ଓଡ଼ିଆ ବୀରଙ୍କୁ ସମ୍ମାନ, ବିମାନ ବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ

ଭୁବନେଶ୍ୱର ବିମାନବନ୍ଦରରେ ଗାର୍ଡ ଅଫ୍ ଅନ୍ ପ୍ରଦାନ କରାଯିବାପରେ ପୁରୀ ଜିଲ୍ଲା ଖଣ୍ଡାୟତସାହି ଅଭିମୁଖେ ବାହାରିଛି ପାର୍ଥିବ ଶରୀର । ବିମାନବନ୍ଦରରେ ଶ୍ରଦ୍ଧାଞ୍ଚଳି ଜଣାଇଲେ ରାଜ୍ୟପାଳ ଗଣେଶୀ ଲାଲ । ପୁଷ୍ପଗଚ୍ଛ ଦେଇ ରାଜନେତା, ସେନା ଅଧିକାରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଜନ୍ମମାଟି ଖଣ୍ଡାୟତସାହିରେ ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ଗତକାଲି ବିମାନ ଚଳାଚଳରେ ତ୍ରୁଟି ଯୋଗୁଁ ପାର୍ଥିବ ଶରୀର ଆସିବାରେ ବିଳମ୍ବ ହୋଇଥିଲା ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବୀର ତଥା ସହିଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି ।

ଗତ ୨୦ ତାରିଖରେ ରାଷ୍ଟ୍ରୀୟ ରାଇଫଲ୍ ୟୁନିଟ ଯବାନମାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କବାଦୀ । ଭୟଙ୍କର ବିସ୍ଫୋରଣରେ ଗାଡ଼ି ଜଳିଯାଇଥିଲା । ଘଟଣାରେ ୫ ଯବାନ ସହିଦ ହୋଇଥିବା ବେଳେ ଓଡି଼ଆ ଡ୍ରାଇଭର କାଳୀଚରଣ ଆହତ ହୋଇଥିଲେ । ଜମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ଏଭଳି ଆକ୍ରମଣକୁ ସମସ୍ତେ ନିନ୍ଦା କରିଥିଲେ ।

Leave a Reply

Your email address will not be published. Required fields are marked *