ଦେଶର ବିଭିନ୍ନ ସ୍ଥାନରେ ରେଳ ଦୁର୍ଘଟଣା ଠାରୁ ଭୟଙ୍କର ବାହାନଗା ଦୁର୍ଘଟଣା

ବାହାନଗା ରେଳ ଦୁର୍ଘଟଣାରେ ଅଦ୍ୟାବଧି ମୃତ୍ୟୁ ସଂଖ୍ୟା ୨୮୮ ଥିବାବେଳେ ବଗି ତଳେ କିଛି ଯାତ୍ରୀ ଦବି ରହିଥିବା ସନ୍ଦେହ ରହିଛି । ଏଥିସହ ଅନେକ ଯାତ୍ରୀଙ୍କ ସ୍ଥିତି ଗମ୍ଭୀର ରହିଛି । ତେଣୁ ଏହି ସଂଖ୍ୟା ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ସଂଖ୍ୟା ୩୫୦ ଛୁଇଁବାର ଆଶଙ୍କା କରାଯାଉଛି । ଏହାକୁ ଚଳିତ ଦଶନ୍ଧିର ସବୁଠାରୁ ବଡ଼ ରେଳ ଦୁର୍ଘଟଣା କୁହାଯାଉଛି । ତେବେ ୪୨ ବର୍ଷ ତଳେ ବିହାରରେ ହୋଇଥିବା ରେଳ ଦୁର୍ଘଟଣା ଭାରତ ରେଳ ସେବା କ୍ଷେତ୍ରରେ ସବୁଠାରୁ ବଡ଼ ଦୁର୍ଘଟଣା ଥିଲା । ସେହିପରି ବିଭିନ୍ନ ସମୟରେ ବହୁ ରେଳ ଦୁର୍ଘଟଣା ଦେଖିବାକୁ ମିଳିଛି ।

୧୯୮୧ ଜୁନ ୬ରେ ବିହାରର ମାନସୀ-ସହରାସା ରେଳ ଦୁର୍ଘଟଣାକୁ ଦେଶର ସବୁଠାରୁ ବଡ଼ ଦୁର୍ଘଟଣା କୁହାଯାଏ। ମାନସୀ-ସହରାସା ରେଳ ଯାତ୍ରା ସମୟରେ ବାଗମତୀ ନଦୀକୁ ଖସିପଡିଥିଲା। ଟ୍ରେନର ୯ଟି ବଗି ପଡିଥିଲା ପାଣିରେ। ଏଥିରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ବାଗମତୀ ରେଳ ଦୁର୍ଘଟଣା ପରେ ଆସେ ୧୯୯୫ ଅଗଷ୍ଟ ୨୦ର ଦୁର୍ଘଟଣା।

ୟୁପିର ଫିରୋଜାବାଦ ନିକଟରେ ପୁରୁଷୋତ୍ତମ ଏକ୍ସପ୍ରେସ ରେଳ ଧାରଣାରେ ଠିଆ ହୋଇଥିବା କାଳିନ୍ଦୀ ଏକ୍ସପ୍ରେସ୍ ଉପରକୁ ମାଡ଼ଯାଇଥିଲା। ଏଥିରେ ୩୫୦ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୧୯୯୮ ନଭେମ୍ବର ୨୬ରେ ଜମ୍ମୁତବୀ ସିୟାଲଦହ ଏକ୍ସପ୍ରେସ ପଞ୍ଜାବ ଖତ୍ରାରେ ଫ୍ରଣ୍ଟିୟର ଗୋଲ୍ଡେନ ଟେମ୍ପୁଲ ମେଲ ଧାରଣାରୁ ୩ ବଗି ତଳକୁ ଖସିପଡିଥିଲା। ଏଥିରେ ୨୧୨ ମୃତ୍ୟୁ ହୋଇଥିଲା ।

୨ ଅଗଷ୍ଟ ୧୯୯୯ରେ ଗୈସଲ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବ୍ରହ୍ମପୁତ୍ର ମେଲ ଉତ୍ତର ସୀମାନ୍ତ ରେଳୱେର କାଟିହାର ଡିଭିଜନର ଗୈସଲ ଷ୍ଟେସନରେ ଠିଆ ହୋଇଥିବା ଅବଧ ଆସାମ ଏକ୍ସପ୍ରେସକୁ ଧକ୍କା ଦେବାରୁ ୨୮୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୬ରେ ପୁଖରିଆରେ ଇନ୍ଦୋର-ରାଜେନ୍ଦ୍ର ନଗର ଏକ୍ସପ୍ରେସର ୧୪ ବଗି ଟ୍ରାକରୁ ଖସିପଡିଥିଲା। ଫଳରେ ୧୫୨ ପ୍ରାଣହାନୀ ଘଟିଥିଲା। ୨୦୦୨ରେ ଗୟା, ବିହାରଠାରେ ଧାବା ନଦୀକୁ ହାୱାଡା-ରାଜଧାନୀ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଖସି ପଡ଼ିବାରୁ ୧୪୦ ଜଣଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *