ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ବେଳେ ହୋଇଥିବା ପାଓ୍ବାର କଟ୍ ର ପ୍ରତିବାଦ କରିଛି ରାଇରଙ୍ଗପୁର ବିଜେପି

ରାଷ୍ଟ୍ରପତି ଷ୍ଟେଜ ଉପରେ ଭାଷଣ ଦେଉଥିଲେ ଆଉ ହଠାତ କଟିଯାଇଥିଲା ବିଜୁଳି । ଯାହାକୁ ନେଇ ପ୍ରଶ୍ନ ଘେରରେ ଛନ୍ଦି ହୋଇପଡିଥିଲେ ରାଜ୍ୟ ସରକାର । ଆଉ ଏହାର ପ୍ରତିବାଦ କରିଛି ବିଜେପି । ରାଇରଙ୍ଗପୁରରେ ବିଜେପି ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତ ମେ ମାସ ୬ ତାରିଖ ଦିନ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଉଥିଲେ । ଆଉ ସେହି ସମୟରେ ୯ ମିନିଟ ପର୍ଯ୍ୟନ୍ତ ବିଦ୍ୟୁତ କଟି ଯାଇଥିଲା । ଏହାପରେ ଅନ୍ଧାରରେ ମହାମହିମ ରାଷ୍ଟ୍ରପତି ଭାଷଣ ଦେଇଥିଲେ । ଯାହାକି ଅତି ନିନ୍ଦନୀୟ ଥିଲା । ଏଥିପାଇଁ ରାଜ୍ୟ ସରକାର ପୋଲିସ ପ୍ରଶାସନ, ଶ୍ବବିଦ୍ଯାଳୟ କତୃପକ୍ଷ, ଇଡକୋ ଏବଂ ଟିପିଏନଓଡିଏଲ ବିରୁଦ୍ଧରେ ତଦନ୍ତ ଜାରି ରଖିଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଏହାକୁ ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ଏକ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଯେଉଁଥିରେ ବସ ସେବା ସହିତ ପରିବହନ ସଂପୁର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ସରକାରୀ କାର୍ଯ୍ୟାଳୟ, ଦୋକାନ ତଥା ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ହୋଇଛି ।

Leave a Reply

Your email address will not be published. Required fields are marked *