Author: suchanatv24x7

  • ଇଣ୍ଟରନେଟରେ ପ୍ରଶଂସା ସାଉଁଟୁଛନ୍ତି ଏହି ମା’…

    ଇଣ୍ଟରନେଟରେ ପ୍ରଶଂସା ସାଉଁଟୁଛନ୍ତି ଏହି ମା’…

    ମା’…ଦୁନିଆର ସବୁଠୁ ମଧୁର ଶବ୍ଦ । ଜନ୍ମରୁ ମୃତ୍ୟୁ, ସୁଖଦୁଃଖର ସାଥୀ ମା’…। ସେ ଗରିବ ହୁଅନ୍ତୁ ଅବା ଧନୀ, ସବୁବେଳେ ପିଲାଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ଚିନ୍ତିତ । ଯେତେବେଳେ ସର୍ବାଧିକ କଷ୍ଟ, ଯନ୍ତ୍ରଣା ହୁଏ ସେତେବେଳେ ମା’ହିଁ ସାହାରା ବନିଥାଏ । କାରଣ ପ୍ରଥମ ଶବ୍ଦ ଥାଏ ମା’। ତାର ସ୍ନେହ, ପ୍ରେମ ଏବଂ ଭଲପାଇବା ହିଁ ପିଲାଙ୍କୁ ଦିଗଦର୍ଶନ ଦେଇଥାଏ । ସେହି ହିଁ ଗଠନର ପ୍ରଥମ ସୋପାନ । ସେ ହିଁ ଶିକ୍ଷାର ସୃଷ୍ଚିକର୍ତ୍ତା । ସେ ହିଁ ପ୍ରଥମ ଶିକ୍ଷୟିତ୍ରୀ ।

    ପିଲାଙ୍କ ପାଇଁ ମା’ସବୁକିଛି କରିପାରେ । ଏମିତି କିଛି ଭିଜୁଆଲ୍ ଆସିଛି ଯାହା ଆପଣଙ୍କୁ ନିଶ୍ଚିତ ଚିନ୍ତାରେ ପକାଇବ । ମୁକେଶ ଫୌଜି ନାମକ ଜଣେ ବ୍ୟକ୍ତି ଏମିତି କିଛି ଭିଡିଓ ଛାଡ଼ିଛନ୍ତି ଯାହାର ଭ୍ୟୁୟରସିପ୍ ପାଖାପାଖି ଦେଢ଼ ଲକ୍ଷ ହେଲାଣି । ମା’କାହିଁକି ଶ୍ରେଷ୍ଠ, ଭିଜୁଆଲ୍ ଦେଖିଲେ ଆପଣ ଜାଣିପାରିବେ ।

    ଆର୍ଥିକ ସ୍ଥିତି ଭଲ ନାହିଁ । ପରିବାର ଚଳିବ କିପରି । ଘରେ ଦୁଇ ଦୁଇ ଶିଶୁ । ସେମାନଙ୍କ ପାଠପଢ଼ା ହେବ କିପରି । ତଥାପି ମା’ପଛକୁ ହଟିନି । ରାସ୍ତାକଡ଼ର ବିକ୍ରେତା ସାଜିଛି ସେହି ମା’। ଫୁଲ, ଫଳ ବିକ୍ରି କରିବା ସହ ପିଲାଙ୍କ ଉପରେ ନଜର ପଡ଼ିଛି । ରାସ୍ତାକଡ଼ରେ ବସିଥିବା ଦୁଇ ଛୁଆଙ୍କୁ ମା’ନିଜେ ପାଠ ପଢ଼ାଉଛନ୍ତି । ସେମାନଙ୍କୁ ଶିକ୍ଷିତ କରିବା ପାଇଁ ମା’ଙ୍କ ଏହି ପ୍ରୟାସ ସର୍ବଦା ସ୍ମରଣୀୟ । ସ୍ଥିତି ଯାହା ହେଉନା କାହିଁକି ସେ ତ ମା’ ନା…।

    ଜଣେ ଶିକ୍ଷିତା ଏବଂ ସଚେତନ ମା’ ନିଜ ପରିବାର ତଥା ଦେଶକୁ ଆଗେଇ ନେବାର ଶକ୍ତି ଓ ସାମର୍ଥ୍ୟ ରଖନ୍ତି । ପିଲାକୁ ୧୦ ମାସ ପର୍ଯ୍ୟନ୍ତ ଗର୍ଭରେ ଧାରଣ କରିବାର କଷ୍ଟଠାରୁ ଆରମ୍ଭ କରି ଜନ୍ମ ଯନ୍ତ୍ରଣା ସହିବା ପର୍ଯ୍ୟନ୍ତ ଓ ପରିବାରର ଲାଳନପାଳନ ପାଇଁ ନିଃସ୍ୱାର୍ଥପର ଭାବରେ ସେବା କରିବାର ଉଦାହରଣ ହେଉଛି ମା’। କଥାରେ ଅଛି ମା’ନାହିଁ ଯାହାର ସାହା ନାହିଁ ତାହାର…। ଏ ଭିଡିଓ ଦେଖିଲେ ମର୍ମେ ମର୍ମେ ଆପଣ ନିଶ୍ଚିତ ଏହାକୁ ଅନୁଭବ କରିପାରୁଥିବେ । ତେଣୁ ଦୁନିଆର ସବୁ ମା’ଙ୍କୁ Suchanatv24x7 ତରଫରୁ କୋଟିକୋଟି ପ୍ରଣାମ …।

  • ତରଭୁଜ କ୍ଷେତ ଜଗିଥିଲେ ୨ ଭାଇ, ବଜ୍ରପାତ ନେଲା ଜୀବନ

    ତରଭୁଜ କ୍ଷେତ ଜଗିଥିଲେ ୨ ଭାଇ, ବଜ୍ରପାତ ନେଲା ଜୀବନ

    କଳାହାଣ୍ଡି ଜିଲ୍ଲା କଲମପୁର ଥାନା ମାଟିଖାଲ ଗାଁରେ ଅଘଟଣ । ଘଡ଼ଘଡ଼ି ସହ ବର୍ଷା ହେଲା । ଆଉ ତାପରେ ଆସିଲା ବିପଦ । ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଲା ।

    ସୂଚନା ଅନୁସାରେ ସନ୍ଧ୍ୟାବେଳେ ତରଭୁଜ କ୍ଷେତ ଦେଖିବା ପାଇଁ ଯାଇଥିଲେ ଦୁଇ ଭାଇ । ହିଡ଼ରେ ଥିବା କୁଡ଼ିଆରେ ସେମାନେ ବସିଥିଲେ । କଲମପୁର ଥାନା ମାଟିଖାଲ ଗାଁର ଭଜନ ଦଳପତି ଓ ତାଙ୍କ କାକା ପୁଅ ପଙ୍କଜ ଦଳପତି ଆଉ ଘରକୁ ଫେରିଲେ ନାହିଁ । ଏପଟେ ଘଡ଼ଘଡ଼ି ସହ ବର୍ଷା ହେଲା । ପବନର ବେଗ ବଢ଼ିଲା ତଥାପି ସେମାନେ ଫେରିଲେ ନାହିଁ । କାହିଁକି ନା ବଜ୍ରପାତ ବି ହୋଇଥିଲା । ବଜ୍ରାଘାତରେ ଦୁଇ ଭାଇଙ୍କ ଜୀବନ ଚାଲିଗଲା । କୁଡି଼ଆରେ ସେମାନେ ଟଳି ପଡ଼ିଥିଲେ । ତରଭୁଜ କ୍ଷେତ ଜଗିବାକୁ ଯାଇ ଭଜନ ଓ ପଙ୍କଜ ଦୁଇଭାଇ ଜୀବନ ହରାଇଛନ୍ତି ।

  • Kendi Zelle Üyeliğinizi Nasıl Sileceğinize Dair Fikirler Dakik ve Basit

    Fareyle bu sembolü tıklattığınızda, tüm e-postalar kişisel olarak silinir. Fiili kaldırma, bu e-postaların sizden, belki de bizim tarafımızdan kurtarılamayacağı anlamına gelir. Tutanota’daki tüm analizlerin kodlanmış olduğu gibi, yenilikçi arama öğemizi kullanmak bol miktarda trafiğe zemin hazırlar. Bu nedenle yatırım yapan kullanıcılara sınırsız arama imkanı sunulmaktadır. Burada sözde Superior ile 1. (more…)

  • ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କୁ ଜବାବ ତଲବ

    ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସରକାରଙ୍କୁ ଜବାବ ତଲବ

    ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଜବାବତଲବ କରିଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ । ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ହାଇକୋର୍ଟ ନୋଟିସ ଜାରି କରି ମାଗୁଛନ୍ତି ଜବାବ।ସମାଜସେବୀ ଦିଲ୍ଲୀପ ବରାଳଙ୍କ ଆବେଦନ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରି ନୋଟିସ କରିଛନ୍ତି ହାଇକୋର୍ଟ।
    ଜଷ୍ଟିସ ରଘୁବୀର ଦାସ କମିଶନ ୨୦୧୮ ନଭେମ୍ବରରେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ସାରି ସରକାରଙ୍କ ଆଇନ ବିଭାଗକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଏଯାବତ୍ ରିପୋର୍ଟକୁ ସରକାର ସାର୍ବଜନୀନ କରି ନାହାନ୍ତି। ଏହାକୁ ନେଇ ସମାଜସେବୀ ବରାଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାଚିକାକୁ ଗ୍ରହଣ କରି ହାଇକୋର୍ଟ ନୋଟିସ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ଆଇନ ସଚିବଙ୍କୁ ଜାରି କରିଛନ୍ତି। ଆସନ୍ତା ଜୁଲାଇ ୧୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

    ସୂଚନାଯୋଗ୍ୟ, ୨୦୧୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ତଦନ୍ତ କମିସନ ଆଇନ ବିଭାଗ ଓ ଗୃହ ବିଭାଗକୁ ୩୨୪ ପୃଷ୍ଠାର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଥିଲେ। କମିସନ ବାବଦକୁ ରାଜକୋଷରୁ ୨୨ଲକ୍ଷ ୨୭ହଜାର ୯୧୮ ଟଙ୍କା ଖର୍ଚ୍ଚ

  • ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ କୁକୁର, ଆହତ ହରିଣକୁ ଧରିଲେ ଗାଁ ଲୋକେ

    ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲେ କୁକୁର, ଆହତ ହରିଣକୁ ଧରିଲେ ଗାଁ ଲୋକେ

    ବାଲେଶ୍ୱର ଖଇରା ବ୍ଲକ୍ ବଡ଼ନୂଆଗାଁ ପଞ୍ଚାୟତରେ ଅଭାବନୀୟ ଘଟଣା । ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଛି ନିରୀହ ହରିଣ । ଜୀବନ ବଞ୍ଚାଇବା ପାଇଁ ଦୌଡ଼ିଛି ହରିଣ ।

    ଗେଙ୍ଗୁଟିଆ ଗାଁ ବିଲ ମଝିରେ ହରିଣ । ବୁଲା କୁକୁର ତାକୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଛନ୍ତି । ପଶୁଟିଏ, ପୁଣି ଏକା କିପରି କୁକୁରଙ୍କ ସହ ଲଢ଼ିବ । ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ପ୍ରାଣ ବିକଳରେ ଦୌଡୁଛି । ଶେଷରେ ଆହତ ହୋଇ ଗାଁ ପୋଖରୀରେ ପଶିଛି ହରିଣ । ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗାଁ ଲୋକେ ।

    ଔପଦା ବନ ବିଭାଗ କର୍ମଚାରୀମାନେ ଆହତ ହରିଣଟିର ଚିକିତ୍ସା କରାଇଛନ୍ତି । ପରେ ତାକୁ କୁଲଡ଼ିହା ଅଭୟାରଣ୍ୟରେ ଛାଡ଼ି ଦେଇଥିଲେ । ହରିଣଟି କୁପାରୀ ଶାରୀଶୁଆ ପାହାଡ଼ରୁ ଖାଦ୍ୟ ଅନ୍ୱେଷଣରେ ଗାଁକୁ ପଳାଇ ଆସିଥିବା ଅନୁମାନ କରାଯାଉଛି ।

  • ସୁଦାନ ସଙ୍କଟ: ପ୍ରଥମ ଦଫାରେ ୨୭୮ ଉଦ୍ଧାର

    ସୁଦାନ ସଙ୍କଟ: ପ୍ରଥମ ଦଫାରେ ୨୭୮ ଉଦ୍ଧାର

    ସୁଦାନରେ ପାରାମିଲିଟାରୀ ଓ ମିଲିଟାରୀ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ମଙ୍ଗଳବାର ଭାରତ ସରକାରଙ୍କ ଅପରେସନ କାବେରୀ ଅନ୍ତର୍ଗତ 278 ଭାରତୀୟଙ୍କୁ ଜଳ ପଥରେ ସ୍ୱଦେଶ ଫେରାଇ ଅଣାଯାଉଛି। ସୁଦାନ ବନ୍ଦରରୁ ଜଳପଥରେ ଆଇଏନଏସ ସୁମେଧା ଏହି ଭାରତୀୟଙ୍କୁ ସାଉଦୀ ଆରବର ଜେଦାହ ଯାତ୍ରା କରିଛି। ସାଉଦୀ ଆରବରୁ ସେମାନଙ୍କୁ ବିମାନଯୋଗେ ଭାରତ ଅଣାଯିବ, ଏନେଇ ସୂଚନା ଦେଇଛି ବିଦେଶ ମନ୍ତ୍ରଣାଳୟ।

    ସୁଦାନରେ ସେନା ଓ ଅର୍ଦ୍ଧସାମରିକ ବାହିନୀ ଭିତରେ ଜାରି ଯୁଦ୍ଧ ସୁଦାନକୁ ଅଶାନ୍ତ କରି ଦେଇଛି । ଆମେରିକା ଓ ସାଉଦୀ ଆରବର ମଧ୍ୟସ୍ଥଦା ପରେ ଉଭୟ ପକ୍ଷ 3 ଦିନ ପାଇଁ ଯୁଦ୍ଧରେ ବିରତି ଘୋଷଣା କରିଛନ୍ତି। ଏହି ସମୟରେ ସେଠାରେ ଥିବା ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ସମ୍ଭବ ହୋଇପାରିବ। 400ରୁ ଆଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ 4 ହଜାର ଭାରତୀୟ ସେଠାରେ ଭୟ ଓ ଆତଙ୍କ ଭିତରେ କାଳାତିପାତ କରୁଛନ୍ତି।

    ସେମାନଙ୍କୁ ଉଦ୍ଧାର କରିବାକୁ ସରକାର ପକ୍ଷରୁ ଅପରେସନ କାବେରୀ ଆରମ୍ଭ କରାଯାଇଛି। 72 ଘଣ୍ଟାର ଯୁଦ୍ଧ ବିରତି ଘୋଷଣା ହୋଇଛି। ସୋମବାର ଏହି ଘୋଷଣା ପରେ ବିଦେଶ ମନ୍ତ୍ରୀ ଜୟ ଶଙ୍କର ସୂଚନା ଦେଇଛନ୍ତି କି, ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ବାହାର କରିବାକୁ ଅପରେଶନ କାବେରୀର ଆରମ୍ଭ କରାଯାଇଛି, ଯେଉଁଥିରେ 500 ଭାରତୀୟ ସୁଦାନ ବନ୍ଦରରେ ପହଞ୍ଚିସାରିଛନ୍ତି।