ତରଭୁଜ କ୍ଷେତ ଜଗିଥିଲେ ୨ ଭାଇ, ବଜ୍ରପାତ ନେଲା ଜୀବନ

କଳାହାଣ୍ଡି ଜିଲ୍ଲା କଲମପୁର ଥାନା ମାଟିଖାଲ ଗାଁରେ ଅଘଟଣ । ଘଡ଼ଘଡ଼ି ସହ ବର୍ଷା ହେଲା । ଆଉ ତାପରେ ଆସିଲା ବିପଦ । ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଲା ।

ସୂଚନା ଅନୁସାରେ ସନ୍ଧ୍ୟାବେଳେ ତରଭୁଜ କ୍ଷେତ ଦେଖିବା ପାଇଁ ଯାଇଥିଲେ ଦୁଇ ଭାଇ । ହିଡ଼ରେ ଥିବା କୁଡ଼ିଆରେ ସେମାନେ ବସିଥିଲେ । କଲମପୁର ଥାନା ମାଟିଖାଲ ଗାଁର ଭଜନ ଦଳପତି ଓ ତାଙ୍କ କାକା ପୁଅ ପଙ୍କଜ ଦଳପତି ଆଉ ଘରକୁ ଫେରିଲେ ନାହିଁ । ଏପଟେ ଘଡ଼ଘଡ଼ି ସହ ବର୍ଷା ହେଲା । ପବନର ବେଗ ବଢ଼ିଲା ତଥାପି ସେମାନେ ଫେରିଲେ ନାହିଁ । କାହିଁକି ନା ବଜ୍ରପାତ ବି ହୋଇଥିଲା । ବଜ୍ରାଘାତରେ ଦୁଇ ଭାଇଙ୍କ ଜୀବନ ଚାଲିଗଲା । କୁଡି଼ଆରେ ସେମାନେ ଟଳି ପଡ଼ିଥିଲେ । ତରଭୁଜ କ୍ଷେତ ଜଗିବାକୁ ଯାଇ ଭଜନ ଓ ପଙ୍କଜ ଦୁଇଭାଇ ଜୀବନ ହରାଇଛନ୍ତି ।

Leave a Reply

Your email address will not be published. Required fields are marked *