ଆପଣ କେବେ ଭାବିଛନ୍ତି କି ଗୋଟିଏ ଉଡାଜାହାଜର ଦାମ୍ କେତେ ହୋଇଥିବ? ତେବେ ଆସନ୍ତୁ ଜାଣିବା…

ଆପଣ ବସ୍, ବାଇକ ଆଦିରେ ଯିବା ଆସିବା କରିଥିବେ ନିଶ୍ଚୟ । ଏହା ଅଳ୍ପ ବାଟ ଯାତାୟତ ପାଇଁ ସହଜ ହୋଇଥିାଏ । ଆଉ ଏଥିରେ ବହୁତ କମ୍ ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ବଜାରରେ ଗୋଟେ ନୂଆ ବାଇକର ଦାମ୍ ୫୦,୦୦୦ରୁ ଆରମ୍ଭ କରି ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି କାର୍ କିମ୍ବା ବସର ଦାମ୍ ମଧ୍ୟ ଆପଣଙ୍କୁ ଉଣା ଅଧିକେ ଜଣାଥିବ । ହେଲେ ଆପଣ ଉଡାଜାହାଜରେ କେବେ ଯାତ୍ରା କରିଥାନ୍ତୁ କି ନଥାନ୍ତୁ, ଦେଖିଥିବେ ତ ନିଶ୍ଚୟ । କିନ୍ତୁ ଜାଣିଛନ୍ତି ଗୋଟିଏ ଉଡାଜାହାଜର ଦାମ୍ କେତେ । ବାସ୍ତବରେ ଯେମିତି ବାଇକ, କାର କିମ୍ବା ବସ ଆଦିର ଦାମ୍ ସ୍ଥିର ନଥାଏ ଠିକ ସେମିତି ଉଡାଜାହାଜର ମଧ୍ୟ ଦାମ୍ ସ୍ଥିର ନୁହେଁ । ସେଥିରେ ଲାଗୁଥିବା ଉପକରଣ ହିଁ ଉଡାଜାହାଜର ଦାମ୍ ନିର୍ଦ୍ଧାରିତ କରିଥାଏ । ଉଡାଜାହାଜର ଅତ୍ୟାଧୁନିକତା ଅନୁସାରେ ତାର ଦାମ୍ ସ୍ଥିର ହୋଇଥାଏ ।

ଏବେ ଆସନ୍ତୁ ଜାଣିବା ମୋଟାମୋଟି ଭାବେ ଗୋଟେ ଉଡାଜାହାଜର ଦାମ୍ କେତେ ହୋଇଥିବ । ଫାଇନାନ୍ସିଂ ଅନଲାଇନ ଓ୍ବେବସାଇଟ ମୁତାବକ, ଗଲ୍ଫଷ୍ଟିମ-୪ ବିମାନର ମୂଲ୍ୟ ୩୮ ମିଲିୟନ ଡଲାର ହୋଇଥାଏ । ସେହିପରି ବି-୨ ସ୍ପିରିଟ ବିମାନର ଦାମ୍ ୭୩୭ ମିଲିୟନ ଡଲାର ହୋଇଥାଏ । ଯଦି ସବୁଠୁ ଦାମୀ ଏରୋପ୍ଲେନ ବିଷୟରେ କଥା ହେବା, ତାହେଲେ ବୋଇଙ୍ଗ କମ୍ପାନୀର ବିମାନ ଆଗରେ ରହିବ ।

ବିମାନରେ ଲାଗୁଥିବା ଅତ୍ୟାଧୁନିକ ଜ୍ଞାନକୌଶଳ, ଯନ୍ତ୍ରପାତି ଆଉ ମଣିଷର ଶ୍ରମ ହିଁ ବିମାନର ଦାମ୍ ସ୍ଥିର କରିଥାଏ । ଆଉ ଏହିସବୁ ଟେକନିକ କେବଳ ଆମେରିକା ଭଳି ମାତ୍ର କେତୋଟି ଦେଶ ପାଖରେ ରହିଛି । ତେଣୁ ଏହି ଦେଶ ଗୁଡିକର ଏହି ଦବଦବା ରହୁଥିବା ବେଳେ ସେମାନେ ବିଭିନ୍ନ ଦେଶକୁ ବିମାନ ବିକ୍ରି କରନ୍ତି । ଯେଉଁଥି ପାଇଁ ବିମାନର ଦାମ୍ ବହୁତ ବଢିଯାଇଥାଏ । ଏବେ ଭାରତ ସମେତ କେତେକ ଦେଶ ଏହି ବିମାନ ନିର୍ମାଣର ଜ୍ଞାନକୌଶଳ ବିକଶିତ କରିବାରେ ଲାଗିପଡିଛନ୍ତି ।

Leave a Reply

Your email address will not be published. Required fields are marked *