Category: ଦେଶ-ବିଦେଶ

  • କିଏ ହାତେଇବ ଆସନ, ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

    କିଏ ହାତେଇବ ଆସନ, ଆଜି ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

    କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ଜାରି ରହିଛି । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ମତଦାନ ଚାଲିଛି । ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ସନ୍ଧ୍ୟା ୬ଟା ଯାଏ ଚାଲିବ । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଏସ୍ ୟେଦ୍ୟିରପ୍ପା,କର୍ଣ୍ଣାଟକ ମନ୍ତ୍ରୀ ସି.ଏନ୍ ଅଶ୍ୱସ୍ଥ,ଅଭିନେତା ପ୍ରକାଶ ରାଜ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ୍ ପ୍ରମୁଖ ସକାଳୁ ସକାଳୁ ଭୋଟ୍ ଦେଇଛନ୍ତି । ବିଜେପିକୁ ପ୍ରାୟ ୮୦ ପ୍ରତିଶତ ଭୋଟ ମିଳିବ ବୋଲି ୟେଦ୍ୟିରପ୍ପା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଲୋକଙ୍କ ସମର୍ଥନ ବିଜେପି ସପକ୍ଷରେ ରହିଛି । ଭାରତୀୟ ଜନତା ପାର୍ଟି ୧୩୦ରୁ ୧୩୫ ଆସନରେ ବିଜୟୀ ହେବ ବୋଲି କହିଛନ୍ତି ୟେଦ୍ୟିରପ୍ପା ।

    ଏଥର କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମୋଟ ୨୬୧୫ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେପି ସମସ୍ତ ୨୨୪ ଆସନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୨୨୩ ଆସନରେ ନିର୍ବାଚନ ଲଢୁଛି । ସେହିଭଳି ଜେଡିଏସ୍ ୨୦୯ ଆସନରେ ନିର୍ବାଚନ ଲଢୁଛି । ଆମ୍ ଆଦମୀ ପାର୍ଟି ୨୦୯ ଆସନରେ ପ୍ରାର୍ଥୀ ଦେଇଛି । କର୍ଣ୍ଣାଟକ ବିଧାନସଭା ପାଇଁ ୫ କୋଟି ୩୧ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସାରା ରାଜ୍ୟରେ ୫୮ ହଜାର ୫୪୫ ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଛି । ଚଳିତ ନିର୍ବାଚନରେ ୯ ଲକ୍ଷ ୧୭ ହଜାରରୁ ଅଧିକ ଭୋଟର ପ୍ରଥମ ଥର ପାଇଁ ମତସାବ୍ୟସ୍ତ କରିବା ପାଇଁ ଯାଉଛନ୍ତି । ଆଜି ସକାଳ ୯ଟା ସୁଦ୍ଧା ୮.୨୬ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

  • ନିତିଶ-ନବୀନ ଆଲୋଚନା,’ବିହାର ଭବନ’ ପାଇଁ ୧.୫ ଏକର ଜମି ଦେବେ ମୁଖ୍ୟମନ୍ତ୍ରୀ

    ନିତିଶ-ନବୀନ ଆଲୋଚନା,’ବିହାର ଭବନ’ ପାଇଁ ୧.୫ ଏକର ଜମି ଦେବେ ମୁଖ୍ୟମନ୍ତ୍ରୀ

    କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀଙ୍କୁ ଏକାଠି କରୁଥିବା ତଥା ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଗସ୍ତ ପୂର୍ବରୁ ସମସ୍ତେ ଭାବୁଥିଲେ ମେଣ୍ଟ ସରକାର ଗଠନ ପାଇଁ ଆଲୋଚନା କରିବାକୁ ଆସୁଛନ୍ତି ନିତିଶ । ମୋଦି ସରକାର ବିରୋଧରେ ଆଞ୍ଚଳିକ ଦଳ ଗୁଡ଼ିକୁ ଏକାଠି କରିବାରେ ଲାଗିଛନ୍ତି ନିତିଶ । ଏଥିରେ ତାଙ୍କର କିଛି ବ୍ୟକ୍ତିଗତ ସ୍ୱାର୍ଥ ନାହିଁ ବୋଲି ସେ କହିଥିଲେ । ତେବେ ବିଜେପି ସରକାରକୁ ହଟାଇବା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି ।

    ଆଜି ନିତିଶ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଦେବୀ ମିଶ୍ର । ନିତିଶଙ୍କ ସ୍ବାଗତ ପାଇଁ ନବୀନ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ବିମାନ ବନ୍ଦରରୁ ସିଧାସଳଖ ନବୀନ ନିବାସ ଯାଇଥିଲେ ନିତିଶ । ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିବା ବେଳେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା । ଭୋଜନରେ ଓଡ଼ିଆ ଖାଦ୍ୟ ପରଷା ଯାଇଥିଲା । ନିତିଶ,ନବୀନ ଏବଂ ଭି.କେ.ପାଣ୍ଡିଆନ ଏକାଠି ଖାଇଥିଲେ ।

    ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଢ଼ ଘଣ୍ଟା ଆଲୋଚନା କରିଥିଲେ। କିନ୍ତୁ ଏଥିରେ ରାଜନୀତି ନଥିଲା କି ମେଣ୍ଟ ଆଲୋଚନା ହୋଇନି । ପ୍ରେସମିଟରେ ଏଭଳି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ନବୀନ ଓ ନିତିଶ ପୁରୁଣା ବନ୍ଧୁ। ବାଜପେୟୀ ସରକାର ବେଳୁ ସେମାନେ ପରସ୍ପରକୁ ଜାଣିଛନ୍ତି । ସେ ବିଜୁ ବାବୁଙ୍କୁ ଜାଣିଥିବା କହିଛନ୍ତି ନିତିଶ । ଅନେକ ବିହାରୀ ଜଗନ୍ନାଥ ଭକ୍ତ ପୁରୀ ଆସୁଛନ୍ତି । ତେଣୁ ସେଠାରେ ବିହାର
    ଭବନ ପାଇଁ ନବୀନ ଦେଢ଼ ଏକର ଜାଗା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା, ଏକାଠି ଖାଇଥିବା ନେଇ କହିଲେ ନିତିଶ କୁମାର । ସାକ୍ଷାତକାର କେବଳ ପାରିବାରିକ ବୋଲି ସେ କହିଛନ୍ତି ।

    https://youtu.be/-4GKsK1b3CA

    ଦେଶରେ ନବୀନଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ରାଜ୍ୟର ବିକାଶ ପାଇଁ ନବୀନଙ୍କ ପଦକ୍ଷେପ, ବିଭିନ୍ନ ଯୋଜନା ତଥା ତାଙ୍କର ଭାବମୂର୍ତ୍ତି ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇଛି । ଦେଶରେ ମେଣ୍ଟ ସରକାର ଗଠନ ପାଇଁ ବିଜେପି ବିରୋଧୀ ଗୋଷ୍ଠୀ ଉଦ୍ୟମ ଜାରି ରଖିଛନ୍ତି । ସେଥିପାଇଁ ମମତା ବାନାର୍ଜୀ, ନିତିଶ କୁମାରଙ୍କ ପରି ନେତାମାନେ ନବୀନଙ୍କ ସହ ଆଲୋଚନା କରୁଛନ୍ତି । ପୂର୍ବରୁ ଅନେକ ନେତା ନବୀନ ନିବାସ ଆସିଛନ୍ତି ହେଲେ ଥାର୍ଡ ଫ୍ରଣ୍ଟ ଗଠନ ନେଇ ମୁଖ୍ୟମନ୍ତ୍ରୀ କୌଣସି ଗ୍ରୀନ ସିଗନାଲ ଦେଇନାହାଁନ୍ତି ।

  • ଶୋଷ ମେଣ୍ଟାଇବା ହେବ କଷ୍ଟ,ଜଳ ନଷ୍ଟ କରିବା ପୂର୍ବରୁ ପଢ଼ନ୍ତୁ ଏହି ରିପୋର୍ଟ

    ଶୋଷ ମେଣ୍ଟାଇବା ହେବ କଷ୍ଟ,ଜଳ ନଷ୍ଟ କରିବା ପୂର୍ବରୁ ପଢ଼ନ୍ତୁ ଏହି ରିପୋର୍ଟ

    ଭାରତରେ ଅଦ୍ୟାବଧି ଜଳ ଅପଚୟଜନିତ ସମସ୍ୟା ଦେଖାଦେଇ ନାହିଁ। ଦେଶର କିଛି ଅଞ୍ଚଳକୁ ଛାଡିଦେଲେ ଏଯାବତ୍ ଲୋକମାନେ ଜଳ ସମସ୍ୟା ଦେଖା ଦେଇନାହିଁ। ତେଣୁ ଲୋକେ ଜଳର ଅଭାବକୁ ସଚେତନ ନୁହଁନ୍ତି। ତେଣୁ ଲୋକେ ବେପରୁଆଭାବେ ଜଳ ଅପଚୟ କରି ଚାଲିଛନ୍ତି। ସହର ହେଉ କିମ୍ବା ଗାଁ ହେଉ, ସବୁ ଜାଗାରେ ଲୋକମାନେ ବେପରୁଆ ଭାବରେ ଜଳର ବ୍ୟବହାର କରୁଛନ୍ତି | ସରକାର ମଧ୍ୟ ଏଥିପ୍ରତି ବିଶେଷ ଧ୍ୟାନ ଦେଉ ନାହାଁନ୍ତି। ଯଦି ଏପରି ଅଭ୍ୟାସ ଲୋକଙ୍କର ଜାରି ରୁହେ, ତେବେ ଆଗାମୀ ଦିନରେ ଏହା ବହୁତ ବଡ ସମସ୍ୟା ରୂପେ ମୁଣ୍ଡ ଟେକିବାର ଆଶଙ୍କା କରାଯାଉଛି। ବିଶ୍ୱର ସର୍ବବୃହତ ଜନସଂଖ୍ୟା ବିଶିଷ୍ଟ ଏହି ରାଷ୍ଟ୍ରରେ ଆଗାମୀ ଦିନରେ ଜଳାଭାବ କେତେ ଭୟଙ୍କର ହୋଇପାରେ ସେ ବିଷୟରେ ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ  ସ୍ପଷ୍ଟ ବାରି ହୋଇଯାଉଛି।

    ମିଳିତ ଜାତିସଂଘର ସଂଗଠନ ୟୁନେସ୍କୋର ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା ଭାରତରେ ଜଳ ସମସ୍ୟା ବହୁତ ବୃଦ୍ଧି ପାଇବ। ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ଜଳ ସଂରକ୍ଷଣର ଅଭାବ, ପ୍ରଦୂଷଣ, ସହରୀକରଣ ଏବଂ ଗ୍ଲେସିୟର ତରଳିବା କାରଣରୁ ଗଙ୍ଗା, ବ୍ରହ୍ମପୁତ୍ର ଏବଂ ସିନ୍ଦୁ ପରି ହିମାଳୟରୁ ପ୍ରବାହିତ ନଦୀମାନଙ୍କର  ପ୍ରବାହ ହ୍ରାସ ପାଇବ। ୟୁନେସ୍କୋର ରିପୋର୍ଟ ଅନୁଯାୟୀ, ୨୦୧୬ ମସିହାରେ ପୃଥିବୀରେ ୯.୩୩ କୋଟି ଜନସଂଖ୍ୟା ଜଳ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଏହା ପରେ ଅନେକ ଦେଶରେ ଜଳ ସଙ୍କଟ ଦ୍ରୁତ ଗତିରେ ବୃଦ୍ଧି ପାଇଲା | ରିପୋର୍ଟରେ ଆଉ ଏକ ବଡ ଦାବି ମଧ୍ୟ କରାଯାଇଛି ଯେ ଏସିଆର ପ୍ରାୟ ୮୦ ପ୍ରତିଶତ ଲୋକ ଜଳ ସଙ୍କଟ ଦେଇ ଗତି କରୁଛନ୍ତି। ଏହି ସଙ୍କଟ ଉତ୍ତର-ପୂର୍ବ ଚୀନ୍, ଭାରତ ଏବଂ ପାକିସ୍ଥାନରେ ସର୍ବାଧିକ ରହିଛି।

    କମ୍ପୋଜିଟ୍ ୱାଟର ମ୍ୟାନେଜମେଣ୍ଟ ଇଣ୍ଡେକ୍ସ (CWMI) ର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଭାରତର ୨୧ ଟି ପ୍ରମୁଖ ସହରରେ ପ୍ରାୟ ୧୦କୋଟି ଲୋକ ଭୟଙ୍କର ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୧୯୯୪ ମସିହାରେ ଦେଶରେ ଜଳର ଉପଲବ୍ଧତା ପ୍ରତି ବ୍ୟକ୍ତିଙ୍କ ପାଇଁ ୬ ହଜାର ଘନ ମିଟର ଥିଲା, ଯାହା ୨୦୨୫ ସୁଦ୍ଧା ୧୬୦୦ ଘନ ମିଟରକୁ ହ୍ରାସ ପାଇବ ବୋଲି ଆଶା କରାଯାଉଛି | ଏହା ବ୍ୟତୀତ ଦେଶର ବଢୁଥିବା ଜନସଂଖ୍ୟା ମଧ୍ୟ ଜଳ ସଙ୍କଟର ଏକ ପ୍ରମୁଖ କାରଣ ଭାବରେ ବିବେଚନା କରାଯାଉଛି।

    ଜଳ ସମସ୍ୟାକୁ ନେଇ ଜାତିସଂଘର ରିପୋର୍ଟ ପରେ ଯଦି ଦେଶର ଜଳ ସମ୍ପଦ ରିପୋର୍ଟ ଉପରେ ନଜର ପକାଇବା ତେବେ, ନିକଟରେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶ ରିପୋର୍ଟରେ ଦର୍ଶାଯାଇଛି କି, ଦେଶରେ ପୋଖରୀ, ଟାଙ୍କି, ହ୍ରଦ ଏବଂ ଜଳଭଣ୍ଡାରର ବିସ୍ତୃତ ତଥ୍ୟ ଆଧାରରେ ରିପୋର୍ଟ ପ୍ରକାଶ ପାଇଛି। ଜନଗଣନା ଅନୁଯାୟୀ, ଭାରତରେ ପୋଖରୀ, ଟାଙ୍କି ଏବଂ ହ୍ରଦ ଭଳି ୨୪.୨୪ ଲକ୍ଷ ଜଳ ଜଳ ଅଛି | ପଶ୍ଚିମବଙ୍ଗରେ ସର୍ବାଧିକ ୭.୪୭ ଲକ୍ଷ ଜଳ ସଂରଚନା ଥିବାବେଳେ ସିକ୍କିମରେ ସର୍ବନିମ୍ନ ୧୩୪ ଜଳ ସଂରଚନା ରହିଛି। ସେଥିମଧ୍ୟରୁ ୯୭.୧ ପ୍ରତିଶତ ଅର୍ଥାତ୍ ୨୩.୫୫ ଲକ୍ଷ ଗ୍ରାମାଞ୍ଚଳରେ ଏବଂ କେବଳ ୨.୯ ପ୍ରତିଶତ ଅର୍ଥାତ୍ ୬୯,୪୮୫ ସହରାଞ୍ଚଳରେ ଅଛି। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ଟାଙ୍କି ଥିବାବେଳେ ତାମିଲନାଡୁର ହ୍ରଦ ସଂଖ୍ୟା ସର୍ବାଧିକ।


    ଏଭଳି ପରିସ୍ଥିତିରେ ଯଦି ବର୍ତ୍ତମାନ ଜଳ ସଂରକ୍ଷଣ କରାଯାଇନଥାଏ, ତେବେ ଆଗାମୀ ବର୍ଷରେ ଲୋକଙ୍କୁ ପାନୀୟ ଜଳ ଯୋଗାଇବା ମଧ୍ୟ ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ହୋଇଯିବ।

  • ଭାରସାମ୍ୟ ହରାଇଲା ବସ୍, ବ୍ରିଜ୍ ତଳକୁ ଖସି ୧୫ ମୃତ

    ଭାରସାମ୍ୟ ହରାଇଲା ବସ୍, ବ୍ରିଜ୍ ତଳକୁ ଖସି ୧୫ ମୃତ

    ମଧ୍ୟପ୍ରଦେଶର ଖରଗୋନ ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଇନ୍ଦୋର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ହଥିନି ନଦୀ ପାର୍‌ ହେଉଥିବା ବେଳେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ।

    ଦୁର୍ଟଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ ଜଣ ଗୁରୁତର ହୋଇଛନ୍ତି । ଖବର ପାଇ ପୋଲିସ୍‌ ପହଞ୍ଚି ଆମ୍ବୁଲାନ୍ସରେ ଗୁରୁତରଙ୍କୁ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲା । ଆହତ ଏବଂ ଗୁରୁତର ସମସ୍ତଙ୍କ ଚିକିତ୍ସା ଜାରି ରହିଛି । ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି । ଇନ୍ଦୋର ଅଭିମୁଖେ ଘରୋଇ ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ । ବସ୍‌ଟି ହାଥିନୀ ନଦୀ ଉପରେ ଯାଉଥିବା ବେଳେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଲେ ।

    ଗାଡ଼ିଟି ଭାରସାମ୍ୟ ହରାଇ ପୋଲ ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଥିଲା । ସ୍ଥାନୀୟ ଲୋକେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ କିଛି ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପୋଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଦୁର୍ଘଟଣାର କାରଣ ଜଣାପଡ଼ିନି । ଦ୍ରୁତ ଗତି ଯୋଗୁଁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

    ଏଭଳି ଦୁର୍ଘଟଣାକୁ ନେଇ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ଗୁରୁତର ଆହତଙ୍କ ପାଇଁ ୫୦ ହଜାର ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଲେଖାଏଁ ମିଳିବ ବୋଲି ସିଏମ୍ କହିଛନ୍ତି । ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦୁଃଖପ୍ରକାଶ କରିଛନ୍ତି ।

  • ପେରୁ: ସୁନା ଖଣିରେ ନିଆଁ ଲାଗି ୨୭ ମୃତ

    ପେରୁ: ସୁନା ଖଣିରେ ନିଆଁ ଲାଗି ୨୭ ମୃତ

    ପେରୁର ସୁନା ଖଣିରେ ଭୟଙ୍କର ନିଆଁ ଲାଗି ବହୁ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦକ୍ଷିଣ ପେରୁର ଗୋଟାଏ ନିର୍ଜନ ଅଞ୍ଚଳରେ ଏହି ସୁନାଖଣିଟି ରହିଛି। ରବିବାର ସରକାରୀ ସୂଚନା ମୁତାବକ, ଅଗ୍ନିକାଣ୍ଡରେ ସେଠାରେ କାର୍ଯ୍ୟରତ ୨୭ ଶ୍ରମିକଙ୍କର ମୃତ୍ୟୁ ହୋଇଛି।

    ପୁଲିସ ଏବଂ ପବ୍ଲିକ୍‌ ପ୍ରୋସିକ୍ୟୁଟଙ୍କ ଅଫିସ ପକ୍ଷରୁ କୁହାଯାଇଥି କି, ଏରେକ୍ୱିପା ଅଞ୍ଚଳରେ ଥିବା ଲା’ ଏସ୍‌ପେରାଞ୍ଜା-୧ ଖଣିରୁ ସୁନା ଖନନ ଚାଲିଥିଲା। ଶ୍ରମିକମାନେ ଖନନରେ ବ୍ୟସ୍ତ ଥିବା ବେଳେ ଏକ ସୁଡ଼ଙ୍ଗରେ ସର୍ଟସର୍କିଟ୍‌ ହୋଇଥିଲା ଓ ନିଆଁ ସୁଡଙ୍କ ଦେଇ ବ୍ୟାପୀ ଯାଇଥିଲା। ଏଥିରେ ଅତି କମରେ ୨୭ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା  ‘ଚାନେଲ୍‌ ଏନ୍‌’ ଟେଲିଭିଜନ୍‌କୁ ପବ୍ଲିକ୍ ପ୍ରୋସିକ୍ୟୁଟର୍‌ ଜିଓଭାନି ମାତୋସ୍‌ କହିଛନ୍ତି।

    ମୃତ ବ୍ୟକ୍ତିମାନଙ୍କର ଶବ ଉଦ୍ଧାର କରିବା ପୂର୍ବରୁ ଉଦ୍ଧାରକାରୀ ଦଳ ଖଣିକୁ ନିରାପଦ ରଖିବାକୁ ଉଦ୍ୟମ କରିଥିଲେ। କାରଣ ଭିତରକୁ ପ୍ରବେଶ କରି ଶବ ଉଦ୍ଧାର କରିବା ନିମନ୍ତେ ତାହାହିଁ ଏକମାତ୍ର ଉପାୟ ଥିଲା ବୋଲି ପବ୍ଲିକ୍ ପ୍ରୋସିକ୍ୟୁଟର୍‌ ଜିଓଭାନି ମାତୋସ୍‌ କହିଛନ୍ତି। ପୁଲିସ ମୃତବ୍ୟକ୍ତିମାନଙ୍କ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରିଥିଲା। ତେଣୁ ରବିବାର ସରକାରୀସ୍ତରରେ ସୂଚନା ଦିଆଯାଇଛି।

    ଏହା ପୂର୍ବରୁ ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟ କରିଥିଲା ଯେ, କଣ୍ଡେସୁୟୋସ୍‌ ପ୍ରଦେଶ ଅନ୍ତର୍ଗତ ୟାନାକ୍ବିହୁଆ ନଗରୀରେ ଥିବା ଖଣିରେ ବିସ୍ଫୋରଣ ଘଟି ନିଆଁ ଲାଗିଥିଲା। ବିସ୍ଫୋରଣ ହେବା ଫଳରେ ଖଣି ଭିତରେ ଲାଗିଥିବା କାଠଖୁଣ୍ଟିସବୁ ନିଆଁ ଲାଗି ଜଳିବାକୁ ଲାଗିଥିଲା। ଖଣିରେ ନିଆଁ ଲାଗିଥିବା ବେଳେ ଖଣିର ୧୦୦ ମିଟର ଗଭୀରରେ ଶ୍ରମିକମାନେ କାର୍ଯ୍ୟରତ ଥିଲେ। ଭିତରଟି ଏକ ସୁଡଙ୍ଗ ପରି ହୋଇଥିବାରୁ  ଅଧିକାଂଶ ଶ୍ରମିକଙ୍କ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିଲା। ଏସମ୍ପର୍କରେ ୟାନାକ୍ବିହୁଆର ମେୟର୍‌ ଜେମ୍‌ସ୍‌ କାସକ୍ବିନୋ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

    ତେବେ ଖଣିରେ କେତେ ଜଣ କାର୍ଯ୍ୟରତ ଥିଲେ ତାହା ଜଣାପଡି ନାହିଁ। ଶେଷ ରିପୋର୍ଟ ମୁତାବକ ଖଣିରୁ ୧୭୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ୨୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପେରୁ ଇତିହାସରେ ଏହା ହେଉଛି ଅନ୍ୟତମ ଦୁଃଖଦ ଖଣି ଦୁର୍ଘଟଣା। ଦୁର୍ଘଟଣାର ଖବର ପାଇ ଶ୍ରମିକମାନଙ୍କ ଶୋକସନ୍ତପ୍ତ ଆତ୍ମୀୟ ଖଣି ନିକଟରେ ରୁଣ୍ଡ ହୋଇଥିଲେ। ପୋଲିସ ପ୍ରଶାସନକୁ ଏମାନଙ୍କୁ ନିୟନ୍ତ୍ରଣ କରି ଉଦ୍ଧାର କାର୍ଯ୍ୟ କରିବାରେ ବହୁ ସମୟ ଲାଗିଯାଇଥିଲା।

    ସୂଚନାଯୋଗ୍ୟ, ପେରୁ ହେଉଛି ବିଶ୍ୱର ସର୍ବ ବୃହତ ସୁନା ଉତ୍ପାଦନକାରୀ ରାଷ୍ଟ୍ର। ପ୍ରତିବର୍ଷ ଏଠାରୁ ୧୦୦ ଟନ ସୁନା ଉତ୍ତୋଳନ ହୋଇଥାଏ, ଯାହା ବିଶ୍ୱର ମୋଟ ସୁନା ସପ୍ଲାଇର ୪ପ୍ରତିଶତ ହେବ। ଚଳିତ ଖଣି ଦୁର୍ଘଟଣାକୁ ସବୁଠାରୁ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା କୁହାଯାଉଛି। କାରଣ ଗୋଟିଏ ବର୍ଷରେ ଡର୍ଜନ ଡର୍ଜନ ଲୋକଙ୍କ ମୃତ୍ୟୁ ଦେଶର ଖଣି ଉଦ୍ୟୋଗରେ ସାଧାରଣ କଥା ନୁହେଁ। ତେବେ ଛୋଟ ମୋଟ ଦୁର୍ଘଟଣା ସେଠାକାର ଖଣିରେ ପ୍ରତି ବର୍ଷ ଘଟିଥାଏ।

  • ରାଜସ୍ଥାନ: ମିଗ-୨୧ ବିମାନ ଖସିପଡିବାରୁ ୩ ମୃତ

    ରାଜସ୍ଥାନ: ମିଗ-୨୧ ବିମାନ ଖସିପଡିବାରୁ ୩ ମୃତ

    ବାୟୁ ସେନାର ମିଗ-୨୧ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନର ଏକ ଅଂଶ ଗୋଟିଏ ଘର ଉପରେ ଖସି ପଡିବାରୁ ୩ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ସୋମବାର ସକାଳୁ ରାଜସ୍ଥାନର ହନୁମାନଗଡରେ ଏହି ଦୁର୍ଘଟଣା ଘଟିଛି। ତେବେ ବିମାନର ପାଲଟ ସୁରକ୍ଷିତ ଥିବା ଜିଲ୍ଲାପାଳ ରୁକ୍ମଣି ରିଆର କହିଛନ୍ତି। ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦେଖି ପାଇଲଟ ପାରାଚୁଟ ସାହାଯ୍ୟରେ ବିମାନରୁ ତଳକୁ କୁଦି ପଡିଥିଲେ। ଏଥିରେ ସେ ଆହତ ହୋଇଛନ୍ତି।

    ମିଗ ବିମାନ ଦୁର୍ଘଟଣା ନେଇ ବାୟୁ ସେନା ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିରେ ଉଲ୍ଳେଖ ରହିଛି କି, ସୁରତଗଡରୁ ଆଜି ସକାଳୁ ବାୟୁସେନାର ମିଗ୨୧ ବିମାନ ନିୟମିତ ତାଲିମ ପାଇଁ ଉଡାଣ ଭରିଥିଲା। ତେବେ  ବିମାନର ପାଇଲଟ ସୁରକ୍ଷିତ ବିମାନରୁ ବାହାରି ଆସିବାରେ ସକ୍ଷମ ହୋଇଛନ୍ତି, ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ପାଇଁ ଏକ ଟିମ ଗଠନ କରାଯାଇଛି। କିପରି ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ତାର କାରଣ ଖୋଜା ଚାଲିଛି।

    ସୋମବାର ସକାଳୁ ସକାଳୁ ମିଗ ୨୧ ବିମାନ ସୁରତଗଡରୁ ଉଡାଣ ଭରିଥିଲା। କିନ୍ତୁ ହନୁମାନଗଡରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର ଏକ ଅଂଶ ଗୋଟିଏ ଘରେ ଖସିପଡିବାରୁ  ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ଭିତରେ ଦୁଇ ମହିଳା ରହିଛନ୍ତି। ଉକ୍ତ ଘରେ ମୋଟ ୩ ଜଣ ଥିଲେ ଓ ସମସ୍ତଙ୍କର ମୃତ୍ୟୁ ହୋଇଛି। ସେପଟେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜାଣି ବିମାନରୁ ପାରାଚୁଟ ସାହାଯ୍ୟରେ ଡେଇଁ ପଡିଥିଲେ ପାଇଲଟ। ଏଥିରେ ସେ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଏୟାର ଲିପ୍ଟ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।  ପାଇଲଟଙ୍କୁ ନେବାକୁ ବାୟୁସେନାର ଏମଆଇ ୧୭କୁ ପଠାଯାଇଥିଲା।  

    ସେନାର ବିମାନ ଦୁର୍ଘଟଣାର ସିଲସିଲା ଗତ କିଛି ବର୍ଷ ଧରି ଜାରି ରହିଛି। ଏହା ପୂର୍ବରୁ ରାଜସ୍ଥାନର ଭରତପୁରରେ ଟ୍ରେନିଂ ସମୟରେ ଦୁଇ ଭାରତୀୟ ବିମାନ ସୁଖୋଇ ଏସୟୁ-୩୦ ଓ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା। ଗୋଟିଏ ବିମାନ ମଧ୍ୟପ୍ରଦେଶର ମୁରୈନାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଅନ୍ୟଟି ରାଜସ୍ଥାନର ଭରତପୁରରେ ଓହ୍ଲାଇଥିଲା। ସେହିପରି ଗତ ସପ୍ତାହରେ ଜମ୍ମୁ କାଶ୍ମୀରର କିଶ୍ତୱାଡା ଜିଲାରେ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

    ସେହିପରି ଏପ୍ରିଲରେ କୋଚିରେ ଏକ ତାଲିମ ତଟରକ୍ଷୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଗତ ବର୍ଷ ଅକ୍ଟୋବରରେ ଅରୁଣାଚଳପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାର ଦୁଇଟି ଘଟଣା ସାମ୍ନାକୁ ଆସିଥିଲା। ୫ ଅକ୍ଟୋବର 2022ରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ କ୍ଷେତ୍ର ନିକଟରେ ଏକ ଚାତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସେନାର ଜଣେ ପାଇଲଟଙ୍କର ମୃତ୍ୟୁ ହୋଇଥିଲା। ଏହାର କିଛି ଦିନ ପରେ ୨୧ ଅକ୍ଟୋବରକୁ ଭାରତୀୟ ସେନାର ଏଭିଏସନ ଆଡଭାନ୍ସ ଲାଇଟ ହେଲିକପ୍ଟର ଖସିପଡିବାରୁ ୫ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହୋଇଥିଲା। ତୁତିଙ୍ଗରୁ ୨୫ କିଲୋମିଟର ଦୂର ସିୟାଙ୍ଗ ଗାଁ ନିକଟରେ ଦୁର୍ଘଟଣା ହୋଇଥିଲା।

    https://twitter.com/Parwati_93/status/1655462430372405248
  • ମହାକାଶରେ ଅନ୍ବେଷଣ ଏବଂ ନିର୍ମାଣ କାର୍ଯ୍ୟ ପାଇଁ ନାସା ବିକାଶ କରୁଛି “ସ୍ନେକବୋଟ”

    ମହାକାଶରେ ଅନ୍ବେଷଣ ଏବଂ ନିର୍ମାଣ କାର୍ଯ୍ୟ ପାଇଁ ନାସା ବିକାଶ କରୁଛି “ସ୍ନେକବୋଟ”

    ନାସା ଇଞ୍ଜିନିୟର ମାନେ ଏକ ବୁଦ୍ଧିମାନ ରୋବଟ୍ ସାପ ବିକାଶ କରୁଛନ୍ତି, ଯାହାକି ଅନ୍ୟ ଜଗତକୁ ଅନୁସନ୍ଧାନ କରିବାରେ ଏବଂ ମହାକାଶରେ ନିର୍ମାଣ କାର୍ଯ୍ୟ କରିବାରେ ସକ୍ଷମ ହେବ ।

    ନାସା ଇଞ୍ଜିନିୟର ମାନେ ପୂର୍ବାନୁମାନ କରିଛନ୍ତି ଯେ, ରୋବଟ୍ ସାପ ସ୍ବତନ୍ତ୍ର ଭାବେ ଅନ୍ୟ ଗ୍ରହ କିମ୍ବା ଉପଗ୍ରହର ମାଟି ଖୋଳିବାରେ ବେଶ ସକ୍ଷମ, କୌଣସି ଗ୍ରହ ପୃଷ୍ଠରେ ଥିବା ଫାଟ ଏବଂ ସେଠାରେ ସୃଷ୍ଟି ହେଉଥିବା ବିଭିନ୍ନ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇ ତାହାର ମୁକାବିଲା କରିବାକୁ ଏହା ବହୁତ ସକ୍ଷମ । ପାଞ୍ଚ ବର୍ଷ ମଧ୍ୟରେ ମହାକାଶରେ ଯାତ୍ରା ପାଇଁ ଏହା ପ୍ରସ୍ତୁତ ହୋଇଯିବ ବୋଲି ନାସାର ଇଞ୍ଜିନିୟର ମାନେ ଆକଳନ କରିଛନ୍ତି ।

    କାଲିଫର୍ନିଆର ସିଲିକନ୍ ଭ୍ୟାଲିରେ ଅବସ୍ଥିତ ନାସାର ଆମସ୍ ରିସର୍ଚ୍ଚ ସେଣ୍ଟରର ଲିଡ୍ “ସ୍ନେକବଟ୍” ଇଞ୍ଜିନିୟର ଗ୍ୟାରି ହେଥ କହିଛନ୍ତି ଯେ, ସାପ ଆମକୁ ଅନ୍ତରିକ୍ଷରେ ବିଭିନ୍ନ କାର୍ଯ୍ୟରେ ସହାୟକ ହେବା ସହ ଦକ୍ଷତା ବଢାଇବ । ଏକ ସ୍ନେକବଟ୍ ଖାଲ-ଢିବ ଭୂମିରେ ବି ଯାଇପାରେ, ଯେଉଁଠାରେ ଏକ ଚକିଆ ରୋବୋଟିକ୍ ରୋଭର ଅଟକି ଯିବାର ସମ୍ଭାବନା ଯଥେଷ୍ଟ ଥାଏ ।

    ହେଥ କହିଛନ୍ତି ଯେ, ଆମର ପ୍ରଥମ ପଦକ୍ଷେପ ଥିଲା ଏକ ସରଳ ଯାନ୍ତ୍ରିକ ପରୀକ୍ଷଣ ସାପ ତିଆରି କରିବା ଏବଂ ଅନ୍ୟ ଲ୍ୟାବରେ ପୂର୍ବରୁ କରାଯାଇଥବା କାର୍ଯ୍ୟ ଯୋଗୁଁ ଆମେ ଏହାକୁ ଗୋଟିଏ ଦିନରୁ ବି କମ ସମୟ ଭିତରେ ନିର୍ମାଣ କରିପାରିଥିଲୁ । ଏହା ‘ପୋଲିବୋଟ’ର ପ୍ରତ୍ୟକ୍ଷ ମଡେଲ ଯାହାକୁ ଜେରୋକ୍ସ ପାଲୋ ଅଲଟୋ ରିସର୍ଚ୍ଚ ସେଣ୍ଟରର ମାର୍କ ୟିମ୍ , ପାଲୋ ଅଲଟୋ, ସିଏ ଆଦି ସହଯୋଗରେ ବିକଶିତ କରାଯାଇପାରିଛି । ଆମ ସଂସ୍କରଣରେ ଟିକେ ଅଲଗା ଇଲେକ୍ଟ୍ରୋନିକ୍ସ ଅଛି ବୋଲି ହେଥ କହିଛନ୍ତି । ପରୀକ୍ଷଣ ହୋଇଥିବା ସାପରେ ଗୋଟିଏ ତାର ଅଛି, ଯାହା କମ୍ପ୍ୟୁଟର ମେମୋରିରୁ ଯୋଗାଯୋଗ ଏବଂ ଶକ୍ତି ବହନ କରିଥାଏ ବୋଲି ହେଥ ବର୍ଣ୍ଣନା କରିଛନ୍ତି ।

  • କେରଳରେ ଡଙ୍ଗା ବୁଡି ୨୧ ଜଣଙ୍କ ମୃତ୍ୟୁ, ଖୋଜାଖୋଜିରେ ଲାଗିଛନ୍ତି ରେସ୍କ୍ୟୁ ଟିମ୍

    କେରଳରେ ଡଙ୍ଗା ବୁଡି ୨୧ ଜଣଙ୍କ ମୃତ୍ୟୁ, ଖୋଜାଖୋଜିରେ ଲାଗିଛନ୍ତି ରେସ୍କ୍ୟୁ ଟିମ୍

    କେରଳର ମଲପ୍ପୁରମ ଜିଲ୍ଲାରେ ୨୫ରୁ ଅଧିକ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡିବାରୁ ପାଣିରେ ବୁଡ଼ିଯିବା ଅତି କମରେ ୨୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମେ ୭ ତାରିଖ ପାଖାପାଖି ସନ୍ଧ୍ୟା ୭ଟା ସମୟରେ ତନ୍ନୁରର ତୁଭାଲ ତେରମ ପର୍ଯ୍ୟଟନ ସ୍ଥଳରେ ଏହି ଦୁର୍ଘଟଣା ଘଟିଛି । ଆଞ୍ଚଳିକ ଫାୟାର ରେଞ୍ଜ ଅଧିକାରୀ ସିଜୁ କେ.କେ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୨୧ଟି ମୃତଦେହ ଉଦ୍ଧାର କରାଯାଇଛି । ଏପର୍ଯ୍ୟନ୍ତ ଡଙ୍ଗାରେ କେତେଜଣ ବସିଥିଲେ ତାର ବାସ୍ତବ ସଂଖ୍ୟା ଜଣାପଡି ନାହିଁ । ତେଣୁ ଏପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରହିଛି ।

    ଘଟଣା ଜଣାପଡିବା ମାତ୍ରେ ଅନେକ ଗାଡି ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବିନା ଜର୍ଜ ମଧ୍ୟରାତ୍ରିରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜରୁରୀକାଳିନ ବୈଠକ ଡାକି ଆହତଙ୍କୁ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୋଷ୍ଟମର୍ଟମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ ଆହତମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ସକାଳ ୬ଟାରୁ ବ୍ୟବଚ୍ଛେଦ ଆରମ୍ଭ କରିବାକୁ ମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି ।

    ରବିବାର ଦିନ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଲପ୍ପୁରମରେ ଡଙ୍ଗା ବୁଡ଼ିଯିବା ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ବ୍ୟକ୍ତ କରିବ ସହିତ ଉଦ୍ଧାର କାର୍ଯ୍ୟକୁ ପ୍ରଭାବଶାଳୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସିଏମ ପିନାରାଇ ବିଜୟନ କହିଛନ୍ତି, “ମଲପ୍ପୁରମରେ ତନୁର ଡଙ୍ଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଁ ଦୁଃଖିତ । କ୍ୟାବିନେଟ ମନ୍ତ୍ରୀଙ୍କ ଦ୍ବାରା ତଦାରଖ କରାଯାଉଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ତ୍ବରିତ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି । ଟ୍ବିଟ ମାଧ୍ୟମରେ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାଇ ।

    ଏହି ଘଟଣାରେ ଲୋକଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି । ଏଥିସହ ସେ ଟ୍ୱିଟ୍ କରି ନିଜର ଦୁଃଖ ପ୍ରକାଶ କରିଛନ୍ତି । ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କୁ PMNRFରୁ ୨ ଲକ୍ଷ ଟଙ୍କା ଏକ୍ସ-ଗ୍ରାଟିଆ ରାଶି ପ୍ରଦାନ କରାଯିବ ।

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ମଲାପୁରାମରେ ଡଙ୍ଗା ବୁଡ଼ିଯିବା ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ରାଷ୍ଟ୍ରପତି ମୁର୍ମୁ ଟୁଇଟ୍ କରି କହିଛନ୍ତି, “କେରଳର ମଲାପ୍ପୁରମ ଡଙ୍ଗା ଦୁର୍ଘଟଣାରେ ଲୋକଙ୍କ ଦୁଃଖଦ ମୃତ୍ୟୁ ଅତ୍ୟନ୍ତ ଚକିତ କଲାଭଳି ଏବଂ ଦୁଃଖଦାୟକ । ପ୍ରିୟଜନଙ୍କୁ ହରାଇଥିବା ପରିବାରବର୍ଗଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି । ଦୁର୍ଘଟଣାରେ ବର୍ତ୍ତିଯାଇଥିବା ଲୋକଙ୍କ ମଙ୍ଗଳ ପାଇଁ ମୁଁ ପ୍ରାର୍ଥନା କରୁଛି ।”

  • ଭୁବନେଶ୍ୱର ସମେତ ଦେଶର ୨୭ଟି ସହରରେ NEET ପରୀକ୍ଷା

    ଭୁବନେଶ୍ୱର ସମେତ ଦେଶର ୨୭ଟି ସହରରେ NEET ପରୀକ୍ଷା

    ରାଜଧାନୀ ଭୁବନେଶ୍ୱର ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା NEET ଅନୁଷ୍ଠିତ ହୋଇଯାଇଛି । ଏହି ପରୀକ୍ଷା ଅପରାହ୍ଣ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୨୦ରେ ଶେଷ ହୋଇଥିଲା। ଚଳିତବର୍ଷ ଦେଶର ୪୯୯ ସହରରେ ମୋଟ ୨୦ ଲକ୍ଷ ୮୭ ହଜାର ୪୪୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

    ଆମ ରାଜ୍ୟ ଓଡ଼ିଶାରୁ ପ୍ରତିବର୍ଷ ୩୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥାନ୍ତି । କିନ୍ତୁ ଚଳିତବର୍ଷ ଓଡ଼ିଶାରୁ ୫୬ ହଜାର ଛାତ୍ରଛାତ୍ରୀ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ। ଭୁବନେଶ୍ୱର ସମେତ ମୋଟ ୨୭ଟି ସହରରେ ପରୀକ୍ଷା କେନ୍ଦ୍ରର ଆୟୋଜନ ହୋଇଥିଲା । ପରୀକ୍ଷାର୍ଥୀମାନଙ୍କୁ ୨ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

    ଶାନ୍ତିଶୃଙ୍ଖଳା ରକ୍ଷା କରି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେବା ପୂର୍ବରୁ ହଲ୍ ଭିତରକୁ ହଲ୍ ଟିକେଟ, ନିଜ ନିଜର ପାସଫଟୋ,ପରିଚୟ ପତ୍ର ବ୍ୟତୀତ ଅନ୍ୟ ସମସ୍ତ ଜିନିଷ ନେବାକୁ ବାରଣ କରାଯାଇଥିଲା। ଏଥିସହ ଢିଲା ପୋଷାକ,ସୁନାଗହଣା,ପାଠ ବହି,ପେନସିଲ, ପେନ୍ ନେବାକୁ ମନା ହୋଇଥିଲା । ଦେଶର ବିଭିନ୍ନ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ କରାଯାଇଥାଏ ।

  • ଆସନ୍ତା ସାଧାରଣତନ୍ତ୍ର ଦିବସ ହେବ ମହିଳା ଯବାନଙ୍କ ପାଇଁ

    ଆସନ୍ତା ସାଧାରଣତନ୍ତ୍ର ଦିବସ ହେବ ମହିଳା ଯବାନଙ୍କ ପାଇଁ

    ୨୦୨୪ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସକୁ ସ୍ମରଣୀୟ କରିବାକୁ ଭାରତ ସରକାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ କେବଳ ମହିଳାଙ୍କୁ ଦେଖିବାକୁ ମିଳିବ। କର୍ତ୍ତବ୍ୟ ପଥରେ ଏହି ଅବସରେ ହେବାକୁ ଥିବା ପରେଡରେ ସେନାର କେବଳ ମହିଳା ଯବାନ ପରେଡ କରିବେ। ପରେଡରେ ମହିଳା ଯବାନ ସେମାନଙ୍କ ଦୁଃସାହସ, ଦକ୍ଷତା ପ୍ରତିପାଦନ କରିବେ

    ଖାଲି ଏତିକି ନୁହେଁ ମାର୍ଚ୍ଚିଂ ଓ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟ କେବଳ ମହିଳାଙ୍କ ଦ୍ୱାରା ହେବା ନେଇ ନିଷ୍ପତ୍ତି ହୋଇଛି। ଏନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଗତ ମାର୍ଚ୍ଚ ମାସରେ ଏକ ପ୍ରସ୍ତାବ ଦିଆଯାଇଥିଲା। ବ୍ୟାପକ ବିଚାର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ରହିଛି। ଏହି ନିଷ୍ପତ୍ତି ସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ଗୃହ, ସଂସ୍କୃତି ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚିତ କରାଯାଇଛି।

    ଭାରତର ସାଧାରଣତନ୍ତ୍ର ପରେଡ ଦେଶର ସୈନ୍ୟ ଶକ୍ତି, ସାସ୍କୃତିକ ବିବିଧତା ଓ ଜାତୀୟ ଏକତାକୁ ଦର୍ଶାଇଥାଏ। ଏହାକୁ ବ୍ୟକ୍ତିଗତସ୍ତରରେ ହଜାର ହଜାର ଲୋକ ଦେଖିବା ସହ କୋଟି କୋଟି ଲୋକ ବିଶ୍ବ ବ୍ୟାପୀ ଟେଲିଭିଜନ ମାଧ୍ୟମରେ ଦେଖିଥାନ୍ତି। ଏଥିରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକା ଯାଇଥାଏ। ତେବେ ନିକଟରେ ମହିଳା ପ୍ରତିନିଧିଙ୍କ ପ୍ରଦର୍ଶନ ଓ ନେତୃତ୍ୱକୁ ସେନା ସହ ଅନ୍ୟାନ୍ୟ କ୍ଷତ୍ରରେ ଦେଖିବାକୁ ମିଳୁଛି।

    ଧୀରେ ଧୀରେ ଅଧିକରୁ ଅଧିକ ମହିଳା ସେନା ଓ ପାରାମିଲିଟାରୀ ଫୋର୍ସରେ ସାମିଲ ହେଉଛନ୍ତି।  ୨୦୧୫ରୋ ପ୍ରଥମ ଥର ପାଇଁ ତିନି ସେନାର ମହିଳା ୱିଂସ ପାରେଡରେ ସାମିଲ ହୋଇଥିଲେ। ୨୦୧୯ର ପରେଡ ବେଳେ ସ୍ଥଳ ସେନାର ଡେୟାର ଡେଭିଲ ଟିମରେ କ୍ୟାପ୍ଟେନ ଶିଖା ସୁରଭି ସାମିଲ ହୋଇ ବାଇକ ଷ୍ଟଣ୍ଟ ଦେଖାଇଥିଲେ। ପରବର୍ତ୍ତି ବର୍ଷ କ୍ୟାପଟେନ ତାନିଆ ସେରଗିଲ ପ୍ରଥମ ମହିଳା ଅଧିକାରୀ ହୋଇଥିଲେ, ଯିଏ ସମସ୍ତ ପୁରୁଷ ଦଳର ନେତୃତ୍ୱ ନେଇଥିଲେ। ୨୦୨୧ରେ ଫ୍ଲାଇଟ ଲେପ୍ଟନାଣ୍ଟ ଭାବନା କାନ୍ଥ ପରେଡରେ ଭାଗ ନେଇ ପ୍ରଥମ ଫାଇଟର ପାଇଲଟର ଗୌରବ ହାସଲ କରିଥିଲେ।