ପାଣ୍ଡିଆନଙ୍କ ପୁରୀ ଗସ୍ତ, ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା

ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଶ୍ରୀ ଭି.କେ.ପାଣ୍ଡିଆନ ଆଜି ପୁରୀ ଯାଇ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି । ପ୍ରଥମେ ସେ ଶ୍ରୀ ସେତୁ ପ୍ରକଳ୍ପ ଅଗ୍ରଗତି ବୁଲି ଦେଖିଥିଲେ । କାର୍ଯ୍ୟର ଅଗ୍ରଗତି ନେଇ ସେ ସନ୍ତୁଷ୍ଟ ହୋଇଥିଲେ ।

ଏଥିସହ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ପରେ ସେ ବାସେଳୀ ସାହିକୁ ଯାଇ ୧୦ ଏକର ଜମିରେ ନିର୍ମିତ ଧର୍ମଶାଳା କାମ ବୁଲି ଦେଖିଥିଲେ । ଏହି ଧର୍ମଶାଳାରେ ୪ ହଜାର ଲୋକ ରହିବାର ବ୍ୟବସ୍ଥା କରାଯାଉଛି।

ସମଙ୍ଗ ଠାରେ ୪୩ ଏକର ଜମିରେ ନିର୍ମିତ କାର୍ ଓ ବସ୍ ପାର୍କିଂ କାର୍ଯ୍ୟ ମଧ୍ୟ ଭି.କେ ପାଣ୍ଡିଆନ ବୁଲି ଦେଖିଥିଲେ । ଏ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସହ ରଥଯାତ୍ରା ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି 5T ସଚିବ । ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାପରେ ପାଣ୍ଡିଆନ ପୁରୀ ଗସ୍ତ କରିଥିଲେ ।

Leave a Reply

Your email address will not be published. Required fields are marked *