Author: suchanatv24x7

  • କର୍ଫ୍ୟୁ ଆହୁରି କୋହଳ, ଇଣ୍ଟରନେଟ୍ ପୁଣି ୨୪ ଘଣ୍ଟା ବନ୍ଦ

    କର୍ଫ୍ୟୁ ଆହୁରି କୋହଳ, ଇଣ୍ଟରନେଟ୍ ପୁଣି ୨୪ ଘଣ୍ଟା ବନ୍ଦ

    ସମ୍ବଲପୁର ହନୁମାନ ଜୟନ୍ତୀ ହିଂସା ଘଟଣା ପରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଜାରି ରହିଛି । ଜିଲ୍ଲାରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଆସନ୍ତାକାଲି ସକାଳ ୧୦ଟା ଯାଏ ଇଣ୍ଟରନେଟ୍ ସେବା ବନ୍ଦ ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।
    ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କା ଯୋଗୁଁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ ।

    ସେପଟେ, ସମ୍ବଲପୁରରେ କର୍ଫ୍ୟୁ ଆହୁରି କୋହଳ କରାଯାଇଛି । ସକାଳ ୭ଟାରୁ ଦିନ ୧ଟା ଯାଏ କଟକଣା କୋହଳ ହୋଇଛି । ସେହିପରି ଅପରାହ୍ଣ ୩.୩୦ରୁ ସନ୍ଧ୍ୟା ୬ଟା ଯାଏ କଟକଣା କୋହଳ କରିଛି ପ୍ରଶାସନ । ଏହି ସମୟ ଭିତରେ ଲୋକେ ଜିନିଷପତ୍ର କିଣାବିକା କରିପାରିବେ । ହନୁମାନ ଜୟନ୍ତୀ ହିଂସା ପରେ ଲଗାତାର ଭାବେ କଟକଣା ଲାଗୁ କରାଯାଇଛି । ଘଟଣାରେ ସଂପୃକ୍ତି ଅଭିଯୋଗରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଉଛି ।

    ଅନ୍ୟପଟେ ଆଜି ସମ୍ବଲପୁର ଆସୁଥିବା ବିଜେପି ଟିମକୁ ରାସ୍ତାରେ ଅଟକାଇଛି ପୋଲିସ । ଝାରସୁଗୁଡ଼ା ଓ ସମ୍ବଲପୁର ସୀମାନ୍ତ ଶ୍ରୀପୁରା ଛକରେ ପୋଲିସ ଅଟକାଇଥିବା ସୂଚନା ମିଳିଛି । ବିଜେପି ଟିମରେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ଜୁଏଲ୍ ଓରାମ୍, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଅଛନ୍ତି ।

  • ସୁଦାନରେ ସ୍ଥିତି ଭୟଙ୍କର

    ସୁଦାନରେ ସ୍ଥିତି ଭୟଙ୍କର

    ଦିନ ଗଡିବା ସହ ସୁଦାନରେ ହିଂସା ବଢିବାରେ ଲାଗିଛି। ସେନା ଓ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଜାରି ସଂଘର୍ଷରେ 200 ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ 18ଶହରୁ ଅଧିକ ଲୋକ ଆହତ ହେଲେଣି। ଏହି ସଂଘର୍ଷରେ ସେଠାର ବହୁ ହସ୍ପିଟାଲ କ୍ଷତିଗ୍ରସ୍ତ ହେବା ସହ ଖାଦ୍ୟ ସାମଗ୍ରୀର ଆମଦାନୀ ଉପରେ ପଡିଛି ପ୍ରଭାବ। ଉଭୟ ସେନାର ଆକ୍ରମଣରେ ଭାରି ଗୁଳି ବର୍ଷା ହେଉଛି। ଏହା ସଶସ୍ତ୍ର ବଳର କମାଣ୍ଡର ଅବ୍ଦେଲ ଫତେହ ଅଲ ବୁରହାନ ଓ ରାପିଡ ସପୋର୍ଟ ଫର୍ସର ମୁଖ୍ୟ ଜେନେରାଲ ମହମ୍ମଦ ହମଦାନ ଦାଗଲୋଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧର ଫଳ। ଏକ ସପ୍ତହ ଧରି ଚାଲିଥିବା ସତ୍ତା ସଂଘର୍ଷ ଶନିବାର ଭୟଙ୍କର ରୂପ ନେଇଥିଲା।

    ଉଭୟ ଜେନେରାଲ ପୂର୍ବରୁ ସହଯୋଗୀ ଥିଲେ। 2021ରେ ସୈନ୍ୟ ଦ୍ୱାରା କ୍ଷମତା ପରିବର୍ତ୍ତନ କରି ସୁଡାନର ଅଳ୍ପକାଳୀନ ଲୋକତନ୍ତ୍ରକୁ ଅସ୍ତବ୍ୟସ୍ତ କରି ଦେଇଥିଲେ। ବର୍ତ୍ତମାନର ସୁଦାନ ରାଜଧାନୀ ଖାର୍ତୁମର ସ୍ଥିତିକୁ ଦେଖି ଭାରତୀୟ ଦୂତାବାସ ସୋମବାରକୁ ନିଜର ସଦ୍ୟତମ ପରାମର୍ଶରେ ସମସ୍ତ ଭାରତୀୟଙ୍କୁ ଘରେ ସୁରକ୍ଷିତ ଓ ଶାନ୍ତ ରହିବାକୁ ପରାମର୍ଶ ଦେଇଛି। ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି କି, ଖାର୍ତୁମରେ ଜଣେ ଭାରତୀୟଙ୍କ ଦେହରେ ଗୁଳି ବାଜି ମୃତ୍ୟୁ ହୋଇଛି।

    ଏହା ପୂର୍ବରୁ ରବିବାର, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଭାରତୀୟ ନାଗରିକଙ୍କ ମୃତ୍ୟୁରେ ସମବେଦନା ଜଣାଇଥିଲେ। ଜୟଶଙ୍କର କହିଥିଲେ କି ଖାର୍ତୁମର ସ୍ଥିତି ଚିନ୍ତାଜନକ ରହିଛି ଓ ସେଠାକାର ସ୍ଥିତି ଉପରେ ଦୃଷ୍ଟି ରଖାଯିବ। ମୃତ ଭାରତୀୟଙ୍କ ସହାୟତା  ପାଇଁ ଦୂତାବାସ ପକ୍ଷରୁ ଯଥା ସମ୍ଭବ ପ୍ରୟାସ କରାଯାଉଛି।

    ସୂଚନାଯୋଗ୍ୟ, ସୁଡାନରେ 4ହଜାରରୁ ଅଧିକ ଭାରତୀୟ ଥିବା ବେଳେ 12ଶହ କିଛି ଦଶକ ଧରି ସେଠାର ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି।

  • ବଦଳିଲା ପରିଚୟ, ଲୁଗା ସେଲ୍ସମ୍ୟାନରୁ ବନିଲେ ମୂର୍ତ୍ତି କାରିଗର

    ବଦଳିଲା ପରିଚୟ, ଲୁଗା ସେଲ୍ସମ୍ୟାନରୁ ବନିଲେ ମୂର୍ତ୍ତି କାରିଗର

    ସେ ଜଗତର ନାଥ, କାଳିଆ ସାଆନ୍ତି । ଭକ୍ତଙ୍କ ଦୁଃଖସୁଖର ସାଥୀ । ଭକ୍ତଙ୍କ ଭାବରେ ସବୁବେଳେ ବନ୍ଧା । ତାଙ୍କ କରୁଣା ପାଇଁ ଶ୍ରଦ୍ଧାଳୁ ବ୍ୟାକୁଳ । ଭକ୍ତଙ୍କୁ ସ୍ୱପ୍ନ ଦେଖାନ୍ତି ଆଉ ପୂରଣ ବି କରନ୍ତି । ଯାହାର କେବେ ବି ଅନ୍ତ ନାହିଁ ସେ ଜଗତର ନାଥ, ଜଗନ୍ନାଥ । ବାସ୍ତବତାର ଏକ ଚିତ୍ର ନିଶ୍ଚିତ ଭାବେ ଆପଣଙ୍କ ମନକୁ ଛୁଇଁବ ।

    ଏ ହେଉଛି କଟକ ନିଶ୍ଚିନ୍ତକୋଇଲି ବ୍ଲକ୍ ରାମକୃଷ୍ଣପୁର ଗାଁ । ଏହି ଗାଁରେ ଜଗନ୍ନାଥ ବିଶ୍ୱାସୀ ତଥା ଭକ୍ତ ଗୋପାଳଚନ୍ଦ୍ର ନାଥଙ୍କ ଘର । ଜଣେ ଲୁଗା ସେଲ୍ସମ୍ୟାନ ଭାବେ କାର୍ଯ୍ୟରତ ଥିଲେ ଗୋପାଳ । ଏହାରି ଭିତରେ ଦିନେ ଭକ୍ତଙ୍କୁ କାଳିଆ ଠାକୁରଙ୍କ ସ୍ୱପ୍ନ ହୋଇଛି । ସେ କୁଆଡ଼େ ତାଙ୍କର ମୂର୍ତ୍ତି ତିଆରି କରୁଛନ୍ତି । ସକାଳ ହେଲା ପରେ ମନରେ ଅନେକ ସ୍ୱପ୍ନ ଓ ଆଶା । ହେଲେ ଗୋପାଳଙ୍କୁ ସାହାସ ଓ ଶକ୍ତି ଯୋଗାନ୍ତି ଜଗତର ନାଥ ।

    ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ଜଗନ୍ନାଥଙ୍କ ମୂର୍ତ୍ତି ତିଆରିରେ ଲାଗିପଡ଼ନ୍ତି ଗୋପାଳ । ଆଖି ଝଲସିଲା ଭଳି, ମହାବାହୁଙ୍କ ସୁନ୍ଦର ମୂର୍ତ୍ତି ତିଆରି କରନ୍ତି । ଆରମ୍ଭ ହୁଏ ଜଗନ୍ନାଥଙ୍କ ବିଭିନ୍ନ ବେଶ ସହ ଅତି ସୁନ୍ଦର ବିଗ୍ରହ । ଏସବୁ ସୋଲରେ ତିଆରି କରି ଅଞ୍ଚଳରେ ମୂର୍ତ୍ତି କାରିଗର ଭାବେ ପରିଚିତ ହୁଅନ୍ତି । ପ୍ରଭୁଙ୍କ କୃପାରୁ ରାତାରାତି ସେଲସମ୍ୟାନରୁ ସେ ପାଲଟିଗଲେ ମୂର୍ତ୍ତି କାରିଗର ।

    ଗୋପାଳଙ୍କ ହାତରେ କୁଆଡ଼େ ଯାଦୁ ରହିଛି । ତାଙ୍କ ହାତ ତିଆରି ମୂର୍ତ୍ତି ଏବେ କେବଳ ନିଜ ଅଞ୍ଚଳ ନୁହଁ, ଆମେରିକା, ଦୁବାଇ ସମେତ ବିଭିନ୍ନ ଦେଶରେ ବିକ୍ରି ହେଉଛି । ଅନଲାଇନରେ ଅର୍ଡର କରୁଛନ୍ତି ଜଗନ୍ନାଥପ୍ରେମୀ । ହ୍ୱାଟ୍ସଆପ୍ କଲ୍ କରି ଏହି ମୂର୍ତ୍ତି କିଣୁଛନ୍ତି ଯୁବକ ଓ ଯୁବତୀ । ମୂର୍ତ୍ତି ପାଇଁ ସେ କୌଣସି ଅର୍ଥ ଦାବି କରନ୍ତି ନାହିଁ । ଭଗବାନଙ୍କ ଦୟାରୁ ଯାହା ମିଳେ ଗ୍ରହଣ କରନ୍ତି । ତାଙ୍କର ଏଭଳି କାର୍ଯ୍ୟ ଅନ୍ୟମାନଙ୍କୁ ବେଶ୍ ପ୍ରେରଣା ଯୋଗାଉଛି । କେହି କେହି ଖୁସିରେ ତାଙ୍କୁ ଅର୍ଥ ବି ଦେଇଥାନ୍ତି । ଏସବୁ କେବଳ ଜଗନ୍ନାଥଙ୍କ ଲୀଳା ବୋଲି କହିଛନ୍ତି ଏ ଯୁଗର ବିଶ୍ୱକର୍ମା ଗୋପାଳ ।

  • ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦୀପାଳି, ଦମ୍ ଦେଖାଇବ ବିଜେଡି

    ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ଦୀପାଳି, ଦମ୍ ଦେଖାଇବ ବିଜେଡି

    ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ରାଜନୀତି ଜୋର୍ ଧରିଛି । ଏବେ ନାମାଙ୍କନ ଦାଖଲ ପ୍ରକ୍ରିୟା ଜାରି ରହିଛି । ପ୍ରଥମେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ଦାଖଲ କରିଥିବା ବେଳେ ଗତକାଲି ନିଜ ସମର୍ଥକଙ୍କ ସହ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ଆଜି ନାମାଙ୍କନପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।

    ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିବେ ଦୀପାଳି ଦାସ । ବରିଷ୍ଠ ନେତା, ଦଳୀୟ କର୍ମକର୍ତ୍ତା, ସମର୍ଥକ ଏବଂ ପ୍ରଶଂସକ ଏକ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳ ଅଫିସ ଯାଏ ଯିବେ ବୋଲି ସୂଚନା ମିଳିଛି । ଦମ୍ ଦେଖାଇବା ସହ ନିଜ ସମର୍ଥକଙ୍କ ସହ ଉପଜିଲ୍ଲାପାଳ ଅଫିସ ଯାଇ ନାମାଙ୍କନ ଭରିବେ । ଦୀପାଳି ପ୍ରଥମ ଥର ପାଇଁ ଟିକେଟ୍ ପାଇଁ ଉପନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି । ଭୋଟ୍ ହାତେଇବାକୁ ବିଜେଡି ପୁରାପୁରି ଉଦ୍ୟମ ଜାରି ରଖିଛି ।

    ମେ’୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ ହେବ । ମେ’୧୩ ତାରିଖରେ ଭୋଟ୍ ଗଣତି କରାଯିବ । ମୋଟ ୨୫୩ଟି କେନ୍ଦ୍ରରେ ୨,୨୧,୦୭୦ ଜଣ ନିଜର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ଅଛନ୍ତି ୧,୧୦,୩୨୦ ଜଣ ପୁରୁଷ ଓ ୧,୧୦,୬୮୭ ଜଣ ମହିଳା ଭୋଟର । ସେହିପରି ୬୩ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଯେଉଁମାନେ ନିଜର ମତଧିକାରୀ ସାବ୍ୟସ୍ତ କରିବେ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ସିଟ୍‌ରେ ଉପନିର୍ବାଚନ ହେଉଛି ।