ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀ ଗିରଫ, ଭାରତରେ ବଡ ଧରଣର ବିସ୍ଫୋରଣ ପାଇଁ କରୁଥିଲା ଯୋଜନା

ସୁରକ୍ଷା ଏଜେନ୍ସି ଏକ ପ୍ରମୁଖ ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ୍ଡ କରିଦେଇଛନ୍ତି । ରବିବାର ଦିନ ଏନଆଇଏ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଛି । ଗିରଫ ଆତଙ୍କବାଦୀଙ୍କ ନାମ ମହମ୍ମଦ ଉବେଦ ମଲିକ, ଯିଏ କୁପୱାଡାର ବାସିନ୍ଦା । ଉବେଦ ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡରଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ ।

ଆତଙ୍କବାଦୀ ଉବେଦ ଜାମ୍ମୁ-କାଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ର କରିବାକୁ ଚେଷ୍ଟା କରୁଥିଲା । ଗିରଫ ଆତଙ୍କବାଦୀ ପାକିସ୍ତାନରେ ବସିଥିବା ତାଙ୍କ କମାଣ୍ଡରଙ୍କୁ ସୈନ୍ୟ ଟ୍ରୁପସର ଗତିବିଧି ଏବଂ ସୁରକ୍ଷା ବାହିନୀଙ୍କ ସମ୍ବନ୍ଧରେ ସୂଚନା ପଠାଉଥିଲେ ।

ଏନଆଇଏ ଅନୁସନ୍ଧାନରୁ ଜଣାପଡିଛି ଯେ, ଅଭିଯୁକ୍ତ ଆତଙ୍କବାଦୀ ଗୁପ୍ତ ସୂଚନା, ବିଶେଷକରି ସୈନ୍ୟ ଟ୍ରୁପସ ଏବଂ ସୁରକ୍ଷା ବାହିନୀର ଗତିବିଧି ବିଷୟରେ ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡରଙ୍କୁ ପଠାଉଥିଲା । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାରେ ତାଙ୍କର ସମ୍ପୃକ୍ତି ସମ୍ପର୍କରେ ଏନଆଇଏ ଅଭିଯୁକ୍ତଙ୍କ ନିକଟରୁ ଅନେକ ଅପରାଧୀ ଦଲିଲ ଉଦ୍ଧାର କରିଛି ।

ଭାରତୀୟ ଏଜେନ୍ସି 21 ଜୁନ୍ 2022ରେ ଜାମ୍ମୁ-କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଗୁରୁତର ଭାବେ ଗ୍ରହଣ କରି ଏକ ମାମଲା ରୁଜୁ କରିଥିଲା । ଡ୍ରୋନ୍ ମାଧ୍ୟମରେ ବୋମା ବିସ୍ଫୋରଣ ପାଇଁ ସାମଗ୍ରୀ ପଠାଯାଇଛି ବୋଲି ଏନଆଇଏର ଗୁପ୍ତଚର ପକ୍ଷରୁ ସୂଚନା ମିଳିଥିଲା । ସେବେଠାରୁ ଗୁପ୍ତଚର ଏଜେନ୍ସି ମାନେ ସତର୍କତା ଅବଲମ୍ବନ କରିଥିଲେ । ଆଜି ଏହି ମାମଲାରେ ଏନଆଇଏ ଏକ ବଡ ସଫଳତା ହାସଲ କରିଛି ।

ଏନଆଇଏ ଅନୁସନ୍ଧାନ ଅନୁଯାୟୀ, ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଡ୍ରୋନ୍ ଦ୍ବାରା ଆଇଇଡି ଏବଂ ବିସ୍ଫୋରକ ସାମଗ୍ରୀ ପଠାଯାଉଛି । ସ୍ଥାନୀୟ ଅଞ୍ଚଳରେ ମଧ୍ୟ ବିସ୍ଫୋରକ ସାମଗ୍ରୀ ସଂଗ୍ରହ କରାଯାଉଛି ।

Leave a Reply

Your email address will not be published. Required fields are marked *