Category: ଜିଲ୍ଲା

  • ଗାଧୋଇବା ହେଲା କାଳ…ନଦୀରେ ବୁଡ଼ିଯାଇ ୩ ଛାତ୍ରଙ୍କ ଗଲା ଜୀବନ

    ଗାଧୋଇବା ହେଲା କାଳ…ନଦୀରେ ବୁଡ଼ିଯାଇ ୩ ଛାତ୍ରଙ୍କ ଗଲା ଜୀବନ

    ନଦୀରେ ଗାଧୋଇବା ହେଲା କାଳ । ଅକାଳରେ ଚାଲିଗଲା ୩ ଜୀବନ । ୨ ଜଣଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଗାଁରେ ଶୋକାକୁଳ ପରିବେଶ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳରେ ।

    ସମୟ ପ୍ରାୟ ଅପରାହ୍ଣ ଗୋଟାଏ । ଗ୍ରାମାଞ୍ଚଳ ଥାନା ଲାଙ୍ଗୁଡ଼ି ଅଞ୍ଚଳ ଦେଇ ଯାଇଥିବା ନାଳିଆ ନଦୀକୁ ଗାଧୋଇବାକୁ ଯାଇଥିଲେ ୫ ଜଣ ଛାତ୍ର । ବିଧିର ବିଧାନ କିନ୍ତୁ ଆଉ କିଛି ଥିଲା । ହଠାତ୍ ସେମାନେ ନଦୀରେ ବୁଡ଼ିଗଲେ । ଚିତ୍କାର କଲେ ମାତ୍ର ପତ୍ତା ମିଳିଲାନି । ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେଲା । ୫ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଗଲା । କିନ୍ତୁ ସେଠାରେ ୩ ଛାତ୍ରଙ୍କ ଜୀବନ ଚାଲିଗଲା । ୨ ଛାତ୍ରଙ୍କ ଜୀବନ ରହିଲା, ଚିକିତ୍ସା (treatment)ପରେ ଘରକୁ ଫେରିଲେ ।

    ମୃତକମାନେ ହେଲେ ପ୍ରଣୟ କୁମାର ଲେଙ୍କା, ସ୍ମୃତି ରଞ୍ଜନ ସ୍ୱାଇଁ ଓ ରଜତ କୁମାର ଜେନା । ସମସ୍ତଙ୍କ ବୟସ ପାଖାପାଖି ୧୭ ବର୍ଷ ହେବ । ସମସ୍ତେ ଚରମ୍ପା ମହାବିଦ୍ୟାଳୟର ଛାତ୍ର (student) ଥିବାବେଳେ ଜୀବନ ହରାଇଛନ୍ତି । ମୃତ ପ୍ରଣୟଙ୍କ ଘର ହରିପୁର ଗାଁରେ ହୋଇଥିବା ବେଳେ ସ୍ମୃତି ଓ ରଜତଙ୍କ ଘର କୋରକୋରାରେ । ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । କେବଳ ଯାଞ୍ଚ କରି ମୃତ ଘୋଷଣା କରାଗଲା ବୋଲି କହିଛନ୍ତି ଡାକ୍ତର ପି.କେ ଖାରା । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି ।

  • ଝାରସୁଗୁଡ଼ା ଦାୟିତ୍ୱରେ ବିଜେଡିର ୩ ନେତା…କାହାକୁ ମିଳିବ କଂଗ୍ରେସ,ବିଜେପି ଟିକେଟ ?

    ଝାରସୁଗୁଡ଼ା ଦାୟିତ୍ୱରେ ବିଜେଡିର ୩ ନେତା…କାହାକୁ ମିଳିବ କଂଗ୍ରେସ,ବିଜେପି ଟିକେଟ ?

    BJD

    ଝାରସୁଗୁଡ଼ା ଉପନିର୍ବାଚନ(bypoll) ପାଇଁ ବିଜେଡି ପକ୍ଷରୁ ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାରଦା ପ୍ରସାଦ ନାୟକ ଓ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛି ବିଜୁ ଜନତା ଦଳ(BJD) । ପୂର୍ବରୁ ସାରଦା ପ୍ରସାଦ ନାୟକଙ୍କୁ ଝାରସୁଗୁଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା ।

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ସ୍ୱତନ୍ତ୍ର ରଣନୀତି କରିଛି । ଆସନ ହାତେଇବା ଲକ୍ଷ୍ୟରେ ସ୍ୱର୍ଗତଃ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି । ମେ’ ୧୦ରେ ଉପନିର୍ବାଚନ ପାଇଁ ଭୋଟିଂ ହେବ । ଏପ୍ରିଲ ୧୩ ତାରିଖରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ ।

    ଗତ ଜାନୁଆରୀ ୨୯ ତାରିଖରେ ତତ୍‌କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ା ବିଧାନସଭା ଆସନଟି ଖାଲି ପଡ଼ିଥିଲା । ଉପନିର୍ବାଚନ କରିବା ପାଇଁ ଗତ ମାର୍ଚ୍ଚ ୨୯ ତାରିଖରେ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ । ତେବେ ପ୍ରଥମେ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି । ଏଯାଏ କଂଗ୍ରେସ ଓ ବିଜେପି ନିଜ ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାଁନ୍ତି ।

  • କାସଭି ଷ୍ଟିଲ୍ ପ୍ଲାଣ୍ଟକୁ ମଞ୍ଜୁରୀ

    କାସଭି ଷ୍ଟିଲ୍ ପ୍ଲାଣ୍ଟକୁ ମଞ୍ଜୁରୀ

    ଏହା ମୋର ସ୍ୱପ୍ନ’ର ପ୍ରୋଜେକ୍ଟ : ଇଂ.ଦେବବ୍ରତ

    KASVI GROUP CHAIRMAN


    project,green signal,approval,investment
    ଉତ୍କଳ ଦିବସ ଅବସରରେ କେନ୍ଦୁଝର ପାଇଁ ଦୁଇଟି ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପ(project)କୁ ମଞ୍ଜୁରୀ ମିଳିଛି । କାସଭି ପାୱାର ଆଣ୍ଡ ଷ୍ଟିଲ ପ୍ରାଇଭେଟ ଲିମଟେଡ (Kasvi Power and Steel Private Limited) ଏବଂ ସୁପର ସ୍ମେଲଟର ଲି‌ମିଟେଡକୁ ଗ୍ରୀନ୍ ସିଗନାଲ (green signal) ଦେଇଛନ୍ତି ରାଜ୍ୟ ସରକାର । ବାରମ୍ବାର ଦାବି ପରେ ଆଜି ସରକାର ଏହାକୁ ଅନୁମୋଦନ(approval) କରିଛନ୍ତି ।

    ସୂଚନା ଅନୁସାରେ କାସଭି ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ୍ ଝୁମ୍ପୁରା ତହସିଲ ଅଞ୍ଚଳରେ ପ୍ରତିଷ୍ଠା ହେବ । ଏଥିପାଇଁ ୧୮୦୦ କୋଟି ଟଙ୍କା ପୁଞ୍ଜି ନିବେଶ (investment)କରାଯିବ । ଷ୍ଟିଲ ପ୍ଲାଣ୍ଟର କ୍ଷମତା ରହିବ ୦.୫୫ ଏମ୍‌ଟିପିଏ । ୩୫୦୦ ବେକାର ଯୁବକଯୁବତୀଙ୍କ ଏଠାରେ ନିଯୁକ୍ତି ମିଳିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

    ଏ ସମ୍ପର୍କରେ କାସଭି ଗ୍ରୁପ୍ ଚେୟାରମ୍ୟାନ୍ ଇଞ୍ଜିନିୟର ଦେବବ୍ରତ ବେହେରା କହିଛନ୍ତି କେନ୍ଦୁଝରରେ ଏକ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା କରିବା ମୋର ସ୍ୱପ୍ନ (dream)ଥିଲା । ଯଦିଓ ପୂର୍ବରୁ ଏକାଧିକ ସ୍ପଞ୍ଜ ଆଇରନ୍ ପ୍ଲାଣ୍ଟ, ଲୁହାପଥର ଖଣି, ମାଙ୍ଗାନିଜ୍ ଖଣି କାସଭି ଗ୍ରପୁପ ମାଲିକାନାରେ ରହିଛି ମାତ୍ର ଏହି ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ କେନ୍ଦୁଝରର ବେକାର ଯୁବକଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ସହାୟକ ବୋଲି ସେ କହିଛନ୍ତି ।

    ସେହିପରି, ସୁପର ସ୍ମଲ୍ଟର ଲିମିଟେଡ ପକ୍ଷରୁ ୧.୮ ଏମଟିିପିଏ କ୍ଷମତା ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଥିରେ ୫୪୦୦ କୋଟି ଟଙ୍କା ପୁଞ୍ଜି ନିବେଶ ହେବାକୁ ଥିବାବେଳେ ୧୯୦୦୦ ନିଯୁକ୍ତି ମିଳିବ ।

  • ଘଷିପୁରାରେ ବଢୁଛି କ୍ରାଇମ…’ଅଭିଯୁକ୍ତମାନଙ୍କୁ ଗିରଫ କର’

    ଘଷିପୁରାରେ ବଢୁଛି କ୍ରାଇମ…’ଅଭିଯୁକ୍ତମାନଙ୍କୁ ଗିରଫ କର’

    କେନ୍ଦୁଝର ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶାଳଦେଇ ବାଲିଘାଟ ବିବାଦ(BalighatDispute)ରୁ ହତ୍ୟା ଶିକାର ହୋଇଥିବା ମଲ୍ଲି ଜେନାଙ୍କ ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରାଯାଉ । ଏଥିସହ ମାଷ୍ଟରମାଇଣ୍ଡ(mastermind)କୁ ତଦନ୍ତ ପରିସରଭୁକ୍ତ କରିବାକୁ ଜୋରଦାର ଦାବି ହୋଇଛି ।

    ଗତ ମାର୍ଚ୍ଚ ୨୨ ତାରିଖରେ ଘଷିପୁରା ନିର୍ବାଚନମଣ୍ଡଳୀ ଶାଳଦେଇ ଗାଁରେ ବେଆଇନ୍ ବାଲିଘାଟକୁ ଜୋରଦାର ବିରୋଧ (strong protest)ହୋଇଥିଲା । ଶତାଧିକ ମହିଳା ବାଲିଘାଟକୁ ବିରୋଧ କରିଥିବା ବେଳେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ବାଲି ମାଫିଆ, ଘଷିପୁରା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ୱାମୀ ଏବଂ କିଛି ଯୁବକ ଏଥିରେ ସାମିଲ ଥିଲେ । ତେବେ ଘଟଣାରେ ମଲ୍ଲି ଜେନାଙ୍କ ଡାହାଣ ଗୋଡ଼କୁ ହାଣି ଦେଇଥିଲେ ଦୁର୍ବୃତ୍ତ । କଟକରେ ୬ ଦିନ ରହିବା ପରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଜୁଲାଇ ୧୪, ୨୦୨୨ରେ ସୁନନ୍ଦା ସେଠୀ ନାମକ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ନିର୍ବାଚନମଣ୍ଡଳୀରେ ଅପରାଧ (crime)ବଢୁଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଏସପିଙ୍କୁ ଦାବିପତ୍ର (demand letter)ଦିଆଯାଇଛି ।

  • କେମିତି ମଲେ ଡାକ୍ତରୀ ଛାତ୍ର ?..୫ ମହଲା ବିଲ୍ଡିଂ ତଳେ ମୃତଦେହ

    କେମିତି ମଲେ ଡାକ୍ତରୀ ଛାତ୍ର ?..୫ ମହଲା ବିଲ୍ଡିଂ ତଳେ ମୃତଦେହ

    MEDICAL STUDENT DIED

    ବାଲେଶ୍ୱର ରେମୁଣାସ୍ଥିତ ଫକୀରମୋହନ ମେଡିକାଲ କଲେଜ ବିଲ୍ଡିଂ ତଳୁ ଜଣେ ଡାକ୍ତରୀ ଛାତ୍ର (Medical Student)ଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ନାଁ ହିତେଷ୍ଣୁ ଦାସ । ସେ ତୃତୀୟ ବର୍ଷର ଏମବିବିଏସ ଛାତ୍ର । ଗତକାଲି ରାତି ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଥିଲା । ଶିଳ୍ପାଞ୍ଚଳ ଥାନା ପୋଲିସ ଶବ ବ୍ୟବଚ୍ଛେଦ (post-mortem)ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

    ଫକୀରମୋହନ ମେଡିକାଲ କଲେଜ ଛାତ୍ରାବାସର ୩ ନମ୍ବର ରୁମରେ ରହୁଥିଲେ ହିତେଷ୍ଣୁ । ଗତକାଲି ରାତିରେ ଅନ୍ୟ ସାଙ୍ଗମାନଙ୍କ ସହ ଖାଇପିଇ ଶୋଇଥିଲେ । ତେବେ ରାତି ସାଢ଼େ ୩ଟା ବେଳେ କ୍ୟାମ୍ପସର ୩ ଜଣ ଛାତ୍ର ବାଲେଶ୍ୱର ଷ୍ଟେସନ ଆସୁଥିବା ବେଳେ ୫ ମହଲା ବିଶିଷ୍ଟ ଏକାଡେମିକ ବିଲ୍ଡିଂ (academic building)ତଳେ ହିତେଷ୍ଣୁଙ୍କ ମୃତଦେହ ପଡ଼ିଥିଲା । ସେମାନେ କଲେଜ କର୍ତ୍ତୃପକ୍ଷ ଏବଂ ଶିଳ୍ପାଞ୍ଚଳ ଥାନା ପୋଲିସକୁ ଖବର ଦେଇଥିଲେ । ମୃତ୍ୟୁ ପଛରେ ପ୍ରକୃତ ରହସ୍ୟ (real secret) କ’ଣ ସେ ନେଇ କାରଣ ଏଯାଏ ସ୍ପଷ୍ଟ ହୋଇନି ।

    ହତ୍ୟା ନା ଆତ୍ମହତ୍ୟା, ନା ଅସାବଧାନତା ମୃତ୍ୟୁର କାରଣ ସେ ନେଇ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ (speeded up) କରିଛି । ମୃତ ଛାତ୍ର ହିତେଷ୍ଣୁଙ୍କ ଘର ବାଲେଶ୍ୱର ସଦର ଥାନା ଅଧିନ ଭୀମପୁରା ଗାଁରେ । ତାଙ୍କ ବାପା ଚନ୍ଦ୍ରକାନ୍ତ ଦାସ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ମୁଖ୍ୟ କିରାଣି ଭାବେ ଚାକିରି କରିଥିଲେ । କିଛିମାସ ପୂର୍ବେ ସେ ଅବସର ନେଇଛନ୍ତି ।

  • ‘ନିଖୋଜ ନା ହତ୍ୟା’ ?…ମାଟି ତଳୁ ମିଳିଲା କଙ୍କାଳ

    ‘ନିଖୋଜ ନା ହତ୍ୟା’ ?…ମାଟି ତଳୁ ମିଳିଲା କଙ୍କାଳ

    ARREST

    ମଣିଷ ବେଳେବେଳେ ଏମିତି କାମ କରେ ଯାହା କଳ୍ପନା ବାହାରେ (beyond imagination)ଥାଏ । ଜଣେ ବ୍ୟକ୍ତି ବିଦ୍ୟୁତ୍ ତାର ସଂସ୍ପର୍ଶରେ ପ୍ରାଣ ହରାଇବା ପରେ ଅଭିଯୁକ୍ତମାନେ ତାଙ୍କୁ ଗାତ ଖୋଳି ପୋତିଦେଲେ । ଘଟଣାର ୭ ମାସ ପରେ ପ୍ରକୃତ ତଥ୍ୟ (real facts)ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

    ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାନ୍ଦା ଫାଣ୍ଡି ବାଲିପସି ଗାଁରେ ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଯାଇଥିଲା(scattered) । ଏହା ସଂସ୍ପର୍ଶରେ ଆସି ସନାତନ ବେହେରାଙ୍କ ମୃତ୍ୟୁ ହୋଇଥିଲା । ଜୀବନ ହାରିବା ପରେ ଗିରଫ ଭୟରେ ଅଭିଯୁକ୍ତମାନେ ତାଙ୍କୁ ଗାତ ଖୋଳି ପୋତି (buried)ଦେଇଥିଲେ । ସେପଟେ, ସ୍ୱାମୀ ନିଖୋଜ ଥିବା ନେଇ ସ୍ତ୍ରୀ ରୀନା ବେହେରା ଥାନାରେ ଏତଲା ଦେଇଥିଲେ । ଏହାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଥିଲା ।

    ଦୀର୍ଘ ୭ ମାସ ପରେ ଜଣେ ଅଭିଯୁକ୍ତ ସନାତନଙ୍କୁ ହତ୍ୟା(killed) କରିଥିବା ନେଇ ପତ୍ନୀ ରୀନାଙ୍କୁ କହିଥିଲେ । ଏଭଳି ଖବର ନେଇ ପୁଣି ଥାନାର ଦ୍ୱାରସ୍ଥ ହୋଇଥିଲେ ମହିଳା । ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କ ମଧ୍ୟରୁ ସଞ୍ଜୟ ଦେହୁରୀ ଓ ପିଲୁ ସେଠୀ ୨ ଜଣଙ୍କୁ ଗିରଫ (arrested) କରାଯାଇଛି । ପୋଲିସ ଅଭିଯୁକ୍ତଙ୍କୁ ନେଇ ସାଇଣ୍ଟିଫିକ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ପୋତା ଯାଇଥିବା ଜାଗାରୁ ମାଟି ଖୋଳି ବାହାର କରିଛି । ମୃତ ସନାତନଙ୍କ ହାଡ଼ କଙ୍କାଳ (skeleton) ମିଳିଛି । ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

  • ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର..ସହିପାରୁନଥିଲେ ସହପାଠୀ, ହତ୍ୟା ଅଭିଯୋଗ

    ଯାଜପୁର ସରକାରୀ ପଲିଟେକନିକ ବିରଜା ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ (hanging body)ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଇଲେକ୍ଟ୍ରିକାଲ ବିଭାଗ ତୃତୀୟ ବର୍ଷର ରୋଜାଲିନ୍ ପାତ୍ର । ଯାଜପୁର ଜେନାପୁର ଥାନା ଷେଣ୍ଢପୁର ଗାଁର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ଜଣେ ମେଧାବୀ ଛାତ୍ରୀ (brilliant student)ଭାବେ ବେଶ୍ ଜଣାଶୁଣା ଥିଲେ । ସେଥିପାଇଁ ସେ ଓ ତାଙ୍କ ପରିବାର ଲୋକେ ଏବଂ ସମ୍ପର୍କୀୟମାନେ ବହୁତ ଖୁସି ଥିଲେ । ତେବେ ଛାତ୍ରୀଙ୍କ ମୃତ୍ୟୁ କେମିତି ହେଲା ତାହା ଏଯାଏ ଅସ୍ପଷ୍ଟ (unclear)ରହିଛି ।

    ସେପଟେ, ରୋଜାଲିନଙ୍କୁ ମାରି ଝୁଲାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଛାତ୍ରୀଜଣଙ୍କ ୪ଟି କ୍ୟାମ୍ପସ ପାଇଥିବାରୁ ତାଙ୍କ ସହପାଠୀମାନେ ଈର୍ଷା (jealous)କରୁଥିଲେ । ବିଭିନ୍ନ ସମୟରେ ହଇରାଣ କରିବା ସହ ଧମକଚମକ (harassment and threats)ଦେଉଥିବା ଅଭିଯୋଗ ଆସିଛି । ପୂର୍ବରୁ ଜଣେ ଛାତ୍ର ରୋଜାଲିନଙ୍କୁ ମାଡ଼ ମାରିବା ସହ ଅଶ୍ଳୀଳ ମେସେଜ୍ ପଠାଇଥିବା କହିଛନ୍ତି ତାଙ୍କ ମା’। ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷ ମଧ୍ୟ ଦାୟୀ ବୋଲି ପରିବାର ଲୋକେ କହିଛନ୍ତି । ପୋଲିସ ଘଟଣାର ଖୋଳତାଡ଼ କରୁଛି ।

  • CRPF ଯବାନଙ୍କ ଆତ୍ମହତ୍ୟା ! …କାରଣ ଖୋଜୁଛି ପୋଲିସ

    ଡ୍ୟୁଟିରେ ଥିବା ବେଳେ ଅଘଟଣ । ନିଜ ବନ୍ଧୁକରୁ ଗୁଳି କରି (firing his gun)ଜଣେ ସିଆରପିଏଫ୍ ଯବାନ ଆତ୍ମହତ୍ୟା କରିଥିବା (committed suicide)ଅଭିଯୋଗ ହୋଇଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

    ଆତ୍ମହତ୍ୟା କରିଥିବା ସିଆରପିଏଫ୍ ଯବାନ ପଶ୍ଚିମବଙ୍ଗର ପ୍ରସନ୍ନଜିତ ପାଳ । ସେ ଜଗଦଲପୁରରେ ଥିବା ସିଆରପିଏଫ୍ କ୍ୟାମ୍ପରେ ଡ୍ୟୁଟି କରୁଥିଲେ । ଗତକାଲି ରାତି ୧୦ଟାରୁ ତାଙ୍କ ଡ୍ୟୁଟି ସୁରକ୍ଷା ଟାୱାର (security tower)ଉପରେ ରହିଥିଲା । ତେବେ ଏହି ସମୟରେ ସେ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଅଣାଯାଇଥିଲା । ତେବେ ଘଟଣାର ପ୍ରକୃତ କାରଣ (actual cause)ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ (investigation) ଜାରି ରହିଛି ।