Author: suchanatv24x7

  • ବ୍ରାହ୍ମଣୀ’ରେ ନାବାଳକଙ୍କ ସଲିଳ ସମାଧି, ନାଉରିଆଙ୍କ ମିଳୁନି ପତ୍ତା

    ବ୍ରାହ୍ମଣୀ’ରେ ନାବାଳକଙ୍କ ସଲିଳ ସମାଧି, ନାଉରିଆଙ୍କ ମିଳୁନି ପତ୍ତା

    ବ୍ରାହ୍ମଣୀ ନଦୀରେ ବଡ଼ ଅଘଟଣ । ଆଜି ସକାଳୁ ସକାଳୁ ନଦୀରେ ବୁଡ଼ିଗଲା ଏକ ଯାତ୍ରୀବାହୀ ଡଙ୍ଗା । ଭାରସାମ୍ୟ ହରାଇ ଡଙ୍ଗାଟି ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିଲା । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

    କେନ୍ଦ୍ରାପଡ଼ା ଜିଲ୍ଲା ଏକକମାଣିଆ ପଞ୍ଚାୟତରୁ ଏକ ଯାତ୍ରୀବାହୀ ଡଙ୍ଗା ରାଜନଗର କେରଡ଼ାଗଡ଼କୁ ଯାଉଥିଲା । ଏଥିରେ ଥିଲେ ୩୦ ଜଣ ଯାତ୍ରୀ । ହେଲେ କିଏ ଜାଣିଥିଲା କିଛି ସମୟ ପରେ ଅଘଟଣ ଘଟିବ । ଡଙ୍ଗାଟି କୂଳରୁ କିଛି ବାଟ ଯିବା ପରେ ହଠାତ୍‌ ଭାରସାମ୍ୟ ହରାଇଥିଲା । ଧୀରେ ଧୀରେ ଡଙ୍ଗାଟି ଓଲଟି ସମ୍ପୂର୍ଣ୍ଣ ଭାବେ ବୁଡ଼ିଯାଇଥିଲା ।

    କାଳବିଳମ୍ବ ନକରି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଗାଁ ଲୋକେ । ୨ ଜଣଙ୍କୁ ଛାଡ଼ି ଡଙ୍ଗାରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ନାଉରିଆ ସମେତ ଅନ୍ୟ ଜଣେ ନାବାଳକଙ୍କ କୌଣସି ପତ୍ତା ମିଳିନଥିଲା । ଗାଁ ଲୋକେ ଖୋଜାଖୋଜି ଜାରି ରଖିଥିଲେ । ଏବେ ଅଗ୍ନିଶମ କର୍ମଚାରୀ ଏବଂ ପୋଲିସ୍‌ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି ।

    ଦୀର୍ଘ ସମୟର ଖୋଜାଖୋଜି ପରେ ୧୬ ବର୍ଷୀୟା ନାବାଳକଙ୍କ ମୃତଦେହ ଉଦ୍ଧାର ହୋଇଛି । ତାର ନାଁ ଦେବେନ୍ଦ୍ର ବେହେରା । ତେବେ ଏଯାଏ ୫୦ ବର୍ଷୀୟ ନାଉରିଆ ସୁଦର୍ଶନ ସ୍ୱାଇଁଙ୍କ କୌଣସି ପତ୍ତା ମିଳିନି । ଘଟଣାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖାଦେଇଛି ।

    ଦୀର୍ଘଦିନ ହେଲା ବିପଦସଙ୍କୁଳ ଅବସ୍ଥାରେ ଲୋକେ ଏଭଳି ଡଙ୍ଗାରେ ଯାତ୍ରା କରୁଛନ୍ତି । ବ୍ରିଜ୍ ନିର୍ମାଣ ପାଇଁ ୨୦୧୬ରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ବେଳେ ଏଯାଏ କିନ୍ତୁ ହୋଇପାରିନି । ଏକମାଣିଆ ପଞ୍ଚାୟତର ଲୋକେ ଏଭଳି ଜୀବନକୁ ବାଜି ଲଗାଇ ଡଙ୍ଗାରେ ଯାଆସ କରୁଛନ୍ତି । ବାରମ୍ବାର ଅଘଟଣ ଘଟୁଥିଲେ ବି ପ୍ରଶାସନର ଅବହେଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

  • ଏଟିଏମ୍ ନ ଭାଙ୍ଗି କେମିତି ଲୁଟିଲା ଟଙ୍କା ? ପୋଲିସକୁ କହିଲା ଲୁଟେରା

    ଏଟିଏମ୍ ନ ଭାଙ୍ଗି କେମିତି ଲୁଟିଲା ଟଙ୍କା ? ପୋଲିସକୁ କହିଲା ଲୁଟେରା

    ଏଟିଏମ୍ ଲୁଟ୍ ଘଟଣାରେ ଲୁଟେରା କିଏ ? ଏହାର ପର୍ଦ୍ଦାଫାସ କରିଛି କଟକ ମଧୂପାଟଣା ଥାନା ପୋଲିସ । ନୂଆପଡ଼ା ଅଞ୍ଚଳର ଆକ୍ସିସ ବ୍ୟାଙ୍କ୍ ଏଟିଏମରୁ ପାଖାପାଖି ୯ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା ।
    ମଧୁପାଟଣା ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ଘଟଣାରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ସିକ୍ୟୁରିଟି ସଂସ୍ଥାର କର୍ମଚାରୀ ହୃଷିକେଶ ସାହୁ । ସେ ଏଟିଏମ୍ ନଭାଙ୍ଗି ଚ୍ୟାମ୍ବରରୁ ଟଙ୍କା ଗାଏବ କରିଥିଲା । ATM ତାର କାଟି ପାଖାପାଖି ୯ ଲକ୍ଷ ଟଙ୍କା ଚୋରି କରି ନେଇଯାଇଥିଲା ।

    ସିସିଟିଭି ସହ ATM ଲାଇନ୍ କାଟି ଟଙ୍କା ଲୁଟ୍ କରିଥିଲା ହୃଷିକେଶ । ପ୍ରେସମିଟ୍ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି କଟକ ଡିସିପି । ଏଥିରେ ଆଉ କିଏ କିଏ ସଂପୃକ୍ତ ସେ ନେଇ ଖୋଳତାଡ଼ ଜାରି ଥିବା ସେ କହିଛନ୍ତି ।

  • ନିରୀହ ପ୍ରାଣୀଙ୍କ ଜୀବନ ରକ୍ଷା କରିବେ କିପରି, ପାଲା ମାଧ୍ୟମରେ ସଚେତନତା ବାର୍ତ୍ତା

    ନିରୀହ ପ୍ରାଣୀଙ୍କ ଜୀବନ ରକ୍ଷା କରିବେ କିପରି, ପାଲା ମାଧ୍ୟମରେ ସଚେତନତା ବାର୍ତ୍ତା

    ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ । ଅଧିକାଂଶ ସମୟରେ ନିରୀହ ପ୍ରାଣୀଙ୍କ ଜୀବନହାନୀ ଘଟୁଛି । ସେଥିପାଇଁ ଜୀବଜନ୍ତୁଙ୍କ ରକ୍ଷା ପାଇଁ ଉଦ୍ୟମ ହେଉଛି । ଜୀବମଙ୍ଗଳ ଯୋଜନାକୁ ପ୍ରସାରିତ କରିବା ପାଇଁ ରେମୁଣା ବ୍ଲକ୍ ଶ୍ରୀଜଙ୍ଗ ବାତ୍ୟାସ୍ଥଳୀ ପରିସରରେ ପଥପ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

    ପାଲା ମାଧ୍ୟମରେ ସଚେତନତାର ବାର୍ତ୍ତା । ବାଲେଶ୍ଵରରେ ଏଭଳି ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଜୀବଜନ୍ତୁ, ନିରୀହ ପ୍ରାଣୀଙ୍କ ହତ୍ୟା ନକରିବାକୁ ନିବେଦନ କରାଯାଇଛି । ଏପରିକି ବିପଦରେ ପଡ଼ିଥିଲେ ସେମାନଙ୍କ ସହାୟତା କରିବାକୁ ବାର୍ତ୍ତା ଦିଆଯାଇଛି । ରେମୁଣା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଦେବାଶିଷ ମହାପାତ୍ର ଓ ଶ୍ରୀଜଙ୍ଗ ପ୍ରାଣୀ ଚିକିତ୍ସକ ସୁଶାନ୍ତ ପ୍ରଧାନ, ମହାରାଜପୁର ଏଲଆଇ ବ୍ରଜବନ୍ଧୁ ମଲ୍ଲିକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ନିରୀହ ପ୍ରାଣୀଙ୍କ ଜୀବନ ରକ୍ଷା ନେଇ ଅଞ୍ଚଳବାସୀଙ୍କୁ ସଚେତନ କରାଯାଇଛି । ଶ୍ରୀଜଙ୍ଗ ଓ ତୁଣ୍ଡୁରା ପ୍ରାଣୀ ମିତ୍ର ଏହି କାର୍ଯ୍ୟକ୍ରମ ପାଇଁ ସହଯୋଗ କରିଥିଲେ ।…

  • ହୋଟେଲ ଉପରେ CMCର ନଜର, ଆକ୍ସନ ପାଇଁ ମେୟରଙ୍କ ଚେତାବନୀ

    ହୋଟେଲ ଉପରେ CMCର ନଜର, ଆକ୍ସନ ପାଇଁ ମେୟରଙ୍କ ଚେତାବନୀ

    ଏଣିକି କଟକର ହୋଟେଲଗୁଡ଼ିକ ଉପରେ କଡ଼ା ନଜର ରଖିବ କଟକ ମହାନଗର ନିଗମ । ଏ ନେଇ ଚେତାବନୀ ଦେଇଛନ୍ତି କଟକ ମେୟର ସୁବାସ ସିଂ । ଗତ 20 ତାରିଖ ଛାତ୍ରୀ ଦୁଷ୍କର୍ମ ଘଟଣା ପରେ ତତ୍ପରତା ଦେଖାଇଛି ସିଏମସି ।

    କଟକର ସବୁ ହୋଟେଲ ପାଇଁ ମେୟରଙ୍କ ଚରଣବାଣୀ । ଏମିତି କୌଣସି କାର୍ଯ୍ୟ କରନି ଯାହା ଆଇନ୍ ବିରୋଧୀ । ଅବହେଳା କଲେ ଆକ୍ସନ ନିଶ୍ଚିତ ବୋଲି ସେ କହିଛନ୍ତି । ଗତ ୨୦ ତାରିଖରେ କଟକ ମଧୁପାଟଣା ଛକରେ ଥିବା ପଦ୍ମଜା ପ୍ରାଇଡ୍ ହୋଟେଲରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯିବା ଅଭିଯୋଗ ହୋଇଥିଲା । ତେଣୁ ସମଗ୍ର ଅଞ୍ଚଳରେ ବେଶ୍ ଚର୍ଚ୍ଚାକୁ ଆସିଥିଲା । ସେଥିପାଇଁ ହୋଟେଲ ଗୁଡ଼ିକ ଉପରେ କଟକଣା ଲାଗୁ ସହ ଆକ୍ସନ ମୋଡ଼ରେ ଅଛି କଟକ ମହାନଗର ନିଗମ ।

    କୌଣସି ହୋଟେଲରେ ଏଭଳି ଘଟଣାର ପୁନରାବୃତ୍ତି ହେଲେ ବରଦାସ୍ତ କରାଯିବ ନାହିଁ । ଏଣୁ ସମସ୍ତ ତାରକା ଓ ଅଣତାରକା ହୋଟେଲରେ ସମ୍ପୂର୍ଣ୍ଣ ଯାଞ୍ଚ କରାଯିବ । ହୋଟେଲ ପାଇଁ ଆବଶ୍ୟକ କାଗଜପତ୍ର ନଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ମେୟର କହିଛନ୍ତି ।

  • ରାସ୍ତାର ମରାମତି କେବେ ? ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଲୋକେ

    ରାସ୍ତାର ମରାମତି କେବେ ? ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଲୋକେ

    କେନ୍ଦୁଝର ଜିଲ୍ଲା ସହର ଘୁଟୁର ଛକରୁ କେନ୍ଦୁଝରଗଡ଼ ଷ୍ଟେସନ ରାସ୍ତା ମରଣଯନ୍ତା ପାଲଟିଛି । ଖରା ଦିନରେ ବି ରାସ୍ତା ପାଣି ଓ କାଦୁଅରେ ଭରି ରହୁଛି । ସ୍କୁଲ ଛାତ୍ରଛାତ୍ରୀ, ଲୋକେ, ଯାତ୍ରୀ ଯାଆସ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକାଂଶ ସମୟରେ ଦୁର୍ଘଟଣାମାନ ଘଟୁଛି ।

    ଘୁଟୁର ଛକରୁ ଷ୍ଟେସନ ଯାଏ ମୁଖ୍ୟ ରାସ୍ତାର ମରାମତି କେବେ ହେବ । ରେଳ ବିଭାଗ ଏ ଦିଗରେ ଅବହେଳା କରୁଛି କି । ସ୍ଥାନୀୟ ସରପଞ୍ଚ ଓ ପଂଚାୟତବାସୀ ଅନେକ ଥର ଲିଖିତ ଅଭିଯୋଗ କଲେଣି ତଥାପି ଏ ଦିଗରେ କୌଣସି ପଦକ୍ଷେପ ନେଉନି ବିଭାଗ ।

    ରାସ୍ତାର ତୁରନ୍ତ ମରାମତି ଦାବି କରିଛନ୍ତି ଲୋକେ । ବିଳମ୍ବ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସେପଟେ, ଏ ନେଇ ରେଳ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।