Category: ପୁରୀ

  • ରତ୍ନବେଦୀ ଛାଡି ସ୍ନାନବେଦୀରେ ତିନି ଦିଅଁ

    ରତ୍ନବେଦୀ ଛାଡି ସ୍ନାନବେଦୀରେ ତିନି ଦିଅଁ

    ଆଜି ଦେବ ସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିଲେଣି ଠାକୁର । ବର୍ଷକରେ ଥରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା ଦେଖିବାର ସୌଭାଗ୍ୟପ୍ରାପ୍ତି ହୁଏ ଭକ୍ତଙ୍କୁ। ସେଥିଲାଗି ଆଜି ବଡଦାଣ୍ଡରେ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ । ରାତି ୨ଟାରୁ ଦଇତାପତି ନିଯୋଗ ତରଫରୁ ଆରମ୍ଭ ହୋଇଥିଲା ନୀତିକାନ୍ତି। ଭୋର ପ୍ରାୟ ୪ଟା୪୫ରେ ମଙ୍ଗଳାର୍ପଣ ନୀତି ପରେ ଆରମ୍ଭ ହୋଇଥିଲା ପହଣ୍ଡି ।

    ପ୍ରଥମେ ସୁଦର୍ଶନ ପରେ ବଡ଼ଠାକୁର, ଦେବୀ ସୁଭଦ୍ରାଙ୍କ ଏବଂ ଶେଷରେ ସ୍ନାନବେଦୀକୁ ଧାଡି ପହଣ୍ଡିରେ ବିଜେ କରିଥିଲେ କଳାଠାକୁର। ସେପଟେ ଅପରାହ୍ନ ପ୍ରାୟ ୨ଟାରେ ହେବ ଗଜାନନ ବେଶ । ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିଛି । ସଠିକ ସମୟରେ ଗଜାନନ ବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ସେଵାୟତ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ଶୃଙ୍ଖଳିତ ଭାବରେ ନୀତି ଚାଲୁ ରହିଛି ।

    ଅନ୍ୟପଟରେ ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ବଡଦାଣ୍ଡରେ ପ୍ରତୀକ୍ଷା କରିଛନ୍ତି ଶ୍ରଦ୍ଧାକୁ । ଭକ୍ତିମୟ ପରିବେଶ ମଧ୍ୟରେ ଜୟ ଜଗନ୍ନାଥ ଧ୍ଵନିରେ ଗଗନ ପବନ ପ୍ରକମ୍ପିତ ହେଉଛି । ମରିଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଲମ୍ବିଛି ସ୍ୱତନ୍ତ୍ର ବ୍ୟାରିକେଡ । ଭକ୍ତଙ୍କ ପାଇଁ ପ୍ରଶାସନ ତରଫରୁ ପାନୀୟ ଜଳର ସୁବିଧା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଅଗ୍ନିଶମ ବିଭାଗ ପକ୍ଷରୁ ଜଳସିଞ୍ଚନ,ଧାଡି ଭିତରେ ପାଣି ବଣ୍ଟନର ବ୍ୟବସ୍ଥା କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୬୦ ପ୍ଲାଟୁନ ଫୋର୍ସ, ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ସ୍ନାନଯାତ୍ରା।

  • ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ନୀତି, ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

    ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ନୀତି, ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ

    ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏକାଦଶୀ ନୀତି ଅନୁଷ୍ଠିତ ହେଉଛି । ମହାଲକ୍ଷ୍ମୀ ଋକ୍ମିଣୀଙ୍କୁ ହରଣ କରି ବିବାହ କରିବେ ମହାପ୍ରଭୁ । ଏ ନେଇ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହେବ । ତେଣୁ ଆଜି ମଧ୍ୟାହ୍ନ ଗୋଟାଏରୁ ଅପରାହ୍ଣ ୫ଟା, ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଗତକାଲି ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଦଶମୀ ତିଥିରେ ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ଶ୍ରୀମନ୍ଦିରରେ ଘଣ୍ଟ କାହାଳୀ,ମହୁରି ବାଜି ମହାପ୍ରଭୁଙ୍କ ଅଭିଷେକ ନୀତି ସମ୍ପନ୍ନ ହୋଇଥିଲା ।

    ସେପଟେ, ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ ପାଇଁ ସମସ୍ତ ପ୍ରସ୍ତୁତି ହୋଇଛି । ତିନି ରଥର ଦଣ୍ଡା ଉପରେ ଭୂଇଁ ବସିବା ପରେ ଚାରିନାହାକା ଡେରା ହୋଇଛି । ପ୍ରତି ରଥରେ ଚାରିଟି ଲେଖାଏଁ ନାହାକା ଠିଆ କରାଯାଇଛି । ରଥ ଉପରେ ଛନ୍ଦା ଓ ଗୟଳ ଭିଡ଼ା କାର୍ଯ୍ୟ ମଧ୍ୟ ଜାରି ରହିଛି । ମହାପ୍ରଭୁଙ୍କ ତିନିରଥର ଚାରିନାହାକା ସହିତ ଜୋଖା ଭିଡ଼ା ହୋଇଛି । ଭୂଇଁ ଯୋଡ଼ା କାର୍ଯ୍ୟ ସରିବା ପରେ ପ୍ରତି ରଥରେ ତିନିଟି ଭୂଇଁ ଉଠିବ । ପ୍ରତି ରଥରେ ତିନି ଥାକରେ ତିନିଟି ଭୂଇଁରେ ମୋଟ ୩୦ଟି କାଠ ଯୋଡ଼ାଯିବ।

    ଆଜି ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏକାଦଶୀ ନୀତି ପାଇଁ ଦର୍ଶନରୁ ବଞ୍ଚିତ ହେବେ ସାଧାରଣ ଭକ୍ତ । ମହାଲକ୍ଷ୍ମୀଙ୍କ ସମସ୍ତ ନୀତିକାନ୍ତି ଶେଷ ପରେ ପୁଣି ଥରେ ଏହି ଦର୍ଶନ ସ୍ବାଭାବିକ ହେବ । ମହାପ୍ରଭୁ ଏବଂ ମହାଲକ୍ଷ୍ମୀଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ପ୍ରତିଦିନ ମହାବାହୁଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି । ଆଜିର ନୀତିକାନ୍ତି ଯୋଗୁଁ ଦର୍ଶନରେ ସାମାନ୍ୟ ବିଳମ୍ବ ହେବ ।

  • ପୋଲିସ ହାତରେ ଗଞ୍ଜେଇ ମାଫିଆ,ଟାର୍ଗେଟରେ ଥିଲା ରଥଯାତ୍ରା

    ପୋଲିସ ହାତରେ ଗଞ୍ଜେଇ ମାଫିଆ,ଟାର୍ଗେଟରେ ଥିଲା ରଥଯାତ୍ରା

    କନ୍ଧମାଳରୁ ଆସୁଥିଲା ଗଞ୍ଜେଇ । ଗଞ୍ଜେଇ ଠୁଳ କରି ଖୁଲମ ଖୁଲା କରୁଥିଲା ବ୍ୟବସାୟ । ରଥ ଯାତ୍ରାରେ ବେପର କରିବାକୁ କରିଥିଲା ଯୋଜନା । ନିଶା ମାଫିଆ ବିଜୟ ପାଣିର ନିଶା କାରବାରର ପ୍ଲାନିଂ ର ପର୍ଦାଫାଶ କରିଛି ପୁରୀ ପୋଲିସ। ଘର ଏବଂ ହୋଟେଲରେ ଚଢାଉ ଜାରି ରହିଛି । ଗତ 3 ତାରିଖରେ 6 କ୍ବିଣ୍ଟାଲ ଗଞ୍ଜେଇ ଜବତ ସହ ବିଜୟ ପାଣି ଏବଂ ତା ପୁଅ ଗିରଫ କରିଥିଲା ବ୍ରହ୍ମଗିରି ପୋଲିସ । ବିଟାର ବିଭାଗୀୟ ହାଜତରେ ଅଛନ୍ତି ବାପା-ପୁଅ । 624 କେଜି ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି ବ୍ପହ୍ମଗୀରି ପୋଲିସ ଏବଂ ଏସଆଇଟି ଟିମ୍ । ଏହା ସହ ଉଭଯଙ୍କଠାରୁ ହାତ ତିଆରୀ ବୋମା ଜବତ ହୋଇଛି । ଘଟଣାରେ ପୁରୀ ପୋଲିସ ପ୍ରସାଶନ 3 କୋଟି ଟଙ୍କାର ସମ୍ପତ୍ତି ବାର୍ଯ୍ୟାପ୍ତି କରିଥିବା ବେଳେ ସମ୍ପତ୍ତି ଭିତରେ 9ଟି ପ୍ଲଟ,4ଟି ଘର ଆଟାଚ୍ ହୋଇଛି । ତେବେ କୋଲକାତା ସ୍ଥିତ safema ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ପତ୍ତି ବାର୍ଯ୍ୟାପ୍ତି ପାଇଁ ଅନୁମତି ମିଳିଥିବା ଟାଉନଥାନା ପରିସରରେ ଅୟୋଜିତ ଏକ ସମ୍ବାଦିକ ସମିଳନିରେ ସୂଚନା ଦେଇଛନ୍ତି ପୁରୀ ଏସପି କେ ବିଶାଲ ସିଂ । ତେବେ ପୂର୍ବରୁ ମଧ୍ୟ ବ୍ରାଉନସୁଗାର ବେପାରୀଙ୍କ ଠରୁ 1 କୋଟି ରୁ ଅଧିକ ଟଙ୍କାର ସମ୍ପତ୍ତି ବାର୍ଯ୍ୟାପ୍ତି ହୋଇଥିଲା ।

  • ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

    ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

    ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ତିନି ରଥ ନିର୍ମାଣ ବେଶ୍ ଆଗେଇ ଚାଲିଛି । ସମୟ ଅନୁଯାୟୀ ସଠିକ୍ ସମୟରେ ସବୁ କାର୍ଯ୍ୟ କରାଯାଉଛି । ତେବେ ତିନି ରଥର ସମ୍ପୂର୍ଣ ଅଖ ଚକ ସଂଯୋଗ ହୋଇ ସାରିଛି । ଭୋଇ ସେବକ ମାନେ ଏହି କାର୍ଯ୍ୟ ସମ୍ପାଦନ କରିଥଲେ । ତେବେ ରଥ ଖଳାରେ ଚାରି ନାହାକା ଓ ଗର ଗରା କାର୍ଯ୍ୟ ଚାଲୁ ରହିଛି । ତିନି ରଥର ଦୁଇଟି ଲେଖାଁଏ ୨୦ ଫୁଟିଆ ଆଗଆଣି, ପଛଆଣି “ଦଣ୍ଡା ମୁହାଁଟି”ର ଅନୁକୂଳ ପୂଜା ପରେ ବିନ୍ଧ କାମ ଆରମ୍ଭ ହୋଇ ଶେଷ ହୋଇଛି । ଏହି ଦଣ୍ଡାମୁହାଁଟି ତିନି ରଥର ପାଞ୍ଚ ଦଣ୍ଡାରେ ଆଗ ଏବଂ ପଛ ଭାଗରେ ସଂଯୋଗ ହେବ, ପ୍ରତି ଦଣ୍ଡା ମୁହାଁଟିରେ ପାଞ୍ଚୋଟି ଲେଖାଁଏ ବିନ୍ଧ କରାଯାଇଛି । ତିନି ରଥର ୧୨ଟି ଲେଖାଁଏ ଭୂଇଁ ଚଉତାର ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ୱାରା ସମ୍ପନ୍ନ ପରେ ତିନି ରଥର ମହାରଣା ମାନେ ପ୍ରତି ଚଉତାର ଦୁଇ ପାର୍ଶ୍ଵରେ ଦୁଇଟି ଲେଖାଁଏ ବିନ୍ଧ କାର୍ଯ୍ୟ ଶେଷ କରିଛନ୍ତି ।

    ତିନି ରଥ ଚାଳିକୁ ପ୍ରଥମ ପର୍ଯ୍ୟାୟରେ ଯୋଗାଇ ଦିଆ ଯାଇଥିବା ୨୦ ଫୁଟିଆ ୮ଟି ଲେଖାଁଏ “୧୪ ନାହାକା” କାଠରେ ତିନି ରଥ ମହାରଣା ମାନେ ସେଥିରେ ଆଠ ଅଂଶୀ କୋଣ ବିଶିଷ୍ଟ ନାହାକା ନିର୍ମାଣ ଶେଷ କରିଛନ୍ତି । ତିନି ରଥର ଚାରି ନାହାକା ନିର୍ମାଣ ପାଇଁ ତିନି ରଥ ଚାଳିକୁ ରଥ ଆମୀନ ପ୍ରଥମ ପର୍ଯ୍ୟାୟରେ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ । ଚାରି ନାହାକାର ଚଉପଟ କାଯ୍ୟ ତିନି ରଥର ମହାରଣା ମାନେ ଆରମ୍ଭ କରିଛନ୍ତି । “ଗରଗରା” ନିର୍ମାଣ ପାଇଁ ତିନି ରଥର ଚାଳିକୁ ରଥ ଆମୀନ ଭୋଇ ସେବକଙ୍କ ମାଧ୍ୟମରେ ଦୁଇଟି ଲେଖାଁଏ ୨୦ ଫୁଟିଆ ଧଉରା କାଠ ଯୋଗାଇ ଦେଇଥିଲେ । କରତି ସେବକ ସେଗୁଡିକର ମୁଣ୍ଡ କରତି କଲାପରେ ତିନି ରଥର ମହାରଣା ମାନେ ଗରଗରାର ଚଉପଟ କାଯ୍ୟ ଆରମ୍ଭ କରିଛନ୍ତି।

    ଆଜି କରତି ସେବକ ମାନେ ନନ୍ଦିଘୋଷ ରଥର ୪୦ ଫୁଟିଆ ପୋଲ ଗୟଳର ଦୁଇପାର୍ଶ୍ଵ ଚିତା କାର୍ଯ୍ୟ ଶେଷ କରି ଚିରଟ ପାଇଁ ମାପ ଚିହ୍ନ ଦେଇଛନ୍ତି । ତିନି ରଥର ରୂପକାର ସେବକ ମାନେ ରଥର ଗୁଜ ଗୁଡିଜାରେ ରୂପ ଖୋଦେଇ ସହ ରୂପରେ ଅଳଙ୍କାର ତଥା ରୁପାର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ଦଣ୍ଡା ପାଇଁ ଦଣ୍ଡା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି । ତାଳଧ୍ୱଜ ରଥର ଓଝା ସେବକ ମାନେ ତାଳଧ୍ୱଜ ରଥର ଦଣ୍ଡା ପାଇଁ ‘ଅଗପାତେଳି’ରୁ ୪୨ଟି ଏବଂ ‘ଚଉରସ’ କଣ୍ଟାରୁ ୩୫ଟି, ମୋଟ ୭୭ଟି କଣ୍ଟା ନିର୍ମାଣ କରୁଥିବା ବେଳେ ଦର୍ପଦଳନ ରଥର ଓଝା ସେବକ ମାନେ ‘ଅଗ ପାତେଳି’ରୁ ୩୬ ଗୋଟି ଏବଂ ‘ଚଉରସ’ କଣ୍ଟାରୁ ୩୦ଟି ମୋଟ ୬୬ ଗୋଟି ଏବଂ ନନ୍ଦିଘୋଷ ରଥ ଦଣ୍ଡା ପାଇଁ ଓଝା ସେବକ ମାନେ ‘ଅଗପାତେଳି’ରୁ ୪୮ ଟି ଏବଂ ‘ଚଉରସ’ କଣ୍ଟାରୁ ୪୦ଟି ମିଶାଇ ମୋଟ ୮୮ ଗୋଟି କଣ୍ଟା ଆବଶ୍ୟକ ଅନୁଯାୟୀ ନିର୍ମାଣରେ ଲାଗିଛନ୍ତି ।

  • ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ’, ଭର୍ଚୁଆଲରେ ଶୁଭାରମ୍ଭ କଲେ PM

    ପୁରୀରୁ ଗଡ଼ିଲା ‘ବନ୍ଦେ ଭାରତ ଏକ୍ସପ୍ରେସ’, ଭର୍ଚୁଆଲରେ ଶୁଭାରମ୍ଭ କଲେ PM

    ଆଜିଠାରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ । ଏହାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଭର୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

    ଗୁରୁବାରକୁ ଛାଡ଼ି ଅନ୍ୟ ସବୁଦିନ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ରହିଛି । ପୁରୀରୁ ଏହି ଟ୍ରେନ୍ ଦିନ ୧.୫୦ରେ ଛାଡ଼ି ରାତି ସାଢ଼େ ୮ଟାରେ ହାୱଡାରେ ପହଞ୍ଚିବ । ସେହିଭଳି ହାୱଡାରୁ ସକାଳ ୬ଟା ୧୦ରେ ବାହାରି ୧୨ଟା ୩୫ରେ ପୁରୀରେ ପହଞ୍ଚିବ ବନ୍ଦେ ଭାରତ ଏକ୍ସପ୍ରେସ୍ ।

    ପଶ୍ଚିମବଙ୍ଗ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ । ପୁରୀରୁ ହାୱଡା ମଧ୍ୟରେ ଏହା ସବୁଠୁ ଦ୍ରୁତଗାମୀ ଟ୍ରେନ୍ । ପୂର୍ବରୁ ପଶ୍ଚିମବଙ୍ଗରେ ହାୱଡା-ଜଲପାଇଗୁଡ଼ି ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇସାରିଛି । ପାଖାପାଖି ୫୦୦ କିଲୋମିଟର ଦୂରତାକୁ ସାଢ଼େ ୬ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ୍ । ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଯାତ୍ରା ଏପ୍ରିଲ୍ ୨୮ ତାରିଖରେ ହୋଇଥିଲା ।

    ଏହା ସାଧାରଣ ଟ୍ରେନ୍ ତୁଳନାରେ ବେଶ୍ ଆରାମଦାୟକ । ଟ୍ରେନର ସବୁ କୋଚ୍ ଏସି ଥିବାବେଳେ ଟ୍ରେନରେ ଜିପିଏସ୍ ଓ ଫାୟାର୍ ସେନ୍ସର ଲାଗିଛି । ୱାଇଫାଇ ସୁବିଧା ପାଇପାରିବେ ଯାତ୍ରୀ । ଖାଦ୍ୟପାନୀୟ ପାଇଁ ଡିପ୍ ଫ୍ରିଜର ମଧ୍ୟ ରହିଛି । ମୋବାଇଲ୍ ଚାର୍ଜିଂ ପଏଣ୍ଟ ଥିବାବେଳେ ଲଗେଜ୍ ରଖିବା ପାଇଁ ମଡ୍ୟୁଲାର ରାକ୍ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ୨୦୧୯ ଫେବ୍ରୁଆରୀ ୧୫ ତାରିଖରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଥିଲେ । ଦେଶରେ ପ୍ରଥମ ଥର ପାଇଁ ଏହି ଟ୍ରେନ୍ ନୂଆଦିଲ୍ଲୀ ଠାରୁ ବାରଣାସୀକୁ ସେବା ଯୋଗାଇଥିଲା ।

  • ଶ୍ରୀଜିଉଙ୍କ ଭଉଁରୀ ଯାତ୍ରା

    ଶ୍ରୀଜିଉଙ୍କ ଭଉଁରୀ ଯାତ୍ରା

    ଆଜି ମହାପ୍ରଭୁଙ୍କ ଭଉଁରୀ ଯାତ୍ରା। ଏହି ଅବସରରେ ଶ୍ରୀକ୍ଷେତ୍ରରେ ତିନି ରଥର ଚକ ଅଖ ଡେରା ନୀତି ହେବ।ଏଥିପାଇଁ ଶ୍ରୀମନ୍ଦୀରରେ ଚାଲିଛି ପ୍ରସ୍ତୁତି । ସକାଳଧୂପ ପରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜିଉଙ୍କ ଆଜ୍ଞାମାଳ ଧରି ରଥ ଖଳାକୁ ବିଜେ କରିବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯିବ।ଚକ ଅଖ ଡେରା ନୀତି ସମ୍ପନ୍ନ ପରେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହେବ।ଅନ୍ୟପଟେ ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ଅନ୍ତିମ ଦିନ। ଆଜି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଭୂଦେବୀ, ଶ୍ରୀଦେବୀ, ରାମକୃଷ୍ଣ ଓ ମଦନମୋହନଙ୍କ ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଘେରା ଜଳକ୍ରୀଡା କରିବେ।ଏହାପରେ ଅପରାହ୍ନ ୪ଟାରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ମହାପ୍ରଭୁ ମଣିବିମାନରେ ବାହାରି ନରେନ୍ଦ୍ର ପୁଷ୍କରିଣୀ ଆସିବେ। ଭଉଁରୀ ଯାତ୍ରାରେ ଅତ୍ୟଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

  • ଜଗା ଦର୍ଶନକୁ ଆସିଥିବା ଦକ୍ଷିଣୀ ଭକ୍ତଙ୍କ ମୃତ୍ୟୁ

    ଜଗା ଦର୍ଶନକୁ ଆସିଥିବା ଦକ୍ଷିଣୀ ଭକ୍ତଙ୍କ ମୃତ୍ୟୁ

    ଶ୍ରୀମନ୍ଦିରକୁ ଜଗା ଦର୍ଶନକୁ ଆସିଥିବା ଜଣେ ଦକ୍ଷିଣ ଭାରତୀୟ ଭକ୍ତଙ୍କ ମନ୍ଦିର ପରିସରରେ ଉଡିଗଲା ହଂସା। । ଭକ୍ତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଖୁସିବାସିରେ ଆସିଥିବା ପରିବାର କାନ୍ଦ ବୋବାଳିରେ ଫାଟିଗଲା ମେଡିକାଲ ପରିସର।

    ବିଶାଖାପାଟନମର ଭି ଏସ ଦିବାକର ପାଖି ପରିବାର ସହ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ ପୁରୀ। ନିୟମ ଅନୁଯାୟୀ ଧାଡିରେ ଯାଇ ପଦ୍ମମୁଖଙ୍କୁ କରିଥିଲେ ଦର୍ଶନ। ରତ୍ନ ସିଂହାଶନରେ ଦର୍ଶନ ସାରି ଯାଇଥିଲେ ମହାଲକ୍ଷ୍ମୀ ମନ୍ଦିର ଆଡକୁ। ମା’ଙ୍କୁ ଭାବ ବିହ୍ୱଳ ହୋଇ ଦର୍ଶନ କରୁଥିବା ବେଳେ ହଠାତ୍ ସେଠାରେ ବେହୋସ ହୋଇ ପଡିଯାଇଥିଲେ ଦିବାକର। ପରିବାର ଲୋକେ ମନ୍ଦିର କର୍ମକର୍ତ୍ତାଙ୍କ ସହାୟତାରେ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

    ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

  • ଶେଷ ଥର ପାଇଁ ଝିଅର ଏକୋଇଶିଆରେ ଗାଁକୁ ଆସିଥିଲା ଦେବାଶିଷ, ହେଲେ ଆଉ ଆସିବନି

    ଶେଷ ଥର ପାଇଁ ଝିଅର ଏକୋଇଶିଆରେ ଗାଁକୁ ଆସିଥିଲା ଦେବାଶିଷ, ହେଲେ ଆଉ ଆସିବନି

    ମୋ ସାହିତ୍ୟ ଆଉ ଫେରିବନି । ମୋ ସାହିତ୍ୟ ସବୁଦିନ ପାଇଁ ଆଖି ବୁଜିଦେଲା । ଶେଷ ଥର ପାଇଁ ମୋ ନାତୁଣୀର ଏକୋଇସିଆକୁ ସେ ଆସିଥିଲା, ହେଲେ ସେ ଆଉ କେବେ ଆସିବନି । ତୁ କେମିତି ଛାଡି ଚାଲିଯାଇ ପାରିଲୁ ସାହିତ୍ୟ । ଜଣେ ବୀର ସୈନିକର ବାପା, ନିଜ ଛାତିରେ ଛାତିଏ କୋହକୁ ଜାବୁଡି ଧରି ଲୋତକ ଭରା ନୟନରେ ବଖାଣୁଥିଲେ ନିଜର ବେଦନା । ସେ ଆଜି ହତବାକ ହୋଇଯାଇଛନ୍ତି । କାହିଁକ ନା ତାଙ୍କର ୟଙ୍ଗ ପୁଅ ଆଜି ଦେଶ ପାଇଁ ସହୀଦ ହୋଇଯାଇଛନ୍ତି । ଏ କାହାଣୀ ହେଉଛି ଜମ୍ମୁର ପୁଞ୍ଛ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଓଡିଆ ଯବାନ ଦେବାଶିଷ ବିଶ୍ବାଳଙ୍କର ।

    ଦେବାଶିଷ ଗତ ବର୍ଷ ମେ 4 ତରିଖରେ ବିବାହ କରିଥିଲେ । ଗାଁରେ ଅତି ଗେହ୍ଲାରେ ଲୋକେ ତାଙ୍କୁ ସାହିତ୍ୟ ଡାକନ୍ତି । ଚଳିତ ବର୍ଷ ଜାନୁଆରୀରେ ସେ ବାପା ହେବାର ସୌଭାଗ୍ୟ ପାଇଥିଲେ । ଆଉ ଏହା ପରେ ସେ ଖୁସୀରେ ଉତଫୁଲିତ ହୋଇପଡିଥିଲେ । ନିଜ ଝିଅର ଏକୋଇଶିଆକୁ ସତ୍ୟବାଦୀରେ ଥିବା ନିଜ ଗାଁ ଖଣ୍ଡାୟତ ସାହିକୁ ଆସିଥିବା ବେଳେ ଗାଁରେ ଏକ ଭୋଜି ମଧ୍ୟ ଦେଇଥିଲେ । ଆଗ ମାସରେ ସେ ଘରକୁ ଆସିବା ବୋଲି କହିଥିଲେ, କିନ୍ତୁ ଆଉ ଆସିପାରିବେନି । ଦେବାଶିଷଙ୍କ ବାପା ପ୍ରତାପ ବିଶ୍ବାଳ କୋହଭରା କଣ୍ଠରେ କହିଛନ୍ତି ଯେ, ମତେ ଏବେ ବି ବିଶ୍ବାସ ହେଉନାହିଁ, ମୋ ସାହିତ୍ୟ ଆଉ ନାହିଁ । ପ୍ରତାପ ନିଜେ ଦେବାଶିଷଙ୍କୁ ସାହିତ୍ୟ ଆଉ ସାନ ପୁଅ ଦେବପ୍ରସାଦଙ୍କୁ ଯତ୍ନରେ ବିଜ୍ଞାନ ବୋଲି ଡାକୁଥିଲେ ।

    ଦେବାଶିଷ ପିଲାବେଳୁ ସେନାରେ ଯିବାକୁ ସ୍ବପ୍ନ ଦେଖୁଥିଲେ । କାହିଁକି ନା ସେ ମାତୃଭୂମିକୁ ବହୁତ ଭଲପାଉଥିଲେ । ତାଙ୍କ ବାପା ଜଣେ ଗରିବ କୃଷକ ହୋଇଥିବାରୁ ଦେବାଶିଷଙ୍କୁ କୋଚିଂ ସେଣ୍ଟରରେ ପଢାଇବାକୁ ସକ୍ଷମ ନଥିଲେ । ସେଥିପାଇଁ ବାପା ପ୍ରତାପ ଦେବାଶିଷଙ୍କ ସ୍ବପ୍ନ ପୂରଣ ହେବା ପାଇଁ ଭଗବାନ ଲୋକନାଥଙ୍କ ପାଖରେ ଗୁହାରୀ କରିଆସୁଥଲେ ।

    ଦେବାଶିଷ ଶେଷ ଥର ପାଇଁ ନିଜ ସ୍ତ୍ରୀ ସୁଶ୍ରୀ ସଂଗୀତାଙ୍କ ସହିତ ଗୁରୁବାର ସକାଳ 10ଟା 38 ମିନିଟରେ କଥା ହୋଇଥିଲେ । ନିଜ ଝିଅର ହାଲଚାଲ ବୁଝିଥିଲେ । ସ୍ତ୍ରୀ ସୁଶ୍ରୀ ପୁରୀ ଠାରେ ସରାରୀ ଆଇଟିଆଇରେ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ଦେବାଶିଷ 2013ରେ ରାଷ୍ଟ୍ରୀୟ ରାଇଫଲ୍ସରେ ଜଣେ ଜିଡି ସୈନିକ ଭାବେ ଚାକିରି ଆରମ୍ଭ କରିଥିଲେ । ଆଉ ସେ ଥିଲେ ତାଙ୍କ ପରିବାରର ପ୍ରଥମ ସରକାରୀ ଚାକିରିଆ । ପ୍ରତ୍ୟକ ଦିନ ସେ ତାଙ୍କ ବାପା ମାଙ୍କ ସହିତ ଫୋନେର କଥା ହୁଅନ୍ତି ।

    ଯେତେବେଳେ ଜମ୍ମୁ-କାଶ୍ମୀରରେ ତଙ୍କର ପୋଷ୍ଟିଂ ହେଲା ପରିବାର ଲୋକ ଚିନ୍ତିତ ହୋଇପଡିଥିଲେ । ସେତେବେଳେ ପରିବାର ଲୋକଙ୍କୁ ଚିନ୍ତା କରିବାକୁ ସେ ମନା କରିଥିଲେ । ଦେବାଶିଷ କହୁଥିଲେ, ଜମ୍ମୁରେ ଓଡିଶା ଭଳି ସାମାନ୍ୟ ସ୍ଥିତି ରହିଛି । କାଶ୍ମୀର ହେଉଛି ଅଶାନ୍ତ ଅଞ୍ଚଳ, ଜମ୍ମୁ ନୁହେଁ । ଦେବାଶିଷ ଖେଳକୁଦରେ ପ୍ରଥମ ଥଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ଗାଁର ସାମାଜିକ କାର୍ଯ୍ୟକ୍ରମରେ ସେ ସର୍ବଦା ନେତୃତ୍ବ ନେଉଥିଲେ । ଏଥିସହିତ ଗାଁରେ ବନ୍ୟ ସ୍ଥିତି ସମୟରେ ଅନ୍ୟକୁ ସହାୟତା କରିବା ପାଇଁ ସାଙ୍ଗ ମାନଙ୍କୁ ପ୍ରେରିତ କରୁଥିଲେ ।

  • ଓଡ଼ିଆ ବୀରଙ୍କୁ ସମ୍ମାନ, ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ

    ଓଡ଼ିଆ ବୀରଙ୍କୁ ସମ୍ମାନ, ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ

    ଭୁବନେଶ୍ୱର ବିମାନବନ୍ଦରରେ ଗାର୍ଡ ଅଫ୍ ଅନ୍ ପ୍ରଦାନ କରାଯିବାପରେ ପୁରୀ ଜିଲ୍ଲା ଖଣ୍ଡାୟତସାହି ଅଭିମୁଖେ ବାହାରିଛି ପାର୍ଥିବ ଶରୀର । ବିମାନବନ୍ଦରରେ ଶ୍ରଦ୍ଧାଞ୍ଚଳି ଜଣାଇଲେ ରାଜ୍ୟପାଳ ଗଣେଶୀ ଲାଲ । ପୁଷ୍ପଗଚ୍ଛ ଦେଇ ରାଜନେତା, ସେନା ଅଧିକାରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଜନ୍ମମାଟି ଖଣ୍ଡାୟତସାହିରେ ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଗତକାଲି ବିମାନ ଚଳାଚଳରେ ତ୍ରୁଟି ଯୋଗୁଁ ପାର୍ଥିବ ଶରୀର ଆସିବାରେ ବିଳମ୍ବ ହୋଇଥିଲା ।

    ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବୀର ତଥା ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ।

    ଗତ ୨୦ ତାରିଖରେ ରାଷ୍ଟ୍ରୀୟ ରାଇଫଲ୍ ୟୁନିଟ ଯବାନମାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କବାଦୀ । ଭୟଙ୍କର ବିସ୍ଫୋରଣରେ ଗାଡ଼ି ଜଳିଯାଇଥିଲା । ଘଟଣାରେ ୫ ଯବାନ ସହିଦ ହୋଇଥିବା ବେଳେ ଓଡି଼ଆ ଡ୍ରାଇଭର କାଳୀଚରଣ ଆହତ ହୋଇଥିଲେ । ଜମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ଏଭଳି ଆକ୍ରମଣକୁ ସମସ୍ତେ ନିନ୍ଦା କରିଥିଲେ ।

  • ପାଣ୍ଡିଆନଙ୍କ ପୁରୀ ଗସ୍ତ, ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

    ପାଣ୍ଡିଆନଙ୍କ ପୁରୀ ଗସ୍ତ, ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

    ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଶ୍ରୀ ଭି.କେ.ପାଣ୍ଡିଆନ ଆଜି ପୁରୀ ଯାଇ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରଥମେ ସେ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ । କାର୍ଯ୍ୟର ଅଗ୍ରଗତି ନେଇ ସେ ସନ୍ତୁଷ୍ଟ ହୋଇଥିଲେ ।

    ଏଥିସହ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ସେ ବାସେଳୀ ସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ଧର୍ମଶାଳା କାମ ବୁଲି ଦେଖିଥିଲେ । ଏହି ଧର୍ମଶାଳାରେ ୪ ହଜାର ଲୋକ ରହିବାର ବ୍ୟବସ୍ଥା କରାଯାଉଛି।

    ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ କାର୍ ଓ ବସ୍ ପାର୍କିଂ କାର୍ଯ୍ୟ ମଧ୍ୟ ଭି.କେ ପାଣ୍ଡିଆନ ବୁଲି ଦେଖିଥିଲେ । ଏ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସହ ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାପରେ ପାଣ୍ଡିଆନ ପୁରୀ ଗସ୍ତ କରିଥିଲେ ।