ବଡ଼ବିଲ ଗୁଳିକାଣ୍ଡ ଘଟଣା, ତଦନ୍ତ ଦିଗ ବଦଳାଉଛି ପୋଲିସ: ବିଜେପି

କେନ୍ଦୁଝର ବଡ଼ବିଲ ଗୁଳିକାଣ୍ଡ ଘଟଣାରେ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କ ସଂପୃକ୍ତି ରହିଛି । ଚାପରେ ଆସି ତଦନ୍ତର ଦିଗ ବଦଳାଉଛି ପୋଲିସ । ଏଭଳି ଅଭିଯୋଗ କରିଛି ରାଜ୍ୟ ବିଜେପି ।

ମେ’ ୧ ତାରିଖ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଜେଡି ନେତା ତଥା ବଡ଼ବିଲ ଲକ୍ଷ୍ମଣ ମହାନ୍ତଙ୍କ ସଂପୃକ୍ତି ରହିଛି । ବଡ଼ବିଲ ଥାନାଧିକାରୀ ଏଭଳି କହିବା ପରେ ବଡ଼ବିଲ ପୋଲିସକୁ ଘେରିଛି ବିଜେପି । ଏସପିଙ୍କୁ ଭେଟି ବିଜେପି ନେତା ମୁରଲି ମନୋହର ଶର୍ମା ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ରାଜନୈତିକ ଚାପରେ ତଦନ୍ତ ବାଟବଣା ନ ହେବାକୁ ସେ ଅନୁରୋଧ କରିଛନ୍ତି । ଭୋଲା ସିହ୍ନା ହତ୍ୟାକାଣ୍ଡର ତଦନ୍ତ ଠିକ୍ ରାସ୍ତାରେ ଯାଉନଥିବା କହିଛି ବିଜେପି । ଅନ୍ୟପଟେ, ସୁପାରୀ କିଲରକୁ ଦେବା ପାଇଁ ୫ ଲକ୍ଷ ଟଙ୍କା ଆସିଲା କେଉଁଠୁ ସେ ନେଇ ପ୍ରଶ୍ନ କରିଛି ବିଜେପି ।

ବଡ଼ବିଲ ମ୍ୟୁନିସିପାଲିଟି ଅଧ୍ୟକ୍ଷଙ୍କ ଠାରୁ ପାଉଥିବା ନିୟମିତ ଆର୍ଥିକ ସହାୟତା ବନ୍ଦ ହୋଇଯିବାରୁ ହତ୍ୟାକାଣ୍ଡ ଘଟିଥିବା ବିଶ୍ବାସ ହେଉ ନାହିଁ । ଏଭଳି ସ୍ଥିତିରେ ଅଭିଯୁକ୍ତ ସୁଖବିନ୍ଦର କୌର, ମୃତ ଭୋଲା ସିହ୍ନା ଓ ମ୍ୟୁନିସିପାଲିଟି ଚେୟାରମ୍ୟାନଙ୍କ ମଧ୍ୟରେ ଥିବା ସଂପର୍କର ଅଧିକ ଅନୁସନ୍ଧାନ ଆବଶ୍ୟକ । ସେଥିପାଇଁ ଏ ତିନି ଜଣଙ୍କ ମୋବାଇଲ ତୁରନ୍ତ ଜବତ କରି କଲ୍ ରେକର୍ଡ ଓ ସେଥିରେ ଥିବା ସନ୍ଦେହଜନକ ଭିଡିଓ, ଅଡିଓକୁ ଅନୁସନ୍ଧାନ ପରିସରଭୁକ୍ତ କରାଯିବା ଜରୁରୀ । ସେପଟେ,ତଦନ୍ତ ଜାରି ଥିବା ଏସପି କହିଛନ୍ତି । ବିଜେପି ଯେଉଁ ନେତାମାନଙ୍କ ନାମ ଦେଇଛନ୍ତି ତା ଉପରେ ମଧ୍ୟ ତଦନ୍ତ ଚାଲିଛି ।

Leave a Reply

Your email address will not be published. Required fields are marked *