପ ନେବାରୁ ବାବୁଲା ଓ ତାଙ୍କର ସହଯୋଗୀ ସନାତନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

    ଏହି ସମୟରେ ସନାତନଙ୍କ ବୋହୂ ପହଞ୍ଚି ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଘରୁ ବାହାରି ଯିବା ସହ ଘର ଉପରେ ବୋମାମାଡ କରିଥିଲେ ବୋଲି ଅଭିଯୋଗ ହୋଇଛି। ଶ୍ୱଶୁର,ବୋହୂଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

    ଏହାସହ ପୁଲିସକୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଗାଁରେ ୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

  • ଖୋର୍ଦ୍ଧା ବିଧାନସଭା ବିଜେପି ଟିକେଟ୍ ହାତେଇବ କିଏ?

    ଖୋର୍ଦ୍ଧା ବିଧାନସଭା ବିଜେପି ଟିକେଟ୍ ହାତେଇବ କିଏ?

    ଖୋର୍ଦ୍ଧା ବିଧାନସଭା କ୍ଷେତ୍ରରେ ଟିକେଟ କାହାକୁ ମିଳିବ ଚାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ,ଚେବେ ବିଜେପି କାର୍ଯ୍ୟକାରିଣୀର ସଦସ୍ୟ ଚଥା ଆଶାୟୀ ପ୍ରାର୍ଥୀ କାଳୁ ଚରଣ ଖଣ୍ଡାୟତ ରାୟ ଙ୍କୁ ଦଳ ଏଥର ଭରସା କରିବ ନା ବିଜେଡି ରୁ ସଦ୍ୟ ଆମଦାନୀ ନେତା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଟିକେଟ ପାଇବେ ତାକୁ ନେଇ ଦଳରେ କନ୍ଦଳଳ ଓ ଦ୍ଵଦ ଯାରି ରହିଛି।ମାତ୍ର ସେପଟେ ବିଜେପି ନେତା ଶ୍ରୀ ଖଣ୍ଡାୟତ ରାୟ ଟିକେଟ ଘୋଷଣା ପୂର୍ବରୁ ନିଜର ଜୟ ଜୟେ କାର ସହିତ ବିଜେପି ଜିନ୍ଦାବାଦ ଆରମ୍ଭ କରିଛନ୍ତି।ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀଙ୍କୁ ନେଇ ଖୋର୍ଦ୍ଧା ସହରରେ ନିଜର ଉପସ୍ଥିତି ଜାହିର କରିବା ସହିତ ନିଜର ବୃହତ୍ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏନେଇ ଆଶାୟୀ ପ୍ରାର୍ଥୀ ଶ୍ରୀ ଖଣ୍ଡାୟତ ରାୟଙ୍କ ନେତୃତ୍ବରେ ସ୍ଥାନୀୟ ମୁକୁଦପ୍ରସାଦ ଠାରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରାରେ ହଜାର ହଜାର କର୍ମୀ ସାମିଲି ହୋଇ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ।

    ଚେବେ ଷ୍ଟେଟ୍ ବ୍ୟାଙ୍କ ଛକରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପଦଯାତ୍ରା କୁ ଅଣଦେଖା କରି ଗାଡି ବୁଲାଇ ଚାଲି ଯାଇଥିବାକଥା କୁହାଯାଉଛି।ଏଠାରେ କହିରଖୁଛୁ କି ନିକଟରେ ବିଜେପିରେ ଯୋଗ ଦେଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଙ୍କୁ ଖୋର୍ଦ୍ଧା ଦାୟିତ୍ଵ ଦେବା ନେଇ ଏକ କାର୍ଯ୍ୟକ୍ରମ ରେ ସାଂସଦ ଅପରାଜିତା ଘୋଷଣା କରିଥିଲେ।ଯାହାକୁ ନେଇ ବିଜେପି ସମର୍ଥକ ମାନେ ଅପରାଜିତାକୁ ସମାଲୋଚନା କରିଥିଲେ। ଏବଂ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଏହାକୁ ବିରୋଧ ପ୍ରଦର୍ଶନ କରିବା ସହିତ କାଳୁ ଖଣ୍ଡାୟତ ରାୟ ଙ୍କୁ ଟିକେଟ ଦେବା ପାଇଁ ଦାବି କରିଥିଲେ। ମାତ୍ର ଗତ ଦୁଇଦିନ ପୂର୍ବେ ଟାଙ୍ଗି ବ୍ଳକ ବିଜେପି କାର୍ଯ୍ୟାଳୟର ଉଦଘାଟନ କାର୍ଯ୍ୟକ୍ରମ ରେ ଅପରାଜିତା ଯୋଗଦେଇ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଭାବେ ଜଗଦେବ ଙ୍କ ନାମ ଖୁବ ଶିଘ୍ର ଘୋଷଣା ହୋଇଯିବ ବୋଲି କହିଥିଲେ।ଯାହାକୁ ନେଇ ପୁଣି କର୍ମି ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କୌଣସି ଆମଦାନୀ ନେତା ଙ୍କୁ ପ୍ରାର୍ଥୀ କରାଗଲେ ଚହାକୁ ବିରୋଧ କରାଯିବ ବୋଲି ମତ ପୋଷଣ ପାଇଥିଲା।

  • ବଢିଲା ବିଜେଡିର ଶକ୍ତି, ବିରୋଧୀ ଦଳରୁ ଆସି ମିଶିଲେ କିଛି ତୁଙ୍ଗ ନେତା

    ବଢିଲା ବିଜେଡିର ଶକ୍ତି, ବିରୋଧୀ ଦଳରୁ ଆସି ମିଶିଲେ କିଛି ତୁଙ୍ଗ ନେତା

    ବିରୋଧୀ ବିଜେପି ଏବଂ କଂଗ୍ରେସ ନେତଙ୍କ ଭରଷାରେ ବିଜେଡି । ପୁଣି ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ ନେତା । ବିଜେଡିରେ ମିଶିଲେ ବିଜେପି ନେତା ପ୍ରଭାସ ପାଣିଗ୍ରାହୀ । ଗତକାଲି ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ପଦରୁ ଇସ୍ତଫା ଦେଇଥିଲେ ପ୍ରଭାସ । ପେଶାରେ ଜଣେ ଶିକ୍ଷାବିତ ଭାବେ ପରିଚିତ ପ୍ରଭାସ ବଲାଙ୍ଗୀରରେ ବିଜେପିକୁ ସୁଦୃଢ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତେଣୁ, ତାଙ୍କ ଭଳି ଜଣେ ଦକ୍ଷ ରାଜନେତା ବିଜେପି ଛାଡି ବିଜେଡିରେ ମିଶିବା ପରେ ଦଳର ଶକ୍ତି ବୃଦ୍ଧି ହୋଇଥିବା ସାଂସଦ ସସ୍ମିତ ପାତ୍ର କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର ଓ ବଲାଙ୍ଗୀର ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂଦେଓ ।

    କଳିକେଶ କହିଛନ୍ତି ମୁଖ୍ଯମନ୍ତ୍ରୀଙ୍କ କାମରୁ ପ୍ରେରଣା ପାଇ ସେ ବିଜେଡିରେ ମିଶିଛନ୍ତି । ମିଶିକି ବଲାଙ୍ଗୀରର ବିକାଶ କରିବୁ ସେପଟେ ଦଳରେ ଭାଇ ପରି କାମ କରିବେ ବୋଲି କହିଛନ୍ତି ପ୍ରଭାସ ପାଣିଗ୍ରାହୀ । କେନ୍ଦ୍ର ବିଜେପି କଂଗ୍ରେସ ମୁକ୍ତ ଭାରତ ନାରା ଦେଉଥିବା ବେଳେ ବଲାଙ୍ଗୀରରେ କଂଗ୍ରେସ ଯୁକ୍ତ ବିଜେପି ଚାଲିଛି । ଯେଉଁଥିପାଇଁ ସେ ବିଜେପି ଛାଡିଲେ । ବିଜେଡିରେ ରହି ସ୍ବାଭିମାନର ସହ ସହଭାଗିତା ନେଇ କାମ କରିବେ ବୋଲି କହିଛନ୍ତି ପ୍ରଭାସ ।

    ସେପଟେ ସୁନ୍ଦରଗଡ଼ରେ ଦିନକୁ ଦିନ ବିଜେଡି ସଂଗଠନ ଆହୁରି ସୁଦୃଢ ହେଉଛି । କଂଗ୍ରେସ ଛାଡି ବିଜେଡିରେ ମିଶିଲେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀର ପ୍ରଫୁଲ୍ଲ ସୁନିଆନି । 2009ରେ ସେ କଂଗ୍ରେସ ଟିକେଟରୁ ରଘୁନାଥପାଲୀ ବିଧାନସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ଏହି ମିଶ୍ରଣ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରୀତି ରଞ୍ଜନ ଘଡ଼ାଇ କହିଲେ, ଏସବୁ ଐତିହାସିକ ମୁହୂର୍ତ୍ତ । ମୁଖ୍ୟମନ୍ତ୍ରୀଙ୍କ ସମୃଦ୍ଧ, ସଶକ୍ତ ନବୀନ ଓଡିଶା କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ନେତାମାନେ କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ମିଶୁଛନ୍ତି । ବିଜେଡିରେ ମିଶିବା ପରେ ପ୍ରଫୁଲ୍ଲ ସୁନିଆନି କହିଛନ୍ତି, କଲେଜରେ ପଢ଼ିବା ସମୟରେ ଜନସେବା ପାଇଁ ଇଛା ଥିଲା । ହେଲେ ସୁଯୋଗ ମିଳୁନଥିଲା… ଏବେ ମିଳିଲା । ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଲି । ଯାହା ଦାୟିତ୍ୱ ମିଳିବ, ସୁଚାରୁ ରୂପେ ତୁଲାଇବି ।

    ନିର୍ବାଚନ ଯେତିକି ନିକଟତର ହେଉଛି ରାଜ୍ୟରେ ନେତାଙ୍କ ଦଳ ଢିଆଁ ସେତିକି ବଢ଼ୁଛି । ଫଳରେ କେଉଁ ସଂଗଠନ ସାମାନ୍ୟ ମଜବୁତ ହେଉଛି ତ ଆଉ କିଏ ଟିକିଏ ଦୁର୍ବଳ ହେଉଛି । ହେଲେ ସବୁଠୁ ବଡ଼ କଥା ହେଲା ଦଳ ଡେଉଁଥିବା ନେତାଙ୍କୁ ଜନତା କେତେ ଭରସା କରୁଛନ୍ତି ତାହା ନିର୍ବାଚନ ଫଳାଫଳ ପରେ ହିଁ ଜଣାପଡ଼ିବ ।

  • ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ

    ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ

    ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ CEOଙ୍କ ନିକଟରେ ଫେରାଦ ହେଲେ ବିଜେଡି ନେତା ।ନିର୍ବାଚନରେ ନିୟୋଜିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନାଲି ଆଖି ଦେଖାଉଥିବା ନେଇ ବିଜେଡିର ଏକ ଟିମ ସିଇଓଙ୍କୁ ଭେଟି ଫେରାଦ ହୋଇଛି ।

    ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀପ୍ରଦୀପଙ୍କ ବିରୁଦ୍ଧରେ ସିଇଓଙ୍କୁ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛି ବିଜେଡି।ପ୍ରଦୀପଙ୍କ କଥା ନ ମାନିଲେ ତାଙ୍କୁ ବଦଳି କରିଦେବା ପାଇଁ ବ୍ରହ୍ମପୁରର ସରକାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଧମକ ଦେଉଛନ୍ତି। ସେଥିପାଇଁ ପ୍ରଦୀପଙ୍କ ବିରୁଦ୍ଧରେ ସିଇଓଙ୍କୁ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛି ବିଜେଡି। ବିଜେଡି ସବୁବେଳେ ଗଣତନ୍ତ୍ରରେ ବିଶ୍ବାସ କରିଆସିଛି । ତେଣୁ ଜନବିରୋଧୀ ନେତାଙ୍କ ନାଲି ଆଖି ବିରୋଧରେ ସିଇଓ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେଡି ପ୍ରକାଶ କରିଛି।

  • ନବୀନ ନିବାସକୁ କୁଶ ଆପଟଙ୍କୁ ଡାକରା ନେଇ ବଢିଲା ଚର୍ଚ୍ଚା

    ନବୀନ ନିବାସକୁ କୁଶ ଆପଟଙ୍କୁ ଡାକରା ନେଇ ବଢିଲା ଚର୍ଚ୍ଚା

    ଚମ୍ପୁଆର ହେବିୱେଟ ବିଜେଡି ନେତା କୁଶ ଆପଟଙ୍କୁ ନବୀନ ନିବାସକୁ ଡାକରା ପରେ ,ନବୀନ ଓ ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ସହିତ ତାଙ୍କ ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯାହାକୁ ନେଇ ଚମ୍ପୁଆ ରାଜନୀତିରେ ହଇଚଇ ଆରମ୍ଭ ହୋଇ ଯାଇଛି। ସୂଚନାଯୋଗ୍ୟ କି, ବିଜେଡି ତାର ଚମ୍ପୁଆ ଆସନ ପାଇଁ ଏ ଯାଏଁ ପ୍ରାର୍ଥୀ ଘୋଷଣା କରି ନ ଥିବା ବେଳେ ଆଶା ଆଶଙ୍କାରେ ଭୋଟର ଓ ନେତା। ଚମ୍ପୁଆ ବିଜେଡି ଟିକଟ ପାଇଁ ତିନି ପ୍ରମୁଖ ପ୍ରତିଦ୍ବନ୍ଦୀ ସନାତନ ମହାକୁଡ଼, ବିଧାୟିକା ମିନାକ୍ଷୀ ମହାନ୍ତ ଓ ବିଜେଡି ନେତା କୁଶ ଆପଟ ପ୍ରମୁଖ ଦାବିଦାର କୁହା ଯାଉଥିବା ବେଳେ ଗତ କାଲି ହଠାତ କୁଶ ଆପଟଙ୍କ ନବୀନ ନିବାସ ଡାକରା ଓ ତାଙ୍କର ନବୀନଙ୍କ ସହିତ ଫୋଟ ଭାଇରାଲ ହେବା ଏହା ଚମ୍ପୁଆରେ ଟିକଟ ଆକଳନକୁ ନେଇ ଚର୍ଚ୍ଚା ଯୋର ଧରିଛି।

    ସୂଚନାଯୋଗ୍ୟ କି ମଙ୍ଗଳବାର କୁଶଙ୍କୁ ନବୀନ ନିବାସ କୁ ଡାକରା ଆସିଥିବା ବେଳେ କୁଶ ଆପଟ ଭୁବନେଶ୍ୱର ଯାଇ ପ୍ରଥମେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦେଖା କରି ଆଲୋଚନା କରିବା ପରେ ୫ଟି ସଚିବ ଭି. କେ ପାଣ୍ଡିଆନ ଓ ପରେ ନବୀନ ପଟ୍ଟନାୟକଙ୍କୁ ଦେଖା କରିଥିଲେ। ତାଙ୍କ ର ସାକ୍ଷାତ ସମୟର କିଛି ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ଏହା ଚମ୍ପୁଆ ରାଜନୀତି ରେ ହଇଚଇ ସୃଷ୍ଟି କରିସାରିଛି।ଏବେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚମ୍ପୁଆ ରାଜନୀତି କୁ ସରଗରମ କରିସାରିଛି।