Author: suchanatv24x7

  • ବଦଳିଲା ଭାଗ୍ୟ, IPL କୁଇଜରେ ଜିତିଲେ ବୋଲେନୋ

    ବଦଳିଲା ଭାଗ୍ୟ, IPL କୁଇଜରେ ଜିତିଲେ ବୋଲେନୋ

    ଏବେ ସବୁଠି IPL କ୍ରେଜ୍ । ମ୍ୟାଚ୍‌ର ମଜା ନେଉନେଉ ଜଣେ ପୋଲିସ କନଷ୍ଟେବଲ୍‌ ଜିଓ ସିନେମା ମୋବାଇଲ୍‌ ଆପ୍‌ ଅନ୍‌ଲାଇନ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ହେଲେ ସେ ଜାଣି ନଥିଲେ ଯେ ତାଙ୍କୁ ଦିନେ ପୁରସ୍କାର ମିଳିବ । ତାହା ପୁଣି ଗୋଟିଏ ଚିକ୍‌ମିକ୍‌ ବୋଲେନୋ କାର୍‌। ପୁରସ୍କାର ପାଇ ସେ ବେଶ୍‌ ଖୁସି ଅଛନ୍ତି । ସେ ଦେଶର ଏକମାତ୍ର ଭାଗ୍ୟବାନ ବ୍ୟକ୍ତି ଯିଏ ଏଭଳି ପୁରସ୍କାର ଜିତିବାର ସୌଭାଗ୍ୟ ପାଇଛନ୍ତି । ତାଙ୍କ ନାଁ ଭୀମସେନ ମହାନ୍ତି । ସେ ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ମାହାର୍ଦ୍ଦାପଳସାର ବାସିନ୍ଦା ।

    ଫଟାଫଟ୍ କ୍ରିକେଟ୍ IPL ମାର୍ଚ୍ଚ ୩୧ରୁ ଆରମ୍ଭ ହୋଇଛି । ମ୍ୟାଚର ସିଧା ପ୍ରସାରଣ ଜିଓ ସିନେମା ଆପ୍‌ ମାଧ୍ୟମରେ ‌ମାଗଣା ଦେଖିପାରୁଛନ୍ତି ଦର୍ଶକ । ତେବେ ମ୍ୟାଚ୍‌ ବେଳେ ଜିଓ କମ୍ପାନି ପକ୍ଷରୁ ଏକ ପ୍ରତିଯୋଗିତା ହେଉଛି । ଦେଶର ଭାଗ୍ୟଶାଳୀ ବିଜେତାଙ୍କ ପାଇଁ ବୋଲେନୋ କାର୍‌ ରହିଛି । ଗତ ୮ ତାରିଖରେ ଦେଶର କୋଟି କୋଟି ଲୋକ ଅଂଶଗ୍ରହଣ କରିଥିଲେ। ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନାର କନ୍‌ଷ୍ଟେବଲ୍ ମାହାର୍ଦ୍ଦାପଳସାର ଭୀମସେନ ମହାନ୍ତ ମଧ୍ୟ ଖେଳ ଦେଖୁଦେଖୁ ପ୍ରତିଯୋଗିତାର କିଛି ପ୍ରଶ୍ନର ଉତ୍ତର ଦେଇଥିଲେ । ଠିକ୍‌ ଉତ୍ତରଦାତାଙ୍କ ମଧ୍ୟରେ ଲଟେରି ହୋଇ ପରଦିନ ଫଳାଫଳ ଘୋଷଣା କରାଯାଇଥିଲା । ଏଥିରେ ବୋଲେନୋ କାର୍‌ ଜିତିଥିଲେ ଭୀମସେନ । ଜିଓ କମ୍ପାନିରୁ ଫୋନ୍‌ ଆସିବା ପରେ ସେ ବହୁତ ଖୁସି ଅନୁଭବ କରିଥିଲେ । କମ୍ପାନି ପକ୍ଷରୁ ୧୩ ଏପ୍ରିଲ୍ ୨୦୨୩ରେ ଭୀମସେନଙ୍କୁ ବାଲେଶ୍ବର ଡକାଯାଇଥିଲା ଏବଂ ସ୍ଥାନୀୟ ଏକ ‌ସୋ’ରୁମ୍‌ରେ ଚିକ୍‌ମିକ୍‌ କରୁଥିବା ଏକ ବୋଲେନୋ କାର୍‌ ପୁରସ୍କାର ସ୍ବରୂପ ତାଙ୍କୁ ଦିଆଯାଇଥିଲା । କିନ୍ତୁ ସେ ପୁରସ୍କାର ଜିତିବା ଲକ୍ଷ୍ୟ ନେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନଥିଲେ ବୋଲି କହିଛନ୍ତି ଭୀମସେନ ।

  • IPL : ମୁମ୍ବାଇ V କୋଲକାତା, ଗୁଜରାଟ V ରାଜସ୍ଥାନ

    IPL : ମୁମ୍ବାଇ V କୋଲକାତା, ଗୁଜରାଟ V ରାଜସ୍ଥାନ

    IPLରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ମୁମ୍ବାଇରେ ପ୍ରଥମ ମ୍ୟାଚ୍ ଅପରାହ୍ଣ ୩.୩୦ରେ ଖେଳାଯିବାକୁ ଥିବାବେଳେ ସନ୍ଧ୍ୟା ୭.୩୦ରେ ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଗୁଜରାଟ ଓ ରାଜସ୍ଥାନ ।

    ଗତ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଟ୍ରାକକୁ ଫେରିଛି ମୁମ୍ବାଇ ଇଣ୍ଡିଆନ୍ସ । ଦିଲ୍ଲୀକୁ ପରାସ୍ତ କରି ଚଳିତ ସିଜିନରେ ପ୍ରଥମ ବିଜୟ ହାସଲ କରିଥିଲା ଦଳ । ଆଜି ବି ଭଲ ପରଫରମାନ୍ସ କରିବାକୁ ଦଳ ଆଶାବାଦୀ । ୩ଟି ମ୍ୟାଚରେ ମାତ୍ର ଗୋଟିଏରେ ବିଜୟୀ ହୋଇଛି ରୋହିତ ଆଣ୍ଡ କୋ । ସେପଟେ, କୋଲକାତା ୪ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ଅଧିନାୟକ ନିତିଶ ରାଣା, ଭେଙ୍କେଟେସ ଆୟର, ରିଙ୍କୁ ସିଂ ଭଲ ଫର୍ମରେ ଅଛନ୍ତି । ତେବେ, ରସେଲ ଓ ନାରିନ ବ୍ୟାଟିଂରେ କମାଲ କଲେ ଦଳ ବିଜୟୀ ହେବା ନିଶ୍ଚିତ । ତେଣୁ ଉଭୟଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ ।

    ଦ୍ୱିତୀୟ ମ୍ୟାଚରେ ଗୁଜରାଟର ସାମ୍ନା କରିବ ରାଜସ୍ଥାନ । ଗତଥରର ଫାଇନାଲିଷ୍ଟ ଗୁଜରାଟ ଓ ରାଜସ୍ଥାନ ମଧ୍ୟରେ କଡ଼ା ମୁକାବିଲା ହେବ । ଉଭୟ ଟିମ୍ ୪ଟି ମ୍ୟାଚରୁ ୩ଟି ଲେଖାଏଁ ମ୍ୟାଚରେ ବିଜୟୀ ହୋଇଛନ୍ତି । ଆଜି ଆଉ ଏକ ରୋମାଞ୍ଚକ ମ୍ୟାଚ୍ ଉପଭୋଗ କରିବେ ଦର୍ଶକ ।

  • ପାଣ୍ଡିଆନଙ୍କ ପୁରୀ ଗସ୍ତ, ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

    ପାଣ୍ଡିଆନଙ୍କ ପୁରୀ ଗସ୍ତ, ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

    ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଶ୍ରୀ ଭି.କେ.ପାଣ୍ଡିଆନ ଆଜି ପୁରୀ ଯାଇ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରଥମେ ସେ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ । କାର୍ଯ୍ୟର ଅଗ୍ରଗତି ନେଇ ସେ ସନ୍ତୁଷ୍ଟ ହୋଇଥିଲେ ।

    ଏଥିସହ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ସେ ବାସେଳୀ ସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ଧର୍ମଶାଳା କାମ ବୁଲି ଦେଖିଥିଲେ । ଏହି ଧର୍ମଶାଳାରେ ୪ ହଜାର ଲୋକ ରହିବାର ବ୍ୟବସ୍ଥା କରାଯାଉଛି।

    ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ କାର୍ ଓ ବସ୍ ପାର୍କିଂ କାର୍ଯ୍ୟ ମଧ୍ୟ ଭି.କେ ପାଣ୍ଡିଆନ ବୁଲି ଦେଖିଥିଲେ । ଏ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସହ ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାପରେ ପାଣ୍ଡିଆନ ପୁରୀ ଗସ୍ତ କରିଥିଲେ ।

  • ଉଚ୍ଚତା ବଢ଼ାଇବାକୁ ‘ଗିବସନ’ଙ୍କ ଏ କି ପାଗଳାମି

    ଉଚ୍ଚତା ବଢ଼ାଇବାକୁ ‘ଗିବସନ’ଙ୍କ ଏ କି ପାଗଳାମି

    ବ୍ୟକ୍ତିର ଆତ୍ମବିଶ୍ୱାସ ତାର ବାହ୍ୟ ରୂପ ଉପରେ ଅନେକାଂଶରେ ନିର୍ଭର କରିଥାଏ। ସୁଢଳ, ସୌମ୍ୟକାନ୍ତ ଶରୀରଧାରୀଙ୍କୁ ମଧ୍ୟ ଲୋକେ ଅଧିକ ପସନ୍ଦ କରିଥାନ୍ତି। ତେଣୁ ଯେଉଁମାନଙ୍କର ଉଚ୍ଚତା ସାଧାରଣତଃ କମ ଥାଏ ବା ଯେଉଁମାନେ କଳା ରଙ୍ଗର ହୋଇଥାନ୍ତି ସେମାନଙ୍କ ଭିତରେ ନିଜ ପ୍ରତି ନକାରାତ୍ମକ ଭାବନା ରହିଥାଏ। ଏମିତି ନକାରାତ୍ମକ ଭାବନାକୁ ଦୂର କରିବାକୁ ମୌଜେସ୍ ଗିବସନ ଖର୍ଚ୍ଚ କରିଛନ୍ତି 1.35 କୋଟି ବା 1.70 ଲକ୍ଷ ଡଲାର। ମୌଜେସଙ୍କ ଉଚ୍ଚତା 5.5 ଫୁଟ ଥିବାରୁ ତାଙ୍କ ଭିତରେ ସ୍ଢଷ୍ଟି ହୋଇଥିଲା ହୀନମନ୍ୟତା। ତେଣୁ ସେ ତାଙ୍କ ଉଚ୍ଚତା ଆଉ 5 ଇଞ୍ଚ ବଢାଇବାକୁ ଏକ ବ୍ୟୟବହୁଳ ଓ ଯନ୍ତ୍ରଣାଦାୟକ ଅସ୍ତ୍ରୋପଚାର କରିଛନ୍ତି।

    ଆମେରିକାର ମିତାସୋଟାରର ବାସିନ୍ଦା ମୌଜେସ(41) ଜଣେ ଇଞ୍ଜିନିୟର ହେବା ସହ ଉବର ମଧ୍ୟ ଚଳାଉଥିଲେ। ଅନେକ ଅର୍ଥ ଉପାର୍ଜନ କରିଛନ୍ତି। ହେଲେ ତାଙ୍କ ଉଚ୍ଚତା 5.5 ଫୁଟ ଥିବାରୁ ସେ ନିରୁତ୍ସାହିତ ଥିଲେ। ତାଙ୍କ ଉଚ୍ଚତା ପାଇଁ ଲଭ ଲାଇଫ ସୁଖଦ ନଥିଲା, ତାଙ୍କ ସହ ଡେଟିଂ ପାଇଁ ମହିଳା ଆକର୍ଷିତ ହେଉନଥିବାରୁ ସେ ବହୁତ ଅବସାଦରେ ରହୁଥିଲେ। ନିଜର ଉଚ୍ଚତା ବଢାଇବାକୁ ମେଡିଟେସନ ସହ ବହୁ ଔଷଧ ମଧ୍ୟ ସେବନ କରିଥିଲେ। କିନ୍ତୁ କୌଣସିଥିରେ ତାଙ୍କୁ କିଛି ସୁଫଳ ମିଳିନଥିଲା। ଶେଷରେ ଜୋତାରେ କିଛି ରଖି ମଧ୍ୟ ଉଚ୍ଚତା ବଢାଇବାକୁ ଚାହିଁଥିଲେ। ସବୁରେ ନିରାଶା ହିଁ ଲାଗିଥିଲା। ତେଣୁ ବ୍ୟୟବହୁଳ ତଥା ଯନ୍ତ୍ରଣାଦାୟକ ଅସ୍ତ୍ରପଚାର କରିବାକୁ ନେଇଥିଲେ ନିଷ୍ପତ୍ତି

    ଏଥିପାଇଁ ଆବଶ୍ୟକ ହୋଇଥିଲା 1.70ଲକ୍ଷ ଡଲାର। ତେଣୁ ଦୁଇଥରରେ ଅପରେସନ କରାଇଥିଲେ। ସେଥିପାଇଁ ସେ ତିନି ବର୍ଷ ଧରି କଠିନ ପରିଶ୍ରମ କରିଥିଲେ ଇଞ୍ଜିନିୟର ଓ ଉବର ଡ୍ରଇଭର ଭାବେ ଓ ଏଥିରୁ 75ହଜାର ଡଲାର ସଂଚୟ କରିଥିଲେ। 2016ରେ ସେ ପ୍ରଥମ ଅପରେସନରେ 3 ଇଞ୍ଚ ବଢାଇଥିଲେ। ପ୍ରଥମ ଅପରେସନକୁ ନେଇ ସେ ବହୁତ ଖୁସି ହୋଇଯାଇଥିଲେ। ତଥାପି ଆଉ ଏକ ଅସ୍ତ୍ରୋପଚାର କରି ଆଉ 2 ଇଞ୍ଚ ବଢାଇବାକୁ ଚାହିଁଥିଲେ। ଏଥିପାଇଁ ତାଙ୍କୁ 98ହଜାର ଡଲାର ଦରକାର ହୋଇଥିଲା। ତେଣୁ ଚଳିତ ମାର୍ଚ୍ଚରେ ଦ୍ୱିତୀୟ ଅପରେସନ କରିଥିଲେ।
    ଏବେ ତାଙ୍କ ଉଚ୍ଚତା 5.10 ଇଞ୍ଚ ହୋଇଛି ଓ ସେ ଭାରି ଖୁସି। ବର୍ତ୍ତମାନ ସେ ନିଜକୁ ବେଶ କନଫିଡେନ୍ସ ଅନୁଭବ କରୁଛନ୍ତି। ତାଙ୍କୁ ମଧ୍ୟ ଜଣେ ପ୍ରେମିକା ମିଳିଯାଇଛନ୍ତି।

  • ଅସହ୍ୟ ତାତି, କାଲିଠାରୁ ବର୍ଷା ଆଶଙ୍କା

    ଅସହ୍ୟ ତାତି, କାଲିଠାରୁ ବର୍ଷା ଆଶଙ୍କା

    ରାଜଧାନୀ ସମେତ ରାଜ୍ୟରେ ଏବେ କି ଗରମ । ଦିନକୁ ଦିନ ଏହା ଅସମ୍ଭାଳ ହେଲାଣି । ଗ୍ରୀଷ୍ମ ପ୍ରବାହ ଜାରି ଥିବାବେଳେ ଆଜି ମଧ୍ୟାହ୍ନ ସାଢ଼େ ୨ଟା ସୁଦ୍ଧା ରାଜଧାନୀ ଭୁବନେଶ୍ବର ସବୁଠାରୁ ଆଗରେ ରହିଛି । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଭୁବନେଶ୍ୱର । ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ, ଘରୁ ବାହାରିବା ସେମାନଙ୍କ ପାଇଁ ମୁସ୍କିଲ ହେଲାଣି । ଦିନରେ ରାଜଧାନୀ ରାସ୍ତା ଖାଁ ଖାଁ ଲାଗୁଛି ।

    ଆଜି ଦିନ ୨.୩୦ ସୁଦ୍ଧା ହୋଇଥିବା ରେକର୍ଡ ଅନୁସାରେ ରାଜଧାନୀ ଭୁବନେଶ୍ୱର ତାପମାତ୍ରା ସର୍ବାଧିକ ୪୧ ଡିଗ୍ରୀ ଥିଲା । ସେହିପରି ସମ୍ବଲପୁର-୪୦.୬, ଝାରସୁଗୁଡ଼ା-୪୧, ଚାନ୍ଦବାଲି-୪୦, ହୀରାକୁଦ-୩୯.୪ ଡିଗ୍ରୀ ଥିଲା । କେନ୍ଦୁଝର-୩୭.୨, ବାଲେଶ୍ୱର-୩୫.୮, ଗୋପାଳପୁର-୩୪.୮, ପୁରୀର ତାପମାତ୍ରା ଥିଲା ୩୩.୬ ଡିଗ୍ରୀ ।

    ଏଭଳି ତାତି ସହ ଗୁଳୁଗୁଳି ଆହୁରି ୨୪ ଘଣ୍ଟା ଜାରି ରହିବ । ଏ ନେଇ ୯ ଜିଲ୍ଲା ପାଇଁ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ, ଆସନ୍ତାକାଲି ଅର୍ଥାତ ରବିବାର ଠାରୁ ଗ୍ରୀଷ୍ମ ପ୍ରବାହରେ ପରିବର୍ତ୍ତନ ଆସିବ । ଆସନ୍ତାକାଲି ଠାରୁ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହେବ । ୫ ଦିନ ଯାଏ ବର୍ଷା ହେବା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।